Laxmi Bus Scheme: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଓଡି଼ଶାବାସୀଙ୍କ ହିତ ପାଇଁ ନବୀନ ସରକାର ନେଇଛନ୍ତି ବଡ଼ ନିସ୍ପତି। ଏଣିକି ସହଜ ହେବ ଯାତ୍ରା। କାହିଁକିନା ରାଜ୍ୟରେ କେତେକ ଜିଲ୍ଲାରେ ଗଡିବ ‘ଲକ୍ଷ୍ମୀ’ ବସ୍ (Laxmi Bus) । ଯାହାକି ଯାତ୍ରୀଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ସାହାର୍ଯ୍ୟ କରିବ।  ଗାଁରୁ ବ୍ଲକ ହେଡ୍‌କ୍ୱାର୍ଟରକୁ ଯାତ୍ରୀ ପରିବହନ ସୁଗମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର(Government Of Odisha) ‘ଲକ୍ଷ୍ମୀ ’ବସ୍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଆସନ୍ତା ୨ ତାରିଖରେ ଅର୍ଥାତ୍ ଗାନ୍ଧୀ ଜୟନ୍ତୀରେ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଏହି ଯୋଜନା।  ଖାସ୍ କରି ଏହି ଯୋଜନାରେ ରାଜ୍ୟର ଦୁର୍ଗମ ଜିଲ୍ଲା ମାଲକାନଗିରି ବି ସାମିଲ ହୋଇଛି। ମାଲକାନଗିରି ଜିଲ୍ଲାରେ ମୋଟ ୩୬ଟି ବସ୍‌ ଏହି ଯୋଜନାରେ ଚାଲିବା ବୋଲି ଜଣାପଡିଛି। କମ୍ ଭଡା ଦେଇ ଗ୍ରାମାଞ୍ଚଳରୁ ସହରକୁ ଏସି ବସରେ ଆରାମଦାୟକ ଯାତ୍ରା କରିପାରିବେ ଯାତ୍ରୀ। କେବଳ ସେତିକି ନୁହେଁ,  ମହିଳା ଯାତ୍ରୀଙ୍କ ପାଇଁ ଟିକେଟରେ ବିଶେଷ ରିହାତି ରହିଛି ବୋଲି କୁହାଯାଉଛି । କିନ୍ତୁ ସେ ସବୁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରି ନାହାନ୍ତି ରାଜ୍ୟ ସରକାର । ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ‘ଲକ୍ଷ୍ମୀ ’ ବସ ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ  । 


COMMERCIAL BREAK
SCROLL TO CONTINUE READING

Also Read: Entertainment News: ଆଜି ପରଦାକୁ ଆସିବ ଏହି ତିନୋଟି ବଡ଼ ବଜେଟ୍ ଫିଲ୍ମ, ଏଠାରେ ଦେଖନ୍ତୁ ପୂରା ତାଲିକା



'ଲକ୍ଷ୍ମୀ' ଯୋଜନାରେ ପଞ୍ଚାୟତରୁ ରାଜଧାନୀକୁ ବସ୍ ସେବା ହେବ ସୁନିଶ୍ଚିତ। ଲୋକଙ୍କ ଦୈନନ୍ଦିନ ଗମନାଗମନ ସୁବିଧା ପାଇଁ  ଆଗାମୀ ଦିନରେ ୧,୦୦୦ରୁ ଅଧିକ ବସ୍ ନିୟୋଜିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ୨୦୨୩-୨୬ ବର୍ଷ ମଧ୍ୟରେ ୩,୧୭୮ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବ। ସେପଟେ ରାଜ୍ୟ ସରକାରଙ୍କ ଏହି ‘ଲକ୍ଷ୍ମୀ’ ବସ୍  ଯୋଜନାକୁ ବିରୋଧ କରିଛି  ଘରୋଇ ବସ୍‍ ମାଲିକ ସଂଘ ।  ଏନେଇ ସଂଘ ଆସନ୍ତା ଅକ୍ଟୋବର ୧୦ରୁ ରାଜ୍ୟବ୍ୟାପୀ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବ ବୋଲି ଜଣାପଡିଛି। 


ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଗାନ୍ଧୀ ଜୟନ୍ତି ଦିନ  ମାଲକାନଗିରିରେ ‘ଲକ୍ଷ୍ମୀ’ବସ୍  ଶୁଭାରମ୍ଭ ହେବାକୁ ଯାଉଛି । ଏବଂ ଠିକ୍ ସେହି ଦିନ ଜୟପୁର ଓ ନବରଙ୍ଗପୁର,କୋରାପୁଟ, ମାଲକାନଗିରିକୁ  କୌଣସି ଘରୋଇ ବସ୍ ଚଳାଚଳ କରିବ ନାହିଁ। ଏହା ପରେ ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ ଧର୍ମଘଟ ଚାଲିବ ବୋଲି ସଂଘ କହିଛି ।  ନିଖିଳ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି,ଲକ୍ଷ୍ମୀ ଯୋଜନାରେ ବସ୍‌ ନ କିଣି ଆମ ବସକୁ ଲିଜ୍‌ରେ ନେଇ ଚଲାଇବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲୁ। ଏନେଇ ସରକାରଙ୍କ ସହ ଆଲୋଚନା ମଧ୍ୟ ହେଇଥିଲା। ରାଜ୍ୟ ସରକାର ବସମାଲିକଙ୍କ ସ୍ବାର୍ଥକୁ ଉପେକ୍ଷା କରି ଲକ୍ଷ୍ମୀ ଯୋଜନାରେ ବସ୍‌ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଯଦି ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ବସ ଚଳାଇବେ, ଆମେ କେଉଁଠି ବସ୍‌ ଚଳାଇବୁ? ଏହି ଯୋଜନାରେ ସରକାର ରାଜ୍ୟ ବାହାର ସଂସ୍ଥାକୁ ମାଲେମାଲ କରିବାକୁ ବସିଥିବା ବେଳେ ଆମକୁ ବରବାଦ କରିବା ପାଇଁ ଯୋଜନା କରୁଛନ୍ତି ବୋଲି କହିଛନ୍ତି  ଘରୋଇ ବସ୍ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ । ଯଦି ସରକାର ଏହାର ସ୍ଥାୟୀ ସମାଧାନ ନ କରନ୍ତି । ତେବେ, ଆନ୍ଦୋଳନ ଜୋରଦାର ହେବ ବୋଲି ସେ କହିଛନ୍ତି ।