Mia Khalifa Fired From Podcast Deal for Supporting Palestine: ଗାଜା ପଟ୍ଟି ଇସ୍ରାଏଲ୍ ଏବଂ ହାମାସ ମଧ୍ୟରେ ଚାଲିଥିବା ବିବାଦରେ ପାଲେଷ୍ଟାଇନ ସମର୍ଥନରେ ଆସିବା ପୂର୍ବତନ ପର୍ଣ୍ଣଷ୍ଟାର ମିଆଁ ଖଲିଫାଙ୍କୁ ମହଙ୍ଗା ପଡ଼ିଛି। ପୂର୍ବତନ କାନାଡା ପୋଡକାଷ୍ଟର ତଥା ରେଡିଓ ହୋଷ୍ଟ ଟଡ ଶାପିରୋଙ୍କ ସହ ତାଙ୍କର ହୋଇଥିବ ପୋଡକାଷ୍ଟ ଚୁକ୍ତିରୁ ମିଆଁ ଖଲିଫାଙ୍କୁ ବାଦ ଦିଆଯାଇଛି। ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଏକ ଅସମ୍ବେଦନଶୀଳ ଆଭିମୁଖ୍ୟ ଗ୍ରହଣ କରିଥିବାରୁ ମିଆ ଖଲିଫାଙ୍କୁ ଟ୍ରୋଲ କରାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ନିଜର ଏକ ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ ମିଆଁ ଖାଲିଫା (Mia Khalifa) କହିଥିଲେ ଯେ, ଯଦି ଆପଣ ପାଲେଷ୍ଟାଇନର (Palestine) ସ୍ଥିତିକୁ ଦେଖି ପାରୁଛନ୍ତି ଏବଂ ପାଲେଷ୍ଟିନୀୟଙ୍କ (Palestine People) ସମର୍ଥନରେ ନାହାଁନ୍ତି ତାହେଲେ ଆପଣ ବର୍ଣ୍ଣବୈଷମ୍ୟତା ସହ ଅଛନ୍ତି। ସମୟ ଆସିଲେ ଇତିହାସ ଆପଣଙ୍କୁ ଏହି ଘଟଣା ଦେଖାଇବ। ତାଙ୍କର ଏହି ପୋଷ୍ଟ ଭାଇରାଲ ପରେ 



ଏହି ପୋଷ୍ଟ ଭାଇରାଲ ହେବାର କିଛି ସମୟ ପରେ ସୋସିଆଲ ମିଡିଆ ଦୁନିଆରେ ସମାଲୋଚିତ ହୋଇଥିଲେ ପୂର୍ବତନ ପର୍ଣ୍ଣଷ୍ଟାର ମିଆଁ ଖଲିଫା (Former Porn Star Mia Khalifa)। ରେଡିଓ ହୋଷ୍ଟ ଟଡ ଶାପିରୋ (Radio Host Todd Shapiro) ଏହାକୁ ଭୟଭୀତ ବୋଲି କହିଥିଲେ ଏବଂ ତାଙ୍କୁ ପୋଡକାଷ୍ଟ ଚୁକ୍ତିରୁ ବରଖାସ୍ତ କରିଥିଲେ। ପୋଡକାଷ୍ଟର ତାଙ୍କୁ ଜଣେ ବିକଶିତ ଏବଂ ଜଣେ ଭଲ ମଣିଷ ହେବାକୁ ଅନୁରୋଧ କରିଥିଲେ।



ରେଡିଓ ହୋଷ୍ଟ ଟଡ ଶାପିରୋ କହିଛନ୍ତି ଯେ, ଏହା ଏକ ଭୟଙ୍କର ଟ୍ୱିଟ୍ ମିଆଁ ଖଲିଫା। ଆପଣକୁ ତୁରନ୍ତ ପ୍ରଭାବ ସହିତ ବରଖାସ୍ତ କରାଗଲା। ଏପରି ପୋଷ୍ଟ ସମ୍ପୂର୍ଣ୍ଣ ଘୃଣ୍ୟ। ଦୟାକରି ଜଣେ ବିକଶିତ ଏବଂ ଭଲ ମଣିଷ ହୁଅ। ବାସ୍ତବତା ଏହା ହେଉଛି ଯେ ଆପଣ ମୃତ୍ୟୁ, ବଳାତ୍କାର, ମାଡ ଏବଂ ବନ୍ଦୀକୁ ଅଣଦେଖା କରିବା ପ୍ରକୃତରେ ଘୃଣ୍ୟ। ଆପଣଙ୍କ ଅଜ୍ଞତା ଶବ୍ଦରେ ପ୍ରକାଶ କରାଯାଇ ପାରିବ ନାହିଁ। ଆମକୁ ମାନବତା ନାମରେ ଏକାଠି ହେବା ଆବଶ୍ୟକ। ବିଶେଷ କରି ଦୁଃଖଦ ସମୟରେ। ଜଣେ ଭଲ ମଣିଷ ହେବା ପାଇଁ ମୁଁ ପ୍ରାର୍ଥନା କରୁଛି। ତଥାପି, ଏହା ସ୍ପଷ୍ଟ ମନେହୁଏ ଯେ ଏହା ଆପଣଙ୍କ ପାଇଁ ବହୁତ ବିଳମ୍ବ ହୋଇଛି।


ଇସ୍ରାଏଲ୍-ହାମାସ୍ ସଙ୍କଟ ଉପରେ ତାଙ୍କ ପୋଷ୍ଟ ପାଇଁ ବ୍ୟାପକ ଭାବେ ନିନ୍ଦିତ ହେବା ପରେ ଖଲିଫା ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ବିବୃତ୍ତି କୌଣସି ପ୍ରକାରର ହିଂସାକୁ ଉତ୍ତେଜିତ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ପୂର୍ବତନ ପର୍ଣ୍ଣ ଷ୍ଟାର  କହିଛନ୍ତି ଯେ ସେ ପାଲେଷ୍ଟାଇନ ନାଗରିକଙ୍କୁ ସ୍ୱାଧୀନତା ସଂଗ୍ରାମୀ ବୋଲି କହିଛନ୍ତି। କାରଣ ସେମାନେ ହେଉଛନ୍ତି ସ୍ୱାଧିନତା ସଂଗ୍ରାମୀ। ମିଆଁ ଖଲିଫା ଅନ୍ୟ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ପାଲେଷ୍ଟାଇନ ସମର୍ଥନରେ ଛିଡ଼ା ହେବା ତାଙ୍କର ବ୍ୟବସାୟିକ ସୁଯୋଗକୁ ଶେଷ କରି ଦେଇଛି। ହେଲେ ସେ ଇସ୍ରାଏଲର ସମର୍ଥକଙ୍କ ସହ ସହଯୋଗ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରି ନ ଥିବାରୁ ସେ ଅଧିକ ବିବ୍ରତ ଅଛନ୍ତି। ସେ ଏହି ବ୍ୟବସାୟରେ ପ୍ରବେଶ କରୁନାହାଁନ୍ତି।