Kerala: ଭଗବାନ ବିଷ୍ଣୁଙ୍କ ପାଇଁ ୫ ଘଣ୍ଟା ବନ୍ଦ ରହିଲା ତିରୁଅନନ୍ତପୁରମ୍ ବିମାନବନ୍ଦର, ଜାଣନ୍ତୁ କାରଣ...
Advertisement

Kerala: ଭଗବାନ ବିଷ୍ଣୁଙ୍କ ପାଇଁ ୫ ଘଣ୍ଟା ବନ୍ଦ ରହିଲା ତିରୁଅନନ୍ତପୁରମ୍ ବିମାନବନ୍ଦର, ଜାଣନ୍ତୁ କାରଣ...

Airport stop for God: ଭଗବାନ ବିଷ୍ଣୁଙ୍କ ପାଇଁ ୫ ଘଣ୍ଟା ଧରି ବନ୍ଦ ରହିଛି ତିରୁଅନନ୍ତପୁରମ୍ ବିମାନବନ୍ଦର। 

Kerala: ଭଗବାନ ବିଷ୍ଣୁଙ୍କ ପାଇଁ ୫ ଘଣ୍ଟା ବନ୍ଦ ରହିଲା ତିରୁଅନନ୍ତପୁରମ୍ ବିମାନବନ୍ଦର, ଜାଣନ୍ତୁ କାରଣ...

Thiruvananthapuram Airport: ଭଗବାନ ବିଷ୍ଣୁଙ୍କ ପାଇଁ ୫ ଘଣ୍ଟା ଧରି ବନ୍ଦ ରହିଛି ତିରୁଅନନ୍ତପୁରମ୍ ବିମାନବନ୍ଦର। ହେଲେ ଭଗବାନଙ୍କ ପାଇଁ ବିମାନବନ୍ଦର କାହିଁକି ବନ୍ଦ ରହିଲା ତାହାର କାରଣ ଏବେ ସାମ୍ନାକୁ ଆସିଛି। ଭଗବାନ ବିଷ୍ଣୁଙ୍କ ସ୍ନାନ ଲାଗି ତିରୁଅନନ୍ତପୁରମ୍ ଠାରେ ଅରଟ୍ଟୁ ନାମରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଅରଟ୍ଟୁ ଶୋଭାଯାତ୍ରା ସ୍ଥାନୀୟ ବିମାନ ବନ୍ଦର ରନୱେ ନିକଟ ଦେଇ ଯାଇଥିଲା। ପ୍ରସିଦ୍ଧ ପଦ୍ମନାଭ ସ୍ୱାମୀ ମନ୍ଦିରର ଆରାଧ୍ୟ ଦେବତା ଭଗବାନ ବିଷ୍ଣୁଙ୍କ ଏକ ଶତାବ୍ଦୀ ପୁରୁଣା ପରମ୍ପରା ପାଇଁ ଏହି ବିମାନ ବନ୍ଦରକୁ ପ୍ରତିବର୍ଷ ୨ ଥର କିଛି ଘଣ୍ଟା ପାଇଁ ବନ୍ଦ ରଖିବାକୁ ପଡିଥାଏ। ଏହି ସମୟରେ ବିମାନ ବନ୍ଦରରେ ସମସ୍ତ ପ୍ରକାର ବିମାନ ଉଡ଼ାଣକୁ ବାତିଲ କରି ଦିଆଯାଇଥାଏ। 

କେରଳ ରାଜଧାନୀ ତିରୁଅନନ୍ତପୁରମ୍ (Kerala Capital Thiruvananthapuram) ଠାରେ ଅବସ୍ଥିତ ବିମାନବନ୍ଦର (Thiruvananthapuram Airport) ରାଜ୍ୟର ଏକ ପ୍ରମୁଖ ଏୟାରପୋର୍ଟ ଭାବେ ଜଣାଶୁଣା। ସଦ୍ୟ ବିମାନବନ୍ଦର ବନ୍ଦ ରହିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ତିରୁଅନନ୍ତପୁରମ୍ ଏୟାରପୋର୍ଟ କର୍ତ୍ତୃପକ୍ଷ ( (Thiruvananthapuram Airport Authority)। ଏନେଇ କୁହାଯାଇଛି ବିମାନ ସେବା ଅପରାହ୍ନ ଚାରିଟାରୁ ରାତି ନଅଟା ପର୍ଯ୍ୟନ୍ତ ୫ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା। ବିମାନବନ୍ଦର ସୂତ୍ରରୁ ପ୍ରକାଶ ଯେ ଇଣ୍ଡିଗୋ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବଂ ଏୟାର ଆରବ ସମେତ ପ୍ରମୁଖ ବିମାନସେବା କମ୍ପାନୀ ଅତି କମରେ ସେମାନଙ୍କର ୧୦ ବିମାନ ଏଠାରୁ ବାତିଲ କରିଛନ୍ତି। ପଦ୍ମନାଭ ସ୍ୱାମୀ ମନ୍ଦିର (Padmanav Swami Temple) ପକ୍ଷରୁ ଆୟୋଜିତ ହୋଇଥିବା ଅରଟ୍ଟୁ ଶୋଭାଯାତ୍ରା ଆଲାପାସୀ ପର୍ବ ସହିତ ଅନୁଷ୍ଠିତ ହୋଇଯାଇଛି।

Also Read: ବାତ୍ୟା ବେଳେ ସମୁଦ୍ରରେ ଭାସିଆସିଲା ସୁନାର ରଥ

ପଦ୍ମନାଭ ସ୍ୱାମୀ ମନ୍ଦିରର (Padmanav Swami Mandir) ଶତାବ୍ଦୀ ପୁରୁଣା ଏହି ପରମ୍ପରା ପାଇଁ ବିମାନ ବନ୍ଦର ବନ୍ଦ କରିବାର ପ୍ରଥା ଦଶନ୍ଧି ଧରି ଚାଲିଆସୁଛି। ଗତ ବର୍ଷ ଆଦାନୀ ସମୂହ ବିମାନ ବନ୍ଦର ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲା। ହେଲେ ସେତେବେଳେ କମ୍ପାନୀ ଏହି ପରମ୍ପରାକୁ ବନ୍ଦ କରିନଥିଲା। ବିମାନ ବନ୍ଦର ପରିଚାଳନା ଅନୁଯାୟୀ, ପଦ୍ମନାଭ ସ୍ୱାମୀ ମନ୍ଦିରର ପୁରୁଣା ପରମ୍ପରା ଆଲାପାସୀ ଅରଟ୍ଟୁ ଶୋଭାଯାତ୍ରା ତିରୁଅନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନ ବନ୍ଦର ରନୱେ ଦେଇ ଯାଇଥାଏ। ଏହି ଶୋଭଯାତ୍ରା ପାଇଁ ଏଠାରେ ବିମାନ ଉଡ଼ାଣ ସେବା ନଭେମ୍ବର ୧ ତାରିଖ ସୋମବାର ଅପରାହ୍ନ ଚାରିଟାରୁ ରାତି ନଅଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

Also Read: Kerala: ଶାକାହାରୀ କୁମ୍ଭୀରର ମୃତ୍ୟୁ, ୭୦ ବର୍ଷ ଧରି କରୁଥିଲା ଏହି କାମ

ତିରୁଅନନ୍ତପୁରମ୍ ବିମାନ ବନ୍ଦର ନିକଟରେ ରହିଛି ପଦ୍ମନାଭ ସ୍ୱାମୀ ମନ୍ଦିରର ଅରଟ୍ଟୁ ମଣ୍ଡପ। ଯେଉଁଠାରେ ମନ୍ଦିରର ମୂର୍ତ୍ତିକୁ କିଛି ସମୟ ପାଇଁ ରୀତିନୀତି ଅନୁଯାୟୀ ରଖାଯାଇଥାଏ। ମନ୍ଦିର ପରମ୍ପରା ଅନୁଯାୟୀ ବିମାନ ବନ୍ଦର ପଛ ଭାଗରେ ଅବସ୍ଥିତ ଥିବା ସମୁଦ୍ରରେ ସ୍ନାନ କରାଇବା ପାଇଁ ମନ୍ଦିରର ଦେବତାଙ୍କ ପ୍ରତିମା ବର୍ଷକୁ ୨ ଥର ନିଆଯାଏ। ଗତ ୧୯୯୨ ମସିହାରେ ବିମାନବନ୍ଦର ନିର୍ମାଣ ପୂର୍ବରୁ ମଧ୍ୟ ଏହି ଶୋଭାଯାତ୍ରା ଏହି ମାର୍ଗ ଦେଇ ଯାଉଥିଲା। ଏହି କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପରମ୍ପରାକୁ ପାଳନ କରାଯାଉଛି।