Top 10 News Today: ପଞ୍ଚଭୂତରେ ବିଲିନ ହେଲେ ରତନ ଟାଟା, ପଢନ୍ତୁ ଅନ୍ୟ ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2467829

Top 10 News Today: ପଞ୍ଚଭୂତରେ ବିଲିନ ହେଲେ ରତନ ଟାଟା, ପଢନ୍ତୁ ଅନ୍ୟ ୧୦ଟି ପ୍ରମୁଖ ଖବର

Top 10 News Today: ଆଜି ଦିନରେ ରାଜ୍ୟ  ଏବଂ ଦେଶ ବିଦେଶରେ ଘଟିଯାଇଛି ଅନେକ ଘଟଣା । ସେହିସବୁ ଗୁରୁତ୍ୱପୂର୍ଣ୍ଣ ଖବର ଜାଣନ୍ତୁ ଅଳ୍ପରେ

Top 10 News Today: ପଞ୍ଚଭୂତରେ ବିଲିନ ହେଲେ ରତନ ଟାଟା, ପଢନ୍ତୁ ଅନ୍ୟ ୧୦ଟି ପ୍ରମୁଖ ଖବର

1.Ratan Tata Funeral: ମୁମ୍ବାଇର ୱର୍ଲିରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଶେଷକୃତ୍ୟ ସମୟରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ । ଜଣେ ସାଧୁଙ୍କ ପରି ଜୀବନ ବିତାଇଥିବା ଶିଳ୍ପପତି ରତନ ଟାଟା ସମଗ୍ର ଦେଶକୁ କନ୍ଦାଇ ବିଦାୟ ନେଇଛନ୍ତି ।

2.Ratan Tata Successor: ଟାଟା ସନ୍ସ ଚାରିଟେବୁଲ ଟ୍ରଷ୍ଟର ଚେୟାରମ୍ୟାନ୍ ରତନ ଟାଟାଙ୍କ ଦେହାନ୍ତ ହୋଇଛି। ୮୬ ବର୍ଷୀୟ ରତନ ଟାଟା ଗତକାଲି ରାତିରେ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ରତନ ଟାଟାଙ୍କ ଦେହାନ୍ତ ପରେ ତାଙ୍କ ଉତ୍ତରାଧିକାରୀଙ୍କ ବିଷୟରେ ଅନେକ ଆଲୋଚନା ହେଉଛି। କାରଣ ରତନ ଟାଟା ବିବାହ କରିନଥିଲେ। ତାଙ୍କର ନିଜର କୌଣସି ସନ୍ତାନ ନ ଥିବାରୁ ଟ୍ରଷ୍ଟ ବୋର୍ଡକୁ ଜଣେ ଟ୍ରଷ୍ଟିଙ୍କୁ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରିବାକୁ ପଡିବ। ତେଣୁ, ତାଙ୍କର ସାବତ ଭାଇ ୬୭ ବର୍ଷୀୟ ନୋଏଲ୍ ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ହୋଇପାରନ୍ତି। ଏହି ପଦବୀ ପାଇଁ ସେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ରେସରେ ଆଗରେ ଅଛନ୍ତି, କାରଣ ନୋଏଲ୍ ଟାଟା ରତନ ଟାଟାଙ୍କ ପରେ ଆସନ୍ତି ଏଓସେ ବର୍ତ୍ତମାନ ଟାଟା ଗ୍ରୁପ୍ ର ଟ୍ରଷ୍ଟି ମଧ୍ୟ ଅଟନ୍ତି। ତେଣୁ ଅଧ୍ୟକ୍ଷ ପଦ ପାଇଁ ତାଙ୍କ ନାମ ପ୍ରଥମେ ନିଆଯାଉଛି।

3.Massive drug bust in Delhi: ପୋଲିସ ସ୍ପେଶାଲ ସେଲ ଦିଲ୍ଲୀର ରମେଶ ନଗରରୁ ୨୦୦ କିଲୋଗ୍ରାମ କୋକେନ ଜବତ କରିଛି, ଯାହାର ମୂଲ୍ୟ ପ୍ରାୟ ୨୦୦୦ କୋଟି ଟଙ୍କା। ଏହାର କିଛି ଦିନ ପୂର୍ବରୁ ଦିଲ୍ଲୀ ପୋଲିସ ୫୬୦୦ କୋଟିରୁ ଅଧିକ ମୂଲ୍ୟର କୋକେନ ଏବଂ ଅନ୍ୟାନ୍ୟ ନିଶା ସାମଗ୍ରୀ ଉଦ୍ଧାର କରିଥିଲା।ଅକ୍ଟୋବର ମାସରେ ଦିଲ୍ଲୀରେ ଉଦ୍ଧାର ହୋଇଥିବା କୋକେନର ଏହା ହେଉଛି ଦ୍ୱିତୀୟ ବଡ ଜବତ୍। ଚଳିତ ମାସ ପର୍ଯ୍ୟନ୍ତ ଦିଲ୍ଲୀରେ ୭୬୦ କିଲୋଗ୍ରାମରୁ ଅଧିକ କୋକେନ ଉଦ୍ଧାର କରାଯାଇଛି। ଏହାପୂର୍ବରୁ ୨ ଅକ୍ଟୋବରରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଡ୍ରଗ୍ ଗ୍ୟାଙ୍ଗରୁ ୫୬୦ କିଲୋଗ୍ରାମରୁ ଅଧିକ କୋକେନ ଜବତ କରିଥିଲା , ​ଯାହାର ମୂଲ୍ୟ ପ୍ରାୟ ୫୬୦୦ କୋଟି ଟଙ୍କା ଥିଲା। 

4.Odisha News:ପାରାଦୀପ ସ୍ଥିତ ପିଆଇସିଟି କମ୍ପାନୀ ପରିସରରେ ଦୁର୍ଘଟଣା। ଫୋରକ୍ଲିପ୍ ଚାପାରେ ଜଣେ କର୍ମଚାରୀର ମୃତ୍ୟୁ। ମୃତ କର୍ମଚାରୀ ଜଣଙ୍କ ହେଲେ ପାରାଦୀପ ମଧୁବନ ସ୍ଥିତ ବୃନ୍ଦାବନ କଲୋନୀ ଶିବ ମନ୍ଦିର ନିକଟରେ ରହୁଥିବା ଭୋଳିନାଥ ସ୍ବାଇଁ ,ବୟସ ୩୫ ବୋଲି ଜଣାପଡିଛି। ସେ ଦୀର୍ଘଦିନ ହେବ ପିଆଇସିଟି କମ୍ପାନୀ ଅଧିନ ରେ କାର୍ଯ୍ୟ କରୁଥିବା ''ସାଇଏନ୍ସ ମେରାଇନ୍ ପ୍ରାଇଭେଟ୍ ଲିମିଟେଡ଼ ଏକ ସର୍ଭେ କମ୍ପାନୀ ରେ କାର୍ଯ୍ୟ କରି ଆସୁଥିଲେ। ଆଜି ସେହିପରି ଭୋଳିନାଥ ସର୍ଭେ କାର୍ଯ୍ୟ କରୁଥିବା ସମୟରେ ପିଆଇସିଟି କମ୍ପାନୀ ର ଫୋରକ୍ଲିପ୍ ଟି ଭୋଳିନାଥ ଉପରେ ଚଢି ଯିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ପିଆଇସିଟି କମ୍ପାନୀ ପରିସରରୁ ମୃତ ଭୋଳିନାଥକୁ ଅଠରବାଙ୍କୀ ମେଡିକାଲ୍ କୁ ନଆଣି କୁଜଙ୍ଗ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିଵା ଜଣାପଡିଛି।

5.OSSSC: ପୁଣି ଜୋର ଧରିଛି ଆରଆଇ-ଅମିନ୍ ପରୀକ୍ଷା ବାତିଲ ଦାବି । ରାଜଧାନୀରେ ହଲ୍ଲାବୋଲ୍ ପରେ ଆଜି କଟକରେ ପ୍ରତିବାଦ ଦେଖିବାକୁ ମିଳିଛି । OSSSCରେ ବ୍ୟାପକ ତ୍ରୁଟି ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ପରୀକ୍ଷାର୍ଥୀ। କାଠଯୋଡ଼ି ନଦୀରେ ଆଡମିଟ୍ କାର୍ଡକୁ ଡଙ୍ଗା କରି ଭସାଇଛନ୍ତି ଆଶାୟୀ । ପୁନଃ ପରୀକ୍ଷା କରିବା ଦାବିରେ ଆନ୍ଦୋଳନ କରାଯାଇଛି ।
6.Police encounter: ସମ୍ବଲପୁର ବୁର୍ଲା ପୋଲିସର ଏନକାଉଣ୍ଟର । ଗତ ଚାରି ତାରିଖରେ ଏକ ମାମଲାକୁ ନେଇ ପୋଲିସ କନେଷ୍ଟବଳ ସରୋଜ ଭୋଇ ଝରାପାଲି ଅଞ୍ଚଳରେ ବୁଝାସୁଝା କରୁଥିବା ସମୟରେ କମଳୁ ପ୍ରଧାନ ନାମକ ଯୁବକ ଏକ ଚାପଡ଼ରେ କନେଷ୍ଟବଳଙ୍କୁ ହାଣିଥିଲା । ଫଳରେ ସରୋଜଙ୍କ ତିନୋଟି ଆଙ୍ଗୁଳି କଟିଯାଇଥିଲା । ସେହି ଦିନ ଠାରୁ ଅଭିଯୁକ୍ତ କମଳୁ ଫେରାର ହୋଇଯାଇଥିଲା। ଆଜି ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା ଯେ, କଣ୍ଟା ପାଲି ଜଙ୍ଗଲରେ କମଳୁ ପ୍ରଧାନ ଲୁଚିଛି। ପ୍ରଥମେ ତାକୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା କିନ୍ତୁ ସେ ଫେରାର ହେବାକୁ ଚେଷ୍ଟା କରୁଥିବା ସମୟରେ ଏନକାଉଣ୍ଟରର ଶିକାର ହୋଇଥିଲା ।

7.କେନ୍ଦ୍ର ପରେ ରାଜ୍ୟ ବଢ଼ାଇବ ଗରିବଙ୍କୁ ମାଗଣା ଚାଉଳ ଅବଧି । ମାଗଣା ଚାଉଳ ଅବଧି ବୃଦ୍ଧି କରାଯିବ କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟର ନିଜସ୍ବ ଯୋଜନାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରାଯିବ କହିବା ସହ, କେନ୍ଦ୍ର ୨୦୨୮ ଯାଏଁ ଚାଉଳ ଅବଧି ବୃଦ୍ଧି କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମନ୍ତ୍ରୀ ।

8.Ration Card: ରାସନ କାର୍ଡ EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପାଖାପାଖି ୨ କୋଟି ୩୦ ଲକ୍ଷ EKYC ସରିଲାଣି, ୧ କୋଟି ପାଖାପାଖି ଲୋକଙ୍କ EKYC ବାକି ଅଛି, ୧୫-୨୦ ଦିନରେ EKYC ସରିଯିବ  ତାପରେ ନୂଆ କାର୍ଡ ବଣ୍ଟାଯିବ ।

9.Durga Film:  ଦର୍ଶକଙ୍କୁ ଦଶହରା ଭେଟ ଦେଇ ପୁରୀ ଟାଉନ ହଲରେ ମୁକ୍ତିଲାଭ କରିଛି ନାରୀ କୈନ୍ଦ୍ରିକ ଓଡ଼ିଆ ଚଳଚ୍ଚିତ୍ର "ଦୁର୍ଗା" ଓ କାହାଣୀକୁ ନେଇ ପରଦାକୁ ଆସିଛି ଏହି ଚଳଚ୍ଚିତ୍ର । ରାଜ୍ୟରେ ଫିଲ୍ମ ହଲ୍‌ର ଅଭାବ ସହ ପ୍ରତିଯୋଗତାମୂଳକ ପରିସ୍ଥିତିରେ ପୁରୀରେ ଚଳଚ୍ଚିତ୍ର ‘ଦୁର୍ଗା'' ନିଆରା ଡଙ୍ଗରେ ମୁକ୍ତିଲାଭ କରିଛି ।

10: Ind Vs Aus: ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ପୂର୍ବରୁ ମଧ୍ୟ ଟିମ୍ ଇଣ୍ଡିଆକୁ ନେଇ ଏକ ଖରାପ ଖବର ଆସୁଛି। ବାସ୍ତବରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ମଧ୍ୟରୁ ଗୋଟିଏରୁ ବଞ୍ଚିତ ହୋଇପାରନ୍ତି। ରିପୋର୍ଟ ଅନୁଯାୟୀ, ରୋହିତ ପ୍ରଥମ କିମ୍ବା ଦ୍ୱିତୀୟ କେଉଁ ଟେଷ୍ଟ ମ୍ୟାଚ୍ ମିସ୍ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା କୁହାଯାଉଛି ଯେ ବ୍ୟକ୍ତିଗତ କାରଣରୁ ହିଟମ୍ୟାନଙ୍କୁ ଟେଷ୍ଟ ମ୍ୟାଚରେ ଖେଳାଯିବ ନାହିଁ ଏବଂ ସେ ବିସିସିଆଇକୁ ଏହା ଜଣାଇଛନ୍ତି।