Kerala Waste Plant Fire: ମୁହଁରେ ମାସ୍କ, ଆଉ ଘରେ ନିଜକୁ କଏଦ କରିବାରେ ଲାଗିଛନ୍ତି ଲୋକେ। କୋରୋନା ଲାଗି ବରଂ ଅନ୍ୟ ଏକ କାରଣ ପାଇଁ ମାସ୍କ ପିନ୍ଧିବା ସହ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି ଲୋକେ। ସ୍ଥିତି ଏପରି ହେଲାଣି ଯେ ଲକଡାଉନ୍ ଲଗାଇବା ଉପରେ ମଧ୍ୟ ବିଚାର କରାଯାଉଛି। କେରଳର କୋଚି ସହରରେ ସୃଷ୍ଟି ହୋଇଛି ଏଭଳି ଅବସ୍ଥା। ସହରବାସୀଙ୍କୁ ପୁଣି ଥରେ ମାସ୍କ ପିନ୍ଧିବାକୁ ପଡୁଛି। କୋରୋନା ପାଇଁ ନୁହେଁ ବରଂ ଡମ୍ପିୟାଡ ଠାରେ ପଡ଼ି ରହିଥିବା ଆବର୍ଜନାରେ ନିଆଁ ଲାଗିଯାଇଥିଲା। ଧୂଆଁ କବଳରୁ ବଞ୍ଚିବା ପାଇଁ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପଡୁଛି। ଖବର ଅନୁସାରେ ଗତ ୨ ତାରିଖରେ ବ୍ରହ୍ମପୁରମସ୍ଥିତ ଡମ୍ପିଂ ୟାର୍ଡ ଠାରେ ନିଆଁ ଲାଗି ଯାଇଥିଲା। ଯାହାର ଧୂଆଁ ସମଗ୍ର କୋଚି ସହରରେ ବ୍ୟାପି ଯାଇଥିଲା। ଏହି ଘଟଣା ଘଟିବାର ୮ ଦିନ ପରେ ମଧ୍ୟ ଲୋକେ ନିଜକୁ ଶ୍ୱାସରୁଦ୍ଧ ଅନୁଭବ କରୁଛନ୍ତି। ବ୍ରହ୍ମପୁରମ୍ ଡମ୍ପିଂ ୟାର୍ଡ ପ୍ରାୟ ୧୧୦ ଏକର ପରିମିତ ଜମିରେ ବ୍ୟାପିଛି।


COMMERCIAL BREAK
SCROLL TO CONTINUE READING

ଯଦିଓ ବ୍ରହ୍ମପୁରମ (Brahmapuram) ଠାରେ ରହୁଥିବା ଲୋକଙ୍କୁ ପ୍ରତିବର୍ଷ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ। ହେଲେ ଏଥର ଅଳିଆ ଗଦାରେ (Dumping Yard) ନିଆଁ ଲାଗିବା କାରଣରୁ ଧୂଆଁ ବାହାରିବା ଲୋକଙ୍କ ବଞ୍ଚିବା ପାଇଁ କଷ୍ଟକର ହୋଇପଡିଛି। ବ୍ରହ୍ମପୁରମ୍ ଡମ୍ପିଂ ୟାର୍ଡ (Brahmapuram Dumping Yard) ଠାରେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ (Fire Brigade) ଏବଂ ପୋଲିସ କର୍ମଚାରୀ (Police Personnel) ଏକ ଅଭିଯାନ ଚଳାଇବାକୁ ଯୋଜନା କରିଛନ୍ତି। କୋଚି ସହରରେ (Kochi City) ରହୁଥିବା ଜଣେ ଦମ୍ପତି କହିଛନ୍ତି ଯେ ପ୍ରଥମେ ମୋହୋଲ ଠିକ ଥିଲା। ହେଲେ ଗତ ରବିବାର ଠାରୁ ଦୁର୍ଗନ୍ଧ ଆସିବାରେ ଲାଗିଲା। ଧୂଆଁ କାରଣରୁ ସେମାନେ ନିଜ ସହରକୁ ଫେରି ଯାଉଛନ୍ତି। ଆମେ ଘରର ବାଲକୋନି କିମ୍ବା ଝରକା  ଖୋଲି ପାରୁନାହୁଁ। ମଧ୍ୟାନ୍ନ ସମୟରେ ସ୍ଥିତି ଠିକ ରହୁଛି, ହେଲେ ରାତିରେ ଦୁର୍ଗନ୍ଧ ବହୁତ ବଢିଯାଉଛି। 


ବ୍ରହ୍ମପୁରମ ୱେଷ୍ଟ ପ୍ଲାଣ୍ଟ (Brahmapuram Waste Plant) ନିକଟରେ ରହୁଥିବା ଜଣେ ବାସିନ୍ଦା କହିଛନ୍ତି ଯେ ଆମକୁ କୋରୋନା ଫେରିଆସିବା ଭଳି ଲାଗୁଛି ପରି। ଘରର କବାଟ ଝାରକା ବନ୍ଦ ରଖିବା ସହ ଘର ଭିତରେ ରହିବାକୁ ତାଙ୍କୁ ପରାମର୍ଶ ଦିଆଯାଉଛି।ଏଠାରେ କାରଖାନା ନିକଟରେ ରହୁଥିବା ଲୋକଙ୍କ ମଧ୍ୟରେ କ୍ରୋଧ ରହିଛି। ଏହି କାରଣରୁ ଛୋଟ ପିଲା ଏବଂ ବୟସ୍କ ଲୋକ ଅଧିକ ସମସ୍ୟାର ସାମ୍ନା କରୁଛନ୍ତି। ଏହା ସହିତ ଘର ନିକଟରେ ଏକ ମେଡିକାଲ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଏହା ବ୍ୟତୀତ ଡାକ୍ତର ତଥା ସ୍ୱାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀଙ୍କୁ ଯେକୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତିରେ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।