Odisha News Live Updates: ସୁପ୍ରିମକୋର୍ଟରେ ଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର

Narmada Behera Thu, 11 Jul 2024-4:11 pm,

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

नवीनतम अद्यतन

  • Odisha News Live Updates: ପୋଲିସ ଅଧିକାରୀଙ୍କ ସ୍ତରରେ ଅଦଳବଦଳ
    ବରିଷ୍ଠ ପୁଲିସ ଅଧିକାରୀ ତଥା ଆଇଜି ପୁଲିସ ଆଶୀଷ କୁମାର ସିଂହଙ୍କୁ ବଦଳି କରାଯାଇଛି।ତାଙ୍କୁ ଗୃହ ବିଭାଗର ଓଏସ୍‍ଡି ଭାବେ ଦାୟିତ୍ୱ ଦିଆଯାଇଛି। ୨୦୦୪  ବ୍ୟାଚର ଏହି ଆଇପିଏସ୍‍ ଶ୍ରୀ ସିଂହ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଆଇଜି ଭାବେ ନିୟୋଜିତ ଥିଲେ। ଗତ ନିର୍ବାଚନରେ ଶ୍ରୀ ସିଂହଙ୍କ ପକ୍ଷପାତିତାକୁ ନେଇ ଆଲୋଚନା ହୋଇଥିଲା। ବିଜେଡିକୁ ସହାୟତା ଦେବା ପାଇଁ ସେ ଚାକରିରୁ ଛୁଟି ନେଇଥିବା ନେଇ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ ହୋଇଥିଲା। ତେବେ ସେ ଅସୁସ୍ଥ ଥିବା ଦରତଶାଇଥିବାରୁ ତାଙ୍କ ଡାକ୍ତରୀ ଯାଞ୍ଚ ମଧ୍ୟ କରାଯାଇଥିଲା। ହେଲେ ଏହି ରିପୋର୍ଟରେ ସେ ସୁସ୍ଥ ଥିବା ଜଣାପଡ଼ିବା ପରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ସୁପାରିଶ କରିଥିଲେ।

     

  • Odisha News Live Updates:  ସୁପ୍ରିମକୋର୍ଟରେ ଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି । ଜୁଲାଇ ୧୮ରେ ମାମଲରା ପରବର୍ତ୍ତୀ ଶୁଣାଣୀ ହେବ। କିଛି ପ୍ରତିପକ୍ଷ ସତ୍ୟପାଠ ପାଇନଥିବାରୁ ଶୁଣାଣି ଘୁଞ୍ଚିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ଓ ନିଟ୍‌ ଦେଇଥିବା ସତ୍ୟପାଠ ପାଇନାହାନ୍ତି ପ୍ରତିପକ୍ଷ। ସୂଚନା ଅନୁସାରେ, ପରୀକ୍ଷା ସମ୍ବନ୍ଧରେ ଏକ ବଡ ନିଷ୍ପତ୍ତି ନେଇ ସରକାର ୧୩୬୩ ଛାତ୍ରଛାତ୍ରୀଙ୍କୁ ଜୁନ୍ ୧୩ରେ ଦିଆଯାଇଥିବା ଗ୍ରେସ୍ ମାର୍କ ବାତିଲ କରି ଦେଇଥିଲେ। ଏହାସହ ଦୁଇଟି ବିକଳ୍ପ ମଧ୍ୟ ଦେଇଥିଲେ । ପ୍ରଥମଟି କୌଣସି ଗ୍ରେସ ମାର୍କ ବିନା ଛାତ୍ରଛାତ୍ରୀ ନିଟ୍‌-ୟୁଜିର କାଉନସଲିଙ୍ଗ୍‌ରେ ସାମିଲ ହେବେ । ନଚେତ୍ ପୁନଃ ପରୀକ୍ଷା ଦେବେ । ସେହି ସମୟରେ ଏନଟିଏ ଘୋଷଣା କରି ଥିଲା ଯେ ଗ୍ରେସ୍ ମାର୍କ ଦିଆଯାଇଥିବା ଛାତ୍ରଛାତ୍ରୀମାନଙ୍କର ପୁନଃ ପରୀକ୍ଷା ଜୁନ୍ ୨୩ରେ ଅନୁଷ୍ଠିତ ହେବ।

     

  • Odisha News LIVE Updates: ପୋଲ ଉପରୁ ମହାନଦୀକୁ ଜଣେ ଯୁବତୀ ଡେଇଁ ପଡ଼ିଛନ୍ତି । ଜଗତସିଂହପୁର ତିର୍ତ୍ତୋଲ ନିକଟରେ ପୋଲ ଉପରୁ ଯୁବତୀ ଜଣକ ମହାନଦୀକୁ ଡେଇଁଛନ୍ତି। ଯୁବତୀ ଜଣକ ନିଖୋଜ ହୋଇ ଯାଇଛନ୍ତି। ତାଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ଖୋଜା ଜାରି ରହିଛି। ନିଖୋଜ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇ ଘଟଣାସ୍ଥଳରେ ତିର୍ତ୍ତୋଲ ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ବୋଟ୍ ଅଚଳ ହେବା ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯୁବତୀ ଜଣକ କିଏ ଓ ସେ ମହାନଦୀକୁ କାହିଁକି ଡେଇଁଲେ ତାର କାରଣ ଅସ୍ପଷ୍ଟ ରହିଛି।

  • Odisha News LIVE Updates: ଯାଜପୁର ୨୦ ନମ୍ବର ଜାତୀୟ ରାଜପଥ ଖରସ୍ରୋତା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ହାଇୱାକୁ ପଛରୁ ଏକ ବାଇକ୍ ଧକ୍କା ଦେଇଛି। ଫଳରେ ବାଇକ୍‌ରେ ଥିବା ୨ ଯୁବକ ଛିଟିକି ତଳେ ପଡ଼ିଥିଲେ। ଖବର ଅନୁଯାୟୀ, ବୁଧବାର ରାତିରେ ୨ ଜଣ ଯୁବକ ବାଇକ୍‌ରେ ଯାଜପୁର ଟାଉନ୍ରୁ ଘରକୁ ଫେରୁଥିବା ବେଳେ ରାଜଘାଟ ନିକଟରେ ଠିଆ ହୋଇଥିବା ଏକ ହାଇୱାକୁ ପଛପଟୁ ଧକ୍କା ଦେଇ ତଳେ ପଡ଼ିଯାଇଥିଲେ।

  • Odisha News Live Updates: ଜଗନ୍ନାଥଙ୍କ ଭଜନ ଗାଉ ଗାଉ ସଭାମଞ୍ଚରେ ଟଳି ପଡିଥିଲେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର ଦାସ। ଗତକାଲି ରାତିରେ ପ୍ରଶାସନିକ ଅଧିକାରୀମାନେ ଏକ ନୈଶ ଭୋଜିର ଆୟୋଜନ କରିଥିଲେ ପାରଳାଖେମୁଣ୍ଡି ସ୍ଥିତ ବୃନ୍ଦାବନ ପ୍ୟାଲେସ୍ ନିକଟରେ। ଏହି ଅବସରରେ ଚାଲିଥିବା ସଭାରେ ସ୍ବର୍ଗତ ଦାସ ଜଗନ୍ନାଥ ଜଣାଣ 'ଭକତ ବିଦୁର ଶାଗ ଭଜା ନେଇ' ଗୀତ ଗାଉଥିବା ବେଳେ ହଠାତ୍ ଟଳି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ପରେ ବ୍ରହ୍ମପୁର MKCG ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କ ପରଲୋକ ହୋଇଯାଇଛି।

     

  • କ୍ରୀଡା ଏବଂ ଖେଳ ପ୍ରତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଇଛା ଓ ଦୁର୍ବଳତା ଏବେ ସାମ୍ନାକୁ ଆସିଛି। ସେ ରାଷ୍ଟ୍ରପତି ଭବନର ବ୍ୟାଡମିଣ୍ଟନ ଫିଲ୍ଡରେ ବହୁ ଚର୍ଚ୍ଚିତ ଖେଳାଳି ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳୁଥିବାର ଦେଖାଯାଇଛି।ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ୍ସ ପୋଷ୍ଟ ମାଧ୍ୟମରେ କିଛି ଫଟୋ ମଧ୍ୟ ଶେୟାର କରାଯାଇଛି। ଏହି ପୋଷ୍ଟରେ ରାଷ୍ଟ୍ରପତି ଭବନ ବ୍ୟାଡମିଣ୍ଟନ କୋର୍ଟରେ ଭେଟେରାନ ଖେଳାଳି ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଥିବା ବେଳେ କ୍ରୀଡ଼ା ପ୍ରତି ରାଷ୍ଟ୍ରପତିଙ୍କ ପ୍ରେମ ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତିଙ୍କ ଏହି ପ୍ରେରଣାଦାୟକ ପଦକ୍ଷେପ ବ୍ୟାଡମିଣ୍ଟନ ଦୁନିଆକୁ ଆହୁରି ମଜଭୁତ କରୁଛି ଏବଂ ମହିଳା ଖେଳାଳିମାନେ ବିଶ୍ୱ ସ୍ତରରେ ଏକ ବଡ ପ୍ରଭାବ ପକାଇଛନ୍ତି।

     

  • Odisha News Live Updates: ୧୧ବର୍ଷ ପରେ ଭାରତ ବିଶ୍ବକପ ଜିତିବାରେ ସଫଳ ହେବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୫ଜଣ କ୍ରିକେଟର, କୋଚ ରାହୁଲ ଦ୍ରାବିଡଙ୍କ ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା।କିନ୍ତୁ ରାହୁଲ ନିଜର ପୁରଷ୍କାର ରାଶି କମ କରିଥିଲେ।ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସମସ୍ତେ ରାହୁଲଙ୍କ ଏହି କାମକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି।

  • Odisha News Live Updates:  ପୂର୍ବ ଲଦାଖ ସୀମାରେ ୧୮୦୦୦ ଫୁଟରେ ଆଇଟିବିପି ର ଏକ ସ୍ଵତନ୍ତ୍ର ଅପରେସନରେ ପ୍ରାୟ ୭୦ କୋଟି ଟଙ୍କା ମୂଲ୍ୟର ୧୦୮ କିଲୋ ସୁନା ସହିତ 3 ଜଣ ସୁନା ମାଫିଆଙ୍କୁ ଗିରଫ କରାଯାଇଛି। ସୁନା ମାଫିଆଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଗୁପ୍ତ ଅପରେସନ କରାଯାଇଥିଲା। ଦୁଇ ଭାରତୀୟ ନାଗରିକ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ନିକଟରେ ଏକ ସୁନା ସାମଗ୍ରୀ ଆଣିଥିଲେ। ଉକ୍ତ ମାମଲାରେ ଜଣେ ତୃତୀୟ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ଲଦାଖରେ ଭାରତ-ଚୀନ୍ ସୀମାରେ ନିୟୋଜିତ ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ୍ର କର୍ମଚାରୀମାନେ ଚାଇନାରୁ ଚୋରା ଚାଲାଣ ହୋଇଥିବା ୧୦୮ କିଲୋଗ୍ରାମ ସୁନା ଜବତ କରିଛନ୍ତି।ଏଥିରେ ନିୟୋଜିତ ଥିବା ତିନି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଚୋରା ଚାଲାଣକାରୀଙ୍କଠାରୁ ବହୁତ୍ ପରିମାଣର ସୁନା, ଦୁଇଟି ମୋବାଇଲ୍ ଫୋନ୍, ଏକ ବାଇନୋକୁଲାର, ଦୁଇଟି ଛୁରୀ ଏବଂ ଅନେକ ଚାଇନାର ଖାଦ୍ୟ ସାମଗ୍ରୀ ଜବତ କରାଯାଇଛି।

  • Odisha News Live Updates:  ଚିଲିକା ବ୍ଲକ ଆଙ୍କୁଲା ପଞ୍ଚାୟତରେ କିଛିଦିନହେବ ଦେଖାଦେଇଛି ଚାଉଳ ବଣ୍ଟା ରାଜନୀତି । ଚାଉଳ ବାଣ୍ଟିବା ପାଇଁ ଯୋଗାଣ ସହାୟକ ଥିବାବେଳେ ଅନ୍ୟ ଦୁଇଜଣଙ୍କୁ ସରପଞ୍ଚ ରଖିଛନ୍ତି । ବିଜେପିର କିଛି ଲୋକଙ୍କୁ ରଖିବା ପାଇଁ ବିଜେପି କର୍ମୀ ଅନୁରୋଧ କରିଥିଲେ ।  କିଛି ଫଳପ୍ରଦ ନହେବାରୁ ଗତ ଛ ଦିନ ହେବ ପଞ୍ଚାୟତ ଅଫିସରେ ବିଜେପି କର୍ମୀ ତାଲା ପକାଇଥିବା ଅଭିଯୋଗ କରୁଛନ୍ତି ବିଜେଡି ନେତା । ଏଥିରେ ପ୍ରଶାସନକୁ ଅବଗତ କରେଇବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଆଜି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସମେତ ବିଜେଡି ନେତା ଓ କର୍ମୀ 16 ନଂ ଜାତୀୟ ରାଜପଥ ବ୍ରାହ୍ମଣ କୁଶଡିହ ଛକ ଅବରୋଧ କରିଛନ୍ତି । ଦୀର୍ଘ ଏକଘଣ୍ଟା ଧରି ରାସ୍ତା ବନ୍ଦ ଥିବାରୁ ଦୁଇ ପାର୍ଶ୍ୱ ରେ ଶହ ଶହ ଗାଡି ଅଟକି ରହିଛି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା ।

     

  • ରାଜ୍ୟରେ ପ୍ରଥମ କରି ଶାସନ କରୁଥିବା ବିଜେପି ସରକାର ଆଇଏଏସ୍‌ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି।  ଏ ନେଇ ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଇଏଏସ୍‌ ଅଫିସର ଜି.ମାଥିଭାଥାନନ୍‌, ବିଶାଳ ଦେବ ଓ ଆର୍‌.ଭିନିଲକ୍ରିଷ୍ଣାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ସୁରେନ୍ଦ୍ର କୁମାର, ହେମନ୍ତ ଶର୍ମା ଓ ଉଷା ପାଢ଼ୀ ନିଜର ସ୍ଥିତି ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ବିଜ୍ଞପ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ୧୯୯୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ନିକୁଞ୍ଜ ବିହାରୀ ଧଳଙ୍କୁ ଇଡ୍‌କୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶିଳ୍ପ ସଚିବ ହେମନ୍ତ ଶର୍ମା ଏବେ ଇଡ୍‌କୋ ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି। ୧୯୯୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ସୁରେନ୍ଦ୍ର କୁମାର ଏବେ ସାଧାରଣ ପ୍ରଶାସନ ବିଭାଗ ଓ ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି।  ୧୯୯୪ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଜି.ମାଥିଭାଥାନନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ ବଦଳି କରାଯାଇଛି। ମାଥିଭାଥାନନ୍‌ ପ୍ରାୟ ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଉନ୍ନୟନ କମିଶନର ଅନୁ ଗର୍ଗ ଏବେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ କାର୍ଯ୍ୟ କରୁଛନ୍ତି।

  • Odisha News Live Updates: ନିଟ ପ୍ରଶ୍ନପତ୍ର ଲିକ୍‌, ଅସାଧୁ ଉପାୟ ଅବଲମ୍ବନ ସମେତ ବିଭିନ୍ନ ଅନିୟମିତତାକୁ ନେଇ ବିବାଦ ମଧ୍ୟରେ ଛନ୍ଦି ହୋଇପଡ଼ିଛି।ଏନେଇ ମୋଦୀ ସରକାର ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି। ଯେଉଁଥିରେ ସରକାର ଆଇଆଇଟି ମାଡ୍ରାସର ତଥ୍ୟକୁ ଦର୍ଶାଇ କହିଛନ୍ତି ଯେ ପରୀକ୍ଷାରେ ବଡ଼ ଅନିୟମିତତାର ପ୍ରମାଣ ମିଳିନାହିଁ ଏବଂ ପୁନଃ ପରୀକ୍ଷାକୁ ସମର୍ଥନ କରାଯାଉ ନାହିଁ। ତେବେ ସମଗ୍ର ଦେଶରେ NEET ପରୀକ୍ଷା ପାଇଁ ଆସିଥିବା ଛାତ୍ରଛାତ୍ରୀଙ୍କ ଚିନ୍ତାଧାରାକୁ ସମାଧାନ କରିବାକୁ ବାଧ୍ୟ ବୋଲି କେନ୍ଦ୍ର କହିଛି। ଏନେଇ ଜୁଲାଇର ତୃତୀୟ ସପ୍ତାହରେ କାଉନସେଲିଂ ଆରମ୍ଭ ହେବ।ସେପଟେ ଆଜି (ଗୁରୁବାର) ସୁପ୍ରିମକୋର୍ଟ NEET କାଗଜ ଲିକ୍ ମାମଲାର ଶୁଣାଣି କରିବାକୁ ଯାଉଛନ୍ତି।

  • Odisha Daily News Live:  ଆଜି ରଥଯାତ୍ରାର ପଞ୍ଚମ ଦିନ  ଅର୍ଥାତ୍ ଆଜି ପବିତ୍ର ହେରା ପଞ୍ଚମୀ। ରାଗରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିବେ ମାଆ ମହାଲକ୍ଷ୍ମୀ । କାଳିଆ ସାଆନ୍ତଙ୍କ ଉପରେ ଅଭିମାନ କରି ନନ୍ଦିଘୋଷ ରଥର ଚକ ଭାଙ୍ଗିବେ ମାଆ ଲକ୍ଷ୍ମୀ। ଏନେଇ ପତିମହାପାତ୍ର ଏବଂ ବିଦ୍ୟାପତି ସେବାୟତଙ୍କ ପକ୍ଷରୁ ହେରାପଞ୍ଚମୀ ନୀତି ଆୟୋଜନ ଲାଗି ଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତି ସରିଛି। ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ମହାପ୍ରଭୁ ଜଗନ୍ନାଥ ନଅ ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି। ଏଥିରେ କ୍ରୋଧିତ ହୋଇଯାଇଛନ୍ତି ମହାଲକ୍ଷ୍ମୀ। ତେଣୁ ହେରାପଞ୍ଚମୀ ନୀତି ଅନୁସାରେ ଆଜି ଶ୍ରୀମନ୍ଦିରରୁ ବାହାରି ନନ୍ଦିଘୋଷ ରଥ ପାଖକୁ ମହାଲକ୍ଷ୍ମୀ ଆସିବେ।

  • Horoscope Today 11 july 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୧୧ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

    ଲିଙ୍କରେ କ୍ଲିକ୍ କରି ଖବର ପଢନ୍ତୁ :Today Horoscope: କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ବଢିପାରେ ଚାପ! ନିଜ ପ୍ରିୟଜନଙ୍କଠୁ ରୁହନ୍ତୁ ସାବଧାନ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link