ଆପାର୍ଟମେଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ନିଆଁରେ ଫସି ରହିଥିବା ଲୋକଙ୍କୁ ସିଡ଼ିରେ କରାଗଲା ଉଦ୍ଧାର
Advertisement
Article Detail0/zeeodisha/odisha2062060

ଆପାର୍ଟମେଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ନିଆଁରେ ଫସି ରହିଥିବା ଲୋକଙ୍କୁ ସିଡ଼ିରେ କରାଗଲା ଉଦ୍ଧାର

Fire break case: କାନପୁରର ଏକ କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ବିଲ୍ଡିଂରେ ନିଆଁ ଲାଗିବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଏଥିସହ ଅଗ୍ନିଶମ ବାହିନୀ ଦଳ ସିଡ଼ି ସାହାଯ୍ୟରେ ବିଲ୍ଡିଂରେ ଫସି ରହିଥିବା ଲୋକଙ୍କୁ ବାହାର କରିବା ଆରମ୍ଭ କରି ଦେଇଛନ୍ତି।

ଆପାର୍ଟମେଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ନିଆଁରେ ଫସି ରହିଥିବା ଲୋକଙ୍କୁ ସିଡ଼ିରେ କରାଗଲା ଉଦ୍ଧାର

Fire break case: ବିଳମ୍ବିତ ରାତିରେ କାନପୁରର ଏକ କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ବିଲ୍ଡିଂରେ ନିଆଁ ଲାଗିବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଏଥିସହ ଅଗ୍ନିଶମ ବାହିନୀ ଦଳ ସିଡ଼ି ସାହାଯ୍ୟରେ ବିଲ୍ଡିଂରେ ଫସି ରହିଥିବା ଲୋକଙ୍କୁ ବାହାର କରିବା ଆରମ୍ଭ କରି ଦେଇଛନ୍ତି।

ସୂଚନା ମୁତାବକ, କାନପୁରର ରୁପମ୍ ଛକ ନିକଟରେ ଅବସ୍ଥିତ ୪ ମହଲା କୋଠାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ଆପାର୍ଟମେଣ୍ଟରେ ରହୁଥିବା ଅନେକ ପରିବାର ସଦସ୍ୟ ଫସି ରହିଥିଲେ। ବିଲ୍ଡିଂରେ ନିଆଁ ଲାଗିବା ମାତ୍ରେ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।
ସିଡ଼ି ଲଗାଇ ଲୋକଙ୍କ ଜୀବନ ରକ୍ଷା କରାଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦଳ ସିଡ଼ି ବ୍ୟବହାର କରି ବିଲଡିଂରୁ ଅନେକ ଲୋକଙ୍କୁ ବାହାର କରିଛି। ଦଳର କହିବାନୁସାରେ, କେଉଁ ଘରେ ନିଆଁ ଲାଗିଥିଲା ​​ସେନେଇ କୌଣସି ସୂଚନା ମିଳିନାହିଁ। 

ଶୀଘ୍ର ନିଆଁକୁ ନିୟନ୍ତ୍ରଣ କରାଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଗ୍ନିକାଣ୍ଡ ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ଓ ଏବେ ଆଉ ନିଆଁ ବ୍ୟାପିବାର ସମ୍ଭାବନା ନାହିଁ । ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଫୋରେନସିକ୍ ଟିମ୍ ଅନୁସନ୍ଧାନ କରିବ, ଯାଞ୍ଚ ପରେ ନିଆଁ କେଉଁଠାରୁ ଲାଗିଲା ଓ କାରଣ ସ୍ପଷ୍ଟ ହେବ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଚାରିଟି ଅଗ୍ନିଶମ ବାହିନୀ ଗାଡି ଏବଂ ନିକଟସ୍ଥ ପୋଲିସ ଷ୍ଟେସନରୁ ଫୋର୍ସଙ୍କୁ ଘଟଣାସ୍ଥଳକୁ ଡକାଯାଇଥିଲା।

Also Read- ପୁରୀ ପରିକ୍ରମା ପ୍ରକଳ୍ପ: ଜାନୁଆରୀ ୧୭ରେ ଘଣ୍ଟ, ଶଙ୍ଖନାଦ ସହ ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Also Read- Odisha Festival: ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା; ରକ୍ତରଞ୍ଜିତ ହେବ ପୀଠ