Odisha Daily News Live: ଆଜିଠୁ ବର୍ଷା; ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Prabhudatta Moharana Wed, 19 Jun 2024-10:56 pm,

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

नवीनतम अद्यतन

  • UGC NET Cancelled: ଅନିୟମିତତା ଯୋଗୁଁ UGC NET ପରୀକ୍ଷା ବାତିଲ କରାଯାଇଛି। ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ UGC NET ପୁନର୍ବାର ନୂଆ ରୂପରେ ପରିଚାଳିତ ହେବ।

     

  • Odisha Daily News Live: ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ଜୁନ ୨୦ ତାରିଖରେ ତାଙ୍କର ଜନ୍ମ ଦିବସ ପାଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରି ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ  ସେବା ଓ ସମର୍ପଣ ଭାବରେ  ଦେଶକୁ ପ୍ରେରଣା ଦେଇ ଚାଲିଛନ୍ତି। ଶ୍ରୀମତୀ ମୁର୍ମୁ ଓଡ଼ିଶାର ଗର୍ବ ଓ ଗୌରବ ବୋଲି ମତ ଦେବା ସହିତ ସେ ରାଷ୍ଟ୍ରପତିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।

  • MSP On 14 Crops: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ତୃତୀୟ କାର୍ଯ୍ୟକାଳ ଗ୍ରହଣ କରିବାର ଦୁଇ ଦିନ ମଧ୍ୟରେ ଦେଶର ଚାଷୀଙ୍କୁ ଦୁଇଗୁଣ ଉପହାର ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଆଜି ୨୦୨୪-୨୫ ଅଧିବେଶନ ପାଇଁ ୧୪ ଖରିଫ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (MSP) ବୃଦ୍ଧି କରିଛି।

  • Odisha Daily News Live: ବିଜେଡି ବିଧାୟକ ଦଳ ବୈଠକରେ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ହେବେ ପ୍ରମିଳା ମଲ୍ଲିକ । ସେହିପରି ପ୍ରତାପ ଦେବ ହେବେ ବିରୋଧୀ ଦଳ ଉପମୁଖ୍ୟ ସଚେତକ 

     

  • Odisha Daily News Live: ପ୍ରସନ୍ନ ଆଚାର୍ଯ୍ୟ ହେଲେ ବିରୋଧୀ ଦଳ ଉପନେତା । ବିଜେଡି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି ।

  • Delhi Water Crisis: ପ୍ରବଳ ଗରମ ଏବଂ ହିଟ୍ ୱେବରେ ପୀଡିତ ଜାତୀୟ ରାଜଧାନୀ ଦିଲ୍ଲୀରେ ଗଭୀର ଜଳ ସଙ୍କଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିଲ୍ଲୀର ଅନେକ ଅଂଶ ପରେ ବର୍ତ୍ତମାନ ଜଳର ଘୋର ଅଭାବ ପଡିଛି। ବର୍ତ୍ତମାନ ଖବର ଆସି ପହଞ୍ଚିଛି ଯେ ପ୍ରଧାନମନ୍ତ୍ରୀଙ୍କ ବାସଭବନ, ରାଷ୍ଟ୍ରପତି ଭବନ, ସଂସଦ, ଆରଏମଏଲ ହସ୍ପିଟାଲ ମଧ୍ୟ ଜଳ ସଙ୍କଟ ଦେଇ ଗତି କରୁଛି।

  • Odisha News Live Updates: ଖୋଲିବ ରତ୍ନଭଣ୍ଡାର
    ରଥଯାତ୍ରା ପରଦିନ ଅର୍ଥାତ ଜୁଲାଇ ୮ରେ ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର। ପ୍ରଥମେ ରତ୍ନାଳଙ୍କାରର ମଣତି ମଣତି ହେବ କି ସ୍ଥିତି ଅନୁଧ୍ୟାନ ହେବ ତାହା  ରତ୍ନଭଣ୍ଡାର ଖୋଲିବା ନେଇ ଗଠିତ କମିଟି ନିଷ୍ପତ୍ତି ନେବ। 

  • Odisha News Live Updates: ଆଜି କାଶୀପୁରରେ ଡିପଥେରିଆ ରୋଗ ପାଇଁ ବୁଷ୍ଟର ଡୋଜ
    ଆଜି ରାୟଗଡ଼ା ଜିଲ୍ଲାର କାଶୀପୁରରେ ଡିପଥେରିଆ ରୋଗ ପାଇଁ ବୁଷ୍ଟର ଡୋଜ ଦିଆଯାଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରୋଗ ବ୍ୟାପିଥିବା ମୁନୁଷପଦର ସହ କାଶୀପୁରର ୮୦ଟି ଗାଁରେ ଏହି ବୁଷ୍ଟର ଡୋଜ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ରାୟଗଡ଼ା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଲାଲମୋହନ ରାଉତରାୟ।

  • Odisha News Live Updates: ତାତି ନେଇଗଲା ୫୦୦ ଜୀବନ
    ନୂଆଦିଲ୍ଲୀ: ସାଉଦି ଆରବରେ ପ୍ରବଳ ଗ୍ରୀଷ୍ମ ଲହରୀ ଏବେ ହଜ୍ ତୀର୍ଥଯାତ୍ରୀଙ୍କ ପାଇଁ ସଂକଟ ପାଲଟିଛି। ପ୍ରବଳ ଗ୍ରୀଷ୍ମ ଲହରୀ କାରଣରୁ ହଜ୍ ସମୟରେ ଅତି କମରେ ୫୫୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସର୍ବାଧିକ ସଂଖ୍ୟକ ମୃତ୍ୟୁ ଖବର ଇଜିପ୍ଟରୁ ଆସିଛି। ଦୁଇ ଆରବ କୂଟନୀତିଜ୍ଞ ଗଣମାଧ୍ୟମକୁ କହିଛନ୍ତି ଯେ ଇଜିପ୍ଟରୁ ୩୨୩ ହଜ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଂଶୁଘାତ ଜନିତ ରୋଗ ହେତୁ ମୃତ୍ୟୁ ମୁଖରେ ପଡିଛନ୍ତି। କୂଟନୀତିଜ୍ଞ କହିଛନ୍ତି ଯେ ଇଜିପ୍ଟର ୩୨୩ ହଜ୍ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଜଣେ ମାତ୍ର ଅଂଶୁଘାତରେ ଯୋଗୁଁ ମୃତ୍ୟୁ ମୁଖରେ ପଡିଛନ୍ତି। କୂଟନୀତିଜ୍ଞ କହିଛନ୍ତି ଯେ ଏହି ତଥ୍ୟ ମକ୍କା ନିକଟ ଅଲ-ମୁଏସାମ ଡାକ୍ତରଖାନାର ଶବାଗାରରୁ ଆସିଛି।

  • Odisha News Live Updates: ସୁରମା ପାଢ଼ୀ ବିଜେପିର ବାଚସ୍ପତି ପ୍ରାର୍ଥୀ
    ବିଜେପିର ବାଚସ୍ପତି ପ୍ରାର୍ଥୀ ହେଲେ ରଣପୁର ବିଧାୟିକା ସୁରମା ପାଢ଼ୀ। ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ଆଜି ସୁରମା। ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପ ମଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ବିଜେପିର ବରିଷ୍ଠ ବିଧାୟକମାନେ ଉପସ୍ଥିତ ଥିଲେ। ତେବେ ସୁରମା ଭାଜପାର ଜଣେ ବରିଷ୍ଠ ଏବଂ ଅଭିଜ୍ଞ ନେତ୍ରୀ ଭାବେ ଜଣାଶୁଣା। ସେ ପୂର୍ବରୁ ମଧ୍ୟ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ନିର୍ବାଚିତ ହୋଇ ମନ୍ତ୍ରୀ ରହିସାରିଛନ୍ତି। ତେଣୁ ସେହି ଦୃଷ୍ଟିରୁ ଦଳ ଜଣେ ମହିଳା ଏବଂ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କ ଉପରେ ଭରସା କରିଛି। 

  • Odisha News Live Updates: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀଙ୍କ ସମୀକ୍ଷା
    ଓଡ଼ିଶାର ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ କାମ କରିବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଓଡ଼ିଆ ଅସ୍ମିତାକୁ ସମ୍ମାନ ଜଣାଇ ସମସ୍ତ କାର୍ଯ୍ୟ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନୂତନ ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ବିଭାଗୀୟ ସମୀକ୍ଷା କରି ଏଭଳି ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ। ଲୋକସେବା ଭବନସ୍ଥିତ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକରେ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଭାଷା କମିସନ ପ୍ରତିଷ୍ଠା, ସଂସ୍କୃତି ଓ ଐତିହ୍ୟ ନୀତି ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରଣୟନ, ସାହିତ୍ୟ ଏକାଡେମୀର ବାକି ଥିବା ପୁରସ୍କାର ପ୍ରଦାନ ଏବଂ ବିଭିନ୍ନ ଏକାଡେମୀର କାର୍ଯ୍ୟନିର୍ବାହୀ କମିଟି ଗଠନ ନିମନ୍ତେ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

  • Odisha News Live Updates: ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କଲେ ମୋଦୀ
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଏହା ହେଉଛି ନରେନ୍ଦ୍ର ମୋଦୀଙ୍କର ରାଜ୍ୟକୁ ପ୍ରଥମ ଗସ୍ତ। ଏହାପୂର୍ବରୁ ସେ ବିହାରର ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟର ଭଗ୍ନାବଶେଷ ପରିଦର୍ଶନ କରିଥିଲେ। ୨୦୧୬ ମସିହାରେ ଏହି ଧ୍ୱଂସାବଶେଷକୁ ପର୍ଯ୍ୟଟନସ୍ଥଳ ଭାବରେ ଘୋଷଣା କରାଯାଇଥିଲା। ଏହାର ଅତୀତ ସହିତ ଭାରତର ସମ୍ପର୍କକୁ ଅନୁଧ୍ୟାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଳନ୍ଦା ବିଶ୍ୱବିଦ୍ୟାଳୟର ଉଦଘାଟନ ପୂର୍ବରୁ ବୁଧବାର କହିଛନ୍ତି ଯେ ଯୁବକମାନଙ୍କ ଶିକ୍ଷାଗତ ଆବଶ୍ୟକତାକୁ ଏହା ପୂରଣ କରିବ।

  • Odisha News Live Updates: ବାଲେଶ୍ୱରରେ କର୍ଫ୍ୟୁ: ରାଜ୍ୟରେ ପରିବା ଦର ଆକାଶ ଛୁଆଁ
    ବାଲେଶ୍ୱରରେ ଲାଗିଥିବା କର୍ଫ୍ୟୁ ପ୍ରଭାବରେ ପରିବା ଦର ଆକାଶ ଛୁଆଁ ହୋଇଛି। ସବୁ ପରିବା ଦର କିଲୋ ପ୍ରତି ପାଖାପାଖି ୧୦୦ ଟଙ୍କା । ଟମାଟୋ, ପିଆଜ ଦର ୧୦୦ ଉପରେ ଥିବା ବେଳେ କଲରା ୧୦୦, ପୋଟଳ ୮୦, ବାଇଗଣ ୧୦୦, ଝୁଡ଼ଙ୍ଗ ୮୦ ଟଙ୍କା ଛୁଇଁଛି ଦର । ପରିବା ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଖାଉଟି। ଏଣେ ବାଲେଶ୍ୱର ସହରରେ ବନ୍ଦ ରହିଛି ଇଣ୍ଟରନେଟ ସେବା। ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ଏଭଳି ନିଷ୍ପତ୍ତିି ନେଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପରେ ପୁରା ସହରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି। ଘଟଣାରେ ୩୪ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ୪୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। 

  • Odisha News Live Updates: ନାମାଙ୍କନ ଭରିଲେ ସୁରମା ପାଢୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଉପସ୍ଥିତି ରେ ଓଡ଼ିଶା ବିଧାନ ସଭାର ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ବିଜେପିର ବରିଷ୍ଠ ବିଧାୟିକା ସୁରମା ପାଢ଼ୀ। ନିକଟରେ ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ଅଛନ୍ତି।

  • Odisha News Live Updates: ଓଭରବ୍ରିଜ ଉପରୁ ଓଲଟିଲା ଥଣ୍ଡା ପାନୀୟ ବୋଝେଇ ଆଇଚର୍
    ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ହନୁମାନ ମନ୍ଦିର ନିକଟରେ ଓଭରବ୍ରିଜ ଉପରୁ ଏକ ଥଣ୍ଡା ପାନୀୟ ବୋଝେଇ ଆଇଚର ଓଲଟି ପଡ଼ିଛି। ବୁଧବାର ଭୋର ସମୟରେ ଗାଡ଼ିଟି ବାଲେଶ୍ଵର ପଟୁ କଟକ ଅଭିମୁଖେ  ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏଥିରେ ହେଲପର ଓ ଚାଳକ ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି।

  • Odisha News Live Updates: ସିକିମ ଭୂସ୍ଖଳନ ପରେ ଫସି ରହିଥିବା ୧୨ ଶହରୁ ଅଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଯବାନ
    ସିକିମରେ ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ଭୂସ୍ଖଳନ ପରେ ଫସି ରହିଥିବା ୧୨ ଶହରୁ ଅଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଯବାନ । ଆଉ କିଛି ପର୍ଯ୍ୟଟକ ଫସି ରହିଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଭୂସ୍ଖଳନରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

  • Odisha News Live Updates: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ
    ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି। ସେବାୟତଙ୍କ ଭିତରେ ବିବାଦ ପାଇଁ ବିଳମ୍ବରେ ଚାଲିଛି ନୀତି। ମଙ୍ଗଳବାର ଏକାଦଶୀରେ ମହାପ୍ରଭୁଙ୍କ ବିବାହ ନୀତି ହେବାକୁ ଥିବାବେଳେ ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା। ଫଳରେ ୫ ଘଣ୍ଟା ବିଳମ୍ବ ହୋଇଥିଲା ଶ୍ରୀଜିଉଙ୍କ ନୀତିକାନ୍ତି। ଆଜି ସକାଳେ ନୀତିକାନ୍ତି  ମଙ୍ଗଳ ଆଳତି ୪ ଘଣ୍ଟା ବିଳମ୍ବରେ ଚାଲିଥିବା ଜଣାଯାଇଛି।

  • Odisha News Live Updates:ଲୋକସେବା ଭବନରେ ମନ୍ତ୍ରୀଙ୍କୁ କୋଠରୀ ଆବଣ୍ଟନ 
    ରାଜ୍ୟରେ ନୂଆ ସରକାର ଗଠନ ପରେ ଲୋକସେବା ଭବନରେ ମନ୍ତ୍ରୀମାନଙ୍କୁ ରୁମ୍ ଆବଣ୍ଟିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ମନ୍ତ୍ରୀମଣ୍ଡଳରେ ୧୫ ଜଣ ସଦସ୍ୟଙ୍କୁ ସାମିଲ କରିଥିବା ବେଳେ ଏଥିରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ଏହି କ୍ରମରେ ମୋଟ ୧୫ଜଣ ମନ୍ତ୍ରୀଙ୍କୁ ଆଜି ଲୋକସେବା ଭବନର ମନ୍ତ୍ରୀ କରିଡରର ପ୍ରଥମ ଓ ଦ୍ୱିତୀୟ ମହଲାରେ ଅଫିସ୍ ଚାମ୍ୱର ଆଲର୍ଟ ହୋଇଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଦ୍ୱିତୀୟ ମହଲାରେ ୬ ଜଣ ମନ୍ତ୍ରୀଙ୍କ ଚାମ୍ୱର ରହିବ ବୋଲି ଜଣାପଡ଼ିଛି । ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଲୋକସେବା ଭବନସ୍ଥିତ ଦ୍ୱିତୀୟ ମହଲାର ମନ୍ତ୍ରୀ କରିଡରରେ ରୁମ୍ ନମ୍ୱର ୨୩ ଓ ୨୪ ଆବଂଟିତ ହୋଇଛି । ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଲୋକସେବା ଭବନର ପ୍ରଥମ ମହଲାର ମନ୍ତ୍ରୀ କରିଡରରେ ରୁମ ନମ୍ୱର ୧୬,୧୭ ଓ ୧୮ ନମ୍ୱର ରୁମ୍ ଆଂବଟିତ ହୋଇଛି

     

  • Odisha News Live Updates: ଏଣିକି ସବୁ ଡାକ୍ତରଖାନାର ଏକ୍ସ ଆକାଉଣ୍ଟ
    ସ୍ୱାସ୍ଥ୍ୟ ସେବାକୁ ନେଇ କିଛି ସମସ୍ୟା ଥିଲେ ଜନତା ସାମାଜିକ ଗଣମାଧ୍ୟମରେ ଅଭିଯୋଗ କରିବେ । ଏହି ଅଭିଯୋଗ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଖରେ ତୁରନ୍ତ ପହଞ୍ଚିବ ଆଉ ଯଥାଶୀଘ୍ର ତାହାର ସମସ୍ୟାର ସମାଧାନ କରାଯିବ । ମଙ୍ଗଳବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିବା ଅବସରରେ ପ୍ରତ୍ୟେକ ଡାକ୍ତରଖାନାର ନିଜସ୍ୱ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଆକାଉଣ୍ଟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ବିଭାଗୀୟ ଶାସନ ସଚିବ ଶାଲିନି ପଣ୍ଡିତ ସିଡିଏମ୍‌ଓ/ପିଏଚ୍‌ଓ, କ୍ୟାପିଟାଲ ହସ୍ପିଟାଲ ଏବଂ ଆରଜିଏଚ୍ ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ତୁରନ୍ତ ଏକ୍ସ ଆକାଉଣ୍ଟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

  • Odisha News Live Updates: MKCGରେ ୪ ଡିପଥେରିଆ ଆକ୍ରାନ୍ତ ଶିଶୁ ଭର୍ତ୍ତି
    ରାୟଗଡ଼ା ଜିଲ୍ଲାର ୪ ଜଣ ଡିପ୍ ଥେରିଆ ଆକ୍ରାନ୍ତ ଶିଶୁ ବର୍ତ୍ତମାନ ବ୍ରହ୍ମପୁର MKCG  ମେଡିକାଲ ରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୨ ଜଣ ଙ୍କ ଅଵସ୍ଥା ଗୁରୁତର ରହିଛି । ଜଣେ ଆଇସିୟୁ ରେ ଚିକିତ୍ସାଧୀନ ରହିଥିବାବେଳେ ଅନ୍ୟ ଜଣେ ଆକ୍ରାନ୍ତ କୁ ଶିଶୁ ବିଭାଗ ଅଧିନରେ ଥିବା HDU ( ହାଇ ଡିଫେଦେନ୍ସି ୟୁନିଟ୍) ରେ ଚିକିତ୍ସା ପ୍ରଦାନ କରାଯାଉଛି । ଗତ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ ୫ ଜଣ ଶିଶୁ ରେଫର୍ ହୋଇ ଆସିଥିବା ଶିଶୁ ବିଭାଗ ପ୍ରଫେସର୍ ଡାକ୍ତର ନରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।

  • Odisha News Live Updates: ନାଳରେ ଭାସିଯାଇ ନାବାଳକ ମୃତ୍ୟୁ ଘଟଣା, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦିଅ: ନଗର ଉନ୍ନୟନ ମନ୍ତ୍ରୀ 
    ସ୍ଥାନୀୟ ୟୁନିଟ-୩ ମସଜିଦ କଲୋନି ନିକଟରେ ମଙ୍ଗଳବାର ଅପରାହ୍‌ଣରେ ନାଳରେ ଭାସିଯାଇ ୮ ବର୍ଷ ବୟସର ନାବାଳକ ଆବୁ ବକର ସାହର ମୃତ୍ୟୁ ଘଟଣା ଘଟିବା ପରେ ଆଜି ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏଥିସହ ସେ ସମୀକ୍ଷା ମଧ୍ୟ କରିଛନ୍ତି। ସେ ବ୍ୟାରିକେଡ୍ କାହିଁକି ହୋଇନି, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଣେ ଗତକାଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୃତକଙ୍କ ଘରକୁ ଯାଇ ସମବେଦନା ଜଣାଇଥିଲେ। ଏହାଛଡ଼ା ରାଜ୍ୟ ସରକାର ମୃତକଙ୍କ ନିକଟ ସଂପର୍କୀୟଙ୍କୁ କ୍ଷତିପୂରଣ ବାବଦରେ ୪ ଲକ୍ଷ ଟଙ୍କା ଦିଆଯିବା ନେଇ ଘୋଷଣା କରିଥିଲେ।

     

  • Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link