Signs Before Death in Odia: ହିନ୍ଦୁ ଧର୍ମ ବା ସନାତନ ଧର୍ମରେ ଗରୁଡ଼ ପୁରାଣର ବିଶେଷ ମହତ୍ତ୍ୱ ରହିଛି। ୧୮ଟି ପୁରାଣ ମଧ୍ୟରୁ ଗରୁଡ଼ ପୁରାଣ ଅନ୍ୟତମ। ଏଥିରେ ସାଧାରଣତଃ ମୃତ୍ୟୁ ପରେ କ'ଣ ହୁଏ ତାହା ବର୍ଣ୍ଣନା କରାଯାଇଛି। ଏହା ଛଡା଼ ମୃତ୍ୟୁ ପରେ ପରବର୍ତ୍ତୀ ଜନ୍ମ ବିଷୟରେ ମଧ୍ୟ ଏଥିରେ କୁହାଯାଇଛି। ଗରୁଡ଼ ପୁରାଣରେ ଜୀବନ ଓ ମୃତ୍ୟୁ ବ୍ୟତୀତ ଆତ୍ମାର ଯାତ୍ରା ବିଷୟରେ ମଧ୍ୟ କୁହାଯାଇଛି। ଏହା ସ୍ୱର୍ଗ, ନର୍କ, ପାପ, ନୀତି ଓ ନିୟମ ସମ୍ପର୍କରେ ବର୍ଣ୍ଣନା କରିଥାଏ। ଅନ୍ୟପକ୍ଷରେ ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଅନେକ ସଙ୍କେତ ମିଳିଥାଏ। ଆସନ୍ତୁ ଜାଣିବା ସେମିତି କିଛି ସଙ୍କେତ ବିଷୟରେ।


COMMERCIAL BREAK
SCROLL TO CONTINUE READING

ହାତର ରେଖା ଫିକା ହେବା
ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ପାଖେଇ ଆସୁଥିବା ବ୍ୟକ୍ତିଙ୍କର ହାତର ରେଖା ଧିରେ ଧିରେ ଲିଭିବା ଆରମ୍ଭ କରେ। କିଛି ଲୋକଙ୍କର ରେଖା ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଅଦୃଶ୍ୟ ହେବା ପରି ଲାଗେ। ସେମାନେ ନିଜ ହାତ ରେଖାକୁ ଦେଖିପାରନ୍ତି ନାହିଁ।


ଯମଦୂତଙ୍କ ଆଗମନ ଅନୁଭବ କରିବା
ମୃତ୍ୟୁ ଶଯ୍ୟାରେ ପଡି଼ଥିବା ବ୍ୟକ୍ତି ଜଣକ ଜାଣି ପାରନ୍ତି ଯେ ତାଙ୍କର ଶେଷ ସମୟ ଆସି ଯାଇଛି। ଏହି ସମୟରେ ନିଜ ପାଖରେ ନକରାତ୍ମକ ଶକ୍ତି ଅନୁଭବ ହୋଇଥାଏ। କାରଣ ସେହି ସମୟରେ ଯମରାଜାଙ୍କର ଦୂତମାନେ ପାଖରେ ଥାଆନ୍ତି।


ସାରା ଜୀବନ କରିଥିବା କର୍ମ ମନେ ପଡି଼ବା
ଯଦି ଜଣେ ବ୍ୟକ୍ତିର ମୃତ୍ୟୁ ସମୟ ପାଖେଇ ଆସେ, ତେବେ ତାଙ୍କ ମନ ଅସୁସ୍ଥ ହୋଇଯାଏ। ଏହି ସମୟରେ ମଣିଷ କରିଥିବା କୁକର୍ମ ଗୁଡି଼କ ମନେ ପଡି଼ଥାଏ।  ଯେତେ ଚେଷ୍ଟା କଲେ ମଧ୍ୟ ଏହା ମନରୁ ହଟେ ନାହିଁ। ଏହାଛଡା଼ ସେତେବେଳେ ପ୍ରାୟଶ୍ଚିତ କରିବା ପାଇଁ ମନୁଷ୍ୟ ଚାହିଁଥାଏ। କିନ୍ତୁ ଏହା ଭାବିବା ବେଳକୁ ବହୁତ ଡେରି ହୋଇ ସାରିଥାଏ। ଏହି ସମୟରେ ମଣିଷ ନିଜ ଭଲ କର୍ମ ମଧ୍ୟ ମନେ ପକାଇଥାଏ।


ରହସ୍ୟମୟ ଦ୍ୱାର ଦେଖିବା
ମୃତ୍ୟୁ ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଅଦ୍ଭୁତ ଜିନିଷ ଦେଖାଯାଏ। କେହି କେହି ଅଗ୍ନି ପିଣ୍ଡୁଳା ଦେଖନ୍ତି ତ ଆଉ କାହାକୁ ରହସ୍ୟମୟ ଆଲକ ଦୃଶ୍ୟମାନ ହୁଏ। ଏହିପରି ସ୍ଥଳେ ମୃତ୍ୟୁ ନିକଟତର ବୋଲି ସ୍ପଷ୍ଟ ହୋଇଥାଏ।


ସ୍ୱପ୍ନରେ ନିଜ ପୂର୍ବ ପୁରୁଷମାନଙ୍କୁ ଦେଖିବା
ଗରୁଡ଼ ପୁରାଣ ଅନୁଯାୟୀ, ମୃତ୍ୟୁର କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ତାଙ୍କର ପୂର୍ବ ପୁରୁଷ ମାନେ ସ୍ୱପ୍ନରେ ଦେଖା ଦେଇଥାଆନ୍ତି। କୁହାଯାଏ ଯେ, ଯଦି ପୂର୍ବ ପୁରୁଷ ମାନେ କାନ୍ଦିବା ସ୍ୱପ୍ନ ଆସିଥାଏ, ତେବେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ସମୟ ପାଖେଇ ଆସିଥିବାର ସୂଚନା ମିଳେ।


Disclaimer: ଏଠାରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। 


Also Read: Horoscope Today: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର


Also Read: IND vs AUS 3rd ODI: ରୋହିତ ଶର୍ମା କହିଲେ କାହିଁକି ହାରିଲା ଟିମ୍ ଇଣ୍ଡିଆ, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ