Jio, Airtel ଓ Vi ସେମାନଙ୍କର ରିଚାର୍ଜ ପ୍ଲାନକୁ ସଂଶୋଧନ କରିଛନ୍ତି। ପରିବର୍ତ୍ତନ ପରେ ଏହି କମ୍ପାନୀଗୁଡିକର ରିଚାର୍ଜ ପ୍ଲାନଗୁଡିକ ୬୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟୟବହୁଳ ହୋଇଛି। କମ୍ପାନୀଗୁଡିକ ସ୍ୱଳ୍ପ ମିଆଦି ଠାରୁ ଦୀର୍ଘ ମିଆଦି ପର୍ଯ୍ୟନ୍ତ ସମସ୍ତ ରିଚାର୍ଜ ପ୍ଲାନକୁ ସଂଶୋଧନ କରିଛନ୍ତି। ବର୍ତ୍ତମାନ ଆପଣଙ୍କ  ସିମକୁ ଆକ୍ଚିବ ରଖିବା ପାଇଁ ଆପଣକୁ ଅଧିକ ଖର୍ଚ୍ଚ କରିବାକୁ ପଡିବ।


COMMERCIAL BREAK
SCROLL TO CONTINUE READING

କିଛି ବର୍ଷ ପୂର୍ବେ କମ୍ପାନୀଗୁଡିକ ସର୍ବନିମ୍ନ ରିଚାର୍ଜ ଯୋଜନା ସ୍ଥିର କରିଥିଲେ, ଯାହା ଦ୍ୱାରା ଉପଭୋକ୍ତାମାନେ ସେମାନଙ୍କର ସିମ୍ କାର୍ଡକୁ ଆକ୍ଟିବ ରଖିବା ପାଇଁ ରିଚାର୍ଜ କରିବା ଆବଶ୍ୟକ ରହିଥିଲା। ବର୍ତ୍ତମାନ ଗ୍ରାହକଙ୍କୁ ଏଥିପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ତେବେ ଆସନ୍ତୁ ଜାଣିବା ଜିଓ, ​​ଏୟାରଟେଲ ଏବଂ ଭିଆଇ ର ସର୍ବନିମ୍ନ ରିଚାର୍ଜ ପ୍ଲାନ ଗୁଡିକର ବିବରଣୀ।


Jio ସର୍ବନିମ୍ନ ରିଚାର୍ଜ ପ୍ଲାନ
ରିଲାଏନ୍ସ ଜିଓ ଏହାର ରିଚାର୍ଜ ଯୋଜନାଗୁଡ଼ିକର ମୂଲ୍ୟ ମଧ୍ୟ ବୃଦ୍ଧି କରିଛି। ବର୍ତ୍ତମାନ ସିମ୍ ଆକ୍ଟିବ୍ ରଖିବା ପାଇଁ ଆପଣଙ୍କୁ ୧୪୯ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିବ। ଏହି ପ୍ଲାନରେ ଉପଭୋକ୍ତାମାନେ 1GB ଦୈନିକ ଡାଟା, ଅସୀମିତ ଭଏସ୍ କଲିଂ ଏବଂ ଦୈନିକ ୧୦୦ SMS ର ସୁବିଧା ପାଇବେ। ଏହା ବ୍ୟତୀତ ଗ୍ରାହକମାନେ ଜିଓ କ୍ଲାଉଡ୍, ଜିଓ ସିନେମା ଓ ଜିଓ ଟିଭିର ସୁବିଧା ପାଇପାରିବେ। ରିଲାଏନ୍ସ ଜିଓର ଏହି ପ୍ଲାନର ବୈଧତା ୧୪ ଦିନ ରହିଛି।


Vi ସର୍ବନିମ୍ନ ରିଚାର୍ଜ ପ୍ଲାନ
ଭୋଡାଫୋନ୍ ଆଇଡିଆ ଅର୍ଥାତ୍ ଭିଆଇ ମଧ୍ୟ ଏହାର ପ୍ଲାନ ଗୁଡ଼ିକର ମୂଲ୍ୟ ବୃଦ୍ଧି କରିଛି। ତେବେ କମ୍ପାନୀ ୯୯ ଟଙ୍କା ମୂଲ୍ୟରେ ସର୍ବନିମ୍ନ ରିଚାର୍ଜ ପ୍ଲାନ ପ୍ରଦାନ କରୁଛି। ଏହି ପ୍ଲାନ ସହିତ ଉପଭୋକ୍ତାମାନେ ୧୫ ଦିନର ବୈଧତା ସହିତ ୯୯ ଟଙ୍କାର ଟକ୍ ଟାଇମ୍ ଓ ୨୦୦ MB ଡାଟା ପାଇପାରିବେ। ଗ୍ରାହକମାନେ ପ୍ରତି ସେକେଣ୍ଡରେ ୨.୫ ପଇସା ହାରରେ କଲ୍ କରିପାରିବେ। ଏହି ପ୍ଲାନରେ ୧୯୦୦ ନମ୍ବରକୁ SMS କରବା ପାଇଁ ଷ୍ଟାଣ୍ଡାର୍ଡ ଚାର୍ଜ କରିବାକୁ ପଡିବ। ଏହାର ଅର୍ଥ ଉପଭୋକ୍ତାମାନେ ଏହି ପ୍ଲାନ ସହିତ ସେମାନଙ୍କର ସିମ୍ କାର୍ଡ ପୋର୍ଟ କରିପାରିବେ।


Airtel ସର୍ବନିମ୍ନ ରିଚାର୍ଜ ପ୍ଲାନ
ଏୟାରଟେଲ ଏହାର ସର୍ବନିମ୍ନ ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିଛି। ଏୟାରଟେଲ ବ୍ୟବହାରକାରୀଙ୍କୁ ବର୍ତ୍ତମାନ ସେମାନଙ୍କର ସିମ୍ କାର୍ଡ ଆକ୍ଟିବ ରଖିବା ପାଇଁ ୧୯୯ ଟଙ୍କା ରିଚାର୍ଜ କରିବାକୁ ପଡିବ। ଏହି ପ୍ଲାନ ୨୮ ଦିନର ବୈଧତା ସହିତ ଆସିଥାଏ। ଏଥିରେ ଉପଭୋକ୍ତାମାନେ ପ୍ରତିଦିନ ୨ ଜିବି ଡାଟା, ଅସୀମିତ ଭଏସ୍ କଲିଂ ଏବଂ ୧୦୦ଟି SMS ପାଆନ୍ତି।