Why Can Not Remember The Previous Birth: ପୂର୍ବ ଜନ୍ମକୁ କାହିଁକି ସ୍ମରଣ କରିହୁଏ ନାହିଁ? ଅନେକ ଥର ଏପରି ଘଟଣା ସାମ୍ନାକୁ ଆସିଥାଏ ଯେଉଁଥିରେ ଜଣେ ଶିଶୁ କିମ୍ବା ବୟସ୍କ ବ୍ୟକ୍ତି ତାଙ୍କର ପୂର୍ବଜନ୍ମ କଥା ମନେ ରଖିଥାନ୍ତି। ଏହା ସହିତ ସେହି ଲୋକଙ୍କ ଦ୍ୱାରା କୁହାଯାଇଥିବା ପୂର୍ବ ଜନ୍ମର ଘଟଣା ମଧ୍ୟ ସତ ହୋଇଯାଏ। ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହିନ୍ଦୁ ଧର୍ମ ସମେତ ଦେଶ ତଥା ବିଶ୍ୱର ଅନ୍ୟ କେତେକ ଧର୍ମରେ ପୂର୍ବ ଜନ୍ମ ଧାରଣା ସତ୍ୟ ବୋଲି ବିବେଚନା କରାଯାଇଥାଏ। 
 
ହେଲେ ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଯଦି ପୂର୍ବ ଜନ୍ମ (Previous Birth) ରହିଛି, ତାହେଲେ କାହିଁକି ଏହାକୁ ସ୍ମରଣ (Remembrance of previous Birth) କରାଯାଇ ପାରେ ନାହିଁ। ପୂର୍ବ ଜନ୍ମକୁ ମନେ ରଖିବାରେ ସକ୍ଷମ ନହେବା ପଛରେ କିଛି ଧାର୍ମିକ ଏବଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ହେଲେ ତଥାପି ପୂର୍ବ-ଜନ୍ମ ସମ୍ବନ୍ଧରେ (Scientific Research on Previous Birth) ଦୀର୍ଘ ସମୟ ଧରି ନିରନ୍ତର ଗବେଷଣା କରିବାରେ ଲାଗିଛି ବିଜ୍ଞାନ। ଯଦି ପୂର୍ବ ଜନ୍ମ ରହିଛି, ତାହେଲେ ଏହାକୁ ମନେ ନ ପକାଇ ପାରିବା ପଛରେ କେଉଁ ଧାର୍ମିକ ଏବଂ ବୈଜ୍ଞାନିକ କାରଣ ରହିଛି?


COMMERCIAL BREAK
SCROLL TO CONTINUE READING

ପୂର୍ବଜନ୍ମ ସମ୍ବନ୍ଧରେ ମନେ ନ ପଡ଼ିବା ପଛରେ ରହିଥିବା ବୈଜ୍ଞାନିକ କାରଣ 
ବୈଜ୍ଞାନିକ ତତ୍ତ୍ୱ ଅନୁଯାୟୀ, ଆମର ମସ୍ତିଷ୍କର (Brain of Human Being) ଗଠନ ଏବଂ କାର୍ଯ୍ୟକଳାପ ଏପରି ଯେ ଆମେ ବହୁ ପୁରୁଣା ଜିନିଷ ମନେ ରଖି ପାରୁନାହୁଁ। ସେଥିପାଇଁ ଆମେ ନୂଆ କଥା ସାମ୍ନାରେ ପୁରୁଣା କଥା ଭୁଲି ଯାଇଥାଉ। ଏହି କାରଣରୁ ଆମର ମନ ଉପରେ କୌଣସି ଅନାବଶ୍ୟକ ବୋଝ ପଡେନାହିଁ। ଆମେ ପୁରୁଣା କଥାକୁ ଭୁଲିଯିବା ଦ୍ୱାରା ବର୍ତ୍ତମାନ ଏବଂ ଭବିଷ୍ୟତ ଉପରେ ଭଲ ଭାବରେ ଧ୍ୟାନ ଦେବାରେ ସକ୍ଷମ ହୋଇଥାଉ। ଏହି କାରଣରୁ ଆମେ ଆମେ ଆମର ପୂର୍ବ ଜନ୍ମ ସମ୍ବନ୍ଧରେ କୌଣସି କଥା ମନେ ରଖି ପାରିନଥାଏ। 


ପୂର୍ବଜନ୍ମ ସମ୍ବନ୍ଧରେ ମନେ ନ ପଡ଼ିବା ପଛରେ ରହିଥିବା ଧାର୍ମିକ ବିଶ୍ୱାସ
ଏହା ବ୍ୟତୀତ ଧାର୍ମିକ ଶାସ୍ତ୍ର ଅନୁଯାୟୀ ପୂର୍ବ ଜନ୍ମ ସମ୍ବନ୍ଧରେ କୌଣସି କଥା ମନେ ନ ରହିବା ପଛରେ ରହିଥିବା କାରଣ ହେଉଛି ଯେ ଯଦି ଜଣେ ବ୍ୟକ୍ତି ତାଙ୍କର ପୂର୍ବ ଜନ୍ମକୁ ମନେ ରଖନ୍ତି, ତାହେଲେ ତାଙ୍କର ବର୍ତ୍ତମାନର ଜୀବନ ଅତ୍ୟନ୍ତ ଅସହଜ ହୋଇଯିବ। ସେ ସର୍ବଦା ପୁରୁଣା ଜନ୍ମର କାର୍ଯ୍ୟ, ତାଙ୍କ ସହିତ ଘଟିଥିବା ଘଟଣା, ମୃତ୍ୟୁ ସମ୍ପର୍କରେ ମନେ ରଖିଥାନ୍ତି। ଯାହା ଦ୍ୱାରା ସେହି ବ୍ୟକ୍ତି ଜଣଙ୍କ ଏକ ଭୟର ବାତାବରଣ ମଧ୍ୟରେ ବଞ୍ଚିରହିବେ। ଏହା ଭଲ ଯେ ଜନ୍ମ ପରେ ସେ ସମୟ ସହିତ ତାଙ୍କର ପୂର୍ବ ଜନ୍ମର ସ୍ମୃତି (Memories of Previous Births) ଭୁଲିଯିବେ।


କିପରି ମନେରଖିବେ ପୂର୍ବଜନ୍ମ କଥା?  
ପୂର୍ବ ଜନ୍ମକୁ ମନେ ରଖିବାର ଉପାୟ ରହିଛି। ଯାହା ସାହାଯ୍ୟରେ କୌଣସି ଜଣେ ବ୍ୟକ୍ତି ନିଜର ପୂର୍ବ ଜନ୍ମ ବିଷୟରେ ଜାଣିପାରିବେ। ଏହାକୁ "ପାଷ୍ଟ ଲାଇଫ ରିଗ୍ରେସନ" (Past Life Regression) କୁହାଯାଏ। ଲୋକେ ସେମାନଙ୍କର ପୂର୍ବ ଜନ୍ମ ସମ୍ପର୍କରେ ଜାଣିବା ପାଇଁ ସମ୍ମୋହନ ଅର୍ଥାତ ହାଇପ୍ନୋସିସ୍ (Hypnosis) ସହିତ ଜଡିତ ଏହି ଜ୍ଞାନକୁ ବ୍ୟବହାର କରିଥାନ୍ତି। ଅନେକ ସ୍ଥାନରେ ଏହା ଥେରାପି (Hypnosis Therapy) ଭାବରେ ମଧ୍ୟ ବ୍ୟବହୃତ ହୋଇଥାଏ।