IDF Takeover Hamas Parliament Building 2023: ପ୍ରାୟ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି ହମାସ ସହ ଚାଲିଥିବା ଯୁଦ୍ଧରେ ଏକ ବଡ଼ ସଫଳତା ହାସଲ କରିଛି ଇସ୍ରାଏଲ ସେନା। ଲଢେଇ ଜାରି ରହିଥିବା ବେଳେ ଇସ୍ରାଏଲ ସୈନିକ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଅବସ୍ଥିତ ହାମାସ ସଂସଦ ଦଖଲ କରିଥିବାର ଦାବି କରିଛନ୍ତି। ଏନେଇ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି ଯେ ହମାସ ଗାଜା ଅଞ୍ଚଳରେ ନିୟନ୍ତ୍ରଣ ହରାଇସାରିଛି। ପୂର୍ବରୁ ଇସ୍ରାଏଲ ସେନା ପକ୍ଷରୁ ଏକ ଫଟୋ ସେୟାର କରାଯାଇଥିଲା। ଯେଉଁଥିରେ ଇସ୍ରାଏଲ ସୈନିକ ହାମାସ ସଂସଦରେ ଦେଶର ପତାକା ଉତ୍ତୋଳନ କରୁଥିବାର ଦେଖାଯାଇଛି।


COMMERCIAL BREAK
SCROLL TO CONTINUE READING

ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ (Israeli Defense Minister Yoav Gallant) ସୋମବାର ଇସ୍ରାଏଲ ନ୍ୟାସନାଲ ଟିଭି (Israel National TV) କୁ ସମ୍ବୋଧିତ କରି କହିଛନ୍ତି ଯେ ଗାଜା ଷ୍ଟ୍ରିପ୍ (Gaza Strip Area) ସମ୍ପୂର୍ଣ୍ଣ ଭାବେ ଦେଶର ସେନା ବାହିନୀ (Israel Defense Forces) ଅଧିନରେ ରହିଛି। ବର୍ତ୍ତମାନ ହମାସ ଯୋଦ୍ଧା ନିଜର ଜୀବନ ବଞ୍ଚାଇବାକୁ ଯାଇ ଦକ୍ଷିଣ ପାଲେଷ୍ଟାଇନ (South Palestine Area) ଅଭିମୁଖେ ପଳୟନ କରିବାରେ ଲାଗିଛନ୍ତି। ଗାଜା ଅଞ୍ଚଳରେ (Gaza Strip Residents) ରହୁଥିବା ସ୍ଥାନୀୟ ଲୋକ ବିଭିନ୍ନ ହମାସ ଠିକଣାକୁ (Hamas Bases in Gaza Strip) ଲୁଟ ପାଟ କରିବାରେ ଲାଗିଛନ୍ତି। ସୂଚନାଯୋଗ୍ୟ ଯେ ଇସ୍ରାଏଲ-ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ (Israel Hamas War 2023) ଏକ ମାସରୁ ଅଧିକ ସମୟ ବିତିଗଲାଣି। ହେଲେ ତଥାପି ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ସଂଗ୍ରାମ ଶେଷ ହେଉନାହିଁ। ଯୁଦ୍ଧ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗାଜା ଠାରେ ରହୁଥିବା ପ୍ରାୟ ୨୩ ଲକ୍ଷ ଲୋକଙ୍କୁ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ ପଡ଼ିଛି।



ବାଚସ୍ପତିଙ୍କ ଆସନରେ ବସିଥିବାର ନଜର ଆସିଥିଲେ ଇସ୍ରାଏଲ ସୈନିକ
ସଦ୍ୟ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ପକ୍ଷରୁ ଏକ ଫଟୋ ସେୟାର କରାଯାଇଛି। ଯେଉଁଥିରେ ଇସ୍ରାଏଲ ସୈନିକ ହାମାସ ସଂସଦର ବାଚସ୍ପତିଙ୍କ ଆସନରେ (IDF Takeover Hamas Parliament Building 2023) ବସିଥିବାର ନଜର ଆସିଛନ୍ତି। ଏପରିକି ସେମାନେ ଇସ୍ରାଏଲ୍ ପତାକା (IDF Hoist Israel Flag in Gaza Strip Palestine) ଉତ୍ତୋଳନ କରିଥିବାର କୁହାଯାଉଛି। ଇସ୍ରାଏଲ ସମ୍ବାଦପତ୍ର "ଟାଇମ୍ସ ଅଫ୍ ଇସ୍ରାଏଲ୍" ରିପୋର୍ଟ ଅନୁଯାୟୀ ପାଲେଷ୍ଟାଇନ ବିଧାନ ପରିଷଦ ଭବନ ଗତ ୨୦୦୭ ବର୍ଷରୁ ହାମାସ (Hamas Parliament Building in Gaza Strip Palestine) ଅଧିନରେ ରହିଥିଲା। ଯାହା ବର୍ତ୍ତମାନ ଇସ୍ରାଏଲ୍ ସେନା ନିୟନ୍ତ୍ରଣରେ (IDF Captured Hamas Parliament Building 2023) ରହିଛି। ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ (Israel Prime Minister Benjamin Netanyahu) ସ୍ପଷ୍ଟ କରି ସାରିଛନ୍ତି ଯେ ହାମାସ ଗୋଷ୍ଠୀକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପରେ ଯାଇ ଯୁଦ୍ଧ ବନ୍ଦ ହେବ। ଏଭଳି ପରିସ୍ଥିତିରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଅବସ୍ଥିତ ରହିଥିବା ବିଭିନ୍ନ ହମାସ ଠିକଣାକୁ ଧ୍ୱଂସ କରିବାରେ ଲାଗିଛି।