Chenab Rail Bridge: ଦେଶର ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ଉଦହମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ (USBRL) ରେ କାର୍ଯ୍ୟ ଚାଲିଛି। କାଶ୍ମୀରରେ ବିଶ୍ୱର ସବୁଠାରୁ ଉଚ୍ଚତମ ରେଳ ବ୍ରିଜ (Chenab Rail Bridge) ନିର୍ମାଣ କରାଯାଇଛି। ଏହି ସମୟରେ ଭାରତୀୟ ରେଳବାଇ ସାଙ୍ଗଲଦାନରୁ ରିୟାସି ପର୍ଯ୍ୟନ୍ତ ବୈଦ୍ୟୁତିକ ଇଞ୍ଜିନକୁ ସଫଳତାର ସହ ପରୀକ୍ଷଣ କରିଛି। ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ଇସ୍ପାତ ଆର୍ ରେଳ ବ୍ରିଜ୍ ଅତିକ୍ରମ କରିବା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।


COMMERCIAL BREAK
SCROLL TO CONTINUE READING

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନି ବୈଷ୍ଣବ ସୋସିଆଲ ମିଡିଆ ହ୍ୟାଣ୍ଡେଲ "X" ରେ ଚାଲିଥିବା ଏହି ପରୀକ୍ଷଣର ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ ଚେନାବ ବ୍ରିଜ ପାର ହେବା ସହିତ ସଙ୍ଗଲଦାନରୁ ରିୟାସୀ ପର୍ଯ୍ୟନ୍ତ ପ୍ରଥମ ଟ୍ରାଏଲ ଟ୍ରେନ ସଫଳତାର ସହ ଚାଲିଛି। USBRL ପାଇଁ ସମସ୍ତ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି ସମାପ୍ତ ହୋଇଛି, କେବଳ ଟନେଲ୍ ନମ୍ବର-୧ ଆଂଶିକ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି।


ରେଳବାଇ ସୂତ୍ରରୁ ଜଣାପଡିଛି ଯେ ଟ୍ରାକରେ ଇଲେକ୍ଟ୍ରିକ୍ ଇଞ୍ଜିନର ସଫଳ ପରୀକ୍ଷଣ ପରେ ସଙ୍ଗଲଦାନ୍ ଏବଂ ରିୟାସୀ ମଧ୍ୟରେ ଟ୍ରେନ୍ ଜୁନ୍ ୩୦ ରେ ଚାଲିବାର ସମ୍ଭାବନା ରହିଛି। ଗତ ମାସରେ, ଉତ୍ତର ରେଳ ଜେନେରାଲ ମ୍ୟାନେଜର ଶୋଭାନ ଚୌଧୁରୀ ଏହି ପ୍ରକଳ୍ପର ବିଭିନ୍ନ ଦିଗ ଆକଳନ କରିବା ପାଇଁ ଚେନାବ ବ୍ରିଜ ଏବଂ ବକ୍କାଲ-ଦୁଗ୍ଗର-ସିୱାଲକୋଟ-ସଙ୍ଗଲଦାନ ବିଭାଗ ଯାଞ୍ଚ କରିଥିଲେ।



ଉଦମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ (USBRL) ପ୍ରକଳ୍ପ ୨୭୨ କିଲୋମିଟର ଅଟେ। ୧୯୯୭ ରେ ଏହାକୁ ଅନୁମୋଦନ କରାଯାଇଥିଲା। ୧୯୯୭ ମସିହାରେ ଏହାର ଆରମ୍ଭରୁ, ୨୦୯ କିଲୋମିଟର ଦୂରତାରେ କାର୍ଯ୍ୟ ସମାପ୍ତ ହୋଇଛି। ରିୟାସୀ ଏବଂ କାଟ୍ରା ମଧ୍ୟରେ ଅବଶିଷ୍ଟ ୧୭ କିଲୋମିଟର ଦୂରତା ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି ଯାହା କାଶ୍ମୀରକୁ ଅନ୍ୟ ଅଞ୍ଚଳ ସହିତ ସଂଯୋଗ କରିବ।


କହିରଖୁଛୁ ଯେ ଜମ୍ମୁ କାଶ୍ମୀରରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଚେନାବ ନଦୀଠାରୁ ପ୍ରାୟ ୩୫୯ ମିଟର ଉପରେ ନିର୍ମିତ ହୋଇଛି ଏବଂ ଆଇଫେଲ ଟାୱାରଠାରୁ ୩୫ ମିଟର ଉଚ୍ଚ ଅଟେ। ଜମ୍ମୁ କାଶ୍ମୀର ପ୍ରଶାସନ ଏହି ସେତୁକୁ ପର୍ଯ୍ୟଟନସ୍ଥଳୀ ଭାବରେ ବିକଶିତ କରିବାକୁ ଯୋଜନା କରୁଛି। ଚେନାବ ରେଳ ବ୍ରିଜ ନିର୍ମାଣରେ ମୋଟ ୩୦,୦୦୦ ମେଟ୍ରିକ ଟନ ଇସ୍ପାତ ବ୍ୟବହାର କରାଯାଇଛି। ୧୪୮୬ କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଇଛି। ଏହା ଘଣ୍ଟା ପ୍ରତି ୨୬୦ କିଲୋମିଟର ପର୍ଯ୍ୟନ୍ତ ପବନର ବେଗକୁ ସହ୍ୟ କରିପାରିବ। ଏହି ସେତୁ ଉଦମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ ପ୍ରକଳ୍ପ ଅଧୀନରେ ନିର୍ମାଣ କରାଯାଇଛି।