Bank Account Balance: ଆଜିକାଲି ଅନଲାଇନ୍ ବିକଳ୍ପ ଯୋଗୁଁ ଆମ ବ୍ୟାଙ୍କ ଆକାଉଣ୍ଟରେ ବାଲାନ୍ସ ଦେଖିବା ବହୁତ ସହଜ ହୋଇଯାଇଛି । ଏଥିପାଇଁ ଅନଲାଇନ୍ ବ୍ୟାଙ୍କିଙ୍ଗର ସୁବିଧା ରହିବା ଆବଶ୍ୟକ ଓ ହାତରେ ସ୍ମାର୍ଟଫୋନ୍ ମଧ୍ୟ ରହିବା ଆବଶ୍ୟକ, କିନ୍ତୁ ଯେତେବେଳେ ସ୍ମାର୍ଟଫୋନ୍ ବ୍ୟବହାରକାରୀ ହୋଇ ନଥିବେ, ସେତେବେଳେ କଣ କରିବେ? ସରଳ ଭାଷାରେ, ଆପଣଙ୍କ ପାଖରେ ଯଦି ଏକ ବିନା ଇଣ୍ଟରନେଟ୍ ଥିବା ଫୋନ୍ ଥାଏ, ଯେଉଁଥିରେ ବ୍ୟାଙ୍କିଙ୍ଗ୍ ଆପ୍ ବ୍ୟବହାର କରିବାର ବିକଳ୍ପ ନାହିଁ, ତଥାପି ଆପଣ ଏକ ମେସେଜ ମାଧ୍ୟମରେ ନିଜ ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସ ଜାଣିପାରିବେ ।


COMMERCIAL BREAK
SCROLL TO CONTINUE READING

ହଁ, ଆଜ୍ଞା ଫିଚର ଫୋନରେ ମେସେଜ୍ ମାଧ୍ୟମରେ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟରେ ଥିବା ବାଲାନ୍ସ ମଧ୍ୟ ଜାଣିପାରିବ । ଏଥିପାଇଁ ଆପଣଙ୍କୁ କେବଳ ଆପଣଙ୍କ ଫୋନରୁ ଏକ ନମ୍ବର ଡାଏଲ୍ କରିବାକୁ ପଡିବ, ଯାହା ପରେ ଆପଣ ମେସେଜ ମାଧ୍ୟମରେ ବାଲାନ୍ସ ସୂଚନା ପାଇବେ । ମେସେଜ ମାଧ୍ୟମରେ ଆପଣଙ୍କ ସାଧା ଫୋନରେ କିପରି ବ୍ୟାଙ୍କ ବାଲାନ୍ସ ଜାଣିପାରିବେ ଏଠାରେ ଜଣାନ୍ତୁ ।


SMS ମାଧ୍ୟମରେ କିପରି ଚେକ୍ କରିପାରିବେ ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସ 


  • ସର୍ବପ୍ରଥମେ ଆପଣଙ୍କ ଫୋନରୁ *99*99*1# ନମ୍ବରକୁ ଡାଏଲ କରନ୍ତୁ ।

  • ଏହା ପରେ ଆପଣଙ୍କ ଆଧାର କାର୍ଡର ୧୨ ଅଙ୍କ ସଂଖ୍ୟା ଏଣ୍ଟ୍ରି କରନ୍ତୁ ।

  • ଏହା ମାଧ୍ୟମରେ ଯାଞ୍ଚ ପ୍ରକ୍ରିୟା ସମାପ୍ତ ହେବ ଓ ଆପଣ ଏକ ମେସେଜ୍ ରିସିଭ୍ କରିବେ ।

  • ଆପଣ ମେସେଜ ମାଧ୍ୟମରେ ଆପଣଙ୍କର ବ୍ୟାଙ୍କ ଖାତାର ବାଲାନ୍ସ ଜାଣିବାକୁ ସମର୍ଥ ହେବେ ।


ଏଥିପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ
ଯଦି ଆପଣ ଆପଣଙ୍କ ଫିଚର ଫୋନ୍ କିମ୍ବା ଅନ୍ୟ କୌଣସି ଫୋନରେ SMS ମାଧ୍ୟମରେ ବାଲାନ୍ସ ଜାଣିବାକୁ ଚାହୁଁଛ, ତେବେ ମନେରଖନ୍ତୁ ଯେ ଆପଣ ନମ୍ବର ସମାନ ଆକାଉଣ୍ଟରେ ଲିଙ୍କ୍ ହେବା ଉଚିତ ଯାହା ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡ ସହିତ ମଧ୍ୟ ସଂଯୁକ୍ତ । ଆଧାର ନମ୍ବରକୁ ଫୋନ୍ ନମ୍ବର ସହିତ ଲିଙ୍କ୍ କରିବା ଆବଶ୍ୟକ, କେବଳ ଏହା ପରେ ଆପଣ ମେସେଜ ମାଧ୍ୟମରେ ଆପଣଙ୍କର ବାଲାନ୍ସ ଦେଖାଇବାକୁ ସମର୍ଥ ହେବେ ।