Cow smuggling in Khordha: ଦେଶରେ ହେଉଥିବା ଗୋ ଚାଲାଣରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଥିବା ବେଳେ ଜିଲ୍ଲା ଭିତରେ ଖୋର୍ଦ୍ଧା ସବୁଠୁ ଆଗରେ ରହିଛି। ଏଠାରେ ପ୍ରତିଦିନ ୫-୧୦ଗୋରୁ ବୋଝେଲ କଣ୍ଟେନର ପଶ୍ଚିମବଙ୍ଗ ସହିତ ଆନ୍ଧ୍ର ପ୍ରଦେଶ ଚାଲାଣ କରାଯାଉଛି। ଖୋର୍ଦ୍ଧା କୁସପଲା, ଜାମୁସାହି, ସରଧାପୁର, ମୁକୁନ୍ଦପ୍ରସାଦ, ବେଣାପଞ୍ଜୁରୀ, ତରତୁଆ, ଯଦୁପୁରୁ ଭଳି ଅନେକ ସ୍ଥାନ ରହିଛି। ଯୋଉଁଠାରେ ଗୋରୁ ମାଫିଆ ସକ୍ରିୟ ରହିବା ସହିତ ପ୍ରତି ଦିନ ଗୋ ଚାଲାଣ କରୁଛନ୍ତି। ଏହି ଘଟଣା ବାବଦରେ ଜିଲ୍ଲାର ଗୋ ପ୍ରେମୀ ଖବର ପାଇବା ମାତ୍ରେ ପୋଲିସ ସହଯୋଗରେ ଅନେକ ଗାଡି ଜବତ କରିଛନ୍ତି। ଗତ ୨୦୨୦ ସମୟରେ ପୂର୍ବତନ ଏସପି ରାଜକିଶୋର ଦୋରାଙ୍କ ସମୟରେ କୌଣସି ଗୋରୁ ଗାଡି ଖୋର୍ଦ୍ଧା ଦେଇ ଅତିକ୍ରମ କରୁନଥିଲା। ଗୋ ପ୍ରେମୀ ଥାନାକୁ ଖବର ଦେବା ମାତ୍ରେ ପୋଲିସ ଏହି ଗାଡିକୁ ଜବତ କରି ନେଉଥିଲା। 


COMMERCIAL BREAK
SCROLL TO CONTINUE READING

ହେଲେ ଦୁଃଖର ବିଷୟ ଯେ ବିଗତ କିଛି ଦିନ ହେବ ଖୋର୍ଦ୍ଧାରେ ଗୋରୁ ମାଫିଆ ପୁଣିଥରେ ସକ୍ରିୟ ହେବା ସହିତ ଗୋ ପ୍ରେମୀଙ୍କ ଉପରେ ଆକ୍ରମଣ କରୁଛନ୍ତି। ସବୁ ଆଡ଼େ ଖୁଲମ୍ ଖୁଲା ଗୋ ହତ୍ୟା ସହିତ ଚାାଲଣ ହେଉଛି। ଦିନ ଦ୍ଵିପହରରେ ଗୋମାଂସ ଚାଲାଣ ହେଉଛି। ଜିଲ୍ଲାର ବେଗୁନିଆ, ବାଘମାରୀ, ଆଦର୍ଶ ଥାନା, ସଦର ଥାନା, ଜଙ୍କିଆ ସମେତ ଆହୁରି ଅନେକ ଥାନା ରହିଛି। ମାତ୍ର ପୋଲିସ ଏ ସମ୍ପର୍କରେ ଜାଣିପାରୁନି କେମିତି? ଗୋ ପ୍ରେମୀ ଗୋରୁ ବୋଝେଇ ଗାଡି ଜବତ କରି ପୋଲିସ ଜିମା ଦେଲେ ଓଲଟା ସେମାନଙ୍କ ନାମରେ ଏତଲା କରାଯାଉଛି। ଏପରିକି ଗୋ ପ୍ରେମୀଙ୍କୁ ପୋଲିସ ପକ୍ଷରୁ ଧମକ ଦିଆଯାଉଛି! ଏଭଳି ଏକ ଘଟଣା ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦ ଠାରେ ଘଟିଯାଇଛି। ଗତ ୨୩ ତାରିଖ ଦିନ ରାତ୍ର ସମୟରେ ଗୋ ମାତାଙ୍କୁ ହତ୍ୟା କରି ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଗୋ ପ୍ରେମୀ ଖବର ପାଇ ଶିଳ୍ପାଞ୍ଚଳ ଫାଣ୍ଡିକୁ ଖବର ଦେଇଥିଲେ।ସ ହେଲେ ପୋଲିସ ଘଟଣା ସ୍ଥଳକୁ ଯାଇନଥିଲେ। ଯେଉଁଥିପାଇଁ ରାତି ତମାମ ଗୋ ମାତାଙ୍କୁ କଟାଯାଇଥିଲା। 


ଗତ ୨୪ ତାରିଖରେ ଗୋ ପ୍ରେମୀ ଆଦର୍ଶ ଥାନା ଅଧିକାରୀଙ୍କ ସହିତ ସମସ୍ତ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ହେଲେ କୌଣସି ଥାନା ଅଧିକାରୀ ସେମାନଙ୍କୁ ସହଯୋଗ କରିନଥିଲେ। ଯାହା ପରେ ୧୧୨ ସହିତ ଯୋଗାଯୋଗ କରିବାରୁ ଶିଳ୍ପାଞ୍ଚଳ ଫାଣ୍ଠିର ଜଣେ ଅଧିକାରୀ ଦୀର୍ଘ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ହେଲେ ସେତେବେଳକୁ ସେଠାରୁ ଗୋ ମାଫିଆ ସମସ୍ତ ଜିନିଷ ନେଇ ଚାଲି ଯାଇଥିଲେ। ଏହା ପରେ ଗୋ ପ୍ରେମୀ ରାସ୍ତା ଅବରୋଧ କରିଥିଲେ। ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଆଦର୍ଶ ଥାନା ଅଧିକାରୀଙ୍କ ସହ ଅନ୍ୟ ଥାନାର ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ରାସ୍ତା ଅବରୋଧ କରିଥିବା ଗୋ ପ୍ରେମୀଙ୍କୁ  ବୁଝାସୁଝା କରିବା ସହିତ ଗୋ ମାତା କଟାଯାଉଥିବା ମୁକୁନ୍ଦ ପ୍ରସାଦ ମୁସଲମାନ ଟାଙ୍ଗି ସାହିକୁ ଯାଇଥିଲା। ସେଠାରେ କଟାଯାଇଥିବା ମାଂସର ନମୁନା ସଂଗ୍ରହ କରି ଫେରୁଥିବା ସମୟରେ ୧୦୦ ଜଣରୁ ଉର୍ଦ୍ଧ୍ବ ଲୋକେ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ମାରଣାସ୍ତ୍ର ଧରି ପୋଲିସ ଉପସ୍ଥିତରେ ମାରିବାକୁ ଗୋଡ଼ାଇଥିଲେ। 


ସେଠାରୁ ଆସି ଗୋ ପ୍ରେମ ଥାନାରେ ଏକ ଲିଖତ ଅଭିଯୋଗ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତକୁ ପୋଲସ ଗିରଫ କରିବା ବଦଳରେ ଗୋ ପ୍ରେମୀଙ୍କୁ ରାହାଜାନୀ, ଡକାୟତି, ବ୍ରାଉନସୁଗର ଭଳି ମିଥ୍ୟା ମାମଲାରେ ଛନ୍ଦିବା ସହିତ ଅଭଦ୍ର ଭାଷାରେ ଆଦର୍ଶ ଥାନା ଅଧିକାରୀ ଏବଂ ଖୋର୍ଦ୍ଧା ଏସଡିପିଓ ଗାଳିଗୁଲଜ କରୁଛନ୍ତି। ମାଫିଆଙ୍କ ସହିତ ଖୋର୍ଦ୍ଧା ପୋଲିସ ସାଲିସରେ ଗୋ ଚାଲାଣ ବଢ଼ିବାରେ ଲାଗିଛି। ଗୋ ପ୍ରେମୀ ସନ୍ଦେହ କରୁଛନ୍ତି ଯେ ଆଦର୍ଶ ଥାନା ଅଧିକାରୀ ଏଭଳି ଗୋ ଚାଲାଣକୁ ପ୍ରୋତ୍ସାହନ ଦେଉଛନ୍ତି। ଯେଉଁଥି ପାଇଁ ଦିନକୁ ଦିନ ଜିଲ୍ଲାରେ ଗୋ ଚାଲାଣ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ମାଫିଆ ଖୁଲମ ଖୁଲା ମାରଣାସ୍ତ୍ର ଧରି ସୋସିଆଲ ମିଡିଆ ମାଧ୍ୟମରେ ଭୟଭୀତ କରିବା ଭଳି ରୀଲ୍ସ କରି ସହରରେ ଖୁଲମ ଖୁଲା ବୁଲୁଛନ୍ତି। ହେଲେ ଖୋର୍ଦ୍ଧା ପୋଲିସ ନିଷ୍କ୍ରିୟ ପାଲଟି ଯାଉଥିବାରୁ ମାଫିଆ ମନକୁ ସହଯୋଗ କରୁଛି। ଯାହାକୁ ନେଇ ସଙ୍ଗଠିତ ହିନ୍ଦୁ ସମାଜ ପକ୍ଷରୁ ଘୋର ବିରୋଧ କରାଯିବା ସହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।