Women Health Tips: ନୂଆଦିଲ୍ଲୀ: ଅନେକ ଯୁବତୀ ରାତିରେ ନିଜ ଅନ୍ତଃବସ୍ତ୍ର ପରିଧାନ କରି ଶୋଇଥା’ନ୍ତି। ଯାହାଦ୍ୱାରା ଶରୀରକୁ କିଛି ଆରାମ ମିଳିଥାଏ। କିନ୍ତୁ ଅନ୍ତଃବସ୍ତ୍ର ବିଷୟରେ କଣ କହେ ରିପୋର୍ଟ? ଏହାକୁ ପିନ୍ଧି ଶୋଇବା ଠିକ୍ କି? ଆପଣ ଏହା ବିଷୟରେ କେବେ ଚିନ୍ତା କରିଛନ୍ତି କି? ଆଜି ଏହି ଆର୍ଟିକିଲରେ ଆମେ ଏ ବିଷୟରେ ଆପଣଙ୍କୁ ସବିଶେଷ ସୂଚନା ପ୍ରଦାନ କରିବୁ। ସର୍ବଶେଷରେ ଅନ୍ତଃବସ୍ତ୍ର ପିନ୍ଧିବା ଶରୀର ଉପରେ କି ପ୍ରଭାବ ପକାଇଥାଏ, ତେବେ ବିଳମ୍ବ ନକରି ଆସନ୍ତୁ ଏହା ବିଷୟରେ ଜାଣିବା...


COMMERCIAL BREAK
SCROLL TO CONTINUE READING

ରାତିରେ ଅନ୍ତଃବସ୍ତ୍ର ପିନ୍ଧି ଶୋଇବା ଉଚିତ କି ନୁହେଁ...
ରାତିରେ ଅନ୍ତଃବସ୍ତ୍ର ପିନ୍ଧି ଶୋଇବା ଦ୍ୱାରା ଯୌନାଙ୍ଗରେ ଚର୍ମ ଜନିତ ସମସ୍ୟା ହେବାର ସମ୍ଭାବନା ଅନେକ ମାତ୍ରାରେ ରହିଥାଏ। ଏପରିକି ପ୍ରାଇଭେଟ ପାର୍ଟରେ କୁଣ୍ଡିଆ ଭଳି ସମସ୍ୟା ଦେଖା ଦେଇପାରେ। ଯଦି ତୁମେ ରାତିରେ ତୁମର ଅନ୍ତଃବସ୍ତ୍ର କାଢି ଶୋଇଥାଅ, ତେବେ ଦାଗ, ଫୁଲା ଜନିତ କୌଣସି ଅସୁବିଧା ହେବ ନାହିଁ।


ସେହିପରି ଏବେ ଦେଶରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଫଳରେ ଏହା ଶରୀର ଉପରେ ବିଶେଷ ପ୍ରଭାବ ପକାଉଛି।  ବିଶେଷ କରି ଗ୍ରୀଷ୍ମ ଋତୁରେ ଅନ୍ତଃବସ୍ତ୍ର କାଢି ଶୋଇବା ଉଚିତ। କାରଣ ଗରମ କାରଣରୁ ଶରୀରରୁ ବହୁ ମାତ୍ରା ଝାଳ ନିର୍ଗତ ହୋଇଥାଏ। ଯାହା ଫଳରେ ଗୁପ୍ତାଙ୍ଗରୁ ବହୁ ମାତ୍ରା ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ। ଯାହା ଶରୀରରେ ବିଭିନ୍ନ ପ୍ରକାରର ଚର୍ମଜନିତ ସମସ୍ୟା ସୃଷ୍ଟି କରିପାରେ। ସେଥିପାଇଁ ଯଦି ଆପଣ ରାତିରେ ଏହାକୁ ନ ପିନ୍ଧି ଶୋଇଥା’ନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହେବ।


ଖରାଦିନ ଥିବାରୁ ଶରୀରକୁ ଢିଲା ପୋଷାକ ବେଶ ସୁହାଇଥାଏ। ଏହି ସମୟରେ ଆପଣ ଯଦି ଅତ୍ୟଧିକ ଛୋଟ ବା ଟାଇଟ ଅନ୍ତଃବସ୍ତ୍ର ପିନ୍ଧୁଥାନ୍ତି ତେବେ ଗୁପ୍ତାଙ୍ଗରେ ସଂକ୍ରମଣ ହେବାର ଆଶଙ୍କା ଥାଏ। ସେଥିପାଇଁ ଏପରି ନ କରି ଆପଣ ଢିଲା ପୋଷାକ ପିନ୍ଧି ଶୋଇବା ଉଚିତ। 


ରାତିରେ ଅନ୍ତଃବସ୍ତ୍ର ନ ପିନ୍ଧି ଶୋଇଲେ ବେଶ ଆରାମ ମିଳିଥାଏ। ଶରୀର ଆରାମଦାୟକ ଅନୁଭବ କରେ। ଦୁର୍ଗନ୍ଧ ମଧ୍ୟ  ଆସିନଥାଏ। ତେଣୁ ଆଜିଠାରୁ ରାତିରେ ଅନ୍ତଃବସ୍ତ୍ର ପିନ୍ଧି ଶୋଇବା ଉଚିତ୍ ନୁହେଁ।


Disclaimer: ପରାମର୍ଶ ସହିତ ଏହି ରିପୋର୍ଟ କେବଳ ସାଧାରଣ ସୂଚନା ପ୍ରଦାନ କରେ। ଉଚିତ ଚିକିତ୍ସା ତଥା ମତାମତ ପାଇଁ ଏହା କୌଣସି ପ୍ରକାରେ ବିକଳ୍ପ ନୁହେଁ। ଅଧିକ ବିବରଣୀ ପାଇଁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କର ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ZEE ODISHA NEWS ଏହି ସୂଚନା ପାଇଁ ଦାବି କରେ ନାହିଁ।