GT vs RCB Match Highlights 2024: ଅପ୍ରେଲ ୨୮ ତାରିଖ ରବିବାର ଅହମ୍ମଦବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ଠାରେ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଏବଂ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଆଜି ଖେଳାଯାଇଥିବା ୪୫ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଧାର୍ଯ୍ୟ ୨୦ ଓଭର ରେ ୩ ୱିକେଟ ହରାଇ ୨୦୦ ରନ୍ ସଂଗ୍ରହ କରିଥିଲା। ୨୦୧ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଙ୍ଗାଲୁରୁ ୨୦ ଓଭର ରେ ଗୋଟିଏ ୱିକେଟ ହରାଇ ୨୦୬ ରନ୍ ସଂଗ୍ରହ କରିଥିଲା। ରବିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ବେଙ୍ଗାଲୁରୁ ଟିମ୍ ୯ ୱିକେଟ୍ ରେ ଗୁଜୁରାଟ ଦଳକୁ ପରାସ୍ତ କରିଛି। 


COMMERCIAL BREAK
SCROLL TO CONTINUE READING

ଏହି ମ୍ୟାଚ୍‌ରେ ବିରାଟ କୋହଲି ୭୦ ରନ୍‌ର ଏକ ଇନିଂସ ଖେଳି ଚଳିତ ଆଇପିଏଲ ସଂସ୍କରଣରେ ବେଙ୍ଗାଲୁରୁ ଦଳକୁ ତୃତୀୟ ବିଜୟ ପ୍ରଦାନ କରିଛନ୍ତି। ଗୁଜୁରାଟ ପ୍ରଥମେ ବ୍ୟାଟିଂ କରି ୨୦୦ ରନ୍ ସ୍କୋର କରିଥିଲା। ୨୦୧ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଙ୍ଗାଲୁରୁ ୨୪ ବଲ ବାକି ଥାଇ ହାସଲ କରି ନେଇଥିଲା। ଆରସିବି ଭଲ ଆରମ୍ଭ କରିଥିଲା। ୧୨ ବଲ୍ ଖେଳି ୨୪ ରନ୍ ସ୍କୋର କରିବା ପରେ ଫାଫ୍ ଡୁପ୍ଲେସିସ୍ ଆଉଟ୍ ହୋଇଥିଲେ। ଏହା ପରେ  ବିରାଟ କୋହଲି ଏବଂ ୱିଲ୍ ଜ୍ୟାକ୍ ଙ୍କ ମଧ୍ୟରେ ୧୬୬ ରନ୍ ଭାଗିଦାରୀ ହୋଇଥିଲା। ବିରାଟ କୋହଲି ୪୪ ବଲ୍ ଖେଳି ୬ ଚୌକା ଏବଂ ୩ ଛକା ସହାୟତାରେ ୭୦ ରନ୍ ସଂଗ୍ରହ କରିଥିଲେ। ଅନ୍ୟପକ୍ଷରେ ଜ୍ୟାକ ଆରମ୍ଭରେ ସଂଘର୍ଷ କରିଥିଲେ ମଧ୍ୟ ସେ ୪୧ ବଲ ଖେଳି ୫ ଚୌକା ଏବଂ ୧୦ ଛକା ସହାୟତାରେ ୧୦୦ ରନ୍ ସଂଗ୍ରହ କରିଥିଲେ। 


ଫାଫ୍ ଡୁ ପ୍ଲେସିସ୍ ଆଉଟ ହେବା ପରେ ବିରାଟ କୋହଲି ଏବଂ ୱିଲ୍ ଜ୍ୟାକ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ପ୍ରଥମ ୧୦ ଓଭର ପର୍ଯ୍ୟନ୍ତ ଦଳ ଗୋଟିଏ ୱିକେଟ୍ ହରାଇ ୯୮ ରନ୍ ସଂଗ୍ରହ କରିଥିଲା। ପରବର୍ତ୍ତୀ ୫ ଓଭର ରେ କୋହଲି ଏବଂ ଜ୍ୟାକ ମିଳିତ ଭାବେ ୭୯ ରନ୍ ସଂଗ୍ରହ କରିଥିଲେ। ଯେଉଁଥିପାଇଁ ବେଙ୍ଗାଲୁରୁ ସ୍କୋର ୧୫ ଓଭର ପରେ ୧୭୭ ରନ୍ ଥିଲା। ଶେଷ ୫ ଓଭର ବେଳକୁ ବେଙ୍ଗାଲୁରୁ ମ୍ୟାଚ ଜିତିବା ପାଇଁ ମାତ୍ର ୨୪ ରନ୍ ଆବଶ୍ୟକ କରୁଥିଲା। ଗୁଜୁରାଟ ପକ୍ଷରୁ ୧୬ ତମ ଓଭରରେ ବୋଲିଂ କରିବାକୁ ଆସିଥିବା ରସିଦ ଖାନଙ୍କ ଓଭର ରେ ୨୯ ରନ ସ୍କୋର କରି ବେଙ୍ଗାଲୁରୁ ଦଳକୁ ଜିତାଇବାରେ ଜ୍ୟାକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। 


ସାଇ କିଶୋର ଗୁଜୁରାଟ ପାଇଁ ଏକମାତ୍ର ୱିକେଟ୍ ନେଇଥିବା ବେଳେ ସେ ୩ ଓଭର ବୋଲିଂ କରି ୩୦ ରନ୍ ବ୍ୟୟ କରିଥିଲେ। ରସିଦ ଖାନ ୪ ଓଭର ବୋଲିଂ କରି ୫୧ ରନ୍ ବ୍ୟୟ କରିଥିଲେ। ମୋହିତ ଶର୍ମା ଏବଂ ନୁର ଅହମ୍ମଦଙ୍କୁ ନିର୍ଘାତ ପିଟିଥିଲେ ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନ୍। ମୋହିତ ଶର୍ମା ୨ ଓଭର ବୋଲିଂ କରି ୪୧ ଏବଂ ନୁର ଅହମ୍ମଦ ୪ ଓଭର ବୋଲିଂ କରି ୪୩ ରନ୍ ବ୍ୟୟ କରିଥିଲେ।