Iraqi Girl Swarmed: ଇରାକରେ ମହିଳାଙ୍କୁ ମିଳୁନି ସମ୍ମାନ । ଏକଥା ଆମେ କହୁନୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣବି କହିବେ । ସତରେ ଏଭଳି ଅମାନୁଷିକ ଭାବରେ ମହିଳାଙ୍କୁ ଅସମ୍ମାନ କରାଯାଉଛି । ତାହା ଫୁଣି ବିଚ୍  ରାସ୍ତାରେ।  ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ, ଦେଖିବାକୁ ମିଳିଛି ଯେ, ଜଣେ ୧୭ ବର୍ଷିୟ ଇରାକ ନାବାଳିକାଙ୍କ ସହ ଏଭଳି କିଛି ଘଟିଛି । ଇରାକର ଏକ ମୋଟରସାଇକେଲ ରେସ ଚାଲିଥିଲା। ଏହି ସମୟରେ ସେହି ରେସ ଦେଖିବାକୁ ପହଞ୍ଚିଥିଲେ  ଜଣେ ୧୭ ବର୍ଷିୟ ଯୁବତୀ । ଯୁବତୀ ଜଣକ ଛୋଟ ଡ୍ରେସ ପିନ୍ଧିଥିବା ଦେଖିବାରୁ ପୁରୁଷମାନେ ତାଙ୍କୁ ସେଠାରୁ ଗୋଡାଉ ଥିବା ଦେଖିବାକୁ ମିଳିଥିଲା।  ଜଣେ କି ଦୁଇ ଜଣ ପୁରୁଷ ନୁହେଁ, ପାଖାପାଖି ୨୦ ଜଣ ଯୁବକ ମିଶି ମହିଳାଙ୍କୁ ସେଠାରୁ ତଡିବା ସହ ଗୋଡେଇଥିଲେ । ଯାହା ସିସିଟିଭିରେ କଏଦ ହୋଇଛି । ତେବେ ଏହି ଘଟଣାଟି ୨୦୨୨ ମସିହା ୩୦ ଡିସେମ୍ବରର ବୋଲି କୁହାଯାଉଛି । ଡେଲି ମେଲ ଏକ ରିପୋର୍ଟରେ କହିଛି ଯେ ଜଣେ ଏହି ଘଟଣାଟି (Kurdistan region) ଇରାକର କୁର୍ଦ୍ଦିସ୍ତାନ ଅଞ୍ଚଳରେ ଏକ ରେସିଂ ଇଭେଣ୍ଟରେ ଘଟିଛି । 


COMMERCIAL BREAK
SCROLL TO CONTINUE READING

 


ନ୍ୟାସନାଲ ନ୍ୟୁଜ୍, ଏକ ରିପୋର୍ଟରେ କହିଛି ଯେ ଯୁବତୀ ଜଣକ ସହ ତାଙ୍କର ଏକ ବନ୍ଧୁ ମଧ୍ୟ ଥିଲେ । ଯିଏ ଯୁବତୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଏପରିକି ସେଠାକାର ଲୋକେ ଯୁବତୀଙ୍କୁ ଅପମାନିତ କରିବା ସହ ଗୋଇଠା ମଧ୍ୟ ମାରିଥିଲେ । ଏବଂ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଯୁବତୀଙ୍କ ଜୀବନ ପ୍ରତି ବିପଦ ଦେଖି  ତାଙ୍କ ପୁରୁଷ ବନ୍ଧୁ ଯୁବତୀଙ୍କୁ ସେଠାରୁ ମଟୋର ସାଇକେଲ ଯୋଗେ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରିଥିବା ଭିଡିଓରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ନ୍ୟାସନାଲ ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ସେହି ଦୁବୃର୍ତ୍ତମାନେ ଯୁବତୀଙ୍କୁ ମଧ୍ୟ ଛୁରାମାଡ଼ କରିଥିଲେ।


 



ଏନଜିଓ କୁର୍ଦ୍ଦିସ୍ତାନ ୱାଚ କହିଛି ଯେ ଯୁବତୀଙ୍କ ପୁରୁଷ ବନ୍ଧୁ, ପୂର୍ବ ରେସିଂ ଇଭେଣ୍ଟରେ ଅଂଶଗ୍ରହଣ କରିସାରିଛନ୍ତି। କିନ୍ତୁ ପୁରୁଷମାନେ ଦାବି କରିଛନ୍ତି ଯେ ମହିଳାମାନଙ୍କୁ   ଏହି ଇଭେଣ୍ଟେରେ ଅନୁମତି ଦିଆଯାଉ ନାହିଁ । କାରଣ ଏହି ରେସରେ ମହିଳାମାନେ ସାମିଲ ହେଲେ ପୁରୁଷଙ୍କ ଧ୍ୟାନ ବିଚ୍ୟୁତ ହେବ। ଏହି ସମୟରେ ଏନଜିଓ କହିଛି ଯେ ଏହି ଘଟଣାରେ ୧୬ ଜଣଙ୍କୁ ଗିରଫ କରାଯାଇଛି ଏବଂ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଫଟୋ  ମଧ୍ୟ ସେୟାର କରିଛନ୍ତି। କୁର୍ଦ୍ଦିସ୍ତାନ ୨୪ ଅନୁଯାୟୀ ସୁଲେମାନି ପୋଲିସର ମୁଖପାତ୍ର ସାର୍କାଭତ ଅହମ୍ମଦ କହିଛନ୍ତି ଯେ ଗିରଫ ବ୍ୟକ୍ତିମାନଙ୍କ ଠାରୁ ମାରଣାନ୍ତ୍ର ଜବତ କରାଯାଇଛି। ସେ କହିଛନ୍ତି ଯେ ତିନି ଜଣ ବ୍ୟକ୍ତି ଏହି ଘଟଣାର ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସରକାରୀ ମୁଖପାତ୍ର ଜୋଟିୟାର ଆଦିଲ କହିଛନ୍ତି ଯେ ଏହି ଘଟଣା ଗ୍ରହଣୀୟ ନୁହେଁ।