Odisha News Live Updates: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର

Narmada Behera Fri, 12 Jul 2024-4:07 pm,

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।


 


 

नवीनतम अद्यतन

  • Odisha News Live Updates: ମୁଖ୍ୟମନ୍ତ୍ରୀଙ୍କ ପ୍ରାକ୍ ବଜେଟ୍ ପରାମର୍ଶ ସଭା

    ଭୁବନେଶ୍ଵର: ଆସନ୍ତା ୨୫ ତାରିଖରେ ବିଧାନସଭାରେ ରାଜ୍ୟ ସରକାର ୨୦୨୪-୨୦୨୫ ମସିହା ପାଇଁ  ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରାକ୍ ବଜେଟ୍ ପରାମର୍ଶ ସଭା ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା ଉପସ୍ଥିତ ଥିଲେ ।

    ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପ୍ରଫୁଲ୍ଲ ଘଡ଼ାଇ, ଶଶିଭୂଷଣ ବେହେରାଙ୍କ ସମେତ ବହୁ ଅତିଥି ବୈଠକରେ ଭାଗ ନେଇଥିଲେ। ଉପସ୍ଥାପିତ ହେବାକୁ ଥିବା ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ଅତିଥିମାନଙ୍କ ସହ ଆଲୋଚନା କରିବା ସହ ମତାମତ ଓ ପରାମର୍ଶ ଗ୍ରହଣ କରିଛନ୍ତି। 

    ସୂଚନାଯୋଗ୍ୟ ଯେ ପୂର୍ବରୁ ରାଜ୍ୟ ବଜେଟ୍ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଥିଲେ। ୨୦୨୪-୨୫ ବାର୍ଷିକ  ବଜେଟ୍ ପାଇଁ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍, ମେଲ୍, ହ୍ୱାଟ୍ସଆପ୍ ଓ ଏସଏମଏସ ଜରିଆରେ ମତାମତ ଦେବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ।

  • Odisha News Live Updates: ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶା (ଫାଓ)ର ସଭାପତି ହେଲେ ଭାଜପା ନେତା ସମୀର ଦେ। କୌଣସି ପ୍ରତିଦ୍ବନ୍ଦି ନଥିବାରୁ ନିର୍ବାଚନ ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ସମୀର ଦେ। ଭାଜପା ନେତା ସମୀର ଦେ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା ବା ଫାଓର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ପୂର୍ବରୁ ବିଜେଡି ନେତା ଦେବାଶିଷ ସାମନ୍ତରାୟ ସଭାପତି ଥିଲେ। ହେଲେ ସେ ଇସ୍ତଫା ଦେବା ପରେ ସମୀର ଦେଙ୍କୁ ସଭାପତି କରାଯାଇଛି। ଏହା ସହିତ ସମ୍ପାଦକ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଆଶୀର୍ବାଦ ବେହେରା । ଆଗାମୀ ୨୧ରେ ଫାଓର ନିର୍ବାଚନ ହେବାକୁ ଥିବା ବେଳେ ଏଥର ପୂର୍ବତନ ସଭାପତି ଦେବାଶିଷ ସାମନ୍ତରାୟଙ୍କ ନାଁ ପ୍ରସ୍ତାବ ଦେଇନଥିଲା କ୍ଲବ। 

  • Odisha News Live Updates:  ଘରୋଇ ସହାୟିକାଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ବାମୀଙ୍କୁ ପୁଲିସ ଜେରା କରିଛି। ବିଡ଼ାନାସୀ ସ୍ଥିତ ଘରେ ରିୟାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ଜେରା ହୋଇଛି। ଚନ୍ଦ୍ରଶେଖରପୁର ଥାନାରୁ ଏହି ମାମଲା ବିଡ଼ାନାସୀ ଥାନାକୁ ସ୍ଥାନାନ୍ତର ହୋଇଛି। ବିଡ଼ାନାସୀ ଥାନାରେ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି। ସେହିପରି ଘଟଣାକୁ ନେଇ ଗତକାଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିଜ ଆଡୁ ମାମଲା ରୁଜୁ କରିଛି। ଭୁବନେଶ୍ବର ଡିସିପି, ଖୋର୍ଦ୍ଧା ଡିଏଲଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୫ ସୁଦ୍ଧା ତଦନ୍ତ ସାରି ରିପୋର୍ଟ ଦେବାକୁ କୁହାଯାଇଛି। ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ। ବର୍ଷାଙ୍କୁ ରିୟା ଦେଢ଼ ବର୍ଷ ଧରି କାମ କରାଇବା ପରେ ପାରିଶ୍ରମିକ ଟଙ୍କା ନ ଦେଇ ମାଡ଼ ମାରୁଥିଲେ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। 

  • Odisha News LIVE Updates: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଆଜି ଅରବିନ୍ଦ ପାଢୀ ଦାୟିତ୍ୱ ନେଇଛନ୍ତି । ସେ ଦାୟିତ୍ୱ ନେବା ପରେ ରଥଯାତ୍ରାରେ ହୋଇଥିବା ବିଶୃଙ୍ଖଳା ଓ ଆଗାମୀ ବାହୁଡା ଯାତ୍ରାକୁ ନେଇ ଆକ୍ସନମୋଡକୁ ଆସିଛନ୍ତି । ଦାୟିତ୍ୱ ନେବା ପରେ ସେ କହିଛନ୍ତି କି, ଯଦି କୌଣସି ସେବାୟତ ରଥ ଉପରକୁ ମୋବାଇଲ ନେଇ ଯାଆନ୍ତି ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରଥ ଉପରେ ରହି କୌଣସି ସେବାୟତ ଫଟୋ କିମ୍ବା ଭିଡିଓ କରିପାରିବେ ନାହିଁ । ସେହିଭଳି ରଥ ବେଳେ କିଛି ଅଣ ସେବାୟତଙ୍କୁ ରଥ ଉପରେ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଅରବିନ୍ଦ ପାଢୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

  • Odisha News LIVE Updates:  ୟୁକ୍ରେନ ଯୁଦ୍ଧରେ ଚୀନର ସମ୍ପୃକ୍ତି କୁ ନେଇ ନାଟୋ ମଙ୍ଗଳବାର କଠୋର ମନ୍ତବ୍ୟ ଦେଇଛି । ନାଟୋ ଚୀନକୁ ଋଷ୍ ସମର୍ଥକ ବୋଲି ଅଭିଯୋଗ କରିଛି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଚୀନ୍ । ତଥାକଥିତ ଚୀନ୍ ଧମକକୁ ଅତ୍ୟଧିକ ବଢ଼ାଇବା ସହ ସଂଘର୍ଷ ଓ ଶତ୍ରୁତାକୁ ଉତ୍ତେଜିତ କରିବା ବନ୍ଦ କରିବାକୁ ୟୁରୋପୀୟ ସଂଘରେ ଥିବା ଚୀନ୍ ଦୂତାବାସ ନାଟୋକୁ ଆହ୍ୱାନ ଦେଇଛି । ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ ଆଜି କହିଛନ୍ତି, ନାଟୋ ମିଥ୍ୟା ତଥ୍ୟ ପ୍ରଚାର କରି ନିଜ ଦେଶକୁ ବଦନାମ କରୁଛି ।

     

  • Odisha News Live Updates:  ମାଆ ତାରିଣୀଙ୍କ ବିଭିନ୍ନ ପର୍ବ ମଧ୍ୟରୁ ଏହି ଆଷାଢୀ ପର୍ବ ନିଆରା।  କେନ୍ଦୁଝର ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ଆଷାଢୀ ପର୍ବ ପାଇଁ ଯୋଡି ମହୁରି ଓ ନାଗରା ଶବ୍ଦରେ ପ୍ରକମ୍ପିତ ହେଉଛି ପୂରା ବେଢା । ଆଷାଢ ମାସ ଶେଷ ଗୁରୁବାରରେ ମା ଜଗତ କଲ୍ୟାଣ ପାଇଁ ଦିନ ସାରା ନିଜେ ଉପବାସ ପାଳନ କରିଥାନ୍ତି । ଫଳରେ ଏହି ଆଷାଢୀ ପର୍ବରେ ମନ୍ଦିର ସଂପୂର୍ଣ୍ଣ ବନ୍ଦ ରହିଥାଏ । ଅପରାହ୍ନରେ ସୂର୍ଯ୍ୟାସ୍ତ ପରେ ମାଙ୍କ ନୀତି ପୂଜା ଆରମ୍ଭ ହେବା ସହ ମାଆଙ୍କ ସୁନା ବେଶରେ ସଜ୍ଜିତ ହୋଇଥାନ୍ତି । ରାତି ୧୦ ଟା ପରେ ମାଙ୍କ ମନ୍ଦିରର କେବଳ ମୁଖ୍ୟ ପୂଜକ ରହି ମଧ୍ୟ ରାତ୍ରୀରେ ନିଶି ପୂଜା କରିଥାନ୍ତି ।

  • Odisha News Live Updates: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ । ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ। ବଡ଼ ବେଞ୍ଚକୁ ମାମଲା ହସ୍ତାନ୍ତର କଲେ ସୁପ୍ରିମକୋର୍ଟ।୩ ଜଣିଆ ବେଞ୍ଚରେ ହେବ କେଜ୍ରିୱାଲଙ୍କ ମାମଲାର ଶୁଣାଣି।

     

  • Odisha News Live Updates:  ଖୋର୍ଦ୍ଧାର ତାପଙ୍ଗ ଖଣି ପାଣିରୁ ୫ ଦିନ ଧରି ନିଖୋଜ ଥିବା ଓମ୍‌ ପ୍ରକାଶ ରଥଙ୍କ ମୃତଦେହ ଆଜି ମିଳିଛି। ଆଜି ସକାଳେ ପାଣିରେ ମୃତଦେହ ଭାସିଥିଲା। ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛନ୍ତି। ୫ ଦିନ ପରେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ଛାତ୍ର ଓମ ପ୍ରକାଶ ରଥଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ଅଗ୍ନିଶମ ବିଭାଗ, ଓଡ୍ରାଫ୍‌, ନାଭାଲ ଟିମ୍‌ ଓ ସ୍କୁବା ଡାଇଭର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଓମଙ୍କୁ ଉଦ୍ଧାର କରାଯାଇ ପାରିନଥିଲା। ପରେ କ୍ୟାମେରା ଓ ରୋବଟ୍‌ ମଧ୍ୟ ଓମଙ୍କୁ ଖୋଜିବାରେ ବିଫଳ ହୋଇଥିଲା। ଆଜି ୫ ଦିନ ପରେ ଓମଙ୍କ ମୃତଦେହ ମିଳିଛି। ତାପଙ୍ଗର ଏହି ଖଣି ଅଞ୍ଚଳ ପାହାଡ଼ ଓ ନୀଳ ଜଳରାଶି ପାଇଁ ଲଦାଖର ଭ୍ରମ ସୃଷ୍ଟି କରୁଛି। ତେଣୁ ଅନେକ ଲୋକ ଏଠାରେ ଭିଡ଼ ଜମାଉଛନ୍ତି। ପାଣିରେ ବୁଡ଼ି କିଛି ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତଥାପି କିଛି ପର୍ଯ୍ୟଟକ ଏଠାକୁ ବୁଲି ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହେଉଥିବା କୁହାଯାଉଛି।

  • Odisha News Live Updates: ଆଡ଼ପ ମଣ୍ଡପ ପହଣ୍ଡି ବେଳେ ଶ୍ରୀ ବଳଭଦ୍ର ଖସିପଡ଼ିବା ଘଟଣା ଏବେ ସାରା ହିନ୍ଦୁ ସମାଜରେ ଆଲୋଡ଼ନ ସୃଷ୍ଟି କରିଛି। କେହି ଏହାକୁ ରାଜନୀତିକ ଫାଇଦା ପାଇଁ ବ୍ୟବହାର କରିବାକୁ ଆଗେଇ ଆସିଛନ୍ତି ତ ଆଉ କିଏ ନିଜ ଦୋଷ ଛଡ଼ାଇବାକୁ ଅନ୍ୟ ମୁଣ୍ଡ ଖୋଜୁଛନ୍ତି। କ୍ଷମତାସୀନ ସରକାର କିନ୍ତୁ ଏହି ଘଟଣାର ଗାମ୍ଭୀର୍ଯ୍ୟକୁ ହାଲୁକା ଭାବେ ନେଇ ଲୋକଙ୍କ ଧ୍ୟାନଚ୍ୟୁତ କରିବାକୁ ଚାହିଁଛନ୍ତି। ହେଲେ ଏସବୁ ଭିତରେ ସାଧାରଣ ଲୋକଙ୍କ ଭିତରେ ପ୍ରଶ୍ନ ପୁରୀରେ ଏ ବିଭ୍ରାଟ ପାଇଁ ଦାୟୀ କିଏ?  ପ୍ରଥମେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ କଥା। ନବୀନ ସରକାର ସମୟରେ ସେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇଥିଲେ। ଆଇନ ଅନୁସାରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଜଣେ ବରିଷ୍ଠ ଆଇଏଏସ୍‍ ଅଧିକାରୀ ହେବା ଆବଶ୍ୟକ ଯିଏ ଅନ୍ୟ କୌଣସି ଦାୟିତ୍ୱରେ ରହିବେ ନାହିଁ। କିନ୍ତୁ ବୀର ବିକ୍ରମ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ, ଖାଉଟି କଲ୍ୟାଣ ସଚିବ ହେବା ସହ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ। ୫୩ ବର୍ଷ ପରେ ଏଥର ରଥଯାତ୍ରାରେ ତିନୋଟି ପୃଥକ ନୀତି ଗୋଟିଏ ଦିନରେ ପଡ଼ୁଥିବା ଜାଣି ରଥଯାତ୍ରାର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦେଉଥିବା ମୋହନ ସରକାର ଏ କଥା ଭୁଲିଗଲେ କେମିତି? 

  • Odisha News Live Updates: ଶ୍ରୀମନ୍ଦିରରେ ହେରାପଞ୍ଚମୀ ନୀତି ପାଳନ କରାଯାଇଛି। ବିଳମ୍ବିତ ସନ୍ଧ୍ୟାରେ ପରମ୍ପରେ ଅନୁସାରେ ମହାଲକ୍ଷ୍ମୀଙ୍କ ଚଳନ୍ତି ପ୍ରତିମାଙ୍କୁ ଶ୍ରୀ ଗୁଣ୍ଡିଚା ମନ୍ଦିର ନିଆଯାଇଥିଲା। ସେଠାରେ ରଥ ଭାଙ୍ଗିବା କାର୍ଯ୍ୟ ଶେଷ ହେବା ପରେ ମା‘ ଲକ୍ଷ୍ମୀଙ୍କୁ ହେରାଗୌରୀ ବାଟ ଦେଇ ଶ୍ରୀମନ୍ଦିରକୁ ଅଣାଯାଇଥିଲା। ଏହି ପରମ୍ପରାକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପତି ମହାପାତ୍ରଙ୍କ ସମେତ ଅନ୍ୟ ସେବକଭାବେ ଏଠାରେ ଉପସ୍ଥିତ ଥିଲେ। 

     

  • Weather Update: ରାଜ୍ୟରେ ମେଘୁଆ ପାଗ ସହ ଲାଗି ରହିଛି ଗୁଳୁଗୁଳି।  ଆସନ୍ତା ୪୮ ଘଣ୍ଟା ରାଜ୍ୟରେ ବିଜୁଳି  ଘଡଘଡି ସହ ବର୍ଷା ସାଙ୍ଗକୁ କାଁ ଭାଁ  ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।  ୨ ଦିନ ରାଜ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବିଜୁଳି ଘଡ଼ଘଡି ସାଙ୍ଗକୁ ବର୍ଷା ନେଇ ସତର୍କତା ଜାରି ହୋଇଛି। ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ,କେନ୍ଦ୍ରାପଡା, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲାର ସ୍ଥାନେ ସ୍ଥାନେ ବିଜୁଳି ଘଡ଼ଘଡି଼ ସାଙ୍ଗକୁ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି।  ସେହିପରି ଆସନ୍ତାକାଲି ବାଲେଶ୍ବର ,ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ , ଗଞ୍ଜାମ, ଗଜପତି, ମୟୂରଭଂଜ , କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଏହାସହ ମାଲକାନଗିରି, ରାୟଗଡା, କୋରାପୁଟ୍, ରାୟଗଡା, ଗଜପତି, ଗଞ୍ଜାମ, ଖୋଦ୍ଧା,କନ୍ଧମାଳ ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

  • Odisha News Live Updates: ଦିଲ୍ଲୀ ମଦନୀତି ସହ ଜଡି଼ତ ମନି ଲାଣ୍ତରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି଼)ର  ଗିରଫଦାରୀକୁ ବିରୋଧ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କରିଥିବା ପିଟିସନ୍ ଉପରେ ଆଜି ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବେ।  ବିଚାରପତି ସଞ୍ଜିବ ଖାନ୍ନା ଓ ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ଖଣ୍ତପୀଠ ମେ ୧୭ ରେ ମାମଲାର ଚୁଡାନ୍ତ  ଶୁଣାଣୀ କରି ରାୟ ସଂରକ୍ଷିତ ରଖିଥିଲେ।  ମଦନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଅନ୍ତରିଣ ସୁରକ୍ଷା ଦେବାକୁ ମନା କରିବା ପରେ ଗତ ମାର୍ଚ୍ଚ ୨୧ରେ ଇଡି଼ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା। କୋର୍ଟ ତାଙ୍କୁ ପ୍ରଥମେ ଇଡି଼ ହେପାଜତ୍ ଓ ପରେ ତିହାର ଜେଲକୁ ପଠାଇଦେଇଥିଲେ।  ତେବେ, ନିର୍ବାଚନ ପ୍ରଚାର ଲାଗି ସୁପ୍ରମିକୋର୍ଟ ତାଙ୍କୁ ମେ ୧୦ ତାରିଖରେ ଅନ୍ତରିଣ ଜାମିନ୍ ଦେଇଥିଲେ। ସର୍ବୋଚ୍ଚ ଅଦଲାତଙ୍କ ନିର୍ଦ୍ଦେଶ ଅନୁସାରେ ଜୁନ୍ ୨ରେ ଜାମିନ୍ ଅବଧି ଶେଷ ହେବା ପରେ ସେ ତିହାର ଜେଲ୍ ରେ ଆତ୍ମସନର୍ପଣ କରିଥିଲେ।   

  • Horoscope Today 12 july 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୧୨ ହେଉଛି ଶୁକ୍ରବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

    ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Today Horoscope: ଆଜି ଏହି ରାଶିଙ୍କୁ ରହିଛି ଅର୍ଥପ୍ରାପ୍ତିର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

     

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link