Inovaare: ଭୁବନେଶ୍ୱରରେ ଖୋଲିଲା ଇନୋବେୟାରର ରାଷ୍ଟ୍ରୀୟ ମୁଖ୍ୟାଳୟ
କମ୍ପାନୀ ଆମେରିକାରେ ତାର ପ୍ରଥମ ଅପରେସନ ଆରମ୍ଭ କରିଥିଲେ। ବିଶେଷ ହେଲଥ କେୟାର କମ୍ପ୍ଲାୟନ୍ସ ଡିଭିଜନରେ ତାର କାର୍ଯ୍ୟ ଆରମ୍ଭ କରିଥିଲା। ପାଖାପାଖି ୫୦୦ ଗ୍ରାହକ କମ୍ପାନୀ ସହିତ ଯୋଡ଼ି ହୋଇଥିଲେ। ପରେ କମ୍ପାନୀର ଆକାର ବଢିବା ସହିତ ଭୁବନେଶ୍ୱରରେ ତାର କାର୍ଯ୍ୟାଳୟ ଖୋଲାଯାଇଛି।
Inovaare: ଭୁବନେଶ୍ୱର: ବିଶ୍ୱସ୍ତରୀୟ ବୈଷୟିକ ଉତ୍ପାଦ ଉନ୍ନତିକରଣ ସଂସ୍ଥା (Global Product Development Company) ଇନୋବେୟାର (Inovaare) ତାର ରାଷ୍ଟ୍ରୀୟ ମୁଖ୍ୟାଳୟ ରାଜଧାନୀ (National Head Quarter) ଭୁବନେଶ୍ୱରରେ (Bhubaneswar) ଖୋଲିଛି। ପଟିଆରେ (Patia) ଥିବା ଡିଏଲଏଫ ଟାଓ୍ୱାରରେ (DLF Tower) ତାର କାର୍ଯ୍ୟାଳୟ ଖୋଲାଯାଇଥିବା ନେଇ କମ୍ପାନୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତାର ସମସ୍ତ କାର୍ଯ୍ୟ ଏହି ଠାରୁ ପରିଚାଳନା କରାଯିବା କମ୍ପାନୀର ମୂଳ ଲକ୍ଷ୍ୟ ବୋଲି ସହ ପ୍ରତିଷ୍ଠାତା ମୋହର ମନୋହର ମିଶ୍ର, (Mohar Manohar Mishra) ଲକ୍ଷ୍ମୀ ନରସିମହା, (Laxmi Narsimha) ପ୍ରଭାତ ରାଉତ (Pravat Rout) ସୂଚନା ପ୍ରଦାନ କରିଥିଲେ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କମ୍ପାନୀ ଆମେରିକାରେ ତାର ପ୍ରଥମ ଅପରେସନ ଆରମ୍ଭ କରିଥିଲେ। ବିଶେଷ ହେଲଥ କେୟାର କମ୍ପ୍ଲାୟନ୍ସ ଡିଭିଜନରେ ତାର କାର୍ଯ୍ୟ ଆରମ୍ଭ କରିଥିଲା। ପାଖାପାଖି ୫୦୦ ଗ୍ରାହକ କମ୍ପାନୀ ସହିତ ଯୋଡ଼ି ହୋଇଥିଲେ। ପରେ କମ୍ପାନୀର ଆକାର ବଢିବା ସହିତ ଭୁବନେଶ୍ୱରରେ ତାର କାର୍ଯ୍ୟାଳୟ ଖୋଲାଯାଇଛି। ତେବେ ଆଗାମୀ ଏକ ବର୍ଷ ମଧ୍ୟରେ କମ୍ପାନୀରେ ଏକ ହଜାର ରୋଜଗାର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ତେବେ କମ୍ପାନୀର କାର୍ଯ୍ୟାଳୟ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ଆଇଟି, କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତୀ ବେହେରା, ସମ୍ମାନୀତ ଅତିଥି ଭାବେ ଆଇଆରଟିଏସ ଚେୟାରମ୍ୟାନ ମନୋଜ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥଇଲେ। ଅନ୍ୟ ମାନଙ୍କ ମଧ୍ୟରେ ଏସଟିପିଆଇର ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
କମ୍ପାନୀର ସିଇଓ ପ୍ରଭାତ ରାଉତ ସୂଚନା ଦେଇ କହିଥିଲେ କି ଆମେମାନେ ବିଶ୍ୱର ପ୍ରମୁଖ ସ୍ଥାନରେ କମ୍ପାନୀର କାର୍ଯ୍ୟାଳୟ ଆରମ୍ଭ କରିବାକୁ ଯାଉଛି। ତେବେ ଭୁବନେଶ୍ୱରରେ ଭାରତର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲାଯାଇଛି। ଏହା ନିଶ୍ଚିତ ପକ୍ଷେ ପ୍ରତିଟି ଓଡ଼ିଆ ପାଇଁ ଗୌରବର ବିଷୟ। ବିଶ୍ୱସ୍ତରୀୟ ଉତ୍ପାଦ ପାଇଁ ଏଠାରେ ସମସ୍ତ ପ୍ରକାର ଭିତ୍ତିଭୂମି ଓ ସୁବିଧା ରହିଛି। ଆମେମାନେ ଏଠାରେ ନିଶ୍ଚିତ ଭାବେ ବିଶ୍ୱସ୍ତରୀୟ ସୁବିଧା ଆମର କ୍ଲାଏଣ୍ଟମାନଙ୍କୁ ଯୋଗାଇ ଦେଇପାରିବୁ ବୋଲି ଆମର ଆଶା ରହିଛି ବୋଲି ସେ କହିଥିଲେ।
ଏଠାରେ କହି ରଖୁ କି ୨୦୧୦ରେ ସିଲିକନ୍ ଭ୍ୟାଲିରେ ଅବସ୍ଥିତ ଏକ ସ୍ୱୟଂଅନୁଦାନ ପ୍ରାପ୍ତ କମ୍ପାନୀ ଭାବରେ ଇନୋବେୟାର ଆରମ୍ଭ ହୋଇଥିଲା, ଯାହା ସ୍ୱାସ୍ଥ୍ୟସେବାରେ ଏକ ପରିବର୍ତ୍ତନ ଆଣିବାକୁ ଚାହୁଁଥିବା ଏକ ବୈଷୟିକ ଜ୍ଞାନକୌଶଳ ଦର୍ଶକଙ୍କ ଦ୍ୱାରା ହୋଇଥିଲା। ସ୍ୱାସ୍ଥ୍ୟ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ଏବଂ ଅନୁପାଳନ ଉପରେ ଧ୍ୟାନ ଦେଇଥିବା ଅଳ୍ପ କିଛି ଉତ୍ପାଦ ଏବଂ ସମାଧାନ କମ୍ପାନୀ ମଧ୍ୟରୁ ଇନୋବେୟାର ଅନ୍ୟତମ।
ଅଧିକ ପଢନ୍ତୁ: Imran Khan: ଇମ୍ରାନ ଖାନ କାହିଁକି ମନେ ପକାଇଲେ ପାକିସ୍ତାନର ବିଭାଜନ କଥା? ବାଂଲାଦେଶକୁ ନେଇ କହିଲେ ଏହି ବଡ଼ କଥା
ଅଧିକ ପଢନ୍ତୁ: Shyam Saran Negi Passes Away: ସ୍ୱାଧୀନ ଭାରତର ପ୍ରଥମ ଭୋଟରଙ୍କ ପରଲୋକ, ଜାଣନ୍ତୁ ତାଙ୍କ ଜୀବନ କାଳ ଭିତରେ କେତେ ଥର ଦେଇଥିଲେ ଭୋଟ୍ ?