Indian Railways Historical Decisions: ସଦ୍ୟ ଭାରତୀୟ ରେଳବାଇ ପକ୍ଷରୁ ନିଆଯାଇଥିବା ନୂତନ ନିଷ୍ପତ୍ତି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ରେଳବାଇ ଏହାର ବାକି ପ୍ରିଣ୍ଟିଂ ପ୍ରେସ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ ସମୟରେ ଏହାର ଠିକା ଅର୍ଥାତ ପରିଚାଳନା ଦାୟିତ୍ୱ ଘରୋଇ ସଂସ୍ଥାଙ୍କୁ ପ୍ରଦାନ କରାଯିବ। ଡିଜିଟାଲ ଇଣ୍ଡିଆ ଆଡକୁ ଆଉ ଗୋଟିଏ ପଦକ୍ଷେପ ନେଉଥିବା ବେଳେ ରେଲୱେ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଗତ ୨୦୧୭ ବର୍ଷରେ ତତ୍କାଳୀନ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କ କାର୍ଯ୍ୟକାଳ ସମୟରେ ଏପରି ନିଷ୍ପତ୍ତି ନିଆଯାଇଥିଲା। ଯେଉଁଥିରେ ରେଳବାଇ ଦ୍ୱାରା ପରିଚାଳିତ ପ୍ରିଣ୍ଟିଂ ପ୍ରେସ ବନ୍ଦ ହେବା ନେଇ ଆଲୋଚନା ହୋଇଥିଲା।


COMMERCIAL BREAK
SCROLL TO CONTINUE READING

ମୁଦ୍ରଣ ପାଇଁ ସମ୍ପୂର୍ଣ୍ଣ ଚୁକ୍ତି ଘରୋଇ ବିକ୍ରେତାଙ୍କୁ ପ୍ରଦାନ କରାଯିବ
ଭାରତୀୟ ରେଳବାଇ ପକ୍ଷରୁ ପରିଚାଳିତ ପ୍ରିଣ୍ଟିଂ ପ୍ରେସ୍ (Indian Railways Printing Press) ବନ୍ଦ ହେବା ପରେ ମୁଦ୍ରଣ ପାଇଁ ସମ୍ପୂର୍ଣ୍ଣ ଚୁକ୍ତି ଘରୋଇ ବିକ୍ରେତାଙ୍କୁ ପ୍ରଦାନ କରାଯିବ। ଏହା ପରେ ପ୍ରିଣ୍ଟିଂ ପ୍ରେସ ବନ୍ଦ କରିବାକୁ ପ୍ରସ୍ତୁତି ଚାଲିଥିଲା। ସେହି ସମୟରେ ପ୍ରିଣ୍ଟିଂ ପ୍ରେସ୍ ବନ୍ଦ ହେବା ପରେ କେତେକକୁ ସଞ୍ଚାଳନ କରାଯାଇଥିଲା। ବର୍ତ୍ତମାନ ତାହାକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଉଛି। ଖବର ଅନୁଯାୟୀ ରେଳ ମନ୍ତ୍ରଣାଳୟ (Ministry of Railways) ୧୪ ପ୍ରିଣ୍ଟିଂ ପ୍ରେସ ମଧ୍ୟରୁ ୯ ମୁଦ୍ରଣ ଶାଳା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଅବଶିଷ୍ଟ ୫ ପ୍ରିଣ୍ଟିଂ ପ୍ରେସ ଭାରତୀୟ ରେଳବାଇ (Indian Railways) ନିୟନ୍ତ୍ରଣରେ ରଖାଯାଇଥିଲା। ବର୍ତ୍ତମାନ ରେଳବାଇ ପକ୍ଷରୁ ଏହି ପ୍ରିଣ୍ଟିଂ ପ୍ରେସ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।


୨୦୧୯ ଜୁନର ଚିଠିରେ ପ୍ରିଣ୍ଟିଂ ପ୍ରେସ ବନ୍ଦ କରିବା ନେଇ ଦିଆଯାଇଥିଲା ସୂଚନା 
ନିକଟରେ ଭାରତୀୟ ରେଳବାଇ ପକ୍ଷରୁ ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ ଭାୟଖଲା ମୁମ୍ବାଇ, ହାୱାଡ଼ା, ଦିଲ୍ଲୀ ଶକୁରବସ୍ତି, ଚେନ୍ନାଇ ରୋୟାପୁରମ୍ ଏବଂ ସିକନ୍ଦରବାଦ ଠାରେ ଚାଲୁଥିବା ପ୍ରିଣ୍ଟିଂ ପ୍ରେସ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗତ ୨୦୧୯ ଜୁନ୍ ୪ ତାରିଖରେ ଜାରି ହୋଇଥିବା ଚିଠିରେ ପ୍ରିଣ୍ଟିଂ ପ୍ରେସ ବନ୍ଦ କରିବା ନେଇ ସୂଚନା ଦିଆଯାଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ପ୍ରଶ୍ନ ଉଠୁଛି ଯେ ଆଗାମୀ ସମୟରେ ରେଳଯାତ୍ରା (Railway Journey) କରିବା ଲାଗି ବ୍ୟବହୃତ ହେଉଥିବା ଟ୍ରେନ ଟିକେଟ୍ (Train Ticket) କିପରି ଛପା ଯିବ?


ସୂତ୍ରରୁ ଦାବି କରିଛି ଯେ ଏନେଇ ସରକାରଙ୍କ ଉଦ୍ୟମ ହେଉଛି ଆସନ୍ତା ସମୟରେ ଘରୋଇ ପ୍ରିଣ୍ଟଂ ଟେଣ୍ଡର ପ୍ରଦାନ କରିବା। ଟିକେଟ୍ ଛାପିବା ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଘରୋଇ ଘରୋଇ ପ୍ରିଣ୍ଟିଂ ପ୍ରେସ ହାତରେ ଦାୟିତ୍ୱ ପ୍ରଦାନ କରାଯିବ। ରେଳବାଇ ବର୍ତ୍ତମାନ କେବଳ ଟ୍ରେନ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ଯୋଜନା କରୁଛି। ରେଳବାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଅଧିକାଂଶ ସଂରକ୍ଷିତ ଟିକେଟ୍ ଇ-ଟିକେଟ୍ ମାଧ୍ୟମରେ ବୁକିଂ (e-Ticket Booking) କରାଯାଇଥାଏ। ଏହା ବ୍ୟତୀତ ୮୧ ପ୍ରତିଶତ ଟିକେଟ୍ ଇ-ଟିକେଟ୍ ମାଧ୍ୟମରେ ଡିଜିଟାଲ୍ ବୁକ୍ (Digital Ticket Booking) କରାଯାଇଥାଏ।