ICG Save Chinese Citizen Life: ପୁଣି ଥରେ ଭାରତ ପକ୍ଷରୁ ମାନବିକତାର ଉଦାହରଣ ଉପସ୍ଥାପିତ ହୋଇଛି। ଛାତିରେ ଯନ୍ତ୍ରଣା ଏବଂ ହୃଦ୍‌ଘାତ ଲକ୍ଷଣ ଦେଖାଯିବା ପରେ ବୁଧବାର ଭାରତୀୟ ତଟରକ୍ଷକ ବଳ ଏକ ଜାହାଜରେ ଫସି ରହିଥିବା ଜଣେ ଚୀନ୍ ନାଗରିକଙ୍କୁ ଉଦ୍ଧାର କରିଛି। ଯେଉଁ ଜାହାଜ ଚୀନ୍‌ ଠାରୁ ୟୁଏଇ ଅଭିମୁଖେ ଯାତ୍ରା କରୁଥିଲା। ମୁମ୍ବାଇ ସ୍ଥିତ ସାମୁଦ୍ରିକ ଉଦ୍ଧାର କାର୍ଯ୍ୟ ସମନ୍ୱୟ କେନ୍ଦ୍ରକୁ ଅନୁସନ୍ଧାନ ଜାହାଜ ଏମ.ଭି ଡୋଙ୍ଗ ଫାଙ୍ଗ କାନ ଟାନ ନମ୍ବର-୨ ପକ୍ଷରୁ ଜଣେ ଚାଳକ ଦଳ ସଦସ୍ୟଙ୍କ ବିଷୟରେ ଖବର ମିଳିଥିଲା। ଏହି ଖବର ମିଳିବା ପରେ ତୁରନ୍ତ ସହୟତା ଯୋଗାଇ ଦିଆଯାଇଥିଲା।


COMMERCIAL BREAK
SCROLL TO CONTINUE READING

ଗୁରୁବାର ଏନେଇ ଭାରତୀୟ ତଟରକ୍ଷକ ବଳ (Indian Coast Guard) ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଆରବ ସାଗରରେ (Arabian Sea) ପାନାମା ପତାକା (Panama Flag) ରହିଥିବା ଜାହାଜରେ ଚୀନ୍ ନାଗରିକଙ୍କୁ ସଫଳତାର ସହ ଉଦ୍ଧାର (Indian Coast Guard Evacuates Chinese National) କରାଯାଇଥିଲା। ଯାହାଙ୍କୁ ହୃଦଘାତ ପରେ ଚିକିତ୍ସା କରିବାର ଆବଶ୍ୟକତା ରହିଥିଲା। ଖରାପ ପାଗ ମଧ୍ୟରେ ୧୬-୧୭ ଅଗଷ୍ଟ ମଧ୍ୟବର୍ତ୍ତୀ ରାତିରେ ଭାରତୀୟ ତଟରକ୍ଷକ ବଳ ଦ୍ୱାରା ଏହି ଉଦ୍ଧାର ଅଭିଯାନ (Indian Coast Guard Rescue Mission) କାର୍ଯ୍ୟକାରୀ କରାଯାଇଥିଲା। ମୁମ୍ବାଇ ଉପକୂଳରୁ (Mumbai Coast) ପ୍ରାୟ ୨୦୦ କିଲୋମିଟର ଦୂରରେ ଆରବ ସାଗରରେ ମଧ୍ୟ ସେହି ଚୀନ ନାଗରିକଙ୍କୁ ଚିକିତ୍ସାଗତ କାରଣରୁ ଉଦ୍ଧାର କରାଯାଇଥିଲା।



ଏନେଇ ମିଳିଥିବା ଖବର ଅନୁସାରେ ଅନୁସନ୍ଧାନ ଜାହାଜରେ ଥିବା ଜଣେ ଚାଳକ ଦଳ ସଦସ୍ୟ ୟିନ୍ ୱେଙ୍ଗୟାଙ୍ଗ ହୃଦଘାତରେ ପୀଡିତ ଥିଲା। ତାଙ୍କୁ ତୁରନ୍ତ ଚିକିତ୍ସା କରିବାର ଆବଶ୍ୟକତା ରହିଥିଲା। ଏହା ପରେ ଚୀନ୍ (China) ଠାରୁ ୟୁଏଇ (UAE) ଅଭିମୁଖେ ଯାତ୍ରା କରୁଥିବା ଜାହାଜ ସହ ତୁରନ୍ତ ଯୋଗାଯୋଗ କରାଯାଇଥିଲା। ଏପରିକି ଦୂର ସଞ୍ଚାର ମାଧ୍ୟମରେ ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ମଧ୍ୟ ଯୋଗାଇ ଦିଆଯାଇଥିଲା। ଭାରତୀୟ ତଟରକ୍ଷକ ବଳ ଏକ ବିବୃତ୍ତିରେ କହିଛି ଯେ ରୋଗୀଙ୍କୁ ଏକ ଅତ୍ୟାଧୁନିକ ହାଲୁକା ହେଲିକପ୍ଟର MK-III ଦ୍ୱାରା ଉଦ୍ଧାର କରାଯିବା ପରେ ତାଙ୍କୁ ପ୍ରାଥମିକ ସହାୟତା ପ୍ରଦାନ କରାଯାଇଥିଲା।


ଏହି ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ଅନ୍ଧାରରେ ଏହି ଉଦ୍ଧାର ଅଭିଯାନ କାର୍ଯ୍ୟକାରୀ କରାଯାଇଥିଲା। ଜଣେ ବିଦେଶୀ ନାଗରିକଙ୍କ ମୂଲ୍ୟବାନ ଜୀବନ ସମୁଦ୍ର ମଧ୍ୟରେ ରକ୍ଷା କରାଯାଇ ପାରିଥିଲା। ଏହି ଉଦ୍ଧାର ଅଭିଯାନ ଭାରତୀୟ ତଟରକ୍ଷକ ବଳର ସୁରକ୍ଷା ନୀତି ପ୍ରତି ରହିଥିବା ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି। ଏକ ଅତ୍ୟାଧୁନିକ ହାଲୁକା ହେଲିକପ୍ଟର (Advanced Light Helicopter) ଏହି ଉଦ୍ଧାର ଅଭିଯାନରେ ନିୟୋଜିତ କରାଯାଇଥିଲା। ଯାହାର ଭିଡ଼ିଓ ମଧ୍ୟ ସେୟାର କରାଯାଇଛି। ଚୀନ ନାଗରିକଙ୍କୁ ମଧ୍ୟ ଦମନ ଠାରେ ଅବସ୍ଥିତ ଏକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଛି।