Odisha Daily News Live: ଶପଥ ନେଲେ ଓଡ଼ିଆ ସାଂସଦ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Prabhudatta Moharana Tue, 25 Jun 2024-10:49 pm,

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

नवीनतम अद्यतन

  • CBI questions Kejriwal in Tihar Jail​: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ସିବିଆଇ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲରେ ପଚରାଉଚରା କରିଛି। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ସିବିଆଇ ସୋମବାର ଦିନ ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ କେଜ୍ରିୱାଲଙ୍କ ବୟାନ ରେକର୍ଡ କରିଛି। ସିବିଆଇ ବୁଧବାର ଦିନ ଅରବିନ୍ଦ କେଜ୍ରିୱାଲଙ୍କୁ ସଂପୃକ୍ତ ଟ୍ରାଏଲ କୋର୍ଟରେ ହାଜର କରିବ। ଏଥିପାଇଁ ସିବିଆଇ ଅନୁମତି ପାଇଛି।

     

  • Rahul Gandhi Named As Leader Of Opposition In Lok Sabha: ମଙ୍ଗଳବାର ଦିନ କଂଗ୍ରେସ ନିଶ୍ଚିତ କରିଛି ଯେ ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳର ନେତା ହେବେ। ମଙ୍ଗଳବାର ଦିନ କଂଗ୍ରେସ ପାର୍ଟି ପକ୍ଷରୁ  ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନାମ ପ୍ରୋଟେମ୍ ବାଚସ୍ପତି ମହତବଙ୍କ ନିକଟକୁ ପଠାଯାଇଛି। କୁହାଯାଉଛି ଯେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଘରେ ବିରୋଧୀ ଦଳର ନେତାଙ୍କ ଏକ ବୌଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଏହି ନିଷ୍ପତ୍ତି ନିଆଯାଇଛି।

     

  • Odisha News update: ଆସନ୍ତାକାଲି ଅନବସର ସେବାର ପଞ୍ଚମୀ ତିଥିରେ ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ନିକଟରେ ଲାଗି ହେବ ଫୁଲୁରି ତେଲ। ଏହି ତେଲ ସ୍ୱତନ୍ତ୍ର ଭାବେ ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବେଳେ ଏହାକୁ ଶ୍ରୀଜୀଉଙ୍କ ଶ୍ରୀ ଅଙ୍ଗରେ ଲାଗି ପରେ ଜ୍ୱର ପୀଡା ଲାଘବ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସ୍ୱତନ୍ତ୍ର ଭାବେ ଏହି ତେଲକୁ ମଠ ପକ୍ଷରୁ ଗତ ହେରାପଞ୍ଚମୀ ଦିନ ଠାରୁ ପାରମ୍ପରିକ ଭାବେ ଅତ୍ୟନ୍ତ ଗୁପ୍ତନୀତି ଭାବେ ପ୍ରସ୍ତୁତ କରାଯାଇଥାଏ। ଘଣାପେଡ଼ା ରାଶିତେଲରେ କର୍ପୁର,ଚୁଆ,ପରଖ,ପିଙ୍ଗଳ ଆଦି ସହ ୧୪ ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଇ ଏହାକୁ ପ୍ରସ୍ତୁତ କରାଯାଏ। ବିଶ୍ୱାସ ରହିଛି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ମର୍ଦନ ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପୀଡା ଲାଘବ ହେବା ସହ ସୁସ୍ଥତାର ଆଡକୁ ଅଗ୍ରସର ହୋଇଥାନ୍ତି।

  • Whip To MPs: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ଏହାକୁ ନେଇ ବିବାଦ ଲାଗି ରହିଛି। ଆସନ୍ତାକାଲି ଅର୍ଥାତ୍ ବୁଧବାର ଦିନ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି କ୍ରମରେ କଂଗ୍ରେସ ଓ ବିଜେପି ନିଜ ନିଜର ଲୋକସଭା ସାଂସଦମାନଙ୍କୁ ଆସନ୍ତାକାଲି ଅର୍ଥାତ୍ ୨୬ ଜୁନରେ ସଂସଦ ଗୃହରେ ଉପସ୍ଥିତ ରହିବାକୁ କହିଛି।

     

  • Parliament Session 2024: ୧୮ତମ ଲୋକସଭା ପ୍ରକ୍ରିୟାର ଦ୍ୱିତୀୟ ଦିନରେ ନୂତନ ସାଂସଦମାନେ ମଧ୍ୟ ଶପଥ ଗ୍ରହଣ କରିଥିଲେ। ଏହି ସମୟରେ ସାଂସଦଙ୍କ କିଛି ଶବ୍ଦକୁ ନେଇ ସଂସଦରେ ଏକ ବଡ଼ ଧରଣର ଅଶାନ୍ତି ଦେଖାଦେଇଥିଲା। ବର୍ତ୍ତମାନର ବରେଲି ସାଂସଦ ଛତ୍ରପାଲ ସିଂ ଗଙ୍ଗୱାର ସଂସଦରେ କହିଥିଲେ ଜୟ ହିନ୍ଦୁ ରାଷ୍ଟ୍ର କହିବାକୁ ନେଇ ବିପକ୍ଷ ହଙ୍ଗାମା କରିଥିଲେ। ଏହା ସବ ବିରୋଧି ଏହି ଶପଥକୁ ଅସାମ୍ବିଧାନିକ ବୋଲି କହିଛନ୍ତି।

     

  • Arvind Kejriwal Bail: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ତାଙ୍କୁ ଦିଆଯାଇଥିବା ଜାମିନକୁ ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ଟ୍ରାଏଲ କୋର୍ଟଙ୍କ ନିର୍ଦ୍ଦେଶରେ ଅନେକ ତ୍ରୁଟି ଥିବା ଦର୍ଶାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବିରୋଧରେ ହୋଇଥିବା ଇଡିର ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଏହି ରାୟ ଦେଇଛନ୍ତି।

  • Odisha News Live Updates: ଜଣ୍ଡିସ ସ୍ଥିତି ପରଖିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୨ ଜଣିଆ ଟିମ୍
    ସମ୍ବଲପୁର ସହର ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜଣ୍ଡିସ ସ୍ଥିତି ପରଖିବା ପାଇଁ ଆରଆରଟିର ଦୁଇ ଜଣିଆ ଟିମ ସମ୍ବଲପୁର ପହଞ୍ଚିଛନ୍ତି। ସମ୍ବଲପୁର ପହଞ୍ଚି ଘର ଘର ବୁଲି ଯାଞ୍ଚ ଆରମ୍ଭ କରିଛନ୍ତି। ପିଇବା ପାଣିରୁ ଏହି ଜଣ୍ଡିସ ହେଇଥିବା ନେଇ ଆସିଥିବା ଟିମ କହିଛି। ତେବେ ଲୋକେ ଭୟ କରିବାର ନାହିଁ ବୋଲି ଆରଆରଟି ଟିମ ସଦସ୍ୟ କହିଛନ୍ତି। ସଚେତନ ରହିବା ସହ ଔଷଧ ସେବନ, ଫୁଟିଲା ପାଣି ପିଇବା ଓ ସ୍ବଚ୍ଛତା ଉପରେ ଟିମ୍ ଗୁରୁତ୍ବ ଦେଇଛି। ଏହି ଦୁଇ ଜଣିଆ ଟିମ ରେ ଡାକ୍ତର ସୁରଜିତ ଗରାବଡୁ ଓ ଡାକ୍ତର ସୁନିତା ଜେନା ରହିଛନ୍ତି। ଆଜି ମଧ୍ୟ ଟିମ୍ ବିଭିନ୍ନ ସଂକ୍ରମିତ ଅଂଚଳ ବୁଲିବେ।

  • Odisha News Live Updates: ଟ୍ରାଫିକ ପୋଷ୍ଟରୁ ହଟିବ ରେଡ ଲାଇଟ
    ଭୁବନେଶ୍ୱର: ଟ୍ୱିନ ସିଟିର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆସିବା। ଆଲୋକ ନିୟନ୍ତ୍ରିତ ବ୍ୟବସ୍ଥା ବଦଳରେ ବିକଳ୍ପ ପଥ ବ୍ୟବସ୍ଥା ବ୍ୟବହାର କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଏହାଦ୍ୱାରା ଆଉ ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଓଭର ବ୍ରିଜ, ଆପ୍ରୋଚ୍ ରୋଡ ମାଧ୍ୟମରେ ଏହି ବିକଳ୍ପ ବ୍ୟବସ୍ଥ ଆଣିବାକୁ ଆଲୋଚନ କରାଯାଉଥିବା ସୂଚନ ଦେଇଛନ୍ତି।

  • Odisha Live News Updates: ଓଡ଼ିଆରେ ଶପଥ ପାଠ କରିଛନ୍ତି ଓଡ଼ିଆ ସାଂସଦ
    କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଓଡ଼ିଆ ଭାଷାରେ ଶପଥ ପାଠ କରିଛନ୍ତି। 

  • Odisha Live News Updates: ଓଡ଼ିଆରେ ଶପଥ ପାଠ କରିଛନ୍ତି ଓଡ଼ିଆ ସାଂସଦ
    ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଇଂରାଜୀରେ ଶପଥ ପାଠ କରିଛନ୍ତି। 

  • Odisha Live News Updates: ଓଡ଼ିଆରେ ଶପଥ ପାଠ କରିଛନ୍ତି ଓଡ଼ିଆ ସାଂସଦ
    ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଓଡ଼ିଆରେ ଶପଥ ପାଠ କରିଛନ୍ତି। 

  • Odisha Live News Updates: ଓମ ବିର୍ଲା ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ
    ଏନଡିଏ ସମର୍ଥିତ ପ୍ରାର୍ଥୀ ଓମ ବିର୍ଲା ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ହୋଇଛନ୍ତି। ସେହିପରି ଇଣ୍ଡିଆ ମେଣ୍ଟର ସମର୍ଥିତ କେ. ସୁରେଶ ଉପ ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି।

  • Odisha Live News Updates: ଓଡ଼ିଆରେ ଶପଥ ପାଠ କରିଛନ୍ତି ଓଡ଼ିଆ ସାଂସଦ
    ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓଡ଼ିଆରେ ଶପଥ ପାଠ କରିଛନ୍ତି। 

  • Odisha Live News Updates: ଓଡ଼ଆରେ ଶପଥ ପାଠ କରିଛନ୍ତି ଓଡ଼ିଆ ସାଂସଦ
    ପୁରୀ ସାଂସଦ ସମ୍ବିତ ପାତ୍ର ଓଡ଼ିଆରେ ଶପଥ ପାଠ କରିଛନ୍ତି। ଖାଲି ପାଦରେ ଚାଲି ଚାଲି ଆସିଲେ ସମ୍ବିତ।

  • Odisha Live News Updates: ଓଡ଼ଆରେ ଶପଥ ପାଠ କରିଛନ୍ତି ଓଡ଼ିଆ ସାଂସଦ
    ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଓଡ଼ିଆରେ ଶପଥ ପାଠ କରିଛନ୍ତି। ସମସ୍ତ ସାଂସଦ ଶପଥ ପାଠ ପରେ ଜୟ ଜଗନ୍ନାଥଙ୍କ ନାଁ ଉଚ୍ଚାରଣ କରିଛନ୍ତି। 

  • Odisha Live News Updates: ଓଡ଼ଆରେ ଶପଥ ପାଠ କରିଛନ୍ତି ଓଡ଼ିଆ ସାଂସଦ
    କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓଡ଼ିଆରେ ଶପଥ ପାଠ କରିଛନ୍ତି। ସମସ୍ତ ସାଂସଦ ଶପଥ ପାଠ ପରେ ଜୟ ଜଗନ୍ନାଥଙ୍କ ନାଁ ଉଚ୍ଚାରଣ କରିଛନ୍ତି। 

  • Odisha Live News Updates: ଓଡ଼ଆରେ ଶପଥ ପାଠ କରିଛନ୍ତି ଓଡ଼ିଆ ସାଂସଦ
    କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓଡ଼ିଆରେ ଶପଥ ପାଠ କରିଛନ୍ତି। ସମସ୍ତ ସାଂସଦ ଶପଥ ପାଠ ପରେ ଜୟ ଜଗନ୍ନାଥଙ୍କ ନାଁ ଉଚ୍ଚାରଣ କରିଛନ୍ତି। 

  • Odisha Live News Updates: ଓଡ଼ଆରେ ଶପଥ ପାଠ କଲେ ଓଡ଼ିଆ ସାଂସଦ
    ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓଡ଼ିଆରେ ଶପଥ ପାଠ କରିଛନ୍ତି। ସମସ୍ତ ସାଂସଦ ଶପଥ ପାଠ ପରେ ଜୟ ଜଗନ୍ନାଥଙ୍କ ନାଁ ଉଚ୍ଚାରଣ କରିଛନ୍ତି। 

  • Odisha Live News Updates: ଶପଥ ପାଠ କରିଛନ୍ତି ଓଡ଼ିଆ ସାଂସଦ
    କଳାହାଣ୍ଡି ସାଂସଦ ମାଳବିକା ଦେବୀ ଇଂରାଜୀରେ ଶପଥ ପାଠ କରିଛନ୍ତି। ସମସ୍ତ ସାଂସଦ ଶପଥ ପାଠ ପରେ ଜୟ ଜଗନ୍ନାଥଙ୍କ ନାଁ ଉଚ୍ଚାରଣ କରିଛନ୍ତି। 

  • Odisha Live News Updates: ଓଡ଼ଆରେ ଶପଥ ପାଠ କରିଛନ୍ତି ଓଡ଼ିଆ ସାଂସଦ
    ବଲାଙ୍ଗୀର  ସାଂସଦ ସଂଗୀତା କୁମାରୀ ସିଂହଦେଓ ଓଡ଼ିଆ ଭାଷାରେ ଶପଥ ପାଠ କରିଛନ୍ତି। ସମ୍ବଲପୁରୀ ପାଟ୍ଟ ପିନ୍ଧି ଆସିଲେ ସଂଗୀତା।

  • Odisha Live News Updates: ଓଡ଼ଆରେ ଶପଥ ପାଠ କରିଛନ୍ତି ଓଡ଼ିଆ ସାଂସଦ
    ଯାଜପୁର ସଂସଦ ରବୀନ୍ଦ୍ର ନାରାୟଣ ବେହେରା ମଧ୍ୟ ଓଡ଼ିଆ ଭାଷାରେ ଶପଥ ପାଠ କରିଛନ୍ତି। ସେହିପରି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମଧ୍ୟ ଓଡ଼ିଆରେ ଶପଥ ଗ୍ରହଣ କରିଛନ୍ତି। ତେବେ ପ୍ରତିଟି ଓଡ଼ିଆ ସାଂସଦ ଶପଥ ପାଠ ସମୟରେ ଜୟ ଜଗନ୍ନାଥ ନାରା ଦେଉଥିବା ଦେଖିବାକୁ ମିଳିଛି। 

     

  • Odisha Live News Updates: ଓଡ଼ଆରେ ଶପଥ ପାଠ କରିଛନ୍ତି ଅଭିମନ୍ୟୁ
    ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମଧ୍ୟ ଓଡ଼ିଆ ଭାଷାରେ ଶପଥ ପାଠ କରିଛନ୍ତି। ଆଜି ୧୮ ଜଣ ଓଡ଼ିଆ ଶାଂସଦ ଶପଥ ଗ୍ରହଣ କରିଛନ୍ତି। ତେବେ ପ୍ରତିଟି ଓଡ଼ିଆ ସାଂସଦ ଶପଥ ପାଠ ସମୟରେ ଜୟ ଜଗନ୍ନାଥ ନାରା ଦେଉଥିବା ଦେଖିବାକୁ ମିଳିଛି। 

  • Odisha Live News Updates: ସଂସ୍କୃତ ଭାଷାରେ ଶପଥ ଗ୍ରହଣ କଲେ ସାଂସଦ ପ୍ରତାପ
    ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସଂସ୍କୃତ ଭାଷାରେ ଶପଥ ପାଠ କରିଛନ୍ତି। 

  • Odisha Live News Updates: ଓଡ଼ିଆରେ ଶପଥ ନେଲେ ସାଂସଦ
    ଓଡ଼ିଆ ଭାଷାରେ ଶପଥ ନେଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।  ସେହିପରି ସାନ୍ତାଳି ଭାଷାରେ ଶପଥ ନେଇଛନ୍ତି ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି । 
    କେନ୍ଦୁଝର ସାଂସଦ ଅନନ୍ତ ନାୟକ ମଧ୍ୟ ଓଡିଆରେ ଶପଥ ଗ୍ରହଣ କରିଛନ୍ତି। 

  • ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ଦିନ ୧୧ଟାରେ ଏହି ବୈଠକ ସ୍ଥିର କରାଯାଇଛି। ରଥଯାତ୍ରା ପରିଚାଳନା ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବ। ଗତକାଲି ଛତିଶା ନିଯୋଗ ବୈଠକରେ ନୀତିକାନ୍ତି ନିର୍ଦ୍ଧାରଣ କରାଯାଇଛି। ତାହାକୁ  ପରିଚାଳନା କମିଟିରେ ଗୃହୀତ କରାଯିବ। ଏଥର ବିରଳ ସଂଯୋଗ ଥିବାରୁ ସନ୍ଧ୍ୟାବେଳେ ରଥଟଣା ଆରମ୍ଭ ହେବା ନେଇ ନୀତି ନିର୍ତଘଣ୍ଟ କରାଯାଇଛି।

  • Odisha News LIve Updates: ମା’ ତାରିଣୀଙ୍କ ହୁଣ୍ଡିରୁ ମିଳିଲା ୨୪ ଲକ୍ଷ
    ମା’ ତାରିଣୀଙ୍କ ହୁଣ୍ଡି ଗଣତି କରାଯାଇଛି। ସମ୍ବଲପୁର ଦେବୋତ୍ତର ବିଭାଗ ଡିଭିଜନାଲ ଇନ୍‌ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ମଦନ ମୋହନ ପୂର୍ତ୍ତି, ନଳିନୀ ମହାନ୍ତ, ଶ୍ରୀନିବାସ ବେହେରା ପ୍ରମୁଖ ଉପସ୍ଥିତ ରହି ମନ୍ଦିର ବେଢ଼ା ଭିତର ଓ ବାହାରେ ଥିବା ୧୩ଟି ହୁଣ୍ଡି ଖୋଲିଥିଲେ।

  • Odisha News Live Updates: ଅଷ୍ଟ୍ରେଲିଆକୁ ହରାଇଲା ଭାରତ
    ଅଷ୍ଟ୍ରେଲିଆକୁ ହରାଇଲା ଭାରତ। ଟି -ଟ୍ୱେଣ୍ଟି ବିଶ୍ୱକପ୍‍ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ ଅଷ୍ଟ୍ରେଲିଆକୁ ୨୪ ରନରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ୍‍ ଇଂଲଣ୍ଡ ବିପକ୍ଷରେ ଖେଳାଯିବ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ଓ୍ୱିକେଟ ବିନିମୟରେ ୨୦୫ ରନ୍‍ ସଂଗ୍ରହ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ୭ ଓ୍ୱିକେଟ ବିନିମୟରେ ୧୮୧ ରନ୍‍ ସଂଗ୍ରହ କରିଥିଲା। 

  • Today Horoscope: ଏହି ୪ ରାଶିଙ୍କୁ ମିଳିବ ଖୁସି ଖବର! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ମଙ୍ଗଳବାର
    ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

  • Odisha Live News Updates: ଆଜି ଶପଥ ନେବେ ଓଡ଼ିଶାର ସାଂସଦ
    ଆଜି ଶପଥ ନେବେ ଓଡ଼ିଶାର ସାଂସଦ। ଲୋକସଭାରେ ଚାଲିଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମରେ  ରାଜ୍ୟର ୧୯ ଜଣ ସଦସ୍ୟ ଆଜି ଶପଥପାଠ କରିବେ। ଗତକାଲି ଦୁଇଜଣ ସାଂସଦ ଜୁଏଲ୍‍ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍‍ ମନ୍ତ୍ରୀ ଥିବାରୁ ଶପଥ ଗ୍ରହଣ କରିଥିଲେ। ଆଜି ଦ୍ୱିତୀୟ ଦିନରେ ଅବଶିଷ୍ଟ ୧୯ ଜଣ ସଦସ୍ୟ ଦାୟିତ୍ୱ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ଓଡ଼ିଆ, ଇଂରାଜୀ, ସମ୍ବଲପୁରୀ ଏବଂ ସାନ୍ତାଳି ଭାଷାରେ ଏହି ସାଂସଦମାନେ ଶପଥଗ୍ରହଣ କରିବେ ବୋଲି ସୂଚନା ମିଳିଛି। 

     

  • Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link