Indian Railway Food Bill Controversy: ରେଳ ଯାତ୍ରା ବେଳେ ଥାଳି ବିଲ୍ ମାଗିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଯାତ୍ରା କରିବା ବେଳେ ଜଣେ ମହିଳା ଯାତ୍ରୀଙ୍କ ସହ ଘଟିଯାଇଛି ଏଭଳି ଘଟଣା। ଏହି ଘଟଣା ସାମ୍ନାକୁ ଆସିବା ପରେ ଜବାବ ରଖିଛି ଆଇଆରସିଟିସି। ଅନ୍ୟପଟେ ଲୋକେ ମଧ୍ୟ ସେମାନଙ୍କ ଜବାବ ରଖିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଯେତେବେଳେ ଆମେ ରେଳ ଯୋଗେ କୌଣସି ଦୂର ସ୍ଥାନକୁ ଯାତ୍ରା କରିଥାଉ ସେତେବେଳେ ତଳକୁ ଓହ୍ଲାଇବା ପରିବର୍ତ୍ତେ, ଆମେ ଟ୍ରେନ୍ ଭିତରେ କୌଣସି ଖାଦ୍ୟ ଅର୍ଡର କରି ଖାଇଥାଉ। ହେଲେ ଯେତେବେଳେ ଯାତ୍ରୀ ଟ୍ରେନ୍ ଭିତରେ ତାଙ୍କୁ ଖାଦ୍ୟ ବିଲ୍ ରେ କୌଣସି ଘୋଟାଲା ହୋଇଥାଏ ତାହେଲେ ଏହାକୁ ନେଇ ବିବଦୀୟ ପରିସ୍ଥିତି ଉପୁଜିଥାଏ। ବ୍ରହ୍ମପୁତ୍ର ମେଲ ଟ୍ରେନ୍ ଯୋଗେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀଙ୍କ ସହ ଘଟିଯାଇଛି ଏଭଳି ଘଟଣା। ଯିଏ ପରିବାର ସହିତ ପାଟନା ଠାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ। ଯାତ୍ରା ବେଳେ ସେହି ମହିଳା ଯାତ୍ରୀ ଜଣଙ୍କ ଖାଦ୍ୟ ପାଇଁ ଏକ ଭେଜ୍ ଥାଳି ଅର୍ଡର କରିଥିଲେ। ଆଇଆରସିଟିସି କ୍ୟାଟରିଂ କର୍ମଚାରୀଙ୍କ ଦ୍ୱାରା ତାଙ୍କ ପରିବାରକୁ ଜଣାଇ ଦିଆଯାଇଥିଲା ଯେ ପ୍ରତ୍ୟେକ ଥାଳି ପିଛା ୧୫୦ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଯେତେବେଳେ ମହିଳା ଯାତ୍ରୀ ଜଣଙ୍କ ବିଲ୍ ମାଗିଥିଲେ ସେତେବେଳେ କ୍ୟାଟରିଂ କର୍ମଚାରୀ ବାହାନା ଦେଖାଇବା ଆରମ୍ଭ କରିଥିଲେ। ଯାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ କ୍ୟାଟିଂ କର୍ମଚାରୀ ଖାଦ୍ୟ ପାଇଁ ଅଧିକ ମୂଲ୍ୟ ନେଇଛନ୍ତି।


ଖାଦ୍ୟ ବିଲ୍ ମାଗିବାରୁ ସୃଷ୍ଟି ହେଲା ବିବାଦ 
ସୋସିଆଲ ମିଡିଆ ସାଇଟ ଏକ୍ସ ମାଧ୍ୟମରେ ନିଜର ଅଭିଜ୍ଞତା ସମ୍ପର୍କରେ ଜଣାଇ @ruchikokcha ନାମକ ଜଣେ ୟୁଜର ଲେଖିଛନ୍ତି ଯେ ଆଇଆରସିଟିସି କ୍ୟାଟରିଂ କର୍ମଚାରୀ ଆମକୁ ଭେଜ ଥାଳି ମୂଲ୍ୟ ୧୫୦ ଟଙ୍କା କହିଥିଲେ। ଯେତେବେଳେ ଆମେ ତାଙ୍କୁ ବିଲ୍ ମାଗିଲୁ ସେତେବେଳେ ସେମାନେ ଆମକୁ ବିଲ୍ ଆଣି ଦେଇଥିଲେ। ଯେଉଁଥିରେ ସେମାନେ ବିଲ୍ କୁ ଦୁଇ ଭାଗରେ ବାଣ୍ଟି ଦେଇଥିଲେ। ଯେଉଁଥିରେ ଭେଜ ଥାଳି ୭୦ ଏବଂ ପନୀର ୮୦ ଟଙ୍କା ବୋଲି ଲେଖାଯାଇଥିଲା। କେବଳ ଭେଜ ଥାଲି ଅର୍ଡର କରିବା ସତ୍ତ୍ୱେ ମୋ ପରିବାରକୁ ଏନେଇ ଯୁକ୍ତିତର୍କ କରିବାକୁ ପଡ଼ିଥିଲା। କିପରି ବିଲ୍ ତିଆରି ହୋଇଛି ସେ ନେଇ କ୍ୟାଟରିଂ କର୍ମଚାରୀ  ଆମ ସହିତ ପ୍ରାୟ ଘଣ୍ଟାଏ କାଳ ଧରି ଯୁକ୍ତିତର୍କ କରିବା ଜାରି ରଖିଥିଲେ। ଘଣ୍ଟାଏ ପରେ ତାଙ୍କର ଜଣେ ଅଧିକାରୀ ଆସି କହିଥିଲେ ଯେ ସେ ପ୍ରତିଶୃତି ଅନୁଯାୟୀ ବିଲ୍ ଦେଇ ପାରିବେ ନାହିଁ। ସେମାନେ ଆମକୁ ଭେଜ ଥାଳି ପାଇଁ ୮୦ ଟଙ୍କାର ବିଲ ଦେଇଥିଲେ।  



ପୋଷ୍ଟ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଲେ ଲୋକେ
ଫୁ଼ଡ଼ ବିଲ ସମ୍ପର୍କିତ ପୋଷ୍ଟ ଭାଇରାଲ ହେବା ପରେ ସୋସିଆଲ ମିଡ଼ିଆ ୟୁଜର ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ଜଣେ ୟୁଜର କହିଛନ୍ତି ଯେ କର୍ମଚାରୀ ଖାଦ୍ୟରୁ ଅଧିକ ମୂଲ୍ୟ ଆଦାୟ କରି ଏବଂ ପରେ ବିଲ୍ ରେ ଅନ୍ୟାନ୍ୟ ଜିନିଷ ଯୋଡି ଜନସାଧାରଣଙ୍କୁ ଲୁଟ କରୁଛନ୍ତି। ଏହି ପୋଷ୍ଟ ଖୁବ୍ ଶୀଘ୍ର ସେୟାର ହୋଇଯାଇଥିଲା। ଯାହା ପରେ ଅନ୍ୟ ୟୁଜର ସେମାନଙ୍କ ପ୍ରତିକ୍ରିୟା ରଖିଥିଲେ। ଜଣେ ୟୁଜର ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଯାତ୍ରୀଙ୍କୁ ଠାରୁ ଶୁଳ୍କ ଆଦାୟ କରିବା ଗୋଟିଏ କଥା ହେଲେ ଖାଦ୍ୟର ଗୁଣରେ ଉନ୍ନତି ଆଣିବାର ବହୁତ ଆବଶ୍ୟକତା ରହିଛି। ଟ୍ରେନ୍ ଯୋଗ ଯାତ୍ରା କରିବା ବେଳେ ଲୋକେ କେବଳ ଖାଇବା ପାଇଁ ଖାଦ୍ୟ ଖାଇଥାନ୍ତି। ଅନ୍ୟ ଜଣେ ଲେଖିଛନ୍ତି ଯେ ଟ୍ରେନ ଯାତ୍ରା କରିବା ବେଳେ ଯାତ୍ରୀଙ୍କ ସମସ୍ୟାର ତୁରନ୍ତ ସମାଧାନର ଆବଶ୍ୟକତା ରହିଛି।