Reliance Jio: ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଅନେକ ଶସ୍ତା ପ୍ଲାନ ଆଣିଥାଏ । ଜିଓ ଏହାର ପ୍ରତିଟି ପ୍ଲାନରେ ଗ୍ରାହକଙ୍କୁ ସର୍ବାଧିକ ଲାଭ ପ୍ରଦାନ କରିବାକୁ ଚେଷ୍ଟା କରିଥାଏ । କମ୍ ମୂଲ୍ୟରେ କିପରି ଗ୍ରାହକ ସବୁଠୁ ଭଲ ପ୍ଲାନ ପାଇବେ ତାହା ଧ୍ୟାନରେ ରଖି ଜିଓ ବିଭିନ୍ନ ପ୍ରକାରର ପ୍ଲାନ ଭେଟି ଦେଇଥାଏ । ଆଜି ଆମେ ଆପଣଙ୍କୁ ଜିଓର ୮୯୫ ଟଙ୍କା ରିଚାର୍ଜ ପ୍ଲାନ ବିଷୟରେ କହିବାକୁ ଯାଉଛୁ । ଏହି ପ୍ଲାନ ଆପଣାଇଲେ ଆପଣଙ୍କୁ ୩୩୬ ଦିନ ଅର୍ଥାତ ପ୍ରାୟ ୧୧ ମାସ ପର୍ଯ୍ୟନ୍ତ ବୈଧତା ମିଳିବ । ଯଦି ଆମେ ୨୮ ଦିନିଆ ବିଲିଂ ଲିଷ୍ଟକୁ ଦେଖିବା ତେବେ ଏଥିରେ ସମୁଦାୟ ୧୨ ଟି ପ୍ଲାନ ରହିଛି । ଏହି ପ୍ଲାନ ଗୁଡିକର ଲାଭ ବିଷୟରେ ଆସନ୍ତୁ ଜାଣିବା ।


COMMERCIAL BREAK
SCROLL TO CONTINUE READING

ରିଲାଏନ୍ସ ଜିଓ ୮୯୫ ଟଙ୍କା ରିଚାର୍ଜ ପ୍ଲାନରେ ଗ୍ରାହକମାନେ ମୋଟ ୨୪ ଜିବି ଡାଟା ପାଇବେ । ଏଥିରେ ପ୍ରତି ୨୮ ଦିନ ପାଇଁ ୨ GB ଡାଟା ଆପଣଙ୍କୁ ମିଳିବ । ଯଦି ଆମେ କଲିଂ ବିଷୟରେ କଥା ହେବା ତାହେଲେ ଆପଣଙ୍କୁ ୨୮ ଦିନ ପାଇଁ ଅସୀମିତ କଲିଂ ସମେତ ୫୦ SMS ମାଗଣା ମିଳିବ । ମୋଟ ଉପରେ କହିବାକୁ ଗଲେ ଏହି ପ୍ଲାନ ଆପଣଙ୍କ ବଜେଟ୍ ଅନୁଯାୟୀ ଯଥେଷ୍ଟ ସୁଲଭ ଅଟେ ।


ଯଦି ଏହି ପ୍ଲାନ ସାଇକେଲ୍ ୨୮ ଦିନ ପାଇଁ ନିଆଯାଏ ତେବେ ଗ୍ରାହକଙ୍କୁ ୨୮ ଦିନ ପାଇଁ ପ୍ରାୟ ୭୫ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ପ୍ଲାନ କେବଳ ସେହି ଉପଭୋକ୍ତାମାନଙ୍କ ପାଇଁ, ଯେଉଁମାନେ କମ୍ ମୂଲ୍ୟରେ ଅଧିକ ଲାଭ ଚାହୁଁଛନ୍ତି । ଏହା ହେଉଛି ଜିଓର ସର୍ବୋତ୍ତମ ସେଲ୍ ପ୍ଲାନରେ ଅନ୍ତର୍ଭୁକ୍ତ ହେବାର କାରଣ ।


ଏହି ପ୍ଲାନ ବିଶେଷ କରି ସେହି ଗ୍ରାହକଙ୍କ ପାଇଁ ଅଧିକ ଲାଭଦାୟକ, ଯେଉଁମାନଙ୍କର ମୋବାଇଲରେ ୨ ଟି ସିମ୍ ଅଛି । ଏହି ପ୍ଲାନରେ ସ୍ୱଳ୍ପ ବଜେଟରେ ଆପଣ ଅଧିକ ଲାଭ ପାଇପାରିବେ ।  ଆପଣ ଏହାକୁ ଅନଲାଇନ ମାଧ୍ୟମରେ Jio app, Paytm ରୁ କିଣିପାରିବେ ।


Also Read- ଗାଡ଼ି ଚାଳନା ସମୟରେ ଫୋନ ବ୍ୟବହାର ପଡିବ ମହଙ୍ଗା, ଜବତ ହେବ ମୋବାଇଲ୍ !


Also Read- ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କଲା ଚୀନ୍‌ର ଚାଙ୍ଗ୍ ଇ-୬