IIMC Granted Deemed University Status: ଜାନୁଆରୀ ୩୧ ତାରିଖ ବୁଧବାର ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଆଇଆଇଏମସି ସମଗ୍ର ଦେଶରେ ସାମ୍ବାଦିକତା ତଥା ଗଣ ଯୋଗାଯୋଗ ପାଇଁ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଜଣାଶୁଣା। ବୁଧବାର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଜନ ସଞ୍ଚାର ସଂସ୍ଥାନକୁ Deemed University ମାନ୍ୟତା ପ୍ରଦାନ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

Deemed University ମାନ୍ୟତା ପାଇବା ପରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (Indian Institute of Mass Communication) ପକ୍ଷରୁ ବର୍ତ୍ତମାନ ଡକ୍ଟୋରାଲ୍ (Doctoral) ସମେତ ଡିଗ୍ରୀ (Degress) ପ୍ରଦାନ କରାଯାଇ ପାରିବ। ୟୁଜିସି ଏକ ଭିନ୍ନ ବର୍ଗରେ ବିବେଚିତ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି କରିଥିଲା। ଭାରତୀୟ ଜନ ସଞ୍ଚାର ସଂସ୍ଥାନକୁ ଶିକ୍ଷା ମନ୍ତ୍ରଣାଳୟ (Ministry of Education India) ପକ୍ଷରୁ ମିଳିଥିବା ମାନ୍ୟତା ଏହାର ୬ କେନ୍ଦ୍ର ଦିଲ୍ଲୀ, ଢେଙ୍କାନାଳ (ଓଡ଼ିଶା), ଜାମୁ (ଜାମ୍ମୁ କାଶ୍ମୀର), ଅମରାବତୀ (ମହାରାଷ୍ଟ୍ର), ଆଇଜଲ (ମିଜୋରାମ), କୋଟାୟାମ (କେରଳ) ପାଇଁ ଲାଗୁ ହେବ।


ପ୍ରାସ୍ତାବିତ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ ପକ୍ଷରୁ ଶିକ୍ଷା ମନ୍ତ୍ରଣାଳୟ ଉଦ୍ଦେଶ୍ୟରେ ଧନ୍ୟବାଦ ଦିଆଯାଇଛି। ଏନେଇ ଆଇଆଇଏମସି ପକ୍ଷରୁ କୁହାଯାଇଛି ନୂଆଦିଲ୍ଲୀ ଏବଂ ଏହାର ୫ ଆଞ୍ଚଳିକ କେନ୍ଦ୍ରକୁ ବିଶ୍ୱବିଦ୍ୟାଳୟ ବୋଲି ଘୋଷଣା କରିଥିବାରୁ ଶିକ୍ଷା ମନ୍ତ୍ରଣାଳୟକୁ ଅଶେଷ ଧନ୍ୟବାଦ। ଗଣ ଯୋଗାଯୋଗରେ ଶିକ୍ଷା, ତାଲିମ ଏବଂ ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବା ପାଇଁ ଆଇଆଇଏମସି ପ୍ରତିବଦ୍ଧ ରହିଛି। 



ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (Ministry of Information and Broadcasting India) ଅଧିନରେ ୧୯୬୫ ମସିହା ଅଗଷ୍ଟ ୧୭ ତାରିଖରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ଜନ ସଞ୍ଚାର ସଂସ୍ଥାନ। ଯାହା ସାମ୍ବାଦିକତା କ୍ଷେତ୍ରରେ ଗୁଣାତ୍ମକ ତାଲିମ ପ୍ରଦାନ ପାଇଁ ସମଗ୍ର ଦେଶରେ ଏକ ଜଣାଶୁଣା ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ପରିଚିତ। ଆଇଆଇଏମସି ଭାରତୀୟ ସୂଚନା ସେବା (Indian Information Service) ଅଧିକାରୀଙ୍କ ପାଇଁ ତାଲିମ ଏକାଡେମୀ ଭାବେ ମଧ୍ୟ କାର୍ଯ୍ୟ କରିଥାଏ। ଭାରତୀୟ ଜନ ସଞ୍ଚାର ସଂସ୍ଥାନକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବାର ଧାରଣା ବର୍ତ୍ତମାନର ନୁହେଁ। ଏହି ଯୋଜନା ଗତ ୨୦୧୬ ବର୍ଷରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ହୋଇଥିଲା।


ଗତ ୨୦୧୮ ବର୍ଷରେ ନୀତି ଆୟୋଗ ଦ୍ୱାରା ଉଚ୍ଚଶିକ୍ଷା ପ୍ରତିଷ୍ଠାନ ସମ୍ପର୍କରେ ସମୀକ୍ଷା କରାଯିବା ସମୟରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ମିଡି଼ଆ ଷ୍ଟଡିଜ୍ କିମ୍ବା ଜାମିଆ ମିଲିଆ ଇସଲାମିଆ ବିଶ୍ୱ ବିଦ୍ୟାଳୟର ଅନୱର ଜମାଲ କିଦୱାଇ ଗଣ ଯୋଗାଯୋଗ ଅନୁସନ୍ଧାନ କେନ୍ଦ୍ର ସହିତ ଆଇଆଇଏମସି ମିଶ୍ରଣ କରିବାକୁ ଏକ ପରାମର୍ଶ ଆସିଥିଲା। ହେଲେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟ ସହ ଅନୱର ଜମାଲ କିଦୱାଇ ଗଣ ଯୋଗାଯୋଗ ଅନୁସନ୍ଧାନ କେନ୍ଦ୍ର ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲା।