Jan Shatabdi Express: ବାହାନଗା ରେଳ ଦୁର୍ଘଟଣା ପରେ ଟ୍ରେନ ଯାତ୍ରୀଙ୍କ ମନରେ ଛନକା ପଶିଯାଇଛି। ଆଉ ଏହାପରେ ଅନେକ ଛୋଟମୋଟ ଦୁର୍ଘଟଣା ସାମ୍ନାକୁ ଆସିଛି। ଆଜି ସକାଳୁ ଏକ ଖବର ଟ୍ରେନ ଯାତ୍ରୀଙ୍କ ମନରେ ଭୟ ସଞ୍ଚାର କରିଥିଲା । ଜନଶତାବ୍ଦୀ ଟ୍ରେନରେ ଦେଖିବାକୁ ମିଳିଥିଲା ନିଆଁ ଓ ଧୂଆଁ । ଭୁବନେଶ୍ୱରରୁ ହାୱଡା ଯାଉଥିବା ଜନଶତାବ୍ଦୀ ଟ୍ରେନରେ ହଠାତ୍ ବାହାରି ଥିଲା ପ୍ରବଳ ଧୂଆଁ । କଟକ ଷ୍ଟେସନରେ ଛିଡା ହୋଇଥିବାବେଳେ ଟ୍ରେନ୍ ବଗି ତଳୁ ଧୂଆଁ ବାହାରିବାର ଦେଖିବାକୁ ମିଳିଥିଲା ।


COMMERCIAL BREAK
SCROLL TO CONTINUE READING

ତେବେ ଏତେ ମାତ୍ରାରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ନିଜ ଲଗେଜ ପଟା ଧରି ଟ୍ରେନରୁ ଓହ୍ଲାଇଯାଇଥିଲେ ଯାତ୍ରୀ । ବ୍ରେକ୍ ବାଇଣ୍ଡିଂ (Break Binding) ଯୋଗୁଁ ଡି-ନାଇନ୍ ବଗି ତଳୁ ଧୂଆଁ ବାହାରିଥିବା ଜଣାପଡିଥିଲା । ଆରପିଏଫ୍ ଓ ଅଗ୍ନିଶମ ବାହିନୀର ତତ୍ପରତା ପାଇଁ ଏକ ବଡ ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଥିଲା । ତୁରନ୍ତ ଆରପିଏଫ୍ ଯବାନ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଧୂଆଁ ବାହାରିବାର କାରଣ ଖୋଜିବା ସହ ନିଆଁ ଓ ଧୂଆଁକୁ ଆୟତ୍ତ କରିଥିଲେ । ତେବେ ଯାତ୍ରୀଙ୍କ କହିବା କଥା ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ଧୂଆଁ ବାହାରିଥିଲା । 


ତେବେ ଯାତାୟତ ସମୟରେ ଏପରି ଅଘଟଣ ଘଟିଥିଲେ ବାହାନଗା(Bahanaga Rail Accident( ପରି ପୁଣି ଏକ ଦୁର୍ଘଟଣା ଘଟିଥାନ୍ତା । ନିଆଁକୁ ଆୟତ୍ତ କରିବା ପରେ କଟକ ଷ୍ଟେସନରୁ ସକାଳ ୭ଟା ବାଜି ୧୫ ମିନିଟରେ ଜନଶତାବ୍ଦୀ ଟ୍ରେନ ଛାଡ଼ିଥିଲା। ବ୍ରେକ୍ ବାଇଣ୍ଡିଂ ଯୋଗୁଁ ନିଆଁ ଲାଗିଥିବା ବେଳେ ଏହାର ତଦନ୍ତ ଜାରି ରହିଛି। ସେହିପରି କୋଚ୍ ଭିତରକୁ ନିଆଁ ବ୍ୟାପିନଥିବା ସୂଚନା ଦିଆଯାଇଛି।


Also Read: Esma Rule: ସ୍ୱାସ୍ଥ୍ୟକର୍ମୀଙ୍କୁ ଆନ୍ଦୋଳନ ମନା, ୬ ମାସ ଯାଏଁ ଏସମା ଲାଗୁ କଲେ ରାଜ୍ୟ ସରକାର


Also Read: IT Raid: ମଦବ୍ୟବସାୟୀଙ୍କ ଆଲମାରି ଦେଖି ବେହୋସ ଅଧିକାରୀ, ମିଳିଲା ନଗଦ ୨୦୦ କୋଟି