crocodile attack on humans in kendrapara:  ଗାଁ ଭିତରୁ ମହିଳାଙ୍କୁ ଟାଣି ନେଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅଧିନସ୍ଥ ଚାନ୍ଦିବାଉଁସମୂଳ ପଞ୍ଚୟତ ଅନ୍ତର୍ଗତ ହାତିଆଗଡ଼ି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏହି ଗ୍ରାମର ଜଣେ ମହିଳା ଜଣଙ୍କ ନିଜ ପୋଖରୀରେ ବାସନ ମାଜୁଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଛି। କୁମ୍ଭୀର ପୋଖରୀ ମଧ୍ୟରୁ ମହିଳାଙ୍କୁ ଟାଣି ନେଇ ନିକଟରେ ଅବସ୍ଥିତ ଥିବା ଚରଡ଼ିଆ ନାଳ ମଧ୍ୟରେ ଥିବା ଦଳ ମଧ୍ୟରେ ବୁଡାଇ ଦେଇଛି। ଏହା ପୂର୍ବରୁ ଗତ ୧୪ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗ୍ରାମରୁ ଜଣେ ନାବାଳକକୁ କୁମ୍ଭୀର ଟାଣିନେଇ ମାରିଦେଇଥିଲା। ଏବେ କେନ୍ଦ୍ରାପଡ଼ା ରାଜନଗର ଏବଂ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏପରି କୁମ୍ଭୀର ଆକ୍ରମଣ ଘଟଣା ବାରମ୍ବାର ଦେଖିବାକୁ ମିଳୁଛି।


COMMERCIAL BREAK
SCROLL TO CONTINUE READING

ସୂତ୍ରରୁ ମିଳିଥିବା ଖବର ଅନୁସାରେ ମହିଳା ଜଣକ ନିଜ ପୋଖରୀରେ ବାସନ ମାଜୁଥିବା କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ଯାହା ପରେ ଜଣେ ମହିଳା ଜଣଙ୍କ ନିଖୋଜ ହୋଇଯାଇଥିବାର କୁହାଯାଉଛି। ତାଙ୍କୁ ପୋଖରୀରୁ ଟାଣି ନେବା ପରେ ନିକଟରେ ରହିଥିବା ଚରଡ଼ିଆ ନାଳରେ ଥିବା ଦଳରେ ବୁଡାଇ ଦେଇଛି କୁମ୍ଭୀର। ନିଖୋଜ ହୋଇଯାଇଥିବା ମହିଳାଙ୍କୁ ଖୋଜିବା ପାଇଁ ଗ୍ରାମବାସୀଙ୍କୁ ପକ୍ଷରୁ ତତ୍କାଳ ଆରମ୍ଭ ହୋଇଯାଇଥିଲା ଉଦ୍ଧାର ଅଭିଯାନ। କେନ୍ଦ୍ରାପଡ଼ା ଜିଲ୍ଲାର (Kendrapara District) ରାଜନଗର ବ୍ଲକ (Rajnagar Block) ଅଧିନସ୍ଥ ଚାନ୍ଦିବାଉଁସମୂଳ ପଞ୍ଚାୟତ (Chandibaunsamula Panchayat) ଅନ୍ତର୍ଗତ ହାତିଆଗଡ଼ି ଗ୍ରାମରେ (Hatiagadi illage) ଦେଖିବାକୁ ମିଳିଛି ଏଭଳି ଘଟଣା।


ପୂର୍ବରୁ ଗତ ୧୪ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ (Pattamundai Block) ଅନ୍ତର୍ଗତ ନିମାପୁର ଗ୍ରାମରେ (Nimapur Village) ଜଣେ ୧୦ ବର୍ଷର ବାଳକକୁ କୁମ୍ଭୀର ଟାଣି ନେଇ ମାରି ଦେଇଥିବାର ଅଭିଯୋଗ ହୋଇଥିଲା। ଏନେଇ ମିଳିଥିବା ଖବର ମୁତାବକ କୁମ୍ଭୀର ଭିତରକନିକା ଜାତୀୟ ଉଦ୍ୟାନ (Bhitarkanika National Park) ନିକଟସ୍ଥ ବ୍ରାହ୍ମଣୀ ନଦୀରେ (Brahmani River) ଗାଧୋଇବାବେଳେ ପଞ୍ଚମ ଶ୍ରେଣୀର ଛାତ୍ର ଆଶୁତୋଷ ଆଚାର୍ଯ୍ୟଙ୍କ ଉପରେ ଆକ୍ରମଣ କରିଥିଲା। ପରେ ମୃତକ ନାବାଳକର ଶବକୁ ଗ୍ରାମବାସୀ ନଦୀରୁ ଉଦ୍ଧାର କରିଥିଲେ। ଯେତେବେଳେ ନାବାଳକର ମୃତ ଦେହ ଉଦ୍ଧାର ହୋଇଥିଲା ସେତେବେଳକୁ କୁମ୍ଭୀର ତାକୁ ଅଧା ଖାଇ ଦେଇଥିଲା।


ଭିତରକନିକା ଜାତୀୟ ଉଦ୍ୟାନ ଲୁଣିଆ କୁମ୍ଭୀର (Bhitarkanika Saltwater Crocodile) ଜନସଂଖ୍ୟା ପାଇଁ ଜଣାଶୁଣା। ଏହି ଜାତୀୟ ଉଦ୍ୟାନ ନିକଟରେ ଅବସ୍ଥିତ ଅନେକ ଗ୍ରାମର ଅନେକ ଲୋକ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଉଛନ୍ତି। ଗ୍ରାମବାସୀଙ୍କୁ କୁମ୍ଭୀର ଆକ୍ରମଣରୁ ରକ୍ଷା କରିବା ପାଇଁ ବନ ବିଭାଗ (Forest Department Kendrapara) ଏବଂ ଜିଲ୍ଲା ପ୍ରଶାସନ (Kendrapara District Administration) ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରିଯାଇନାହିଁ ବୋଲି ଜଣେ ସ୍ଥାନୀୟ ଲୋକ କହିଛନ୍ତି।