Couple Killed After Car Catches Fire: ଗୁରୁବାର କେରଳ କନ୍ନୁର ଜିଲ୍ଲାରେ ଘଟିଯାଇଛି ଏକ ଦୁଖଃଦ ଘଟଣା। ଏକ କାର ଯୋଗେ ଯାତ୍ରା କରୁଥିବା ଦମ୍ପତି ଗାଡିରେ ଲାଗିଲା ନିଆଁ 
ଯିବାରୁ ଜଳି ଯାଇଛନ୍ତି। ଏହି ଘଟଣାରେ ପ୍ରତିକ୍ରିୟା ରଖି ପୋଲିସ କହିଛି ଯେ ଏକ କାର ଯୋଗେ ୬ ଜଣ ବ୍ୟକ୍ତି ଯାତ୍ରା କରୁଥିଲେ। ହେଲେ ଗାଡିରେ ନିଆଁ ଲାଗିଯିବା ପରେ ପଛ ସିଟରେ ବସିଥିବା ଜଣେ ଶିଶୁଙ୍କ ସମେତ ୪ ଜଣ ବ୍ୟକ୍ତି କାର ମଧ୍ୟରୁ ବାହାରି ଯାଇଥିଲେ।


COMMERCIAL BREAK
SCROLL TO CONTINUE READING

କାର ଯୋଗେ ଦମ୍ପତିଙ୍କ ଯାତ୍ରା କରୁଥିବା ସହ ଯାତ୍ରୀଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ବୋଲି ପୋଲିସ କହିଛି। କନ୍ନୁର ନଗର ପୋଲିସ କମିଶନର ଅଜିତ କୁମାର ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, "ସେମାନେ ଆହତ ହୋଇନାହାଁନ୍ତି। ସେମାନେ ଡାକ୍ତରଖାନାରେ ଅଛନ୍ତି ଏବଂ ସେମାନଙ୍କୁ ଯାଞ୍ଚ କରାଯାଉଛ।" କମିଶନର କହିଛନ୍ତି ଯେ ଏହା ଜଣାପଡୁଛି ଯେ ଗାଡ଼ିରେ ନିଆଁ ଲାଗିଯିବାରୁ ପ୍ରାଣ ହରାଇଥିବା ଦମ୍ପତ୍ତି ସାମ୍ନା ଦ୍ୱାର ଖୋଲି ପାରିନଥିବାରୁ ଜଳୁଥିବା କାର ଭିତରେ ଫସି ଯାଇଥିଲେ। 


ଏହି ଘଟଣାରେ ପ୍ରତିକ୍ରିୟା ରଖି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ ଜଣେ ୩୫ ଏବଂ ୨୬ ବର୍ଷ ବୟସର ପୀଡ଼ିତା ଏବଂ ଅନ୍ୟମାନେ କନ୍ନୁର ଜିଲ୍ଲାର କୁଟିଆଟୋରରୁ ଆସିଥିବା ବେଳେ ଜିଲ୍ଲା ଡାକ୍ତରଖାନାକୁ ଯାଞ୍ଚ ପାଇଁ ଯାଉଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରାଣ ହରାଇଥିବା ମହିଳା ଗର୍ଭବତୀ ଥିଲେ ଏବଂ ସେମାନେ କାର ଡୋର ଖୋଲି ପୀଡ଼ିତ ଦମ୍ପତିଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ଆସିଛି। ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଜଳିଥିବା କାର ମଧ୍ୟରୁ ସେହି ଅସହାୟ ଦମ୍ପତିଙ୍କୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ କାର ଡୋର ଖୋଲି ସେହି ପୁରୁଷ ମହିଳାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁଛନ୍ତି।


ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ " ଆମେ  ସେତେବେଳେ ଆମେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଥିଲୁ ଯେତେବେଳେ ଗାଡିର ଆଗ ପାର୍ଶ୍ୱ ତୁରନ୍ତ ନିଆଁରେ ପୋଡି ହୋଇଯାଇଥିଲା। ଆମେ ସେମାନଙ୍କୁ ବଞ୍ଚାଇବା ପାଇଁ ଅଧିକ କିଛି କରିପାରିଲୁ ନାହିଁ। କାରଣ କାର ତେଲ ଟାଙ୍କି ଯେକୌଣସି ସମୟରେ ବିସ୍ଫୋରଣ ହୋଇପାରେ ବୋଲି ଆମେ ଭୟ କରୁଥିଲୁ।


ଏହି ଘଟଣା ଘଟିବା ପରେ ପୋଲିସ ପୀଡିତା ମହିଳାଙ୍କ ଶାରୀରିକ ଅବସ୍ଥା ସମ୍ପର୍କରେ କିଛି କହିବାକୁ ମନା କରିଦେଇଛି। ପୀଡିଡା ମହିଳା ଗର୍ଭବତୀ ଅଛନ୍ତି ନା ନାହିଁ ସେନେଇ ପଚରାଯିବାରୁ ଜଣେ ପୋଲିସ ଅଧିକାରୀ କହିଛନ୍ତି ମେଡିକାଲ ରିପୋର୍ଟ ଆସିବା ପରେ କିଛି କୁହାଯାଇ ପାରିବ। ବୈଷୟିକ ବିଶେଷଜ୍ଞଙ୍କ ଯାଞ୍ଚ ପରେ ଯାଇ ଅଗ୍ନିକାଣ୍ଡର କାରଣ କ'ଣ ତାହା ଜାଣିହେବ। ବୈଜ୍ଞାନିକ ଏବଂ ଅଟୋମୋବାଇଲ ବିଶେଷଜ୍ଞଙ୍କ ସହାୟତାରେ ଗାଡିକୁ ସଠିକ୍ ଭାବରେ ଯାଞ୍ଚ କରାଯିବ। ଅଧିକ ଅନୁସନ୍ଧାନ କରାଯିବା ପରେ ଗାଡିରେ କାହିଁକି ନିଆଁ ଲାଗିଛି ତାହା ଜଣାପଡ଼ିବ।