ଜମ୍ମୁ କଶ୍ମୀର: ଶ୍ରୀନଗରରୁ ଜମ୍ମୁ ଅଭିମୁଖେ ଆସୁଥିବା ସମୟରେ ରାମବନର ବ୍ୟାଟେରୀ ଚାଶମା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ୟାକ୍ସି ଭାରସ୍ୟାମ ହରାଇ ପାହାଡିଆ ରାସ୍ତାରୁ ଖାଲକୁ ଖସିପଡିଥିଲା । ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।


COMMERCIAL BREAK
SCROLL TO CONTINUE READING

ଖବର ମୁତାବକ, ଗୁରବାର ବିଳମ୍ୱିତ ରାତି ସମୟରେ ଟ୍ୟାକ୍ସିରେ ୧୦ ଜଣ ଯାତ୍ରୀ ଶ୍ରୀନଗରରୁ ଜମ୍ମୁ ଯାଉଥିଲେ । ଭାରସ୍ୟାମ ହରାଇ ଟ୍ୟାକ୍ସିଟି ଓଲଟି ପଡିବାରୁ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇବା ପରେ ସ୍ଥାନୀୟ ପୋଲିସ ସମେତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ପ୍ରବଳ ବର୍ଷା କାରଣରୁ ଉଦ୍ଧାରକାର୍ଯ୍ୟରେ ସାମାନ୍ୟ ବାଧା ଉପୁଜିଥିବା ସମୟରେ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଦୁର୍ଘଟଣାର ପ୍ରକୃତ କାରଣ କଣ ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ସମୟରେ ୨ ଯାତ୍ରୀଙ୍କ ମୃତଦେହର ପରିଚୟ ମିଳିଥିବା କୁହାଯାଉଛି ।


Also Read- Grah Gochar April 2024: ୪ଟି ବଡ଼ ଗ୍ରହ ଚଳନ ପ୍ରଭାବରୁ ୫ରାଶିର ବ୍ୟକ୍ତିଙ୍କୁ ଶୁଭଫଳ


Also Read- Odisha Politics: ବିଜେଡିରେ ଯୋଗ ଦେବେ ପ୍ରକାଶ ଓ ସୁରେନ୍ଦ୍ର !