Merry Christmas 2024: ଏହି ଖ୍ରୀଷ୍ଟମାସକୁ କରନ୍ତୁ ଅଧିକ ସ୍ପେଶାଲ୍, ଘରେ ବନାନ୍ତୁ Tutti Frutti କେକ୍
Merry Christmas 2024: ଆସନ୍ତାକାଲି ବଡ଼ ଦିନ ବା ଖ୍ରୀଷ୍ଟମାସ। ବିଶେଷକରି, ଖ୍ରୀଷ୍ଟଧର୍ମର ଲୋକେ ଏହି ପର୍ବକୁ ଅଧିକ ଉତ୍ସାହର ସହ ପାଳନ କରନ୍ତି। କିନ୍ତୁ ଏବେ ଏହି ଖ୍ରୀଷ୍ଟମାସକୁ ସମସ୍ତେ ପାଳନ କରୁଛନ୍ତି। ଏହି ଦିନ ଘରକୁ ରଙ୍ଗୀନ୍ ଆଲୋକ ମାଳାରେ ସାଜସଜା କରାଯିବା ସହିତ ଘରେ କେକ୍ ମଧ୍ୟ ପ୍ରସ୍ତୁତ କରନ୍ତି। ଏବଂ ପରପ୍ପରକୁ ଖୁଆନ୍ତି। ତେବେ, ଏହି ପର୍ବକୁ ଅଧିକ ସ୍ପେଶାଲ୍ କରିବା ପାଇଁ ଘରେ ବନାନ୍ତୁ (Tutti frutti cake) ଟୁଟି-ଫ୍ରୁଟି କେକ୍.. ଆସନ୍ତୁ ଜାଣିବା କେକ୍ ବନାଇବାର ପ୍ରସ୍ତୁତି ପ୍ରଣାଳୀ।...

କେକ୍ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ:
୧ - ଦୁଇ ରୁ ତିନି କପ୍ ମଇଦା
୨- ଟୁଟୁ-ଫୁଟି ର ୧ କପ୍ ।
୩-୩ କପ୍ ମିକ୍ସ ଡ୍ରାଏ ଫ୍ରୁଟ୍ସ
୪-୧ କପ୍ ପାଉଡର ଚିନି
୫.୫ କପ୍ କ୍ଷୀର
୬-୧ ଚାମଚ ଭାନିଲା ବା ଷ୍ଟବେରୀ ଏସେନ୍ସ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ ବଡ଼ ପାତ୍ରରେ ମିକ୍ସ ଡ୍ରାଏ ଫ୍ରୁଟ୍ସ ଗୁଡିକୁ ରଖନ୍ତୁ। ଏଥିରେ ଭାନିଲା ଏସେନ୍ସ,, ଟୁଟି-ଫୁଟି ସହ କ୍ଷୀର ପକାଇ ମିଶାନ୍ତୁ। ଏହାପରେ ଏହି ମିଶ୍ରଣକୁ ୭ରୁ ୮ ଘଣ୍ଟା ଫ୍ରିଜରେ ରଖନ୍ତୁ। ପରେ ଏହାକୁ ଫ୍ରିଜ୍ ରୁ ବାହାର କରି, ଏହି ମିଶ୍ରଣ ଟିକୁ ଓଭାନରେ( ୧୬୦ ଡିଗ୍ରୀ ସେଲସିଅସ) ରେ ଗରମ କରନ୍ତୁ। ପରେ ଓଭାନରୁ କେକେଟିକୁ ଆଣି ସେଥିରେ ତାର ଚାରିପଟେ ବଟରରେ ଗ୍ରିସିଂ ବା ବଟରକୁ ଚାରିପଟେ ଲଗାନ୍ତୁ। ସେପଟେ ଅନ୍ୟ ଏକ ପାତ୍ରରେ ବେକିଂ ସୋଡା, ଚିନି, ଡ୍ରାଏ ଫ୍ରୁଟ୍ସ ଓ ମଇଦା କୁ ପକାଇ ଭଲ ଭାବେ ମିଶାନ୍ତୁ । ପରେ ମିଶ୍ରଣଟି ତିଆରି ହୋଇଯିବା ପରେ କେକ-ଟିନରେ ପକାଇ ୫୦-୫୫ ମିନିଟ ପର୍ଯ୍ୟନ୍ତ ଓଭାନରେ ଗରମ କରନ୍ତୁ। ଏହାପରେ ଓଭାନରୁ ବାହାର କରି ଥଣ୍ଡା ହେବା ସମସ୍ତଙ୍କୁ ଟୁଟି-ଫୁଟି କେକ୍ ଖୁସିର ସହିତ ପରସନ୍ତୁ। ଏହି କେକ୍ ଆପଣଙ୍କ ଖ୍ରୀଷ୍ଟମାସକୁ ଆହୁରି ସ୍ପେଶାଲ୍ କରିବ ନିଶ୍ଚୟ..