India israel Relation: ଭୁବନେଶ୍ୱର: ଇସ୍ରାଏଲ-ପାଲେଷ୍ଟାଇନ୍‍ ଭିତରେ ଯୁଦ୍ଧ ଭାରତର ଦୁଇ ପ୍ରମୁଖ ରାଜନୀତିକ ଦଳକୁ ଆକ୍ରାନ୍ତ କରିଛି। ଶାସକ ଦଳ ବିଜେପି ‘ଆତଙ୍କବାଦୀଙ୍କ ପ୍ରତି ଶୂନ୍ୟ ସହନଶୀଳତା’ ନୀତିକୁ ଆଧାର କରି ହମାସ ବିରୋଧୀ ଇସ୍ରାଏଲ୍‍କୁ ସମର୍ଥନ କରିଥିବାବେଳେ କଂଗ୍ରେସ ଏହାର କାର୍ଯ୍ୟକାରିଣୀରେ ପାଲେଷ୍ଟାଇନ୍‍ ସହ ଥିବା ସ୍ପଷ୍ଟ କରିଛି। ଏନେଇ ଏକ ପ୍ରସ୍ତାବ ମଧ୍ୟ କଂଗ୍ରେସ (Congress) ପାରିତ କରିଛି। ଏହି ବିପଦ ପରିସ୍ଥିତିରେ ପାଲେଷ୍ଟାଇନ୍‍ର ସମସ୍ତ ନାଗରିକଙ୍କ ସହ କଂଗ୍ରେସ ଥିବା ସ୍ପଷ୍ଟ କରିଛି। ଅପରପକ୍ଷେ ପ୍ରଧାନମନ୍ତ୍ରୀ ଆଜି ପୁଣିଥରେ ଆତଙ୍କବାଦ ବିରୁଦ୍ଧରେ ଇସ୍ରାଏଲକୁ ଭାରତ ସମର୍ଥନ (support) କରୁଥିବା ସ୍ପଷ୍ଟ କରିଛି। 


COMMERCIAL BREAK
SCROLL TO CONTINUE READING

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Pm narendra modi) ଦେଶବାସୀଙ୍କ ପକ୍ଷରୁ ଏହାକୁ ଇସ୍ରାଏଲ୍‍ ରାଷ୍ଟ୍ରମୁଖ୍ୟ ନେତ୍ୟାନ୍ୟୁାହୁ (Benjamin Netanyahu)ଙ୍କୁ ସ୍ପଷ୍ଟ କରିଛନ୍ତି। ଏକ ଟ୍ୱିଟ୍ ରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଶ୍ରୀ ନେତ୍ୟାନ୍ୟାହୁ ଆଜି ତାଙ୍କୁ ଫୋନ୍‍ କରି ଇସ୍ରାଏଲ୍‍ ପରିସ୍ଥିତି (israel situation) ସମ୍ପର୍କରେ ବିବରଣୀ ଦେଇଛନ୍ତି। ଅପରପକ୍ଷେ ଭାରତର ନାଗରିକ ଇସ୍ରାଏଲ୍‍ ସହ ଏହି ଦୁଃସ୍ଥିତିରେ ଠିଆ ହୋଇଥିବା କହିଛନ୍ତି। ଭାରତର ସ୍ପଷ୍ଟ ଓ ଦୃଢ଼କଣ୍ଠରେ ଆତଙ୍କବାଦକୁ ନିନ୍ଦା କରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଯେକୌଣସି ପ୍ରକାରେ ଆତଙ୍କବାଦ ହୋଇଥାଉ ନା କାହିଁକି ଏହା ମାନବଜାତି ପାଇଁ ବିଡ଼ମ୍ବନା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। 


Post-



ପାଲେଷ୍ଟାଇନ୍‍ର ରାଜନେତାଙ୍କ ସହ କଂଗ୍ରେସ ପାର୍ଟି ପୂର୍ବରୁ ଘନିଷ୍ଠ ସମ୍ପର୍କ ରଖି ଆାସିଛି। ବିଶ୍ୱର ମୁସ୍‍ଲିମ୍‍ ଦେଶ ମାନଙ୍କ ସହ ସମ୍ପର୍କ ରକ୍ଷା କରିବାରେ ଭାରତ-ପାଲେଷ୍ଟାଇନ୍‍ ସମ୍ପର୍କ (India-Palestine relations) ଅନେକ ଗୁରୁତ୍ୱ ବହନ କରେ ବୋଲି କୁହାଯାଏ। ଅପରପକ୍ଷେ ଭାରତ ଏବେ ତାର ଏହି ବୈଦେଶିକ ନୀତିରେ ପରିବର୍ତ୍ତନ ଆଣିଛି। ଭାରତକୁ ଅନେକ ସମୟରେ ସହାୟତାର ହାତ ବଢ଼ାଇଥିବା ଇସ୍ରାଏଲ୍‍ ସହ ରହି ଏହା ଜଣାଇଦେବକୁ ଚାହିଁଛି ଯେ, ଭାରତ କୌଣସି ବି ମୁହୂର୍ତ୍ତରେ ଆତଙ୍କବାଦକୁ ବିରୋଧ କରେ। ଏହା କେବଳ ନିଜର ସ୍ୱର୍ଥ ହାସଲ କରିବାକୁ ବୈଦେଶିକ ସମ୍ପର୍କ ରଖେ ନାହିଁ, ବରଂ ଆତଙ୍କବାଦ ବିରୁଦ୍ଧରେ ଲଢ଼ୁଥିବା ପ୍ରତିଟି ରାଷ୍ଟ୍ର ସହ ଏକାଠି ଠିଆ ହୋଇପାରେ।


Also Read- ଆଜିଠାରୁ ଆରମ୍ଭ ହେଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’


Also Read- Veg Soya Biryani: ଘରେ ପ୍ରସ୍ତୁତ କରନ୍ତୁ ଭେଜ୍ ସୋୟା ବିରିୟାନି, ସଭିଏଁ କହିବେ ସ୍ୱାଦିଷ୍ଟ