GPS Tracker Anklet fot Suspected Terrorists: ଏଣିକି ଜାମିନ ପାଇବା ପରେ ପୋଲିସ ନଜରରୁ ବର୍ତ୍ତିପାରିବେ ନାହିଁ ସଦିଗ୍ଧ ଆତଙ୍କବାଦୀ। ଏନେଇ ଜାମୁ କାଶ୍ମୀର ପୋଲିସ ଆପଣାଇବାକୁ ଯାଉଛି ନିଆରା ଉପାୟ। ଯାହା ମାଧ୍ୟମରେ ଜାମିନ ପାଇଥିବା ସଦିଗ୍ଧ ଆତଙ୍କବାଦୀଙ୍କ ସତର୍କ ନଜର ରଖିବା ପୋଲିସ। ସଦିଗ୍ଧ ଆତଙ୍କବାଦୀ ଯିଏ ଜାମିନ ପାଇଛନ୍ତି ତାଙ୍କର ଗତିବିଧି ଉପରେ ନଜର ରଖିବାକୁ ଜିପିଏସ୍ ଟ୍ରାକର ଆଙ୍କଲେଟ୍ ବ୍ୟବହାର କରୁଛି ଜାମୁ କାଶ୍ମୀର ପୋଲିସ।


COMMERCIAL BREAK
SCROLL TO CONTINUE READING

ଦେଶରେ ଜାମୁ କାଶ୍ମୀର ପୋଲିସ ବିଭାଗ ହେଉଛି ପ୍ରଥମ ପୋଲିସ ଯିଏ ଜାମିନ ପାଇଥିବା ସଦିଗ୍ଧ ଆତଙ୍କବାଦୀଙ୍କ ଉପରେ ନଜର ରଖିବାକୁ ଜିପିଏସ ଟ୍ରାକର ଆଙ୍କଲେଟ୍ ବ୍ୟବହାର କରୁଛି। ଜିପିଏସ୍ ଟ୍ରାକର୍ ଆଙ୍କଲେଟ୍ ହେଉଛି ଏପରି ଏକ ଉପକରଣ ଯାହାକୁ ଜଣେ ବ୍ୟକ୍ତିଙ୍କ ନିଜ ଗୋଡ଼ରେ ପିନ୍ଧିଥାନ୍ତି। ଯାହା ମାଧ୍ୟମରେ ବ୍ୟକ୍ତିର ଗତିବିଧି ଉପରେ ସତର୍କ ନଜର ରଖାଯାଏ।


ପାଶ୍ଚାତ୍ୟ ଦେଶରେ ହେଉଛି ଜିପିଏସ ଟ୍ରାକର ଆଙ୍କଲେଟ୍ ବ୍ୟବହାର
ଜିପିଏସ୍ ଟ୍ରାକର୍ ଆଙ୍କଲେଟ୍ ବ୍ୟବହାର ବର୍ତ୍ତମାନ ପାଶ୍ଚାତ୍ୟ ଦେଶରେ କରାଯାଉଥିବାର ଦେଖିବାକୁ ମିଳୁଛି। ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଆଦି ଜାମିନ ପାଇଥିବା କିମ୍ବା ପାରୋଲ ରେ ଆସିଥିବା ଅଥବା ନଜରବନ୍ଦ ହୋଇଥିବା ଅଭିଯୁକ୍ତଙ୍କ ଉପରେ ନଜର ରଖିବା ପାଇଁ ଜିପିଏସ୍ ଟ୍ରାକର୍ ଆଙ୍କଲେଟ୍ ବ୍ୟବହାର କରାଯାଉଛି। ବର୍ତ୍ତମାନ ଜମୁ-କଶ୍ମୀର ପୋଲିସ ବିଭାଗ ହେଉଛି ଦେଶର ପ୍ରଥମଯିଏ  ଜାମିନ ଆବେଦନ କରୁଥିବା ବ୍ୟକ୍ତିଙ୍କ ଆଣ୍ଠୁରେ ଜିପିଏସ୍ ଟ୍ରାକର ଆଙ୍କଲେଟ୍ ଲଗାଉଛି।


କେଉଁଠୁ ଆରମ୍ଭ ହୋଇଥିଲା ମାମଲା
ଜାମୁ କାଶ୍ମୀରର ଉଦ୍ଧାମପୁର ଜିଲ୍ଲାରେ ନ୍ୟାୟିକ ହେପାଜତରେ ରହିଥିବା ସନ୍ଦିଗ୍ଧ ଆତଙ୍କବାଦୀ ଗୁଲାମ ମହମ୍ମଦ ଭଟ୍ଟ ନିଜ ଲାଗି ଜାମିନ ଆବେଦନ କରିଥିଲା।  ଏହି ଆବେଦନ ଉପରେ ଚାଲିଥିବା ଶୁଣାଣି ବିଚାରାଧିନ ରହିଥିବା ବେଳେ ଅଭିଯୁକ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ବଳରେ ମୁକୁଳିଥିଲେ। ବିଭିନ୍ନ ଆତଙ୍କବାଦୀ ସଙ୍ଗଠନ ସହ ଜଡ଼ିତ ରହିବା ତଥା ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନ ନିର୍ଦ୍ଦେଶକ୍ରମେ ପାଣ୍ଠି ଯୋଗାଇବାକୁ ନେଇ ଅଭିଯୋଗ ଆସିବା ପରେ ଗୁଲାମ ମହମ୍ମଦ ଭଟ୍ଟ ବିରୋଧରେ ମାମଲା ରୁଜୁ ହୋଇଥିଲା।


ଦୋଷୀ ସାବ୍ୟସ୍ତ ହୋଇସାରିଛି ଗୁଲାମ ମହମ୍ମଦ ଭଟ୍ଟ
ଆତଙ୍କବାଦ ଲାଗି ବ୍ୟବହୃତ ହେଉଥିବା ଅର୍ଥ ରାଶି ପରିବହନ କରିବା ସମୟରେ ଗିରଫ ହୋଇଥିଲା ଗୁଲାମ ମହମ୍ମଦ ଭଟ୍ଟ। ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନ ନିର୍ଦ୍ଦେଶକ୍ରମେ ୨.୫ ଲକ୍ଷ ଟଙ୍କା ଘରକୁ  ନେଉଥିଲା। ଆତଙ୍କବାଦୀ ଘଟଣାର ଷଡଯନ୍ତ୍ର କରିବା ଅଭିଯୋଗରେ ତାଙ୍କୁ ଏନଆଇଏ କୋର୍ଟ ପଟିଆଲା ହାଉସ ଦିଲ୍ଲୀ ଦୋଷୀ ସାବ୍ୟସ୍ତ କରି ସାରିଛନ୍ତି।


ଗୋଡ଼ରେ ଲଗାଯିବା ଜିପିଏସ୍ ଟ୍ରାକର ଆଙ୍କଲେଟ୍ 
ଗୁଲାମ ମହମ୍ମଦ ଭଟ୍ଟ ପକ୍ଷରୁ କରାଯାଇଥିବା ଜାମିନ ଆବେଦନକୁ ବିରୋଧ କରିଥିଲା ଜାମୁ କାଶ୍ମୀର ପୋଲିସ। ସଦିଗ୍ଧ ଆତଙ୍କବାଦୀ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାର ଗୁରୁତ୍ୱକୁ ବୁଝି ପୋଲିସ ଅଭିଯୁକ୍ତଙ୍କ ଉପରେ ନଜର ରଖିବାକୁ ଅଦାଲତଙ୍କୁ ଜଣାଇଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସ୍ୱତନ୍ତ୍ର ଏନଆଇଏ କୋର୍ଟ ତାଙ୍କୁ ଜାମିନ୍ ରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଗୁଲାମ ମହମ୍ମଦ ଭଟ୍ଟ ଉପରେ ନଜର ରଖିବାକୁ ତାହାର ଆଣ୍ଠୁରେ ଜିପିଏସ୍ ଟ୍ରାକର ଆଙ୍କଲେଟ୍ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।