Israel-Hamas War Latest Update: ଗାଜା ଅଞ୍ଚଳରେ ଚାଲିଥିବା ହମାସ ବିରୋଧି ଯୁଦ୍ଧ ମଧ୍ୟରେ ସୋମବାର ଇସ୍ରାଏଲ୍ ସେନା ପକ୍ଷରୁ କରାଯାଇଛି ଏକ ବଡ଼ ଘୋଷଣା। ଏନେଇ କୁହାଯାଇଛି ଯେ ଇସ୍ରାାଏଲ ଏହାର  ହଜାର ହଜାର ସୈନିକଙ୍କୁ ଗାଜା ଅଞ୍ଚଳରୁ ସ୍ଥାନାନ୍ତର କରିଛି। ଯୁଦ୍ଧ ଆରମ୍ଭ ହେବା ପର ଠାରୁ ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ  ସୈନିକଙ୍କ ସଂଖ୍ୟାରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଇସ୍ରାଏଲ୍ ସେନା ଦ୍ୱାରା ନିଆଯାଇଥିବା ଏପରି ପଦକ୍ଷେପ ହାମାସ ବିରୋଧରେ ନିମ୍ନ ତୀବ୍ରତା ବିଶିଷ୍ଟ ଯୁଦ୍ଧର ଏକ ନୂତନ ପର୍ଯ୍ୟାୟ ପାଇଁ ରାସ୍ତା ଖୋଲିପାରେ।


COMMERCIAL BREAK
SCROLL TO CONTINUE READING

ଗାଜା ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା ସେହି ଦିନ କରାଯାଇଛି ଯେଉଁ ଦିନ ଇସ୍ରାଏଲ ସୁପ୍ରିମକୋର୍ଟ ଦେଶର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିବାଦୀୟ ନ୍ୟାୟିକ ସଂଶୋଧନ ଯୋଜନାର ଏକ ପ୍ରମୁଖ ଅଂଳକୁ ଖଣ୍ଡନ କରିଥିଲେ। ଯଦିଓ ଏହି ଯୋଜନା ସିଧାସଳଖ ଯୁଦ୍ଧ ସହିତ ଜଡିତ ନୁହେଁ। ହେଲେ ଏହି ଯୋଜନା ବିରୋଧରେ ଦେଶରେ ଏକ ବଡ଼ ଧରଣର ଜନ ଆନ୍ଦୋଳନ ହୋଇଥିଲା। ଗତ ୨୦୨୩ ଅକ୍ଟୋବର ୭ ତାରିଖରେ ହମାସ ଆକ୍ରମଣ ପରେ ସମଗ୍ର ଇସ୍ରାଏଲ ଏକଜୁଟ ହୋଇଉଠିଛି।


ଇସ୍ରାଏଲ ଉପରେ ବଢୁଛି ଆନ୍ତର୍ଜାତୀୟ ଚାପ
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଶପଥ ନେଇଛନ୍ତି ଯେ ଯେପର୍ଯ୍ୟନ୍ତ ଗାଜା ଅଞ୍ଚଳରେ ସକ୍ରିୟ ରହିଥିବା ହମାସ ଆତଙ୍କବାଦୀ ସଙ୍ଗଠନକୁ ସମ୍ପୂର୍ଣ୍ଣ ରୂପେ ମାଟିରେ ମିଶାଇ ନ ହେବା ପର୍ଯ୍ୟନ୍ତ ଏବଂ ଗାଜା ଅଞ୍ଚଳରେ ରହିଥିବା ଶହେରୁ ଅଧିକ ବନ୍ଧକ ମୁକ୍ତ ନହେବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ। ହେଲେ ଗାଜା ଅଞ୍ଚଳରେ ଦେଶର ସୈନ୍ୟ ବାହିନୀ ଉପରେ ହେଉଥିବା ଆକ୍ରମଣକୁ ହ୍ରାସ କରିବା ପାଇଁ ଇସ୍ରାଏଲ ଉପରେ ଆନ୍ତର୍ଜାତୀୟ ଚାପ ବୃଦ୍ଧି ପାଇବାରେ ଲାଗିଛି। ଇସ୍ରାଏଲ-ମଧ୍ୟରେ ଜାରି ରହିଥିବା ଯୁଦ୍ଧ କାରଣରୁ ଗାଜା ଅଞ୍ଚଳରେ ପ୍ରାୟ ୨୨ ହଜାର ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇସାରିଛି। ଆମେରିକୀୟ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ପାଲେଷ୍ଟାଇନ ନାଗରିକଙ୍କ ସୁରକ୍ଷା ପାଇଁ ଅଧିକ ପ୍ରୟାଲ କରିବାକୁ ଇସ୍ରାଏଲ ଉଦ୍ଦେଶ୍ୟରେ ବାରମ୍ବାର ନିବେଦନ କରାଯାଇଛି। ଆସନ୍ତା ସପ୍ତାହରେ ଆମେରିକୀୟ ବୈଦେଶିକ ସଚିବ ଗାଜା ଅଞ୍ଚଳ ପରିଦର୍ଶନ କରିପାରନ୍ତି ବୋଲି ଆଶା କରାଯାଉଛି।


ଯୁଦ୍ଧକୁ ନେଇ କ'ଣ କହିଲା ଇସ୍ରାଏଲ ସେନା?
ଇସ୍ରାଏଲ ସେନା ପକ୍ଷରୁ କରାଯାଇଥିବା ଘୋଷଣାରେ କୁହାଯାଇଛି ଯେ ଆସନ୍ତା ସପ୍ତାହରେ ୫ ବ୍ରିଗେଡ୍ କିମ୍ବା ହଜାର ହଜାର ସୈନିକଙ୍କୁ ଗାଜା ଅଞ୍ଚଳରୁ ପ୍ରତ୍ୟାହର କରାଯିବ। ସୈନିକଙ୍କ ମଧ୍ୟରୁ କେତେକ ଅଧିକ ତାଲିମ କିମ୍ବା ବିଶ୍ରାମ ପାଇଁ ସେମାନଙ୍କ ଶିବିରକୁ ଫେରିଯିବେ। ସେହିପରି ଅନ୍ୟ କେତେକ ପୂର୍ବତନ ସୈନ୍ୟ କର୍ମଚାରୀ ଘରକୁ ଫେରିଯିବେ। ସେମାନେ ସେମାନଙ୍କ କାମକୁ ଫେରିଯିବେ କିମ୍ବା ବ୍ୟବସାୟ କରିବେ ଅଥବା ନିଜର ବିଶ୍ୱବିଦ୍ୟାଳୟ ଶିକ୍ଷା ଗ୍ରହଣ କରିବେ। ଏହି ଯୁଦ୍ଧ କାରଣରୁ ଇସ୍ରାଏଲ ଅର୍ଥନୀତି ଉପରେ ପ୍ରଭାବିତ ହୋଇଛି। ଇସ୍ରାଏଲ ସେନା ମୁଖପାତ୍ର ରିୟର ଆଡମିରାଲ ଡାନିଏଲ ହାଗରୀ କିଛି ସୈନ୍ୟ ପ୍ରତ୍ୟାହାର ଯୁଦ୍ଧର ଏକ ନୂତନ ପର୍ଯ୍ୟାୟକୁ ପ୍ରତିଫଳିତ କରିଛି ନାଁ ନାହିଁ ତାହା କହି ନାହାଁନ୍ତି। ଗତ ରବିବାର ସେ କହିଛନ୍ତି ଯେ ଯୁଦ୍ଧର ଉଦ୍ଦେଶ୍ୟ ଏକ ଲମ୍ବା ଲଢେଇ। ଆମେ ସେହି ଅନୁସାରେ ପ୍ରସ୍ତୁତ ହେଉଛୁ।


ଆରମ୍ଭ ହେବ କି କମ୍ ତୀବ୍ରତା ବିଶିଷ୍ଟ ସୈନ୍ୟ ଅଭିଯାନ?
ସିଏନ୍ଏ ଅନୁଯାୟୀ ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ ସୋମବାର ହୋଇଥିବା ଘୋଷଣା ଉତ୍ତର ଗାଜା ଅଞ୍ଚଳରେ ସ୍ୱଳ୍ପ ତୀବ୍ରତା ବିଶିଷ୍ଟ ସୈନ୍ୟ ଅଭିଯାନ ଆରମ୍ଭ କରିଛି। ଯାହାକୁ ଆମେରିକୀୟ ଅଧିକାରୀ ପ୍ରୋ ତ୍ସାହିତ କରିଥିଲେ। ଏନେଇ ପ୍ରତିକ୍ରିୟା ରଖି ଅଧିକାରୀ କହିଥିଲେ ଯେ ଏହି ପଦକ୍ଷେପ ଉତ୍ତର ଗାଜା ଅଞ୍ଚଳରେ ହାମାସ ଗୋଷ୍ଠୀର ସାମରିକ କ୍ଷମତାକୁ ହଟାଇବାରେ ଇସ୍ରାଏଲ ସୈନ୍ୟବାହିନୀର ସଫଳତାକୁ ପ୍ରତିଫଳିତ କରିଛି। ହେଲେ ଏହା ସତ୍ତ୍ୱେ ଉତ୍ତର ଗାଜା ଅଞ୍ଚଳରେ ଯୁଦ୍ଧ ଜାରି ରହିଛି। ହେଲେ ଦକ୍ଷିଣ ଗାଜା ଅଞ୍ଚଳରେ କୌଣସି ପରିବର୍ତ୍ତନ ଦେଖାଯାଉ ନାହିଁ। ନ୍ୟୁଜ ଏଜେନ୍ସି ରୟଟର୍ସ ରିପୋର୍ଟ ଅନୁଯାୟୀ ସେତେବେଳେ ଗାଜା ଅଞ୍ଚଳରେ ସୈନ୍ୟ ଅଭିଯାନ ମନ୍ଥର ଗତିରେ ଦେଖାଯିବା ଆରମ୍ଭ ହୋଇଥିଲା ଯେତେବେଳେ ଆମେରିକୀୟ ନୌସେନା ଏହାର ଜେରାଲ୍ଡ ଆର ଫୋର୍ଡ ବିମାନ ବାହକ ଯୁଦ୍ଧପୋତ ପୂର୍ବ ଭୂମଧ୍ୟସାଗରରେ ନିୟୋଜିତ କରିବା ନେଇ ଘୋଷଣା କରିଥିଲା। ହେଲେ ଏହି ବିମାନ ବାହକ ଯୁଦ୍ଧପୋତ ପୂର୍ବ ଭୂମଧ୍ୟସାଗର ଠାରେ ନିୟୋଜିତ ହେବା ପରେ ଭର୍ଜିନିଆ ସ୍ଥିତ ଏହାର ଘାଟିକୁ ଫେରି ଆସିଥିଲା।