Muslim Population in India: ଦେଶରେ ମୁସଲମାନ ଜନସଂଖ୍ୟା କେତେ? ସଂସଦକୁ ଜଣାଇଲେ ସଂଖ୍ୟାଲଘୁ ମନ୍ତ୍ରୀ
Muslim Population in India 2023: ଚଳିତ ବର୍ଷ ଦେଶରେ ମୁସଲିମ ଜନସଂଖ୍ୟା କେତେ ହେବ ତାହାର ଉତ୍ତର ଲୋକସଭାରେ ରଖିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ସ୍ମୃତି ଇରାନୀ।
Muslim Population in 2023: ଦେଶର ମୁସଲମାନ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଆସୁଛି। ମୁସଲିମ ଜନସଂଖ୍ୟା ଅନ୍ୟ ଧର୍ମର ଲୋକଙ୍କ ଅପେକ୍ଷା ଦ୍ରୁତ ଗତିରେ ବଢୁଥିବା ନେଇ ବିଭିନ୍ନ ସମୟରେ ଦାବି କରାଯାଉଛି। ହେଲେ ବର୍ତ୍ତମାନ ସମୟରେ ଦେଶରେ ମୁସଲିମ ଜନସଂଖ୍ୟା କେତେ ରହିଛି ତାହାର ଜବାବ ସଂସଦରେ ରଖିଛନ୍ତି କେନ୍ଦ୍ର ସରକାର। ଚଳିତ ବର୍ଷ ଦେଶରେ ମୁସଲିମ ଜନସଂଖ୍ୟା କେତେ ହେବ ତାହାର ଉତ୍ତର ଲୋକସଭାରେ ରଖିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ।
ଲୋକସଭାରେ ଟିଏମସି ସାଂସଦ ମାଲା ରାୟ (TMC MP Mala Roy) ଦେଶର ମୁସଲିମ ଜନସଂଖ୍ୟା (Muslim Population in India) ବାବଦରେ ଏକ ପ୍ରଶ୍ନ କରିଥିଲେ। ଏହାର ଜବାବ ରଖି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ସ୍ମୃତି ଇରାନୀ (Minority Affairs Minister Smriti Irani) କହିଛନ୍ତି ଯେ ୨୦୧୧ ଜନଗଣନା ( 2011 Census) ଅନୁଯାୟୀ, ଦେଶର ମୋଟ ଲୋକସଂଖ୍ୟାରେ ମୁସଲିମ ଜନସଂଖ୍ୟା ୧୪.୨ ପ୍ରତିଶତ ରହିଥିଲା। ଚଳିତ ବର୍ଷ ଜନସଂଖ୍ୟାରେ ସେମାନଙ୍କର ଅଂଶଗ୍ରହଣ ମଧ୍ୟ ସମାନ ଅନୁପାତରେ ରହିବ ବୋଲି ଆଶା କରାଯାଉଛି। ଅର୍ଥାତ୍ ବିଗତ ୯ ବର୍ଷ ମଧ୍ୟରେ ମୁସଲମାନ ଏବଂ ଦେଶର ଜନସଂଖ୍ୟା ଅଭିବୃଦ୍ଧି ହାର ସମାନ ରହିଛି।
ମୁସଲମାନ ଜନସଂଖ୍ୟା ହେବ ୧୯.୭ କୋଟି
ଲୋକସଭାରେ ପଚରା ଯାଇଥିବା ପ୍ରଶ୍ନର ଏକ ଲିଖିତ ଜବାବରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ (Ministry of Minority Affairs India) ପକ୍ଷରୁ କୁହାଯାଇଛି ଯେ ୨୦୧୧ ଜନଗଣନା ଅନୁସାରେ ଦେଶରେ ମୁସଲମାନ ଜନସଂଖ୍ୟା ୧୭.୨ କୋଟି ରହିଥିଲା। ଜନସଂଖ୍ୟା ଉପରେ ଗଠିତ ବୈଷୟିକ କମିଟି ୨୦୨୩ ବର୍ଷରେ ଦେଶର ଜନସଂଖ୍ୟା ୧୩୮.୮ କୋଟି ବୋଲି ଆକଳନ କରିଛି। ଯେହେତୁ ୨୦୧୧ ଜନଗଣନା ଅନୁଯାୟୀ, ୨୦୨୩ ବର୍ଷରେ ମୁସଲମାନ ଜନସଂଖ୍ୟା ୧୪.୨ ପ୍ରତିଶତ ବୋଲି ଆକଳନ କରାଯାଇଛି। ଏଭଳି ପରିସ୍ଥିତିରେ ଚଳିତ ବର୍ଷ ଦେଶରେ ମୁସଲିମ ଜନସଂଖ୍ୟା ୧୯.୭ କୋଟି ରହିବା ନେଇ ଅନୁମାନ କରାଯାଇଛି।
କେତେ ରହିବ ମୁସଲମାନଙ୍କ ସାକ୍ଷରତା ହାର
ଟିଏମସି ସାଂସଦ ମାଲା ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ (Ministry of Statistics and Programme Implementation) ପକ୍ଷରୁ ପର୍ଯ୍ୟାୟ ଶ୍ରମ ସର୍ଭେ ୨୦୨୧-୨୨ (Labour Force Survey 2000-21) ଅନୁଯାୟୀ ୭ ବର୍ଷରୁ ଅଧିକ ବୟସର ମୁସଲମାନଙ୍କ ମଧ୍ୟରେ ସାକ୍ଷରତା ହାର (Literacy Rate in Muslim Community in India) ୭୭.୭ ପ୍ରତିଶତ ରହିଥିବା, ବେଳେ ଶ୍ରମଶକ୍ତିରେ ସେମାନଙ୍କ ଭାଗିଦାରୀ (muslim participation in the workforce in india) ୩୫.୧ ପ୍ରତିଶତ ରହିଥିଲା।
କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଲୋକସଭାରେ (Minority Affairs Minister in Lok Sabha) କହିଛନ୍ତି ଯେ, ୨୦୨୦-୨୧ ବର୍ଷରେ ହୋଇଥିବା ଏକ ସରକାରୀ ସର୍ଭେ ଅନୁଯାୟୀ ଦେଶର ୯୪.୯ ପ୍ରତିଶତ ମୁସଲମାନଙ୍କ ପାଖରେ ପାନୀୟ ଜଳର ଉତ୍ତମ ଉତ୍ସ ଏବଂ ୯୭.୨ ପ୍ରତିଶତ ମୁସଲିମଙ୍କ ପାଖରେ ଶୌଚାଳୟର ସୁବିଧା ରହିଛି। ସେମାନଙ୍କ ମଧ୍ୟରେ ୫୦.୨ ପ୍ରତିଶତ ଏପରି ମୁସଲମାନ ପରିବାର (Muslim Family in India) ଥିଲେ ଯେଉଁମାନେ ୨୦୧୪ ମାର୍ଚ୍ଚ ୩୧ ପରେ ନୂତନ ଘର କିମ୍ବା ଫ୍ଲାଟ କିଣିଥିଲେ କିମ୍ବା ନିର୍ମାଣ କରିଥିଲେ।