Guidelines Issued for AC Coach Passengers: ଗ୍ରୀଷ୍ମ ଋତୁରେ ଅଧିକାଂଶ ଲୋକ ରେଳ ଯାତ୍ରା କରିବା ବେଳେ ଏସି ବଗି ଚୟନ କରିବାକୁ ପସନ୍ଦ କରିଥାନ୍ତି। ଯଦି ଆପଣ ମଧ୍ୟ ଖରା ଦିନେ କୌଣସି ସ୍ଥାନକୁ ଯିବାକୁ ଚାହୁଁଛନ୍ତି ଆଉ ଏଥିପାଇଁ ଏସି କୋଚ ସଂରକ୍ଷଣ କରିବାକୁ ଯାଉଛନ୍ତି, ତାହେଲେ ରେଳବାଇ ପକ୍ଷରୁ ନୂତନ ଗାଇଡଲାଇନ୍ସ ଜାରି କରାଯାଇଛି। ଏସି କୋଚ ପାଇଁ ଜାରି ହୋଇଥିବା ଗାଇଡଲାଇନ୍ସ ସମ୍ପର୍କରେ ଯାତ୍ରୀ ଅବଗତ ହେବା ଆବଶ୍ୟକ। ଏନେଇ ରେଳବାଇ ପକ୍ଷରୁ କୁହାଯାଇଛି ଯେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ରେଳ ଯାତ୍ରା କରିଥାନ୍ତି। ହେଲେ ପ୍ରାୟତଃ ଦେଖାଯାଉଛି ରେଳବାଇ ପକ୍ଷରୁ ଯାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ଚାଦର, ଟାୱେଲ ଏବଂ ତକିଆ ଗାଏବ ହୋଇଯାଉଛି।


COMMERCIAL BREAK
SCROLL TO CONTINUE READING

ଘରକୁ ଚାଦର, ଟାୱେଲ ଏବଂ ତକିଆ ନେଇଯାଉଛନ୍ତି ଯାତ୍ରୀ 
ଅନେକ ସମୟରେ ଦେଖିବାକୁ ମିଳୁଛି ଯେ ରେଳବାଇ ପକ୍ଷରୁ ପ୍ରଦାନ କରାଯାଉଥିବା ଚାଦର, ଟାୱେଲ ଏବଂ ତକିଆକୁ ଯାତ୍ରୀ ନିଜ ଘରକୁ ନେଇଯାଉଛନ୍ତି। ହେଲେ ବର୍ତ୍ତମାନ ଠାରୁ ଯଦି କୌଣସି ଯାତ୍ରୀ ଏପରି କରନ୍ତି ତାହେଲେ ତାଙ୍କୁ ରେଳବାଇ ପକ୍ଷରୁ ଦଣ୍ଡିତ କରାଯିବ। ରେଳବାଇ ପକ୍ଷରୁ ଏ ସମ୍ପର୍କରେ ଏକ ଗାଇଡଲାଇନ ଜାରି କରାଯାଇଛି। ଏସି କୋଚ ଯୋଗେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ରେଳବାଇ ପକ୍ଷରୁ ଚାଦର, ଟାୱେଲ ଏବଂ ତକିଆ ଆଦି ପ୍ରଦାନ କରାଯାଇଥାଏ। ମାତ୍ର ଯାତ୍ରା କରିବା ସମୟରେ ଯାତ୍ରୀ ଏହାକୁ ଯାତ୍ରୀ ନିଜ ଘରକୁ ନେଇଯାଉଛନ୍ତି। ଯାତ୍ରୀଙ୍କ ଏଭଳି କାମ ପାଇଁ ରେଳବାଇ ଚିନ୍ତିତ ହୋଇଉଠିଛି।


ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛି ରେଳବାଇ
ଆପଣଙ୍କୁ କହିରଖୁଛୁ ଯେ ଯାତ୍ରୀଙ୍କ ଏହି ଅଭ୍ୟାସ ହେତୁ ରେଳବାଇ ଚଳିତ ବର୍ଷ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିଛି। ଏନେଇ ରେଳବାଇ ପକ୍ଷରୁ କୁହାଯାଉଛି ଯେ ବେଡସିଟ୍, କମ୍ବଳ ଚାଦର, ଟାୱେଲ ଏବଂ ତକିଆ ବ୍ୟତୀତ ଯାତ୍ରୀ ଚାମଚ, କେଟିଲ୍, ଶୌଚାଳୟରେ ଲାଗିଥିବା ଟ୍ୟାପ୍ ଚୋରି କରି ନେଉଛନ୍ତି। ଯେଉଁ କାରଣରୁ ରେଳବାଇକୁ ବହୁ କ୍ଷତି ସହିବାକୁ ପଡୁଛି।


Also Read: Indian Railways Guidelines: ଏସି କୋଚ ଯାତ୍ରୀଙ୍କୁ ନେଇ ଚିନ୍ତାରେ ରେଳବାଇ, ଜାରି ହେଲା ନୂତନ ଗାଇଡଲାଇନ!


କେଉଁ ମାର୍ଗରେ ହେଉଛି ଅଧିକ ଚୋରି?
ଛତିଶଗଡ ବିଲାସପୁର ଜୋନ ଅଧିନରେ ଯାତ୍ରା କରୁଥିବା ରେଳଗାଡ଼ିରେ ଅଧିକ ରେଳ ସାମଗ୍ରୀ ଚୋରି ହେଉଥିବାର ଜଣାପଡ଼଼ିଛି। ବିଲାସପୁର ଏବଂ ଦୁର୍ଗ ମାର୍ଗରେ ଚଳାଚଳ କରୁଥିବା ଦୂର ଦୂରାନ୍ତ ରେଳଗାଡ଼ିରେ କମ୍ବଳ, ବେଡସିଟ୍, ତକିଆ କଭର, ଫେସ୍ ଟାୱେଲ କ୍ରମାଗତ ଭାବରେ ଚୋରି ହେଉଛି।


୪ ମାସ ମଧ୍ୟରେ ୫୫ ଲକ୍ଷ ଟଙ୍କାର ସାମଗ୍ରୀ ହୋଇଛି ଚୋରି
ରେଳବାଇ ପକ୍ଷରୁ କୁହାଯାଇଛି ଯେ ବିଗତ କିଛି ମାସ ମଧ୍ୟରେ ବିଲାସପୁର ଜୋନ ଅଧିନରେ ଚାଲୁଥିବା ବିଭିନ୍ନ ରେଳଗାଡ଼ିରୁ ପ୍ରାୟ ୫୫  ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି ହୋଇଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିଗତ ୪ ମାସ ମଧ୍ୟରେ ୫୫ ଲକ୍ଷ ୯୭ ହଜାର ୪୦୬ ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି ହୋଇଛି। ଗତ ୪ ମାସରେ ୧୨୮୮୬  ଫେସ୍ ଟାୱେଲ୍ ଚୋରି ହୋଇଛି। ଯାହାର ମୂଲ୍ୟ ହେଉଛି ୫ ଲକ୍ଷ ୫୯ ହାଜର ୩୮୧ ଟଙ୍କା। ଏହା ସହିତ ଏସି ବଗି ଯୋଗେ ଯାତ୍ରା କରୁଥିବା ଯାତ୍ରୀ ୪ ମାସ ମଧ୍ୟରେ ୧୮୨୦୮ ବେଡସିଟ୍ ଚୋରି କରି ନେଇଛନ୍ତି। ଯାହାର ମୂଲ୍ୟ ହେଉଛି ପାଖାପାଖି ୨୮ ଲକ୍ଷ ୧୬ ହଜାର ୨୩୧। ଏହା ବ୍ୟତୀତ ୧୯୭୬୭ ତକିଆ କଭର ଚୋରି ହୋଇଛି। ଯାହାର ମୂଲ୍ୟ ହେଉଛି ୧୦ ଲକ୍ଷ ୧୪ ୮୩୭ ଟଙ୍କା। ସେହିପରି ୨୭୯୬ କମ୍ବଳ ଚୋରି ହୋଇଯାଇଛି। ଯାହାର ମୂଲ୍ୟ ହେଉଛି ୧୧ ଲକ୍ଷ ୭୧ ହଜାର ୯୯୯ ଟଙ୍କା। ସେହିପରି ୩୧୨ ତକିଆ ଚୋରି ହୋଇଯାଇଛି।  ଯାହାର ମୂଲ୍ୟ ହେଉଛି ୩୪୯୫୬ ଟଙ୍କା।


Also Rerad: Indian Railway: ଶୀତ ଦିନେ ବନ୍ଦ ରହିଥାଏ ଟ୍ରେନ ଏସି, କ'ଣ ଯାତ୍ରୀଙ୍କ ଠାରୁ ଭଡ଼ା ନିଏ ରେଳବାଇ?


ରେଳବାଇ ସାମଗ୍ରୀ ଚୋରି କଲେ ମିଳିବ ୫ ବର୍ଷ ଜେଲ ଏବଂ ଜରିମାନା
ଏହି ତଥ୍ୟ ପ୍ରଦାନ କରିବା ରେଳବାଇ କହିଛି ଯେ କୌଣସି ରେଳବାଇ ସାମଗ୍ରୀ ଚୋରୀ କରିବା ଆଇନଗତ ଭୁଲ। ରେଳବାଇ ସମ୍ପତ୍ତି ଅଧିନିୟମସ ୧୯୬୬ ଅନୁଯାୟୀ ରେଳବାଇ ସାମଗ୍ରୀ ଚୋରି କରୁଥିବା ଯାତ୍ରୀଙ୍କ ବିରୋଧରେ ରେଳବାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଯେଉଁଥିରେ ଯାତ୍ରୀଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ସହିତ ଜେଲଦଣ୍ଡ ମଧ୍ୟ ଦିଆଯିବ। ଏଥିରେ କାହାକୁ ସର୍ବାଧିକ ୫ ବର୍ଷର ଜେଲଦଣ୍ଡ ମିଳିବାର ବ୍ୟବସ୍ଥା ରହିଛି। ରେଳବାଇ ଦ୍ୱାରା ଜରିମାନ ମଧ୍ୟ ଆଦାୟ କରାଯାଇ ପାରେ।