International Girl Child Day 2023: ପ୍ରତ୍ୟେକ ବର୍ଷ ଅକ୍ଟୋବର ୧୧ ତାରିଖକୁ ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ ଭାବେ ପାଳନ କରାଯାଏ । ମହିଳା ସଶକ୍ତୀକରଣ ସହ କନ୍ୟାରତ୍ନଙ୍କ ଅଧିକାର ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହାର ମୂଳ ଉଦ୍ଦେଶ୍ୟ ଅଟେ।


COMMERCIAL BREAK
SCROLL TO CONTINUE READING

ପ୍ରାଚୀନ କାଳରେ ମହିଳାମାନଙ୍କର ଖୁବ୍‍ ଆଦର ସମ୍ମାନ କରାଯାଉଥିଲା। ମାତ୍ର ପରେ ସମୟ ବିତିବା ସହ ଏହିସବୁ ପରିସ୍ଥିତିରେ ପରିବର୍ତ୍ତନ ଆସିଥିଲା । ବାଲ୍ୟ ବିବାହ, ସତୀଦାହ ପ୍ରଥା, ଯୌତୁକ ଓ କନ୍ୟା ଭୃଣ ହତ୍ୟା ଭଳି ନିନ୍ଦନୀୟ ପ୍ରଥା ପ୍ରଚଳିତ ହେବା ଆରମ୍ଭ ହେଲା। ଏହି କାରଣରୁ କନ୍ୟାମାନଙ୍କୁ ଶିକ୍ଷା, ପୋଷଣ, ନ୍ୟାୟିକ ଅଧିକାର ଓ ଚିକିତ୍ସା ଆଦି ଅଧିକାରରୁ ବଞ୍ଚିତ କରାଗଲା। କିନ୍ତୁ ବର୍ତ୍ତମାନର ଏହି ଆଧୁନିକ ଯୁଗରେ ମହିଳାମାନଙ୍କୁ ସେମାନଙ୍କ ଅଧିକାର, ସୁରକ୍ଷା ଓ ଉନ୍ନତି ପ୍ରତି ଜନ ସଚେତନତା ସୃଷ୍ଟି କରାଇବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ପ୍ରୟାସ କରାଯାଉଛି । ତେବେ ମହିଳା ସଶକ୍ତୀକରଣ ସହ କନ୍ୟାରତ୍ନଙ୍କ ଅଧିକାରକୁ ନେଇ ସମାଜରେ ସତେଚନତା ସୃଷ୍ଟି କରିବା ନେଇ ପ୍ରଥମେ ୨୦୧୧ ମସିହାରେ ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ ପାଳନ କରିବା ନେଇ ଅନ୍ତର୍ଜାତୀୟ ସ୍ତରରେ ପ୍ରସ୍ତାବ ପାରିତ ହୋଇଥିବା । ଏହାପରେ ପ୍ରତି ବର୍ଷ ଅକ୍ଟୋବର ୧୧ ତାରିଖକୁ ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ ପାଳନ ନେଇ ସ୍ଥିର କରାଗଲା ସେବେଠାରୁ ଏହି ଦିବସ ପାଳନ କରାଯାଉଛି ।


ମହିଳାମାନଙ୍କ ଶିକ୍ଷା ବିଷୟରେ କହିବାକୁ ଗଲେ, ପୂର୍ବ ଅପେକ୍ଷା ଏଥିରେ ଅନେକ ପରିବର୍ତ୍ତନ ଆସିଛି । ବର୍ତ୍ତମାନର ଯୁଗରେ ପାଠ ପଢିବା ସହ ଝିଆମାନେ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷମାନଙ୍କ ସମକକ୍ଷ ହୋଇପାରିଛନ୍ତି ।  ନିକଟରେ ବିଶ୍ବ ବ୍ୟାଙ୍କର ରିପୋର୍ଟକୁ ଆଧାର କରି ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ସ୍ବାଧୀନତା ସମୟରେ ଦେଶର ସାକ୍ଷରତା ହାର ପ୍ରାୟ ୯ ପ୍ରତିଶତ ଥିଲା। ସେତେବେଳେ ୧୧ ଜଣ ଝିଅଙ୍କ ମଧ୍ୟରୁ କେବଳ ଜଣେ ଶିକ୍ଷିତ ରହୁଥିଲେ। ବର୍ତ୍ତମାନ ମହିଳାଙ୍କ ସାକ୍ଷରତା ହାର ୭୭%କୁ ବୃଦ୍ଧି ପାଇଛି। କିନ୍ତୁ ଏହି ସଂଖ୍ୟା ପୁରୁଷମାନଙ୍କଠାରୁ ପଛରେ ରହିଛି । ଦେଶରେ ପୁରୁଷ ସାକ୍ଷରତା ହାର ୮୪.୭% ଅଟେ।


ପ୍ରକାଶ ଥାଉ କି, କେନ୍ଦ୍ର ସରକାର କନ୍ୟାମାନଙ୍କ ସଂରକ୍ଷଣ ଓ ସଶକ୍ତିକରଣ ନେଇ ୨୦୧୫ ମସିହାରେ ବେଟି ବଚାଓ ବେଟି ପଢାଓ ନାମକ ଏକ ଯୋଜନା ଆରମ୍ଭ କରିଥିଲେ। ସେହିପରି ପ୍ରତ୍ୟେକ ବର୍ଷ ଜାନୁୟାରି ୨୪ତାରିଖକୁ ଦେଶରେ ‘ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ’ ଭାବେ ପାଳନ କରାଯାଏ।


Also Read-ହମାସକୁ ଆଇଏସ୍‍ଆଇଏସ୍‍ ସହ ତୁଳନା କଲେ ବାଇଡେନ୍‍, ଆମେରିକାକୁ ଦାୟୀ କଲା ଋଷ