Indian Railways: ଯାତ୍ରୀ ମାନେ ଧ୍ଯାନ ଦିଅନ୍ତୁ, ଏଣିକି ଟ୍ରେନରେ ମାଗଣରେ ଖାଇବାକୁ ଦେବ ରେଳବାଇ!
Indian Railways: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଯଦି ଆଗକୁ କେବେ ଟ୍ରେନରେ ଯାତ୍ରା(Travel in train) କରିବାକୁ ପ୍ଲାନ ରଖିଛନ୍ତି ତାହାଲେ ଆପଣ ଟ୍ରେନରେ ଫ୍ରି ଖାଇବା (Free Food in train)ସହ ଅନେକ ସୁବିଧା ପାଇପାରିବେ।
Indian Railways: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଯଦି ଆଗକୁ କେବେ ଟ୍ରେନରେ ଯାତ୍ରା(Travel in train) କରିବାକୁ ପ୍ଲାନ ରଖିଛନ୍ତି ତାହାଲେ ଆପଣ ଟ୍ରେନରେ ଫ୍ରି ଖାଇବା (Free Food in train)ସହ ଅନେକ ସୁବିଧା ପାଇପାରିବେ। ଏହି ଖବର ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ବର୍ତ୍ତମାନ ଭାରତୀୟ ରେଳ ବିଭାଗ ପକ୍ଷରୁ ଆପଣଙ୍କୁ ମାଗଣାରେ ଖାଦ୍ୟ ଓ ପାନୀୟ ସୁବିଧା ଯୋଗାଇ ଦିଆଯିବ। ଯାତ୍ରୀଙ୍କୁ ରେଳବାଇ ଓ ଆଇଆରସିଟିସି ପକ୍ଷରୁ ଅନେକ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି। କିନ୍ତୁ ଅନେକ ଯାତ୍ରୀ ଏ ନେଇ ଅବଗତ ନଥିବାରୁ ସେମାନେ ଏହାର ଫାଇଦା ଉଠାଇପାରନ୍ତି ନାହିଁ ।
ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ ଯେ, ଯଦି ଆପଣ କେବେ ଟ୍ରେନରେ ଯାତ୍ରା କରିବା ପାଇଁ ଚାହୁଁଛନ୍ତି ତାହେଲେ ଆଇଆରସିଟିସି( IRCTC) ପକ୍ଷରୁ ଆପଣଙ୍କୁ ମାଗଣା ଖାଇବା ଦେବା ସହ ମାଗଣା ଥଣ୍ଡା ପାନୀୟ ମଧ୍ୟ ଯୋଗାଇ ଦିଆଯିବ। କିନ୍ତୁ ଭାରତୀୟ ରେଳ ବିଭାଗ ଅନୁସାରେ ଯେତେବେଳେ ଆପଣଙ୍କର ଟ୍ରେନ ଡେରିରେ ଚାଲିଥିବ ସେତେବେଳେ ଆପଣ ଏହି ସବୁ ସୁବିଧା ପାଇ ପାରିବେ। ଏପରି ପରିସ୍ଥିତିରେ ଆପଣଙ୍କୁ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ। ରେଳବାଇ ପକ୍ଷରୁ ଏହି ସୁବିଧା ଗୁଡି଼କୁ ଆପଣ ସହଜରେ ଉପଭୋଗ କରିପାରିବେ। ଭାରତୀୟ ରେଳବାଇର ପରିବର୍ତ୍ତିତ ନିୟମ ଅନୁଯାୟୀ, ଯାତ୍ରା ସମୟରେ କୌଣସି କାରଣରୁ ଟ୍ରେନ ବିଳମ୍ବ ହେଲେ ଆଇଆରସିଟିସିର କ୍ୟାଟରିଂ ନୀତି ଅନୁଯାୟୀ ଯାତ୍ରୀମାନଙ୍କୁ ଜଳଖିଆ ଓ ହାଲୁକା ଭୋଜନ ମାଗଣାରେ ଯୋଗାଇ ଦିଆଯାଉଛି।
ଆପଣ ଏହି ସୁବିଧା କେବେ ପାଇ ପାରିବେ?
ଆଇଆରସିଟିସିର(IRCTC) ନିୟମ ଅନୁଯାୟୀ ଯାତ୍ରୀମାନଙ୍କୁ ମାଗଣା ମିଲ୍ ଯୋଗାଇ ଦିଆଯାଏ। ଯେତେବେଳେ ଆପଣଙ୍କର ଟ୍ରେନ ୨ ଘଣ୍ଟାରୁ ଅଧିକ ସମୟ ଧରି ବିଳମ୍ବ ହୁଏ ସେତେବେଳେ ଏହି ସୁବିଧା ଏକ୍ସପ୍ରେସ ଟ୍ରେନର ଯାତ୍ରୀମାନଙ୍କୁ ଦିଆଯାଏ। ଶତାଦ୍ଦୀ(Shatabdi Express), ରାଜଧାନୀ(rajdhani express) ଓ ଦୁରନ୍ତୋ ପରି ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏହି ଖବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।
ଖାଇବାରେ ଯାତ୍ରୀଙ୍କୁ କଣ ମିଳିବ?
ଜଳଖିଆ ପାଇଁ ଟ୍ରେନରେ ଚାହା, କଫି ଓ ବିସ୍କୁଟ ଯୋଗାଇବା ବ୍ୟବସ୍ଥା ଥିବା ବେଳେ ସନ୍ଧ୍ୟା ସମୟରେ ଚାହା କିମ୍ବା କଫି ସହ ୪ ଖଣ୍ଡ ପାଉଁରୁଟି ଓ ଗୋଟିଏ ବଟର ଚିପଲେଟ୍ ଯୋଗାଇ ଦିଆଯାଇଥାଏ। ଅପରାହ୍ନର ଖାଇବାରେ ରୁଟି, ଡାଲି ଓ ପନିପରିବା ତରକାରୀ ଦେଉଥିବା ସହ ବେଳେବେଳେ ପୁରୀ ମଧ୍ୟ ଦିଆଯାଇଥାଏ। ଯଦି ଆପଣଙ୍କ ଟ୍ରେନ ୨ ଘଣ୍ଟା ବିଳମ୍ବରେ ଚାଲୁଛି, ତେବେ ଆପଣ ଏହି ସବୁ ସୁବିଧା ପାଇପାରିବେ।