One lakh people recited geeta: କୋଲକାତା ସ୍ଥିତ ପ୍ୟାରେଡ ଗ୍ରାଉଣ୍ଡରେ ଏକ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଥିଲା । ରାଜ୍ୟ ତଥା ବାହାର ସ୍ଥାନରୁ ଅନେକ ବ୍ୟକ୍ତି ସେଠାରେ ପହଞ୍ଚିବା ପରେ ଏକତ୍ରିତ ହୋଇଥିଲା । ପରେ ସମସ୍ତେ ମିଶି ସ୍ୱରରେ ସ୍ୱର ମିଶାଇ ଏକାଠି ଶ୍ରୀମଦ ଭଗବତ ଗୀତା ପାଠ କରିଥିଲେ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବକ, ଯୁବତୀ, ବୟସ୍କ ବ୍ୟକ୍ତି ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନିଆରା ରଙ୍ଗର ତଥା ପାରମ୍ପାରିକ ପୋଷାକକୁ ସମସ୍ତେ ପରିଧାନ କରିଥିବାରୁ ସ୍ଥାନଟି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି ଐତିହାସିକ ସ୍ଥାନ ପାଇଁ ଏହା ଏକ ବିଶେଷ ମୂହୁର୍ତ୍ତ ପରି ମନେ ହେଉଥିଲା ।


COMMERCIAL BREAK
SCROLL TO CONTINUE READING

ଏହି କାର୍ଯ୍ୟକ୍ରମରେ ଅନେକ ସାଧୁସନ୍ଥ ଏକାଠି ହୋଇଥିଲେ । କେବଳ ସେତିକି ନୁହେଁ ଆରଏସଏସର ଅନେକ ନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏଥିସହିତ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra modi) ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ସ୍ଥାନରୁ ଏତେ ସଂଖ୍ୟକ ଲୋକ ଶ୍ରୀମଦ ଭଗବଦ୍ ଗୀତା ପାଠ କରିବା ଦ୍ୱାରା କେବଳ ସାମାଜିକ ସମନ୍ୱୟ ବୃଦ୍ଧି ପାଇବ ନାହିଁ ବରଂ ଦେଶର ବିକାଶ ଯାତ୍ରାରେ ମଧ୍ୟ ନୂତନ ଶକ୍ତି ଯୋଗାଇବ। କୋଲକାତାର ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ନିଆରା ପରି ମନେ ହେଉଥିଲା । ବିଜେପିର ପଶ୍ଚିମବଙ୍ଗ ୟୁନିଟ୍ ସଭାପତି ସୁକାନ୍ତ ମଜୁମଦାର ମତ ଦେଇ କହିଛନ୍ତି ଯେ, ଶ୍ରୀମଦ ଭଗବତ ଗୀତା ହେଉଛି ବିଶ୍ୱର ସବୁଠୁ ବଡ଼ ଉପହାର । ଯେଉଁ ବ୍ୟକ୍ତି ଏହାକୁ ପରିହାସ କରେ ତାଙ୍କର ହିନ୍ଦୁ ଧର୍ମ ପ୍ରତି ସମ୍ମାନ ନାହିଁ । ଯେଉଁ ବ୍ୟକ୍ତିମାନେ ହିନ୍ଦୁ ଧର୍ମକୁ ବିଭାଜନ କରିବାକୁ ଅପଚେଷ୍ଟା କରୁଛନ୍ତି ସେମାନେ ନିଜ ଉଦ୍ୟମରେ ଅସଫଳ ହେବେ । 


ଆପଣଙ୍କୁ କହିରଖୁଛୁ ଯେ, ଏହି କାର୍ଯ୍ୟକ୍ରମଟିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିବା ସମୟରେ ରାଜନୈତିକ ବ୍ୟକ୍ତିବିଶେଷମାନେ ମଧ୍ୟ ଏଥିରେ ସାମିଲ ହୋଇ ଶ୍ରୀମଦ ଭଗବତ ଗୀତା ପାଠ କରିଛନ୍ତି । ବିଶେଷ କରି ଅନେକ ଆରଏସଏସ ନେତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଖୁସି ପ୍ରକାଶ କରିଛନ୍ତି । ଆୟୋଜକମାନଙ୍କ ପକ୍ଷରୁ କୁହାଯାଇଛି ଯେ, ଏହି ଗୀତା ପାଠ କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ୧ଲକ୍ଷ ୨୦ ହଜାର ଲୋକ ପୂର୍ବରୁ ପଞ୍ଜୀକୃତ ହୋଇଥିଲେ। 


Also Read- ଭିଡିଓରେ ସଫେଇ ଦେଲେ କାମିୟା 'ବିଫ୍ ଖାଏନି', ପ୍ରତିକ୍ରିୟା ପରେ ପୁଣି ଝଡ଼


Also Read- Year Ender 2023: ଏହି ବର୍ଷ ଧମାଲ ମଚାଇଥିଲା ଏହି ୪ଟି ସ୍ମାର୍ଟଫୋନ, ଦାମ ୧୫ହଜାରରୁ କମ