Indian Railway Suspended Train Ticket Checker: ଭିଡ଼ିଓ ଭାଇରାଲ ହେବା ପରେ ଜଣେ ଟ୍ରେନ ଟିକେଟ ପରୀକ୍ଷକଙ୍କୁ ନିଲମ୍ବିତ କରିଛି ଭାରତୀୟ ରେଳବାଇ। ବେଙ୍ଗାଲୁରୁ ସ୍ଥିତ କ୍ରୀଷ୍ଣରାଜପୁରମ ରେଳ ଷ୍ଟେସନ ଠାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠି ଜଣେ ଟ୍ରେନ ଟିକେଟ ଚେକର ଏବଂ ଜଣେ ମହିଳା ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଟ୍ରେନ ଟିକେଟ ଚେକର ଜଣଙ୍କ ଟିକେଟ ପାଇଁ ମହିଳା ଯାତ୍ରୀଙ୍କ ଉପରେ ପାଟି କରୁଥିବାର ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ପ୍ଲାଟଫର୍ମ ଠାରେ ଛିଡ଼ା ହୋଇଥିବା ଅନ୍ୟ ରେଳଯାତ୍ରୀ ଉଭୟଙ୍କ ମଧ୍ୟରେ ବିବାଦକୁ ଦେଖୁଛନ୍ତି।


COMMERCIAL BREAK
SCROLL TO CONTINUE READING

ମହିଳା ଯାତ୍ରୀ ଜଣକ ଜୋର ଦେଇ କହୁଛନ୍ତି ଯେ ସେ ତାଙ୍କ ଟିକେଟ ବୁକ୍ କରିଛନ୍ତି ଏବଂ ଏହାକୁ ସେ  ଅନ୍ୟ ଟିକେଟ ପରୀକ୍ଷକଙ୍କୁ ଦେଖାଇଛନ୍ତି। ହେଲେ ଏହି ରେଳ କର୍ମଚାରୀ ଜଣଙ୍କ ତାଙ୍କୁ ଚୁପ୍ କରି ସେଠାରୁ ଚାଲିଯିବାକୁ ଚେଷ୍ଟା କରୁଛନ୍ତି। ଏଭଳି ପରିସ୍ଥିତିରେ ସେଠାରେ ଛିଡା ହୋଇଥିବା ଅନ୍ୟଲୋକ ଟିକେଟ ପରୀକ୍ଷକଙ୍କୁ ଅଟକାଇବାକୁ ଚେଷ୍ଟା କରିଛନ୍ତି। ସେମାନେ ତାଙ୍କ ସାର୍ଟ ଧରି ସେହି ମହିଳା ଯାତ୍ରୀଙ୍କ ନିକଟକୁ ନେଇ ଆସୁଛନ୍ତି।  ଏହି ସମୟରେ ରେଳ କର୍ମଚାରୀ ଜଣଙ୍କ ନିଶାସକ୍ତ ଅବସ୍ଥାରେ ରହିଥିବାର ଅଭିଯୋଗ ହୋଇଛି।



ଅସୁବିଧାରେ ପଡିଥିବା ମହିଳା ଯାତ୍ରୀ ଜଣଙ୍କ ରେଳ କର୍ମଚାରୀଙ୍କୁ କହୁଛନ୍ତି ଯେ, "ଆପଣ କାହିଁକି ମୋତେ ଧମକାଉଛନ୍ତି? ମୁଁ ଟିକେଟ୍ ବୁକ୍ କରିଥିଲି ଏବଂ ସେଥିପାଇଁ ମୁଁ ଏଠାରେ ଅଛି। " ଏହାର ଜବାବ ଦେଇ ରେଳ କର୍ମଚାରୀ ଜଣଙ୍କ ତାଙ୍କୁ ଟିକେଟ ଦେଖାଇ ଚାଲିଯିବାକୁ କହୁଛନ୍ତି। ଏହା ହେଉଛି ମୋର କାମ। ଏହା ପରେ ଧୀରେ ଧୀରେ ଅନ୍ୟ ଲୋକ ସେଠାରେ ଏକାଠି ହେବାରେ ଲାଗିଛନ୍ତି। ନିକଟରେ ଠିଆ ହୋଇଥିବା ଜଣେ ବ୍ୟକ୍ତି କହୁଛନ୍ତି ଯେ, "ମହିଳା ଯାତ୍ରୀ ଜଣଙ୍କ ଏକାକୀ ଯାତ୍ରା କରୁଛନ୍ତି ଏବଂ ଟ୍ରେନ ଟିକେଟ ପରୀକ୍ଷକ ଜଣଙ୍କ ତାଙ୍କୁ ଧମକ ଦେଉଛି। ମୁଁ ଏହି ମହିଳାଙ୍କୁ ମଧ୍ୟ ଜାଣି ନାହିଁ ହେଲେ ମୁଁ ଦେଖିପାରୁଛି ଯେ ଏହି ବ୍ୟକ୍ତି ଜଣଙ୍କ ତାଙ୍କୁ ପରିହାସ କରୁଛନ୍ତି। "


ହେଲେ ଦକ୍ଷିଣ-ପଶ୍ଚିମ ରେଳବାଇ ଯେତେବେଳେ ଏହି ଘଟଣା ବିଷୟରେ  ଅବଗତ ହେଲା, ସେତେବେଳେ ସେହି ଟିକେଟ୍ ଯାଞ୍ଚକାରୀଙ୍କୁ ନିଲମ୍ବିତ କରିଥିଲା। ଏହାପୂର୍ବରୁ ଲକ୍ଷ୍ନୌ ଠାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ​​ଯେଉଁଠି ଜଣେ ଟିକେଟ୍ ଚେକର୍ ନିଶାସକ୍ତ ଅବସ୍ଥାରେ ରେଳଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିବାର ଅଭିଯୋଗ ହୋଇଥିଲେ। ଏହି ଘଟଣାରେ ପ୍ରତିକ୍ରିୟା ରଖି ସରକାରୀ ରେଳବାଇ ପୋଲିସ ଅଧିକାରୀ କହିଥିଲେ ଯେ ଜଣେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ସହ ଅକାଲତଖ୍ତ ଏକ୍ସପ୍ରେସ A1 ବଗିରେ ଯାତ୍ରା କରୁଥିଲେ।