Jaya Kishori Bhagwat Katha fees: ଲୋକପ୍ରିୟ ପ୍ରବଚିକା ଜୟା କିଶୋରୀ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ବହୁତ ଲୋକପ୍ରିୟ। ୧୯୯୬ ମସିହାରେ ଜନ୍ମିତ ଜୟ କିଶୋରୀଙ୍କୁ ଯେତେବେଳେ ୯ ବର୍ଷ ହୋଇଥିଲା, ସେତେବେଳେ ସେ ଆଧ୍ୟାତ୍ମିକତା ଆଡକୁ ମୁହାଁଇଥିଲେ। ରାଜସ୍ଥାନ ସୁଜାନଗଡ଼ ଠାର ତାଙ୍କର ଜନ୍ମ ହୋଇଥିଲା। ହେଲେ ବର୍ତ୍ତମାନ ତାଙ୍କ ପୁରା ପରିବାର କୋଲକାତା ଠାରେ ରହୁଛନ୍ତି। ଜୟା କିଶୋରୀଙ୍କ ବିବାହକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ବାଗେଶ୍ୱର ଧାମର ଧିରେନ୍ଦ୍ର ଶାସ୍ତ୍ରୀଙ୍କ ସହ ତାଙ୍କ ବିବାହକୁ ନେଇ ମଧ୍ୟ କଳ୍ପନାଜଳ୍ପନା ଚାଲିଛି। ହେଲେ ଜୟାଙ୍କୁ ନିଜର ଭଉଣୀ ବୋଲି କହି ଧିରେନ୍ଦ୍ର ଶାସ୍ତ୍ରୀ ଏଭଳି କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି। ବିବାହ ବ୍ୟତୀତ ଲୋକେ ଜୟା କିଶୋରୀ କେତେ ରୋଜଗାର କରନ୍ତି ତାହା ଜାଣିବାକୁ ମଧ୍ୟ ଆଗ୍ରହୀ ହୋଇଉଠିଛନ୍ତି। ହେଲେ କ'ଣ ଆପଣ ଜାଣିଛନ୍ତି ଯେ ଗୋଟିଏ ପ୍ରବଚନ ପାଇଁ ଜୟା କିଶୋରୀ କେତେ ଟଙ୍କା ନେଇଥାନ୍ତି?


COMMERCIAL BREAK
SCROLL TO CONTINUE READING

ଗଣମାଧ୍ୟମ ରିପୋର୍ଟ୍ ଅନୁସାରେ ଲୋକପ୍ରିୟ ପ୍ରବଚିକା ଜୟା କିଶୋରୀଙ୍କ (Popular Speaker Jaya Kishori) ପ୍ରବଚନ ପାଇଁ ହେଉଥିବା ବୁକିଂ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥାଏ। ହେଲେ ଗୋଟିଏ ପ୍ରବଚନ ପାଇଁ କେତେ ଟଙ୍କା ନିଅନ୍ତି ପ୍ରବଚିକା ଜୟା କିଶୋରୀ (Speaker Jaya Kishori) କେତେ ଟଙ୍କା ନିଅନ୍ତି ତାହା ତାଙ୍କର ବୁକିଂ କାର୍ଯ୍ୟାଳୟର (Jaya Kishori Booking Office) କର୍ମଚାରୀଙ୍କ ପକ୍ଷରୁ କୁହାଯାଇଛି। ଏନେଇ କୁହାଯାଇଛି ଯେ ଜୟା କିଶୋରୀ ଗୋଟିଏ ପ୍ରବଚନ କାର୍ଯ୍ୟକ୍ରମରେ (Jaya Kishori Pravachan Program) ଯୋଗ ଦେବା ପାଇଁ ପ୍ରାୟ ସାଢେ ୯ ଲକ୍ଷ ଲକ୍ଷ ଟଙ୍କା ନେଇଥାନ୍ତି। ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରବଚନ କାର୍ଯ୍ୟ ପାଇଁ ପ୍ରଥମେ ଅଧା ରାଶି ଦେବାକୁ ହୋଇଥାଏ। ଏହା ପରେ ଯେତେବେଳେ ପ୍ରବଚନ କାର୍ଯ୍ୟକ୍ରମ ଶେଷ ହେବା ସେତେବେଳେ ଅବଶିଷ୍ଟ ଟଙ୍କା ଦେବାକୁ ହୋଇଥାଏ। ଜୟା କିଶୋରୀ (Jaya Kishori) ଅନେକ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ନଜର ଆସିଥାନ୍ତି। ଦାନ ଦେବାରେ ମଧ୍ୟ ସେ ବହୁତ ଆଗରେ ଅଛନ୍ତି। ଜୟା କିଶୋର ତାଙ୍କ ରୋଜଗାରର ଏକ ଅଂଶକୁ ଭିନ୍ନକ୍ଷମଙ୍କୁ ସାହାଯ୍ୟ କରିବା ପାଇଁ ଖର୍ଚ୍ଚ କରିଥାନ୍ତି।


Also Read: Jaya kishori: ଜାଣନ୍ତୁ କେବେ ଓ କେଉଁଠି ହେବ ଜୟା କିଶୋରୀଙ୍କ ବାହାଘର! କ’ଣ ରହିଛି ସର୍ତ୍ତ?


ନିକଟରେ ପ୍ରବଚିକା ଜୟା କିଶୋରୀ ୟୁଟ୍ୟୁବର୍ ସୋନୁ ଶର୍ମାଙ୍କ ସହ କଥା ହୋଇଥିଲେ। ଯେଉିଥିରେ ସେ ଦାବି କରିଛନ୍ତି ଯେ ଶୀଘ୍ର ବିବାହ କରିବାର ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ସେ ଦୁଇରୁ ତିନି ବର୍ଷ ପର୍ଯ୍ୟନ୍ତ ବିବାହ କରିବାକୁ ଯାଉନାହାଁନ୍ତି। ଜୟା କିଶୋରୀ କହିଛନ୍ତି ଯେ ସେ ଜଣେ ସଂସ୍କାରୀ ଲୋକକୁ ପସନ୍ଦ କରନ୍ତି। ସେହି ଲୋକ ଆଧୁନିକ ହେବା ଆବଶ୍ୟକ ହେଲେ ପାରମ୍ପାରିକ ମୂଲ୍ୟବୋଧକୁ ପ୍ରଶଂସା କରିବା ଆବଶ୍ୟକ। ଏହା ସହିତ ନିଜର ପରିବାରକୁ ମଧ୍ୟ ସମ୍ମାନ କରୁଥିବା ଆବଶ୍ୟକ। ପ୍ରବଚିକା ଜୟା କିଶୋରୀଙ୍କ ପ୍ରକୃତ ନାମ ହେଉଛି ଜୟା ଶର୍ମା (Jaya Shrama)। ସେ ଅଳ୍ପ ବୟସରୁ ଜଣେ କାହାଣୀକାର ଏବଂ ପ୍ରେରଣାଦାୟକ ବକ୍ତା। ଜୟା କିଶୋରୀଙ୍କ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ |