Colour discrimination: ଆମ ଦେଶରେ ଏମିତି ଅନେକ ପରମ୍ପରା ରହିଛି ଯାହା ଶୁଣି ବହୁ ସମୟରେ ଆଶ୍ଚର୍ଯ୍ୟ ଲାଗିଥାଏ । ସେହିପରି କେତେକ ପରମ୍ପରା ବିଷୟରେ ଶୁଣି ବିଶ୍ବାସ କରିବା ସହଜ ହୋଇନଥାଏ । ଗୋରା, ସୁନ୍ଦର ଓ ସୁସ୍ଥ ପିଲା ଜନ୍ମ ହେଉ ବୋଲି ପ୍ରାୟତଃ ସବୁ ବାପା ମାଆ ଚାହିଁଥାଆନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଦୁନିଆରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ଗୋରା ହୋଇ ଜନ୍ମ ହେବା ପାପ ହୋଇଥାଏ । ଆଜ୍ଞା ହଁ, ଏହି ସ୍ଥାନ ଅନ୍ୟ କୌଣସି ଦେଶରେ ନୁହେଁ ବରଂ ଆମ ଦେଶ ଭାରତରେ ରହିଛି । 'ଜାରୱା' ନାମକ ଏକ ଜନଜାତି ଆଣ୍ଡାମାନରେ ବସବାସ କରନ୍ତି । ଏଠାରେ ବାସ କରୁଥିବା ଏହି ଜନଜାତି ଦୁନିଆର ସର୍ବ ପୁରାତନ ଜନଜାତିମାନଙ୍କ ମଧ୍ୟରୁ ଅନ୍ୟତମ । ଜାରୱା ଜନଜାତିରେ ଏକ ନିଷ୍ଠୁର ପ୍ରଥାର ପାଳନ କରାଯାଇଥାଏ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯଦି ଏଠାରେ କାହା ଘରେ ଗୋରା ଶିଶୁ ଜନ୍ମ ହୁଏ, ତେବେ ସେହି ଶିଶୁଙ୍କୁ ହତ୍ୟା କରାଯାଇଥାଏ । ଏଠାରେ ଗୋରା ଶିଶୁକୁ ଅଭିଶାପ ଭାବରେ ବିବେଚନା କରାଯାଏ । ଏହି ଜନଜାତି ଆଫ୍ରିକାର ମୂଳ ବୋଲି ବିଶ୍ୱାସ କରାଯାଏ।


COMMERCIAL BREAK
SCROLL TO CONTINUE READING

ଜାରୱା ଜନଜାତିର ଅଧିକାଂଶ ଲୋକଙ୍କ ରଙ୍ଗ କଳା ହୋଇଥାଏ । ଯଦି କୌଣସି ମହିଳାଙ୍କର ଗୋରା ସନ୍ତାନ ଜନ୍ମ ହୋଇଥାଏ ତାହାଲେ ସେମାନେଅ ସେହି ଶିଶୁକୁ ଅନ୍ୟ ଗୋଷ୍ଠୀ ବା ସମ୍ପ୍ରଦାୟ ବୋଲି ଭାବିଥାଆନ୍ତି । ଏହି ଜନଜାତି ବିଷୟରେ ଆଉ ଏକ ଅନନ୍ୟ କଥା ହେଉଛି , ଯେତେବେଳେ ଏଠାରେ ଏକ ଶିଶୁଟିଏ ଜନ୍ମ ହୋଇଥାଏ ସେତେବେଳେ ତାକୁ ସମଗ୍ର ଜନଜାତିର ମହିଳାମାନଙ୍କର କ୍ଷୀର ଖାଇବାକୁ ଦିଆଯାଇଥାଏ । କୁହାଯାଏ ଯେ, ସମସ୍ତ ମହିଳାଙ୍କର ସ୍ତନ୍ୟପାନ ଦ୍ୱାରା ସମ୍ପ୍ରଦାୟର ଶୁଦ୍ଧତା ବଜାୟ ରହିଥାଏ। ସୂଚନା ଅନୁଯାୟୀ, ୯୦ ଦଶକରେ ଏହି ଜନଜାତି ଆବିଷ୍କୃତ ହୋଇଥିଲେ। ତେବେ ଭାରତ ସରକାର ସେମାନଙ୍କ ଫଟୋ ଉଠାଇବା କିମ୍ବା ସୋସିଆଲ ମିଡିଆରେ ପୋଷ୍ଟ କରିବା ଉପରେ କଡା଼ ନିୟମ ଜାରି କରିଛନ୍ତି। ଯଦି କେହି ଏହି ଜନଜାତି ଲୋକଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ୍ କରନ୍ତି, ତେବେ ସେମାନଙ୍କୁ ଜେଲ ଦଣ୍ତ ଭୋଗିବାକୁ ପଡ଼ିବାରେ । ଏହା ସହିତ ସେମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ।


ଏହା ବି ପଢନ୍ତୁ-Muslim Priest in Hindu Temple: ଏହି ହିନ୍ଦୁ ମନ୍ଦିରରେ ମୁସଲମାନ ପୂଜାରୀ କରନ୍ତି ମାଆଙ୍କ ପୂଜାର୍ଚ୍ଚନା, ପଛରେ ରହିଛି ଏହି କାରଣ!


ଆଜିର ଏହି ଆଧୁନିକ ସମାଜରେ ମଧ୍ଯ ଜାରୱା ଜନଜାତି ଏହି ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରି ରଖିଛନ୍ତି । ଏହି ଜନଜାତିର ଲୋକମାନେ ବିଶ୍ବାସ କରନ୍ତି ଯେ, ଜଣେ ଗର୍ଭବତୀ ମହିଳାଙ୍କୁ ପଶୁର ରକ୍ତ ପିଇବାକୁ ଦିଆଗଲେ କଳା ସନ୍ତାନ ଜନ୍ମ ନେଇଥାଏ । ଏଠାରେ କେବଳ କଳା ରଙ୍ଗର ପିଲାଙ୍କୁ ସମାଜରେ ରହିବାକୁ ସ୍ୱୀକୃତି ମିଳିଥାଏ । ପ୍ରକାଶ ଥାଉ କି, ଜାରୱା ଜନଜାତିର ଲୋକମାନେ ଆଜି ବି ସମାଜର ମୁଖ୍ୟ ସ୍ରୋତଠାରୁ ଦୂରେଇ ରହି ସମ୍ପୂର୍ଣ୍ଣ ଭିନ୍ନ ଜୀବନ ବିତାଉଛନ୍ତି । ବିନା ପୋଷାକରେ ଏମାନେ ଆଜି ବି ବସବାସ କରୁଛନ୍ତି । ଏହି ଆଦିବାସୀ ଜନଜାତିର ଅଧିକାଂଶ ଲୋକ ମାଛ ଶିକାର କରି ଜୀବନ ଅତିବାହିତ କରୁଛନ୍ତି।


ଏହା ବି ପଢନ୍ତୁ- Meteorite Missing Case: ଗାଏବ ହୋଇଗଲା ଉଲକାପିଣ୍ଡ, ଖୋଜି ଆଣିଲେ ମିଳିବ ଏତିକି ଟଙ୍କାର ପୁରସ୍କାର