Ayodhya Ram Mandir: ଶ୍ରୀ ରାମଙ୍କ ସହର ଅଯୋଧ୍ୟା କନ୍ୟା ପରି ଏବେ ସଜେଇ ହୋଇଛି । ଆଜିଠାରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆନୁଷ୍ଠାନିକ ପୂଜା ଆରମ୍ଭ ହେଉଛି। ୨୨ ଜାନୁଆରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହି ସମାରୋହ ପାଇଁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଜି ଅର୍ଥାତ୍ ମଙ୍ଗଳବାର ଠାରୁ ଅଯୋଧ୍ୟାରେ ରାମନାମ ଧ୍ଵନିରେ ଗୁଞ୍ଜରିତ ଆରମ୍ଭ ହେଇଛି।  ବୈଦିକ ମନ୍ତ୍ର ଜପ ଆରମ୍ଭ ହେବ, କାରଣ ରାମ ମନ୍ଦିର ସମାରୋହ ପ୍ରାୟଶ୍ଚିତ ପୂଜା ସହିତ ଆରମ୍ଭ ହେବ। ତେବେ ଆସନ୍ତୁ ଜାଣିବା ୧୬ ଜାନୁୟାରୀରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ରାମ ମନ୍ଦିରରେ କ’ଣ ସବୁ ନୀତି ସ୍ଥିର ହୋଇଛି ।


COMMERCIAL BREAK
SCROLL TO CONTINUE READING

ଆଜି ଠାରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ କ’ଣ ହେବ?


 ୧୬ ଜାନୁଆରୀ ଅର୍ଥାତ୍ ଆଜିଠାରୁ ଉପାସନା ପ୍ରକ୍ରିୟା ଆରମ୍ଭ ହେବ । ଆଜି ଅର୍ଥାତ୍ ମଙ୍ଗଳବାର ଦିନ ପ୍ରାୟଶ୍ଚିତ ପୂଜା ଏବଂ କର୍ମ କୁଟି ପୂଜା ହେବ । ଜାନୁୟାରୀ ୧୭ ରେ, ଶ୍ରୀ ବିଗ୍ରହ ଅର୍ଥାତ୍ ରାମଲାଲାଙ୍କ ପରିସର ଭ୍ରମଣ ଏବଂଓ ପବିତ୍ର ମନ୍ଦିରର ଶୁଦ୍ଧିକରଣ ହେବ। ଉଭୟ ଦିନ ଜଳାଧବାସ, ସୁଗନ୍ଧ ଓ ଗନ୍ଧାଧିବାସ ମଧ୍ୟ ହେବ। ୧୯ ଜାନୁଆରୀରେ ଭୋର୍ ସମୟରେ ଫଳାଧିବାସ ଏବଂ ଧ୍ୟାନଧିବାସ ହେବ । ୨୦ ଜାନୁୟାରୀ ସକାଳେ ଫୁଲ ଓ ରତ୍ନ ଏଵଂ ସଂଧ୍ୟାରେ ଘୃତାଧିବାସ କାର୍ଯ୍ୟକ୍ରମ ହେବ । ଏହି ସବୁ କାର୍ଯ୍ୟକ୍ରମ ସହିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାପ୍ତ ହେବ ।


କେତେବେଳେ ହେବ ପ୍ରାଣ ପ୍ରତିଷ୍ଠା


ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ ଜାନୁଆରୀ ୨୨ ରେ ମଧ୍ୟାହ୍ନ ୧୨.୨୦ରେ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି। ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ରେ ଦ୍ୱିପ୍ରହର ୧୨.୨୦ରେ ଆରମ୍ଭ ହୋଇ ଅପରାହ୍ନ ୨ ଟାରେ ଶେଷ ହେବ । ଧାର୍ମିକ ରୀତିନୀତି ଜାନୁୟାରୀ ୧୬ ରୁ ଆରମ୍ଭ ହୋଇଛି, ଯାହାକି ଜାନୁୟାରୀ ୨୧ ପର୍ଯ୍ୟନ୍ତ ଚାଲିବ ଓ ଜାନୁୟାରୀ ୨୨ ରେ 'ପ୍ରାଣ ପ୍ରତିଷ୍ଠା' ସମାରୋହ ଅନୁଷ୍ଠିତ ହେବ ।


ଗର୍ଭଗୃହରେ କିଏ କିଏ ରହିବେ?
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ଅନୁଯାୟୀ, ୧୨୧ ଆଚାର୍ଯ୍ୟ ରାମ ମନ୍ଦିରର ରୀତିନୀତିରେ ଅଂଶଗ୍ରହଣ କରିବେ। ରାମଲାଲାଙ୍କ ଗର୍ଭଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସରସଂଘସଂଚାଳକ ମୋହନ ଭାଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମହନ୍ତ ନୃତ୍ୟ ଗୋପାଳ ଦାସ ମହାରାଜ ଉପସ୍ଥିତ ରହିବେ। କେବଳ ଏତିକି ନୁହେଁ, ମନ୍ଦିରର ସମସ୍ତ ଟ୍ରଷ୍ଟି, ୧୫୦ ରୁ ଅଧିକ ପରମ୍ପରାର ସାଧୁ, ୫୦ ରୁ ଅଧିକ ଆଦିବାସୀ ତଥା ଜନଜାତି ପରମ୍ପରାର ମଧ୍ୟ ଉପସ୍ଥିତ ରହିବେ।


ଗର୍ଭ ଗୃହରେ କେଉଁ ପ୍ରକାର ପ୍ରତିମା ରହିବେ?
ଶ୍ରୀରାମ ଜନ୍ମଭୂମି ତିର୍ଥ କ୍ଷେତ୍ରର ଟ୍ରଷ୍ଟ ଅନୁଯାୟୀ, ରାମ ମନ୍ଦିରରେ 'ପ୍ରାଣ ପ୍ରତିଷ୍ଠା' ହେବାକୁ ଥିବା ଏହି ପ୍ରତିମା ପଥରରେ ନିର୍ମିତ ଏବଂ ଏହାର ଓଜନ ପ୍ରାୟ ୧୫୦-୨୦୦ କିଲୋଗ୍ରାମ ହେବ ବୋଲି ଆଶା କରାଯାଉଛି। ଜାନୁଆରୀ ୧୮ ରେ, ଏହି ପ୍ରତିମା ମନ୍ଦିରର 'ଗର୍ଭଗୃହ'ରେ ସ୍ଥାପିତ ହେବେ । ଚମ୍ପତ ରାୟଙ୍କ ଅନୁଯାୟୀ ଭଗବାନ ରାମଙ୍କ ଶିଶୁ ରୂପଙ୍କୁ ପ୍ରାଣ ପ୍ରତିଷ୍ଠା କରାଯିବ, ଯେଉଁଥିରେ ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ଏକ ୫ ବର୍ଷର ବାଳକ ଆକାରରେ ଅଛନ୍ତି। ମାଇସୁରର ବାସିନ୍ଦା ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ଏହି ପ୍ରତିମାଙ୍କୁ ଗର୍ଭଗୃହରେ ରଖାଯିବ। ଏହା ସହିତ ଯାହା ବର୍ତ୍ତମାନ ମନ୍ଦିରରେ ସ୍ଥାପିତ ହୋଇଥିବା ପ୍ରଭୁ ରାମଙ୍କ ମୂର୍ତ୍ତିଙ୍କୁ ମଧ୍ୟ ଗର୍ଭ ଗୃହରେ ପୁନଃ ସ୍ଥାପନା କରାଯିବ।


Also Read- ଆପାର୍ଟମେଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ନିଆଁରେ ଫସି ରହିଥିବା ଲୋକଙ୍କୁ ସିଡ଼ିରେ କରାଗଲା ଉଦ୍ଧାର


Also Read- Odisha Festival: ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା; ରକ୍ତରଞ୍ଜିତ ହେବ ପୀଠ