Odisha News Live Updates: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର

Narmada Behera Thu, 27 Jun 2024-10:40 pm,

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

नवीनतम अद्यतन

  • Odisha News Live Updates: ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ରାଜସ୍ୱ ମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ । ଆଜି ମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ନେଇ ବିଜେଡି ପକ୍ଷରୁ କାଉଣ୍ଟର ଆଟାକ ହୋଇଛି । ପୂର୍ବତନ ସରକାରଙ୍କ ମୁଣ୍ଡରେ ଦୋଷ ନଦେଇ ତଥା ବାହାନା ଖୋଜିବା ବଦଳରେ ସମସ୍ୟାର ସମାଧାନ କରିବା ନେଇ ବିଜେଡି ପକ୍ଷରୁ ଦାବି କରାଯାଇଛି । ଆଜି ବିଜେଜି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ଯେଉଁଥିରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ରାଜସ୍ବ ମନ୍ତ୍ରୀଙ୍କ ବିବୃତିକୁ ବିଭ୍ରାନ୍ତିକର ଓ ଦୁର୍ଭାଗ୍ୟଜନକ ବୋଲି କହିଥିଲେ ।

  • Odisha News Live Updates: ନୀତିନ ଗଡ଼କରିଙ୍କୁ ଭେଟିଲେ ମୋହନ
    ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ତିନିଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

  • Odisha News Live Updates: ପ୍ରେସରବୋମା ବିସ୍ଫୋରଣରେ ଗ୍ରାମବାସୀ ଗୁରୁତର ଆହତ
    ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ପ୍ରେସରବୋମା ବିସ୍ଫୋରଣ ହେବା ଫଳରେ ଜଣେ ଗ୍ରାମବାସୀ ଆହତ ହୋଇଛନ୍ତି।ଦନ୍ତେୱାଡା ଜିଲ୍ଲାର ବାରସୁର ଥାନା ଅନ୍ତର୍ଗତ ଗୁଫା ଏବଂ ତାଡେଲବାୟା ଗ୍ରାମ ମଧ୍ୟ ଜଂଗଲରେ ନକ୍ସଲ ପ୍ରେସରବୋମା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜିଥିଲେ। ତେବେ ଗୁଫାପାରା ମଙ୍ଗନାର ଗ୍ରାମର ଗ୍ରାମବାସୀ ଜରୁରାମ କତଲାମି ନାମକ ବ୍ୟକ୍ତି ଏହି ରାସ୍ତା ଦେଇ ଫେରୁଥିବା ବେଳେ ପ୍ରେସର ବୋମା ବିସ୍ଫୋରଣ ହୋଇଥିଲା। ଫଳରେ ଜରୁରାମ ଗୁରୁତର ଆହତ ହୋଇଥିଲେ।ସେ ନିଜ ମା’ଙ୍କ ଶବ ଦାହ କରି ଘରକୁ ଫେରୁଥିଲେ।

  • Odisha News Live Updates: ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
    ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଦିଲ୍ଲୀରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସିତାରମଣଙ୍କୁ ସାକ୍ଷାତ କରୁଛନ୍ତି।

  • Odisha News Live Updates: ସରକାର କିଣିଲେନି, ବେପାରୀ ନେଉନାହାନ୍ତି: ଚିନ୍ତାରେ ଚିନାବାଦାମ ଚାଷୀ
    ବଡ଼ଚଣା ବ୍ଲକ ବିରୂପା ଗେଙ୍ଗୁଟି ଓ କେଲୁଅ ଅବବାହିକାର ଚିନାବାଦାମ ଚାଷୀ ଏବେ ଚିନ୍ତାରେ। କାରଣ ସେମାନଙ୍କ ଉତ୍ପାଦିତ ଚିନାବାଦାମ ଏବେ ଘରେ ଭାଡ଼ିରେ ଥାକ ମରାଯାଇଛି। ସରକାର କିଣୁନାହାନ୍ତି କି କିଣିବାକୁ ବେପାରୀ ମଧ୍ୟ ନାହାନ୍ତି। ଦର ଏତେ ନୀଚ୍ଚା ଯେ ବିକିଲେ କ୍ଷତି ହିଁ କ୍ଷତି। ସାଉଡ଼ିଆ, ବରପଦା, ବଡ଼ବାଲିକୁଦା, ଓ ମଝିପଡ଼ା ପଞ୍ଚାୟତର ଚାଷୀମାନେ ଅମଳ କରିଥିବା ଚିନାବାଦାମ ଘରେ ଥାକ ମାରି ରଖିଛନ୍ତି। ଏଣେ ଧାରଉଧାର ତଥା କରଜ ଶୁଝିବାକୁ ବାକି ରହିଛି। ଏବେ ବର୍ଷାଦିନ ଥିବାରୁ ଅଧିକ ଦିନ ଚିନାବାଦାମ ରଖିବାର ବ୍ୟବସ୍ଥା ମଧ୍ୟ ନାହିଁ।

  • Odisha News Live Updates: ପାରିବାରିକ କଳହର କରୁଣ ପରିଣତି: ବିଷ ପିଇ ନିଜ ବେକ କାଟିଲେ ଯୁବକ
    ପାରିବାରିକ କଳହର କରୁଣ ପରିଣତିର ସଦ୍ୟତମ ଉଦାହରଣ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଉତ୍ତରପଡା ଗ୍ରାମରେ ଦେଖିବାକୁ ମିଳିଛି। ପାରିବାରିକ କଳହ ଯୋଗୁ ଜଣେ ଯୁବକ ବିଷ ପିଇବା ସହ ଧାରୁଆ ଅସ୍ତ୍ରରେ ନିଜ ବେକ କାଟି ଦେଇଛନ୍ତି। ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଅଧିକ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

  • Odisha News Live Updates:  ପୁଣି ଆଜି ଲୋକ ସଭାରେ ଉଠିଛି ସେଂଗୋଲ ବିବାଦ। ନୂଆ ସରକାର ଗଠନ ହେବା ପରେ ଲୋକ ସଭାରେ ସ୍ବତନ୍ତ୍ର ଅଧିବେଶନ ଜାରି ରହିଥିବା ବେଳେ ସେଂଗୋଲକୁ ନେଇ ଝଡ ଆରମ୍ଭ ହୋଇଛି। ସଂସଦରେ ସେଂଗୋଲ ହଟାଇ ସମ୍ବିଧାନ ପୁସ୍ତକକୁ ସ୍ଥାନ ଦେବାକୁ ବିରୋଧୀ ଦାବି କରିଛନ୍ତି। ଯାହାକୁ ନେଇ ନୂଆ ସଂସଦରେ ପୁଣି ସେଂଗୋଲ ବିବାଦ ଦେଖାଦେଇଛି। ସୂଚନା ଅନୁଯାୟୀ ସମାଜବାଦୀ ଲୋକ ସଭା ଏମପି ଆର କେ ଚୌଧୁରୀ ସଂସଦରେ ସେଂଗୋଲ ହଟାଇ ସମ୍ବିଧାନ ପୁସ୍ତକ ସ୍ଥାନ ଦେବାକୁ ଦାବି କରିଛନ୍ତି। 

  • Odisha News Live Updates: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅସୁସ୍ଥ ବାଘୁଣୀ 'ସାରା'ର ମୃତ୍ୟୁ। ୧୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା। ୨୦୦୬ ମସିହାରେ ବାନ୍ଧବଗଡ଼ରୁ 'ସାରା' ଆସିଥିଲା ନନ୍ଦନକାନନ। 

  • Odisha News Live Updates: ​ ମୋଟର ସାଇକେଲରେ ଷ୍ଟଣ୍ଟ ଦେଖାଇବା ହେଲା କାଳ। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜ ନିକଟରେ ଘଟିଲା ସିରିଜ୍ ଦୁର୍ଘଟଣା । ଭବାନୀପାଟଣାରୁ ଭଞ୍ଜନଗର ମୃତ ଦେହ ନେଇ ଯାଉଥିବା ଆମ୍ବୁଲାନ୍ସ ସହ କେଟିଏମ୍ ମୋଟରସାଇକେଲ ଧକ୍କା। ଭାରସାମ୍ୟ ହରାଇ ପଛରୁ ଆସୁଥିବା ଆଉ ଏକ ମୋଟରସାଇକେଲ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଷ୍ଟଣ୍ଟ ଦେଖାଉଥିବା ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ମୋଟରସାଇକେଲ ଚାଳକ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ଲଙ୍କାଗଡ଼ ଅଞ୍ଚଳର ଜନ ନାୟକ ହୋଇଥିବା ବେଳେ ଗୁରୁତର ଆହତ ବ୍ୟକ୍ତି ଜଣକ ତୁମୁଡ଼ିବନ୍ଧର ଗଜପତି ସାହୁ ହୋଇଥିବା ଜଣାପଡ଼ିଛି।

  • Arvind Kejriwal's requests granted: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବୁଧବାର ୩ ଦିନ ସିବିଆଇ ରିମାଣ୍ଡରେ ପଠାଯାଇଛି। ଦିଲ୍ଲୀର ରାଉସ୍‌ ଆଭିନ୍ୟୁ କୋର୍ଟ ସିବିଆଇଙ୍କୁ କେଜରିଓ୍ବାଲଙ୍କ ରିମାଣ୍ଡ ଦେବା ସହ ତାଙ୍କର କିଛି ଅନୁରୋଧକୁ ସ୍ବୀକାର କରିନିଆଯାଇଛି। ରିମାଣ୍ଡ ସମୟରେ ସେ ନିଜର ଚଷମା, ଔଷଧ ନେବା, ଘରର ଖାଦ୍ୟ ଖାଇବା, ଗୀତାର ଗୋଟିଏ ବହି ରଖିବା ଏବଂ ନିଜ ପତ୍ନୀ ଏବଂ ସମ୍ପର୍କୀୟଙ୍କ ସହ ପ୍ରତ୍ୟେହ ଘଣ୍ଟାଇ ଲେଖାଏ ଭେଟି ପାରିବାର ଅନୁମତି ରହିଛି। କେବଳ ଏତିକି ନୁହେଁ ତାଙ୍କର ଗୋଟିଏ ବେଲ୍ଟ ଦରକାର ଥିବାରୁ ତାହା ମଧ୍ୟ ତାଙ୍କୁ ଯୋଗାଇ ଦିଆଯାଇଛି।

     

  • Odisha News Live Updates: ସମାଜର ସବୁ ବର୍ଗଙ୍କ ପାଖରେ ବିକାଶ ପହଞ୍ଚିବ କହିଲେ ରାଷ୍ଟ୍ରପତି। ସମସ୍ତଙ୍କ ବିକାଶ ଦ୍ବାରା ହିଁ ଏକ ବିକଶିତ ଭାରତ ସମ୍ଭବ ହେବ। ଗରିବ, ଚାଷୀ, ମହିଳା, ଯୁବ ବର୍ଗଙ୍କ ବିକାଶ ପାଇଁ ଧ୍ୟାନ ଦିଆଯାଉଛି। ସରକାରଙ୍କ ସବୁ ଯୋଜନାର ଲାଭ ସମସ୍ତଙ୍କ ନିକଟରେ ପହଞ୍ଚାଯିବ। ଜଣେ ବି କେହି ସରକାରୀ ଲାଭରୁ ବଞ୍ଚିତ ନହେବା ଲକ୍ଷ୍ୟ। ମହିଳାଙ୍କୁ ମାଗଣା ଚାଉଳ ଓ ଗ୍ୟାସ ମିଳିଛି । ବିଶ୍ୱର ସବୁଠୁ ବଡ ନିର୍ବାଚନ ଶେଷ ହୋଇଛି । ସେହିପରି, ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଦେଶରେ ନିଆଯାଉଛି ବଡ ବଡ ପଦକ୍ଷେପ ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି।

  • Odisha News Live Updates:ୱାନ୍ ରାଙ୍କ, ୱାନ୍ ପେନସନ ଲାଗୁ କଲୁ। ପେପର ଲିକ୍‌ର ନିରପେକ୍ଷ ଯାଞ୍ଚ ହେବ କହିଲେ ରାଷ୍ଟ୍ରପତି। ନିରପେକ୍ଷ ଯାଞ୍ଚ ପାଇଁ ଆମ ସରକାର ପ୍ରତିବଦ୍ଧ। ବିଭିନ୍ନ ରାଜ୍ୟରେ ବି ପେପର ଲିକ୍ ଖବର ସାମ୍ନାକୁ ଆସିଛି। ଦଳୀୟ ରାଜନୀତିରୁ ଊର୍ଦ୍ଧ୍ବରେ ରହି ପଦକ୍ଷେପ ନେବା ଉଚିତ୍ । ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ କରାଯାଉଛି। ପେପର ଲିକ୍ ରୋକିବାକୁ ଆମ ସରକାର କଡ଼ା ଆଇନ ଆଣିଛନ୍ତି। ପେପର ଲିକ୍ ରୋକିବାକୁ ଆମ ସରକାର କଡ଼ା ଆଇନ ଆଣିଛନ୍ତି। 

  • Odisha News Live Updates: LIC ପୂର୍ବ ଅପେକ୍ଷା ଅଧିକ ମଜଭୁତ ହୋଇଛି। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ପ୍ରୟାସ ଜାରି। 

     

  • Odisha News Live Updates: ୨୫ କୋଟି ଭାରତୀୟ ଗରିବୀରୁ ମୁକ୍ତ ହୋଇଛନ୍ତି। ମହିଳାଙ୍କୁ ଡ୍ରୋନ୍ ପାଇଲଟ କରିବାକୁ ଉଦ୍ୟମ ଜାରି ରହିଛି। ସେହିପରି, ଆୟୁଷ୍ମାନ ଯୋଜନାର ଲାଭ ୭୦ ବର୍ଷର ଊର୍ଦ୍ଧ୍ବ ଲୋକଙ୍କୁ ବି ମିଳିବ। ୧୦ ବର୍ଷରେ ଅନେକ ସଂସ୍କାର ହୋଇଛି, ଦେଶବାସୀ ଉପକୃତ ହେଉଛନ୍ତି। ଏପ୍ରିଲରେ ଜିଏସ୍‌ଟିରୁ ୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଆଦାୟ ହୋଇଛି। ଏହାଦ୍ବାରା ରାଜ୍ୟର ବିକାଶ ଦୃତ ଗତିରେ ହୋଇପାରିବ।

     

  • Odisha News Live Updates: ଉତ୍ତର-ଦକ୍ଷିଣ ଭାରତରେ ବୁଲେଟ୍ ଟ୍ରେନ୍ ଚଳାଚଳ କରିବ। ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ। ବିଜୁଳି ବିଲ୍ ଜିରୋ କରିବାକୁ ଯୋଜନା ଆସିଛି ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି। 

  • Odisha News Live Updates: ଗ୍ରାମାଞ୍ଚଳରେ ୩ ଲକ୍ଷ କିମିରୁ ଅଧିକ ରାସ୍ତା ନିର୍ମାଣ ହୋଇଛି । ନର୍ଥ ଇଷ୍ଟରେ ସ୍ଥାୟୀ ଶାନ୍ତି ପାଇଁ ମୋ ସରକାର ଉଦ୍ୟମ କରୁଛି। ୧୦ ବର୍ଷରେ ୨୧ ସହରରେ ମେଟ୍ରୋ ପହଞ୍ଚିଛି। ପବ୍ଲିକ ଟ୍ରାନ୍ସପୋର୍ଟରେ କ୍ରାନ୍ତିକାରୀ ପରିବର୍ତ୍ତନ। 

     

  • Odisha News Live Updates: ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ବିଶ୍ବବନ୍ଧୁ ହୋଇ ଭାରତ ବିଶ୍ବର ଅନେକ ସମସ୍ୟା ସମାଧାନ କରୁଛି। ସୁସ୍ଥ ବିଶ୍ବ ନିର୍ମାଣରେ ଭାରତ ସହଯୋଗ କରୁଛି। ଯୋଗ ଆଜି ସମଗ୍ର ବିଶ୍ବରେ ପହଞ୍ଚିଛି। 

  • Odisha News Live Updates:ଏବେ ତୃତୀୟ ସ୍ଥାନରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି। ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ମୋ ସରକାର ଗୁରୁତ୍ବ ଦେଇଛି ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି । ସେହିପରି, ଆଗାମୀ ବଜେଟରେ ଐତିହାସିକ ପଦକ୍ଷେପ ଦେଖିବାକୁ ମିଳିବ। ମୋ ସରକାର ଆରମ୍ଭରୁ ଏମ୍ଏସ୍‌ପି ବୃଦ୍ଧି କରିଛନ୍ତି। 

     

  • Odisha News Live Updates: ଦେଶରେ ପୁଣିଥରେ ସ୍ଥିର ଓ ବହୁମତ ସରକାର ଗଠନ ହୋଇଛି। ୧୦ ବର୍ଷର ସୁଶାସନ ଉପରେ ଏହା ଲୋକଙ୍କ ମୋହର। ରାଜ୍ୟର ବିକାଶରେ ଦେଶର ବିକାଶ ଏହି ବିଶ୍ବାସରେ ଆଗକୁ ବଢ଼ିବ। ଅର୍ଥନୀତିରେ ଦେଶ ବିଶ୍ବର ପଞ୍ଚମ ସ୍ଥାନକୁ ଉନ୍ନିତ ହୋଇଛି। 

     

  • Odisha News Live Updates: ଏଥର କାଶ୍ମୀର ଘାଟିରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି। ଚାରି ଦଶକରୁ ଏଠାରେ ଭୋଟିଂ ପ୍ରତିଶତ କମ୍ ରହୁଥିଲା, ମୋ ସରକାର ଉପରେ ଲୋକେ ତୃତୀୟ ଥର ଭରସା କଲେ। ଲୋକେ ଜାଣିଛନ୍ତି ସେମାନଙ୍କ ଆକାଂକ୍ଷା ମୋ ସରକାର ପୂରଣ କରିପାରିବ। 

     

  • Odisha News Live Updates: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଆରମ୍ଭ ହୋଇଛି। ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ। ନବନିର୍ବାଚିତ ସଦସ୍ୟଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଲେ ମହାମହିମ। 

  • Odisha News Live Updates: ସଂସଦ ଅଭିମୁଖେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନରୁ ସଂସଦ ଅଭିମୁଖେ ବାହାରିଲେ। ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ରଖିବେ। 

  • Odisha News Live Updates:  ଆମେରିକାର ଲୋକସଭାରେ ବୁଧବାର ପାକିସ୍ତାନରେ ଗଣତନ୍ତ୍ର ଏବଂ ମାନବିକ ଅଧିକାରକୁ ସମର୍ଥନ କରି ଏକ ସଂକଳ୍ପ ପାରିତ କରାଯାଇଛି। ପାକିସ୍ତାନର ୨୦୨୪ ନିର୍ବାଚନରେ ହସ୍ତକ୍ଷେପ ଦାବି ପରେ ଏହି ସଂକଳ୍ପ ପାରିତ ହୋଇଛି।ଯାହାର ଏକ “ପୁଙ୍ଖାନୁପୁଙ୍ଖ ଏବଂ ନିରପେକ୍ଷ ତଦନ୍ତ” ଆରମ୍ଭ କରାଯାଇଛି। ତେବେ ଗୃହର ୮୫ ପ୍ରତିଶତ ସଦସ୍ୟ ଏହି ପ୍ରସ୍ତାବରେ ଅଂଶଗ୍ରହଣ କରିଥିଲେ ଏବଂ ୯୮ ପ୍ରତିଶତ ସଦସ୍ୟ ଏହାର ସପକ୍ଷରେ ମତ ଦେଇଥିଲେ। ଗଣତନ୍ତ୍ର, ମାନବିକ ଅଧିକାର ଏବଂ ଆଇନ ବଜାୟ ରଖିବା ପାଇଁ ପାକିସ୍ତାନ ସହ କଥାବାର୍ତ୍ତା କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ କରାଯାଇଛି।୧୦୦ ରୁ ଅଧିକ ସଦସ୍ୟ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ।ଜର୍ଜିଆ ଏବଂ ମିଚିଗାନର କଂଗ୍ରେସ କର୍ମୀ ମ୍ୟାକକର୍ମିକ୍ ଏବଂ ସେମାନଙ୍କ ୧୦୦ ରୁ ଅଧିକ ସହକର୍ମୀ 'ପାକିସ୍ତାନରେ ଗଣତନ୍ତ୍ର ତଥା ମାନବିକ ଅଧିକାର ପାଇଁ ସମର୍ଥନ ପ୍ରକାଶ କରିବା' ଶୀର୍ଷକ ରେଜୋଲୁସନ HR 901 ପ୍ରବର୍ତ୍ତନ କରିଥିଲେ। ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ଏବଂ ପାକିସ୍ତାନବାସୀଙ୍କ ଅଧିକାରକୁ ସମ୍ମାନ ଦେବାକୁ ରିଜୋଲ୍ୟୁସନରେ କୁହାଯାଇଛି। ଯାହା ବର୍ତ୍ତମାନ ଅର୍ଥନୈତିକ ଅସ୍ଥିରତା ଏବଂ ସୁରକ୍ଷା ବିପଦର ସମ୍ମୁଖୀନ ହେଉଛି।ଏବଂ ଏହି ସଂକଳ୍ପ ନାଗରିକଙ୍କ ଅଧିକାରର ଉଲ୍ଲଂଘନକୁ ନିନ୍ଦା କରିଛି।

  • Odisha News Live Updates: ଓଡି଼ଶା କ୍ୟାଡର ଆଇଏଫଏସ୍ ଅଫିସର୍ ଭି .କାର୍ତ୍ତିକ ଏବେ ବିବାଦରେ ଫସିଛନ୍ତି। କୋଏମ୍ବା ଟୁରରେ  ସିଏଏସଏଫଓଏଓ (CASFOS)ଠାରେ  ମହିଳା ଟ୍ରେନି ଅଫିସରମାନଙ୍କୁ ଅଶ୍ଲିଳ ଭିଡିଓ ପଠାଇବା ଓ ଯୌନ ଶୌଷଣ ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସୁପାରିଶ୍ ହୋଇଛି। ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଏକ ଆଭ୍ୟନ୍ତରୀଣ କମିଟି ତାଙ୍କ ବିରୋଧରେ  ଆସିଥିବା ଅଭିଯୋଗକୁ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ସୁପାରିଶ୍ କରିଛି।  ସୂଚନା ଯୋଗ୍ୟ, ଯେ,  ବର୍ତ୍ତମାନ ଭି. କାର୍ତ୍ତିକ କୋଏମ୍ବାଟୁର CASFOSରେ ଅଧ୍ୟାପକ ଦାୟିତ୍ୱ ତୁଲାଉଛନ୍ତି। ତେବେ ତାଙ୍କୁ ଜୁନ୍ ୩୦ପୂର୍ବରୁ ଗୃହ କ୍ୟାଡର ଓଡିଶା ଫେରାଇ ନେବାକୁ ସୁପାରିସ କରାଯାଇଛି ।

  • Odisha News Live Updates: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଛି ସିବିଆଇ। କେଜରିୱାଲଙ୍କୁ ପଚରାଉଚରା ପାଇଁ ସିବିଆଇ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ତିହାର ଜେଲରେ ପଚରାଉଚରା କରିବ ସିବିଆଇ ଟିମ୍। ପୂର୍ବରୁ ଇଡି ଦ୍ୱାରା ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଗତକାଲି ବିଧିବଦ୍ଧ ଭାବେ ଗିରଫ କରିଥିଲା ସିବିଆଇ। ଫଳରେ ମଦ ଦୁର୍ନୀତି ମାମଲାରେ ତାଙ୍କ ପାଇଁ ପୁଣି ଅଡୁଆ ବଢ଼ିଛି।ଗତ ସପ୍ତାହରେ କେଜ୍ରିୱାଲଙ୍କୁ ରେଗୁଲାର ବେଲ୍ ଦେଇଥିଲେ ରାଉଜ ଏଭିନ୍ୟୁ କୋର୍ଟ। ଏହାକୁ ଚ୍ୟାଲେଂଜ କରି ଇଡି ଦିଲ୍ଲୀ ହାଇକୋର୍ଟ ଯାଇଥିଲା। ତେବେ ହାଇକୋର୍ଟ ବେଲ୍ ଉପରେ ରୋକ ଲଗାଇବା ସହ ଜାମିନ ଖାରଜ କରିଥିଲେ। ଏହାପରେ ସୁପ୍ରିମକୋର୍ଟ ଯାଇଥି

  • Odisha News Live Updates: ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ରହିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଅନ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଏହା ହେବ ଓଡ଼ିଶାରେ ବିଜେପି ସରକାରର ପ୍ରଥମ କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳ ସହ ପ୍ରଥମ ସୌଜନ୍ୟମୂଳକ ବୈଠକ। ଏଥିରେ ରାଜ୍ୟ ବିଜେପିର ନିର୍ବାଚନ ପ୍ରତିଶୃତି ପୂରଣ, ରାଜ୍ୟକୁ ଆବଶ୍ୟକ ଅର୍ଥ ପ୍ରଦାନ ବାବଦରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। 

  • Odisha News Live Updates: ଟି-୨୦ ବିଶ୍ବକପ ଦ୍ବିତୀୟ ସେମି ଫାଇନାଲ୍ । ପ୍ରଥମ ଦଳ ଭାବେ ଫାଇନାଲରେ ସ୍ଥାନ ପକ୍କା କଲା ଦକ୍ଷିଣ ଆଫ୍ରିକା। ଆଫଗାନିସ୍ତାନକୁ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି । ୮.୫ ଓଭରରେ ଟାର୍ଗେଟ ପୂରଣ କରି ନେଲା ସାଉଥ ଆଫ୍ରିକା। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ମାତ୍ର ୫୬ ରନ୍ କରିଥିଲା ।  ଫାଇନାଲରେ ପ୍ରବେଶ କରି ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା । କୌଣସି ବିଶ୍ବକପରେ ପ୍ରଥମ ଥର ଫାଇନାଲକୁ ଗଲା ଦ. ଆଫ୍ରିକା । ସେପଟେ ଆଜି ରାତି ୮ରେ ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ ।

     

  • Odisha News Live Updates: ବିବାହିତ ମହିଳାଙ୍କୁ ଚାକିରି ଦେଉନି ଭାରତରେ ଥିବା ଆଇଫୋନ ଆସେମ୍ବଲ୍ ପ୍ଲାଣ୍ଟ ‘ଫକ୍ସକନ୍’। ଚେନ୍ନାଇରେ ଥିବା ଏହାର ଫ୍ୟାକ୍ଟ୍ରିରେ ବିବାହିତା ମହିଳାଙ୍କୁ ନିଯୁକ୍ତି ଦେଉ ନଥିବା ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ଏକ ବିସ୍ତୃତ ରିପୋର୍ଟ ଦେବାକୁ ତାମିଲନାଡୁ ସରକାରଙ୍କୁ କହିଛନ୍ତି । ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ୧୯୭୬ ର ସମାନ ଦରମା ଆଇନକୁ ଦର୍ଶାଇ କହିଛି ଯେ ପୁରୁଷ ଏବଂ ମହିଳା ଶ୍ରମିକ ନିଯୁକ୍ତି ସମୟରେ କୌଣସି ଭେଦଭାବ କରାଯିବା ଉଚିତ ନୁହେଁ। ଏବଂ ମନ୍ତ୍ରଣାଳୟ କହିଛି ଯେ ତାମିଲନାଡୁର ଶ୍ରମ ବିଭାଗରୁ ଏକ ଆଇଫୋନ୍ କାରଖାନାରେ ନିଯୁକ୍ତି ସଂକ୍ରାନ୍ତରେ ଏକ ସବିଶେଷ ରିପୋର୍ଟ ମାଗିଛି। ଯେଉଁଠାରେ ରଏଟର୍ସ ରିପୋର୍ଟ କରିଥିଲା ଯେ, ଫକ୍ସକନ୍ କମ୍ପାନୀ ବିବାହିତା ମହିଳାଙ୍କୁ ନିଯୁକ୍ତି ଦେଉନାହିଁ।

  • Odisha News Live Updates: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ  ପକ୍ଷରୁ ଜୁଲାଇ ୨ ଏବଂ ୩ ତାରିଖରେ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବ। ଏଥିପାଇଁ ସମସ୍ତ ଜିଲ୍ଲାର ସଦର ମହକୁମାରେ ପ୍ରମାଣପତ୍ର ବିତରଣ କେନ୍ଦ୍ର କରାଯାଇଛି । ପ୍ରଧାନ ଶିକ୍ଷକମାନେ ଆବଶ୍ୟକ ତଥ୍ୟ ଦେଇ କୃତୀ ବିଦ୍ୟାର୍ଥୀଙ୍କ ପ୍ରମାଣପତ୍ର ନେଇପାରିବେ । ବିଦ୍ୟାଳୟରେ ଜୁଲାଇ ୯ ତାରିଖ ଦିନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି।

     

  • Odisha News Live Updates: ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି ନୂତନ ଟେଲିକମ୍ ନିୟମ।ଏହି ନୂଆ ନିୟମ ଅନୁଯାୟୀ,ଯଦି ଆପଣଙ୍କୁ କୌଣସି ଅଜଣା ବ୍ୟକ୍ତି ଫୋନ୍ କରୁଛନ୍ତି ତାହେଲେ ତାଙ୍କର ସଠିକ୍ ନାମ ଆପଣଙ୍କୁ ଆସିଯିବ।ଏଥିପାଇଁ ଆପଣଙ୍କୁ କୌଣସି ଆପ୍ଲିକେସନ୍ ର ବ୍ୟବହାର କରିବାକୁ ପଡ଼ିବ ନାହିଁ।ଏବଂ ସିମ୍ କାର୍ଡ କିଣିବା , କଲ୍ ଟ୍ୟାପିଂ ଭଳି ଘଟଣା ଉପରେ ମଧ୍ୟ କଡା କାର୍ଯ୍ୟନୁଷ୍ଠାନ ବ୍ୟବସ୍ଥା ରହିବ। ଜୁଲାଇରୁ କଲରଙ୍କ ଫୋନ୍ ନମ୍ୱର୍ ସହିତ କଲରଙ୍କ ନାମ ଦୃଶ୍ୟମାନ ହେବ। ଅପଣଙ୍କୁ କଲ କରିଥିବା ଅଜଣା ବ୍ୟକ୍ତିଙ୍କ ପରିଚୟ ମଧ୍ୟ ଜାଣିପାରିବେ।ସିମ୍ କିଣିବାବେଳେ, KYC ଫର୍ମରେ ଭର୍ତ୍ତି ହୋଇଥିବା ତଥ୍ୟକୁ ଆଧାର କରି ଏହି ନାମ ପ୍ରଦର୍ଶିତ ହେବ।ଲୋକପ୍ରିୟ ଆପ୍ଲିକେସନ୍ ଟ୍ରୁ କଲ ରେ ଅଜଣା ବ୍ୟକ୍ତିଙ୍କ ନାମ ଜଣା ପଡୁଥିଲେ ମଧ୍ୟ ସେଥିରେ ପୂର୍ଣ୍ଣ ସତ୍ୟତା ନଥିଲା। ଟ୍ରୁକଲ ଆପ୍ଲିକେସନ୍ ରେ ଆପଣ ଆପଣଙ୍କ ନାଁ କୁ ଯେକୌଣସି ନାମରେ ସେଭ୍ କରିବା ର ଅପ୍ସନ୍ ଥିଲା।କିନ୍ତୁ ଏଥିରେ ସଠିକ୍ ପଞ୍ଜୀକୃତ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

  • Odisha Daily News Live: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ। ଏଥିଲାଗି ସଂସଦର ଏକ ଯୁଗ୍ମ ଅଧିବେଶନ ଡକାଯାଇଛି। ଲୋକସଭା ଗୃହରେ ଏହି ମିଳିତ ଅଧିବେଶନ ବସିବ। ସକାଳ ୧୧ଟା ବେଳେ ଭାରତର ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ସଂସଦରେ ସ୍ୱାଗତ କରାଯିବ। ପରମ୍ପରା ଅନୁସାରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି, ଲୋକସଭାର ବାଚସ୍ପତି, ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା, ସଂସଦୀୟ ବ୍ୟାପାର ମନ୍ତ୍ରୀ, ମହାସଚିବ ପ୍ରମୁଖ ଏହି ସ୍ୱଗତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ସେ ଏନ୍‍ଡିଏ ସରକାରଙ୍କ ତୃତୀୟ ପାଳିର ଉଦ୍ଦେଶ୍ୟ ଓ ଆଭିମୁଖ୍ୟକୁ ନିଜ ଅଭିଭାଷଣେ ରଖିପାରନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଆରମ୍ଭ ହେବ ରାଜ୍ୟସଭା ଅଧିବେଶନ।

  • Odisha News Live Updates: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ। ଏନେଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ମେଡିକାଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଡଭାନୀ ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁଁ ସେ ହସ୍ପିଟାସଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଗତକାଲି (ବୁଧବାର) ବିଳମ୍ବିତ ରାତିରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ହଠାତ୍ ବିଗିଡି ଯାଇଥିଲେ। ପରେ ତାଙ୍କୁ  ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। 

  • Odisha News Live Updates: ଶ୍ରୀମନ୍ଦିରରେ ଆଜି ଏକ ବିଶେଷ ପରମ୍ପରା ପାଳନ କରାଯିବ। ଅଣସର ଘରେ ଥିବା ତିନି ବିଗ୍ରହଙ୍କୁ ପାରମ୍ପରିକ ଉପାୟରେ ପ୍ରସ୍ତୁତ ଫୁଲୁରି ତେଲ ମାଲିସ କରାଯିବ। ସ୍ୱତନ୍ତ୍ର ଦଇତା ଓ ପତିମହାପାତ୍ର ସେବକମାନେ ମଧ୍ୟାହ୍ନ ଧୂପ ପରେ ଏଥିପାଇଁ ଫୁଲୁରି ତେଲ ବିଜେ କରିବାକୁ ପରାମର୍ଶ ଦେବେ। ଏହିକ୍ରମରେ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରି ତେଲ ତିଆରି କରି ଆସୁଥିବା ବଡ଼ ଓଡ଼ିଆ ମଠକୁ ଏଥିଲାଗି ଆଦେଶ ପଠାଇବେ। ଏହିକ୍ରମରେ ବଡ଼ ଓଡ଼ିଆ ମଠ ପକ୍ଷରୁ ତିନୋଟି ତିନି ସରିକିଆ ମାଟି ଘଡ଼ିରେ ତେଲ ଆସି ଅଣସର ଘରେ ବିଜେ କରାଯିବ। ବିଶ୍ୱାସ ରହିଛି ଏହି ତେଲ ମାଲିସ ପରେ ଶ୍ରୀ ବିଗ୍ରହମାନେ ନବଯୌବନ ପ୍ରାପ୍ତ ହେବେ। 

  • Odisha News Live Updates:ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା। ଗତକାଲି ଭୁବନେଶ୍ବରରେ ପ୍ରବଳ ବର୍ଷା ହୋଇଛି।  ତିନି ଘଣ୍ଟା ଧରି ପ୍ରବଳ ଛେଚିଥିଲା ବର୍ଷା।  ପଶ୍ଚିମ କେନ୍ଦ୍ରୀୟ ତଥା ପାଶ୍ବବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗରରେ  ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି।  ପ୍ରଭାବରେ  ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଆସନ୍ତା ୨୯ ତାରିଖ ଯାଏଁ ରାଜ୍ୟରେ ବର୍ଷା  ରହିବ ବୋଲି  ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।  ୨୯ ତାରିଖ ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡି଼ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।  ବିଶେଷ କରି ଦକ୍ଷିଣ ଓଡି଼ଶାରେ ଅତି ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି। ୨୮ ତାରିଖ ଯାଏଁ ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ନେଇ ଓ୍ବାର୍ଣ୍ଣିଂ ରହିଛି। ବର୍ଷା ସମୟରେ ବିଜୁଳି ମାରିବ। ତେଣୁ ଏଥିପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶିକା ପରାମର୍ଶ ଦେଇଛନ୍ତି। ଆଜି ବିଶେଷକରି, ମାଲକାନଗିରି, କୋରାପୁଟ୍ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି, ରାୟଗଡା, ଗଜପତି, କଳାହାଣ୍ତି, ବଲାଙ୍ଗୀର,ନବରଙ୍ଗପୁର ଓ ନୂଆପଡା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୮ ତାରିଖରେ ନବରଙ୍ଗପୁର ଓ ନୂଆପଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିସହ କଳାହାଣ୍ତି, ବଲାଙ୍ଗୀର, ମୟୂରଭଂଜ, କୋରାପୁଟ, ମାଲକାନଗିରି, ଗଜପତି, କନ୍ଧମାଳ ଓ କେନ୍ଦୁଝରରେ ବର୍ଷା ହେବ ବୋଲି ଓ୍ବାର୍ଣ୍ଣିଂ ଜାରି ହୋଇଛି। 

     

  • Horoscope Today 27 June 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁନ୍ ୨୭ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

    ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ :Today Horoscope: ଏହି ୪ ରାଶି ପାଇଁ ଅଶୁଭ ରହିବ ଗୁରୁବାର! ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ?

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link