Thiruvananthapuram International Airport: ଅରଟ୍ଟୁ ପାଇଁ ଉଡ଼ିପାରିଲା ନାହଁ ବିମାନ। ଏପରିକି ୫ ଘଣ୍ଟା ପାଇଁ ବନ୍ଦ ହୋଇ ଯାଇଥିଲା ଉଡ଼ାଣ। ସଦ୍ୟ ଏଭଳି ଘଟଣା କେରଳ ରାଜଧାନୀ ଥିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦର ଠାରେ ଦେଖିବାକୁ ମିଳିଛି। ରାଜ୍ୟର ପ୍ରସିଦ୍ଧ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରର ପାରମ୍ପାରିକ 'ଆରାଟୁ' ଶୋଭାଯାତ୍ରା ପାଇଁ ଥିରୁବନନ୍ତପୁରମ୍ ବିମାନବନ୍ଦରରେ ବିମାନ ସେବା ୫ ଘଣ୍ଟା ପାଇଁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଥିଲା। ବିମାନବନ୍ଦର ରନୱେ ଦେଇ ଏହି ଶୋଭାଯାତ୍ରା ଆୟୋଜିତ ହେଉଥିବା ସୋମବାର ବିମାନ ଉଡ଼ାଣ ସାମୟିକ ଭାବେ ନିଲମ୍ବିତ କରି ଦିଆଯାଇଥିଲା। ଏ ସମ୍ପର୍କରେ ଥିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଶୋଭାଯାତ୍ରା ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରକୁ ଫେରିବା ପରେ ସୋମବାର ରାତି ପ୍ରାୟ ୯:୦୦ ସମୟରେ ପୁନର୍ବାର ବିମାନ ଉଡ଼ାଣ ଆରମ୍ଭ ହୋଇଥିଲା।


COMMERCIAL BREAK
SCROLL TO CONTINUE READING

ଏହି ଶୋଭାଯାତ୍ରାରେ କ'ଣ ହୋଇଥାଏ? 
ପାରମ୍ପାରିକ ସବୁଜ ରେଶମ ପଗଡି, ପନ୍ନା ହାର ପିନ୍ଧିବା ସହ ଏକ ଆନୁଷ୍ଠାନିକ ଖଣ୍ଡା ଧରି ଟ୍ରାଭାଙ୍କୋର ରାଜ ପରିବାରର (Travancore Royal Family Kerala) ବର୍ତ୍ତମାନର ମୁଖ୍ୟ ଶ୍ରୀ ମୁଲମ ତିରୁନଲ ରାମ ଭର୍ମା ପ୍ରବଳ ବର୍ଷାରେ ମନ୍ଦିର ନିକଟସ୍ଥ ଶଙ୍କୁମୁଘମ ସମୁଦ୍ର କୂଳକୁ (Shangumugham Sea Beach Kerala) ଯାଇଥିଲେ। ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର (Sree Padmanabhaswamy Temple Kerala) ପକ୍ଷରୁ ଆୟୋଜିତ ହୋଇଥିବା  'ଆରାଟୁ' ଶୋଭାଯାତ୍ରା (Sree Padmanabhaswamy Mandir Arattu Procession) ସୋମବାର ସନ୍ଧ୍ୟା ୫:୦୦ ସମୟରୁ ଆରମ୍ଭ ହୋଇଥିଲା। ଟ୍ରାଭାଙ୍କୋର ରାଜ ପରିବାରର ପୁରୁଷ ସଦସ୍ୟଙ୍କ ବ୍ୟତୀତ ବହୁ ସଂଖ୍ୟାରେ ଭକ୍ତ ଏବଂ ୬ ହାତୀ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।


ଏହି ଶୋଭାଯାତ୍ରା ଥିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦର ରନୱେ (Thiruvananthapuram International Airport Runway) ଦେଇ ସମୁଦ୍ର କୂଳ ପର୍ଯ୍ୟନ୍ତ ଯାଇଥିଲା। ଶଙ୍କୁମୁଘମ ବେଳାଭୂମିରେ ସମୁଦ୍ର ସ୍ନାନ କରିବା ପରେ ଭଗବାନ ପଦ୍ମନାଭସ୍ୱାମୀ, ନରସିଂମ୍ହା ମୂର୍ତ୍ତୀ ଏବଂ କୃଷ୍ଣ ସ୍ୱାମୀଙ୍କ ଉତ୍ସବ ବିଗ୍ରହ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରକୁ (Sree Padmanabhaswamy Mandir Kerala) ଫେରାଇ ନିଆ ଯାଇଥିଲା।


Also Read: Kerala: ଭଗବାନ ବିଷ୍ଣୁଙ୍କ ପାଇଁ ୫ ଘଣ୍ଟା ବନ୍ଦ ରହିଲା ତିରୁଅନନ୍ତପୁରମ୍ ବିମାନବନ୍ଦର, ଜାଣନ୍ତୁ କାରଣ


 


ବିମାନ ସେବା ଅପରାହ୍ନ ଚାରିଟାରୁ ରାତି ନଅଟା ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା 
ଏହି ସମୟରେ ଭକ୍ତ ପର୍ବର ସମାପ୍ତିର ପ୍ରତୀକ ରୂପେ ପାରମ୍ପାରିକ ମଶାଲ ନେଇଥିଲେ। ଥିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦର ସୂତ୍ରରୁ ପ୍ରକାଶ ଯେ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରକୁ ଫେରିବା ପରେ ରାତି ପ୍ରାୟ ୯:୦୦ ସମୟରେ ବିମାନ ସେବା ପୁନର୍ବାର ଆରମ୍ଭ ହୋଇଥିଲା। ରନ୍ ୱେ ସଫା କରାଯିବା ପରେ ବିମାନ ବନ୍ଦରରେ ବିମାନ ଉଡ଼ାଣ ସେବା ପୁନର୍ବାର ସ୍ୱାଭାବିକ ହୋଇଥିଲା।


ଦଶନ୍ଧି ପୁରୁଣା ପରମ୍ପରା ଅନୁଯାୟୀ ଆୟୋଜିତ ହୋଇଥାଏ 'ଆରାଟୁ' ଶୋଭାଯାତ୍ରା 
'ଆରାଟୁ' ଶୋଭାଯାତ୍ରା  ଟ୍ରାଭାଙ୍କୋର ମହାରାଜାଙ୍କ ସହିତ ଜଡ଼ିତ ଏକ ଦଶନ୍ଧି ପୁରୁଣା ପରମ୍ପରାର ଅଂଶ ଭାବରେ ଆୟୋଜିତ ହୋଇଥାଏ। ଏନେଇ ଥିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (Thiruvananthapuram International Airport Limited) ପକ୍ଷରୁ କୁହାଯାଇଛି ଯେ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର ଦ୍ୱାରା ଆୟୋଜିତ ହୋଇଥିବା 'ଆରାଟୁ' ଶୋଭାଯାତ୍ରାକୁ ସୁଗମ କରିବା ପାଇଁ ବିମାନ ସେବା ଅପରାହ୍ନ ଚାରିଟାରୁ ରାତି ନଅଟା ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା।