Vishal Das: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ନବ ଦାସଙ୍କ ହତ୍ୟା ମାମଲା ପରେ ଏବେ ନବଙ୍କ ଆର୍ଥିକ କାରବାର ନେଇ ଆୟକର ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଆୟକର ବିଭାଗ ନବଙ୍କ ପୁଅ ବିଶାଲ ଦାସ ଏବଂ ତାଙ୍କର ପିଏ ସିଦ୍ଧାର୍ଥ ନାଥଙ୍କୁ ଜେରା ସହ ୫ଟି ସ୍ଥାନରେ ଚଢାଉ କରିଥିବାର ଜଣାପଡ଼ିଛି। ଏହି ଚଢାଉରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ସାମିଲ ଥିବା କୁହାଯାଉଛି। 


COMMERCIAL BREAK
SCROLL TO CONTINUE READING

ମୁଣ୍ଡ ଉପରେ ନିର୍ବାଚନ ରହିଥିବା ବେଳେ ବିଜେଡି ବିଧାୟକ ପ୍ରାର୍ଥୀନି ଦୀପାଳି ଦାସଙ୍କ (BJD Candidate Dipali Das) ଭାଇ ତଥା ସ୍ୱର୍ଗତଃ ନବ କିଶୋର ଦାସଙ୍କ ପୁଅ ବିଶାଲ ଦାସ ଓ ତାଙ୍କ ସହଯୋଗୀ ସିଦ୍ଧାର୍ଥ ନାଥଙ୍କ ଘରେ ଶୁକ୍ରବାର ମଧ୍ୟାହ୍ଣରେ ଆଇଟି ବିଭାଗ ପକ୍ଷରୁ ଜେରା କରାଯାଇଛି। ବିଶାଲଙ୍କୁ ୫ ଘଣ୍ଟା ଜେରା ପରେ ଛଡ଼ା ଯାଇଥିଲା ବେଳେ ତାଙ୍କର ସହଯୋଗୀଙ୍କୁ ଅଟକ ରଖିଛନ୍ତି ଅଧିକାରୀ ମାନେ। ଏଥିସହ ଅନ୍ୟ ସହଯୋଗୀ ଆଶିଷ ଦାସଙ୍କ କୋଲାବିରା ଘର, ସମ୍ବଲପୁର ଏବଂ ଅନ୍ୟ ତିନୋଟି ସ୍ଥାନରେ ଆୟକର ବିଭାଗ(IT Department) ଚଢାଉ ଜାରି ରଖିଥିବା ସୂଚନା ମିଳିଛି। 


Also Read: Medicine Price: ଡାଏବେଟିସ ସହ ଏହିସବୁ ଘାତକ ରୋଗର ମେଡିସିନ ହେଲା ଶସ୍ତା, ଦେଖନ୍ତୁ ଲିଷ୍ଟ


Also Read: Indian Army ରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ବାସ୍ କରିବାକୁ ହେବ ଏଇ ଛୋଟିଆ କାମ


ରାଉରକେଲା, ସମ୍ବଲପୁର, ସୁନ୍ଦରଗଡ଼, ଏବଂ ଭୁବନେଶ୍ୱରରେ ୪ଟି ଟିମ୍ ର ୧୫ ଅଧିକାରୀ ଚଢାଉରେ ସାମିଲ ଥିବା ଜଣାପଡିଛି। ନବଦାସଙ୍କ ବିଶାଳ ସାମ୍ରାଜ୍ୟକୁ ନେଇ ଆୟକର ବିଭାଗ ଗତ କିଛି ଦିନ ହେଲା ମେ ଫେୟାର ହୋଟେଲରେ ରହି ଅନୁଧ୍ୟାନ ଚଳାଇଥିଲା। ପରେ ବିଭାଗ ତରଫରୁ ଶୁକ୍ରବାର ଏକ ସଙ୍ଗରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଆଇଟି ଅଧିକାରୀ ମାନେ ବିଶାଲ ଦାସଙ୍କୁ ଏକ ହୋଟେଲରୁ ଉଠାଇ ନେଇ ମେ ଫେୟାର ହୋଟେଲରେ ଅପରାହ୍ଣ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଟକ ରଖି ପଚରାଉଚରା କରିଥିଲେ। ପଚରାଉଚରା ପରେ ବିଶାଲଙ୍କୁ ଛାଡ଼ି ଦିଆଯାଇଥିବା ବେଳେ ସହଯୋଗୀଙ୍କୁ ପଚରାଉଚରା ଜାରି ରହିଛି। 


Also Read: Virushka News: ଭାରତ ଛାଡ଼ିବେ ବିରାଟ-ଅନୁଷ୍କା, ଗୋଟିଏ ଭିଡିଓରୁ ପୂରା ଦେଶରେ ହଙ୍ଗାମା !


Also Read: Rashmika Mandanna: ଅଭିନେତ୍ରୀ ରଶ୍ମିକା ସେୟାର କଲେ ସୁନ୍ଦର ଭିଡିଓ, ପ୍ରଧାନମନ୍ତ୍ରୀ କଲେ କମେଣ୍ଟ