Odisha Daily News Live: ଭୁବନେଶ୍ୱରରେ ଓଲଟିଲା ମାଲବାହୀ ଟ୍ରେନ, ଖସୁନି ଆଳୁ ଦର ଆଉ କିଛି ବଡ଼ ଖବର

Prabhudatta Moharana Mon, 29 Jul 2024-10:34 pm,

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।


 

नवीनतम अद्यतन

  • Odisha Daily News Live: ଆଳୁ ସମସ୍ୟା ଉପରେ ନିଜର ମତାମତ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ, ମୁଁ ଚିଠି ଲେଖିବାରେ ବିଶ୍ବାସ କରେ ନାହିଁ। ଦିଲ୍ଲୀରେ ମୁଁ ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛି । ଆଲୋଚନା ସମୟରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଥିଲେ। ପରିସ୍ଥିତି ସ୍ବଭାବିକ ହେବା ଆରମ୍ଭ କରିଛି । ଖୁବଶୀଘ୍ର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

  • Odisha Daily News Live: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଦିନିଆ ନୂଆଦିଲ୍ଲୀ ଗସ୍ତ ଶେଷ କରି ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତର ସଫଳତାରେ ଖୁସିବ୍ୟକ୍ତ କରି ବିମାନ ବନ୍ଦରରେ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ  ଓ ଅନେକ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

  • Odisha Daily News Live: ବାହୁଡା ଯାତ୍ରା ଦିନ ମା' ସୁଭଦ୍ରାଙ୍କ ରଥ ଉପରକୁ ଅନଧିକୃତ ବ୍ଯକ୍ତିଙ୍କୁ ଚଢାଇବା ସମ୍ପର୍କରେ ଜଣେ ଦଇତାପତି ସେବକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ।  ଆଗାମୀ ୭ ଦିନ ଭିତରେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିଲେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ କୁହାଯାଇଛି। ଏଥି ସହ ଚୂଡାନ୍ତ ନିଷ୍ପତ୍ତି ନ ହେବା ଯାଏ ସମ୍ପୃକ୍ତ ସେବକଙ୍କ ପ୍ରାପ୍ଯ ପାଉଣା ସ୍ଥଗିତ ରଖିବାକୁ ମଧ୍ଯ ଦଇତା ନିଯୋଗ ସମ୍ପାଦକଙ୍କୁ ଜଣାଇ ଦିଆଯାଇଛି। ସୂଚନାଯୋଗ୍ଯ ଯେ, ସମ୍ପୃକ୍ତ ଅନଧିକୃତ ବ୍ୟକ୍ତିଙ୍କୁ ମୁଖ୍ୟ ପ୍ରଶାସକ ନିଜେ ରଥରୁ ଓହ୍ଲାଇବା ସହ ତାଙ୍କଠାରୁ ପାସ୍ ଜବତ ହୋଇଥିଲା। ପରେ ଜଣେ ଦଇତାପତି ସେବକ ସେହି ପାସ୍ ଦେଇଥିବା ଜଣାପଡିଥିଲା।

  • Odisha Daily News Live: ଦିଲ୍ଲୀ ରାଜେନ୍ଦ୍ର ନଗର ଆଇଏଏସ୍ କୋଚିଂ ସେଣ୍ଟର ଟ୍ରାଜେଡିକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଘଟଣାରେ ଦିଲ୍ଲୀ ସରକାରଙ୍କୁ ସଂପୂର୍ଣ୍ଣ ଭାବେ ଦାୟୀ କରିଛି ବିଜେପି । ଏଥିସହ ଆନ୍ଦୋଳନ ମଧ୍ୟ ତୀବ୍ର ହେବାରେ ସାଗିଛି । ଅନ୍ୟପଟେ ଘଟଣାରେ ଆଜି ଆଉ ୫ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ମୋଟ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି । 

  • Odisha Daily News Live: ଗାଡି ମାଲିକଙ୍କୁ ମାସିକିଆ ଭଡା ଦେଇ ଗାଡି ବ୍ୟବହାର କରୁଥିଲେ ଜଣେ ଡାକ୍ତର । କିନ୍ତୁ ଗାଡି ଧରି ଫେରାର୍ ହେବାରୁ ମାଲିକ ଥାନାରେ ଏତଲା ଦେଇଥିଲେ । ଆଜି ଉକ୍ତ ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ଘଟଣାଟି କଟକ ଜିଲ୍ଲା ମଙ୍ଗଳାବାଗ ଥାନା ଅଞ୍ଚଳରେ ଘଟିଛି ।

  • Odisha Daily News Live: ଜୁଆ ଖେଳ ସମୟରେ ପୋଲିସ ଚଢାଉ କରି ୯ ଜଣଙ୍କୁ ଗିରଫ କରିବା ସହ ୧୨ ଲକ୍ଷ ଟଙ୍କା ଏବଂ ୩ଟି କାର ସହ ମୋବାଇଲ ଜବତ କରିଛି । ଗିରଫ ଜୁଆଡିମାନେ କଟକ, ବାଲେଶ୍ୱର, କେନ୍ଦ୍ରାପଡା ଏବଂ ଯାଜପୁର ଅଞ୍ଚଳର ବୋଲି ଜଣାପଡିଛି । କେଶୁରା ଛକ ନିକଟରେ ଥିବା କଲ୍ୟାଣମଣ୍ଡପରେ ଚଢାଉ ପରେ ପୋଲିସକୁ ଏହି ସଫଳତା ମିଳିଛି ।

     

  • Odisha Daily News Live: ଭାରତୀୟ ପୁରୁଷ ହକି ଟିମ କଡ଼ା ସଂଘର୍ଷ ମଧ୍ୟରେ ଆର୍ଜେଣ୍ଟିନା ସହ ମ୍ୟାଚ୍‌ ଡ୍ର ରଖିବାରେ ସକ୍ଷମ ହୋଇଛି। ପ୍ରଥମରୁ ୦-୧ ରେ ପଛରେ ପଡ଼ିଥିବା ଭାରତୀୟ ହକି ଟିମ୍ ଶେଷ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲ ଦେବା ସହ ସ୍ଥିତି ୧-୧ କରିବାରେ ସକ୍ଷମ ହୋଇଛି । ଆଜିର ମ୍ୟାଚ ପରେ ପ୍ୟାରିସ ଅଲିମ୍ପିକ୍ସରେ ଆଗକୁ ବଢିବା ପାଇଁ ଆଶା ଉଜ୍ଜୀବିତ ରଖିଛି ଭାରତୀୟ ଟିମ୍ ।

  • Odisha Daily News Live: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ର ଗୁରୁତର ଭାବେ ଅସୁସ୍ଥ ଅଛନ୍ତି। ସେ ଏବେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

  • Odisha Daily News Live: କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଛି । ବନ୍ଧୁକ ସପ୍ଲାଇ ଗ୍ୟାଙ୍ଗକୁ ଧରିବା ସହ ୬ଜଣଙ୍କୁ ଗିରଫ କରିଛି ପୋଲିସ । ବାଲିଅନ୍ତା ପୋଲିସ ଏବଂ ସ୍ପେଶାଲ୍ ସ୍କ୍ୱାଡ୍‌ର ମିଳିତ ଭାବେ ଏହି ରେଡ୍‌ କରାଯାଇଥିଲା । ୬ଟି ବନ୍ଧୁକ ଜବତ କରାଯାଇଥିବା ସୂଚନା ମିଳିଛି । ଟ୍ୱିନ୍ ସିଟି ସହ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ସକ୍ରିୟ ଥିଲେ ଅଭିଯୁକ୍ତ । ବିହାରରୁ ବନ୍ଧୁକ ଆଣି ଓଡ଼ିଶାର ବିଭିନ୍ନ ଗ୍ୟାଙ୍ଗଷ୍ଟରଙ୍କୁ ବିକ୍ରି କରୁଥିବା ସୂଚନା ରହିଛି ।

  • Odisha Daily News Live: ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲାରେ ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ମଧୁମିତାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଟ୍ରେନ୍ ଆଗକୁ ଡେଇଁବା ପରେ ଘୋଷାଡ଼ି ହୋଇ କିଛି ସମୟ ବଞ୍ଚିଥିଲେ । କ୍ଷତ କାରଣରୁ ମଧୁମିତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

  • Odisha Daily News Live: ଶିମିଳିପାଳରେ କଳାବାଘ ସଫାରୀ ପାଇଁ ଅନୁମତି ମିଳିଛି । ଏନେଇ ସୂଚନା ଦେଇଛନ୍ତି ବନ୍ୟପାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ । ସେଣ୍ଟ୍ରାଲ ଜୁ ଅଥୋରିଟି (CZA)ରୁ ଅନୁମତି ମିଳିଛି ବୋଲି ପିସିସିଏଫ୍‌ କହିଛନ୍ତି । ବାରିପଦା ମଞ୍ଚିଆପଡ଼ାରେ ୧୦୦ ଏକର ଜାଗାରେ ସଫାରୀ ହେବ ଏବଂ ନନ୍ଦନକାନନରେ ଥିବା କଳା ଜିନ୍‌ ବାଘକୁ ସେଠାରେ ଛଡ଼ାଯିବ ବୋଲି ସେ ସୂଚନା ଦେଇଛନ୍ତି ।

  • Odisha News Live Updates: ବଢୁଛି ପୁରୁଷଙ୍କ ଆଗ୍ରହ, ହ୍ରାସ ପାଉଛି ବନ୍ଧ୍ୟାକରଣ ମହିଳାଙ୍କ ସଂଖ୍ୟା
    ବନ୍ଧ୍ୟାକରଣ ପ୍ରତି ବଢୁଛି ପୁରୁଷଙ୍କ ଆଗ୍ରହ। ଏନେଇ, ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଲିଖିତ ଉତ୍ତର ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ୨୦୨୩-୨୪ ବର୍ଷରେ ୧୭୯୨ ଜଣ ପୁରୁଷ ବନ୍ଧ୍ୟାକରଣ କରିଥିବାବେଳେ ୨୦୨୧-୨୨ ରେ ୯୯୧ ଓ ୨୦୨୨-୨୩ ରେ ୧୫୬୯ ଜଣ ପୁରୁଷ ବନ୍ଧ୍ୟାକରଣ କରିଥିଲେ।

  • Odisha News Live Updates: ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ତଦାରଖ କମିଟିର ବୈଠକ
    ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ୱ ନେଇ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ତଦାରଖ କମିଟିର ବୈଠକ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟ ଓ ଏଏସଆଇ ଅଧିକାରୀମାନେ ଯୋଗ ଦେଇଛନ୍ତି। ତେବେ ବାହାର ଓ ଭିତର ଭଣ୍ଡାରରୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହୋଇସାରିଛି। ଏଏସଆଇ ପକ୍ଷରୁ ପ୍ରାଥମିକ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ କେବେ ଏହାର ମରାମତି ହେବ, ସେ ନେଇ ଆଜିର ବୈଠକରେ ଆଲୋଚନା ହେଉଥିବା ସୂଚନା ରହିଛି।

  • Odisha News Live Updates: ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲା କଂଗ୍ରେସ
    ଆଜି ବିଧାନସଭାର ଷଷ୍ଠ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲା କଂଗ୍ରେସ । ଅଗ୍ନିବୀର ଓ ସେମାନଙ୍କ ୟୁନିଫର୍ମ ଉପରେ ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ପଢ଼ି ଶୁଣାଉଥିବା ବେଳେ ଗୃହରେ ଉଦବେଗ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ଗୃହ ବାହାରେ ମୁଖ୍ୟମନ୍ତ୍ରୀଙ୍କ କରିଥିବା ଘୋଷଣାକୁ ଗୃହ ଭିତରେ ସଂସଦୀୟ ମନ୍ତ୍ରୀ ଦୁଇ ଦିନ ପରେ ଘୋଷଣା କରିଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ଗୃହରେ କାହିଁକି ଘୋଷଣା କଲେ ନାହିଁ ? ଗୃହକୁ ବିଶ୍ୱାସକୁ ନେଲେ ନାହିଁ ମୁଖ୍ୟମନ୍ତ୍ରୀ, ଗୃହର ମର୍ୟ୍ୟାଦା ଭଙ୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ବିଧାନସଭା ଇତିହାସରେ ଏକ କଳଙ୍କିତ ଅଧ୍ୟାୟ । ତେଣୁ ସ୍ୱାଧିକାରକୁ ଗ୍ରହଣ କରିବାକୁ ଦାବି କଲେ ତାରା ବାହିନୀପତି ।

  • Odisha News Live Updates: ପାଲଟା ସ୍ବାଧିକାର ନୋଟିସ ଆଣିଲେ ଈରାଶିଷ
    କଂଗ୍ରେସ ସଦସ୍ୟଙ୍କ ବିରୋଧରେ ପାଲଟା ସ୍ବାଧିକାର ନୋଟିସ୍‌। ସ୍ବାଧିକାର ନୋଟିସ୍‌ ଆଣୁଛି କହିଲେ ବିଧାୟକ ଈରାଶିଷ ଆଚାର୍ଯ୍ୟ। କଂଗ୍ରେସ ସ୍ବାଧିକାର ନୋଟିସ୍‌ ଆଣିବ କିପରି ଗଣମାଧ୍ୟମକୁ ଆସିଲା। ବାଚସ୍ପତିଙ୍କ ବିନା ଅନୁମତିରେ କିପରି ପ୍ରକାଶ ପାଇଲା ପଚାରିଲେ।

  • Odisha News Live updates: ଯୁଗ୍ମ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ
    ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଅବକାରୀ ଜଏଣ୍ଟ କମିଶନର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ୧୦ଟି ସ୍ଥାନରେ ଚଢ଼ାଉ କରୁଛନ୍ତି ଭିଜିଲାନ୍ସ ଟିମ୍‌। ବଲାଙ୍ଗୀରରେ ଥିବା ଘରେ ମଧ୍ୟ ରେଡ୍‌ କରାଯାଉଛି।

  • Odisha News Live updates: ୪ଟା ଯାଏଁ ଗୃହ ମୁଲତବି
    ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ୪ଟା ଯାଏଁ ଗୃହ ମୁଲତବି।ସବୁ ନୋଟିସ ଉପରେ ଆଲୋଚନା କରି କହିବି କହିଲେ ବାଚସ୍ପତି। ବାଚସ୍ପତିଙ୍କ ବିବୃତି ପରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ।

  • Odisha News Live Updates: ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ୍‌ଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କଲା ସିବିଆଇ
    ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ରାଉସ୍ ଆଭେନ୍ୟୁ କୋର୍ଟରେ ଦାଖଲ ହୋଇଥିବା ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଏକ ଚର୍ଜସିଟ୍‌ ଦାଖଲ କରିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବ୍ୟାପକ ଯାଞ୍ଚ ପରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି; ଯେଉଁଥିରେ ବହୁ ଆର୍ଥିକ ହେର୍‌ଫେର୍‌ ହୋଇଥିବା କୁହାଯାଉଛି। ଏହାପୂର୍ବରୁ ଚଳିତ ବର୍ଷ ମେ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ମଦ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍‌) ମୁଖ୍ୟଙ୍କ ବିରୋଧରେ ୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା।

  • Odisha News Live Updates: ପୁଣି ବିବାଦରେ ଆକାଂକ୍ଷା ହଷ୍ଟେଲ: ଶିକ୍ଷକଙ୍କ ହାତରେ ପରିଚାଳନା ଦାୟିତ୍ବ
    ପରିଚାଳନା ଦାୟିତ୍ବ ନେଇ ଆକାଂକ୍ଷା ହଷ୍ଟେଲରେ ପୁଣି ବିବାଦ ସୃଷ୍ଟି ହୋଇଛି। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ପୂର୍ବରୁ ହଷ୍ଟେଲ ପରିଚାଳନା ଦାୟିତ୍ବ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ (ଡବ୍ଲ୍ୟୁଇଓ)ଙ୍କୁ ପ୍ରାଥମିକତା ଦିଆଯାଉଥିଲା। ଛେଣ୍ଡ ହକି ଷ୍ଟାଡିୟମ ସମ୍ମୁଖ ଉଭୟ ଆକାଂକ୍ଷା (ଉଭୟ ବାଳକ ଓ ବାଳିକା)ଦୁଇଟି ହଷ୍ଟେଲ ପରିଚାଳନା ଦାୟିତ୍ବ ଡବ୍ଲ୍ୟୁଇଓ ତୁଲାଉଥିଲେ। ପୂର୍ବରୁ ଡବ୍ଲ୍ୟୁଇଓ ପୂଜା ସାହୁ ଓ ମନୋଜ କୁମାର ଶତପଥୀ ଦାୟିତ୍ବରେ ରହିଥିଲେ। ଏବେ ସେମାନଙ୍କ ସ୍ଥାନରେ ଦୁଇ ଜଣ ଆଶ୍ରମ ବିଦ୍ୟାଳୟ ଶିକ୍ଷକଙ୍କୁ ଦାୟିତ୍ବ ହସ୍ତାନ୍ତର କରାଯାଇଛି। ନୂଆଗାଁ ବ୍ଲକ ଆଶ୍ରମ ବିଦ୍ୟାଳୟର ଶିକ୍ଷକ ଅରୁଣ କୁମାର ପଟେଲଙ୍କୁ ବାଳକ ହଷ୍ଟେଲ ଓ ବିଶ୍ରା ବ୍ଲକ ଅନ୍ତର୍ଗତ ଭାଲୁଲତା ଆଶ୍ରମ ବିଦ୍ୟାଳୟର ଏମ୍‌ ପଟେଲଙ୍କୁ ବାଳିକା ହଷ୍ଟେଲ ଦାୟିତ୍ବ ଦିଆଯାଇଛି। ଦୁଇ ଶିକ୍ଷକ ଓ ଶିକ୍ଷୟିତ୍ରୀ କିଛି ଦିନ ବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି। ଅବଶିଷ୍ଟ ଦିନ ହଷ୍ଟେଲରେ ଦାୟିତ୍ବ ସମ୍ଭାଳୁଛନ୍ତି। ଫଳରେ ଆଦିବାସୀ ଆଶ୍ରମ ବିଦ୍ୟାଳୟରେ ପାଠପଢ଼ା ବ୍ୟାହତ ହେଉଥିଲାବେଳେ ହଷ୍ଟେଲ ପରିଚାଳନାରେ ସମସ୍ୟା ଉପୁଜିଛି।

  • Odisha News Live udpates: ଭିଜିଲାନ୍ସ ଜାଲରେ ଅବକାରୀ ଯୁଗ୍ମ କମିଶନର 
    ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସର ରେଡ୍। ଭୁବନେଶ୍ୱର, ସୋନପୁର, ବଲାଙ୍ଗିର ଘର ସମେତ ଅଫିସରେ ଚଢ଼ାଉ।

  • Odisha News Live udpates: ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: ଚାଳକ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
    ସିପିଆଇ ମାଓବାଦୀଙ୍କ ପକ୍ଷରୁ ଚଳିତ ମାସ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ଯାଏ ସହିଦ ସପ୍ତାହ ପାଳିତ ହେଉଛି। ରବିବାରରୁ ଆରମ୍ଭ ହୋଇଥିବା ଏହି ସହିଦ ସପ୍ତାହକୁ କେନ୍ଦ୍ର କରି ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତରୁ ମାତ୍ର ଏକ କିଲୋମିଟର ଦୂର ଝାଡ଼ଖଣ୍ଡ ରାଜ୍ୟର ଜରେଇକେଲା ଠାରେ ସିପିଆଇ ମାଓବାଦୀମାନେ ବ୍ୟାନର ଏବଂ ପୋଷ୍ଟର ଲଗାଇ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି। ବ୍ୟାନର ପୋଷ୍ଟର ମାଧ୍ୟମରେ ମାଓବାଦୀମାନେ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବାକୁ ଘୋଷଣା କରିଛନ୍ତି। ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଶନିବାର ବିଳମ୍ବିତ ରାତିରେ ଜରେଇକେଲା ସମେତ ପାଞ୍ଚପାହିଆ ଏବଂ ଛୋଟାନାଗରା ଅଞ୍ଚଳରେ ସିପିଆଇ ମାଓବାଦୀମାନେ ପୋଷ୍ଟର ବ୍ୟାନର ଲଗାଇଥ‌ିଲେ।

  • Odisha News Live udpates: ସୀମାନ୍ତ ଜରେଇକେଲାରେ ଲାଗିଲା ମାଓପୋଷ୍ଟର
    ସିପିଆଇ ମାଓବାଦୀଙ୍କ ପକ୍ଷରୁ ଚଳିତ ମାସ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ଯାଏ ସହିଦ ସପ୍ତାହ ପାଳିତ ହେଉଛି। ରବିବାରରୁ ଆରମ୍ଭ ହୋଇଥିବା ଏହି ସହିଦ ସପ୍ତାହକୁ କେନ୍ଦ୍ର କରି ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତରୁ ମାତ୍ର ଏକ କିଲୋମିଟର ଦୂର ଝାଡ଼ଖଣ୍ଡ ରାଜ୍ୟର ଜରେଇକେଲା ଠାରେ ସିପିଆଇ ମାଓବାଦୀମାନେ ବ୍ୟାନର ଏବଂ ପୋଷ୍ଟର ଲଗାଇ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି। ବ୍ୟାନର ପୋଷ୍ଟର ମାଧ୍ୟମରେ ମାଓବାଦୀମାନେ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବାକୁ ଘୋଷଣା କରିଛନ୍ତି। ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଶନିବାର ବିଳମ୍ବିତ ରାତିରେ ଜରେଇକେଲା ସମେତ ପାଞ୍ଚପାହିଆ ଏବଂ ଛୋଟାନାଗରା ଅଞ୍ଚଳରେ ସିପିଆଇ ମାଓବାଦୀମାନେ ପୋଷ୍ଟର ବ୍ୟାନର ଲଗାଇଥ‌ିଲେ।

  • Odisha News Live udpates: ତୃତୀୟ ହିଟ୍‌-ଆଣ୍ଡ୍‌ ମାମଲା: ବିଏମ୍‌ଡବ୍ଲୁ କାର୍‌ ଧକ୍କାରେ ୨୮ ବର୍ଷୀୟ ଯୁବକ ମୃତ
    ମୁମ୍ବାଇରେ ଆଉ ଏକ ହିଟ୍-ରନ୍ ମାମଲାରେ ଜଣଙ୍କର ମୃତ୍ୟୁ ଘଟିଛି।  ଦ୍ରୁତ ଗତିରେ ଆସୁଥିବା ଏକ ବିଏମଡବ୍ଲୁ କାର ଧକ୍କା ହେବା ପରେ ଜଣେ ୨୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଜୁଲାଇ ୨୦ ତାରିଖରେ ସହରର ୱର୍ଲି ଅଞ୍ଚଳରେ ଏହି ଘଟଣା ଘଟିଥିଲା। ପୀଡିତା ଜଣଙ୍କ ୨୮ ବର୍ଷୀୟ ବିନୋଦ ଲାଡ ବୋଲି ଜଣାପଡ଼ିଛି। ସବିଶେଷ ତଥ୍ୟ ଅନୁଯାୟୀ, ଦୁର୍ଘଟଣାର ସାତ ଦିନ ପରେ ଜୁଲାଇ ୨୭ରେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବାରୁ ଏହି ଘଟଣା ଚର୍ଚ୍ଚାକୁ ଆସିଛି। ବିନୋଦଘରକୁ ଫେରୁଥିବା ବେଳେ ତାଙ୍କ ଦୁଇ ଚକିଆ ଯାନକୁ ପଛରୁ ଏକ କାର ଧକ୍କା ଦେଇଥିଲା। କିରଣ ଇନ୍ଦୁଲକର ନାମକ ଅଭିଯୁକ୍ତ ବିନୋଦଙ୍କୁ ଗୁରୁତର ଆହତ କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

  • Odisha News Live Updates: ମଞ୍ଚେଶ୍ୱରରେ ଓଲଟିଲା ମାଲଗାଡି
    ଭୁବନେଶ୍ୱର ଷ୍ଟେସନ୍‍ ନିକଟସ୍ଥ ମଞ୍ଚେଶ୍ୱରଠାରେ ଏକ ମାଲଗାଡ଼ି ଲାଇନଚ୍ୟୁତ ହୋଇଛି। ଏହାଦ୍ୱାରା ୧୦ଟି ଟ୍ରେନର ଚଳାଚଳ ବ୍ୟାହତ ହୋଇଛି। ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୦୮୫୩୪ ପଲାସା ପୁରୀ ଏବଂ ୦୮୪୩୨ ପୁରୀ-କଟକ ଟ୍ରେନକୁ ଆଜିପାଇଁ ବାତିଲ କରାଯାଇଛି। ସେହିପରି ପୁରୀ- ରାଉରକେଲା ଟ୍ରେନକୁ  ପୁରୀରୁ-ଅନୁଗୁଳ ଯାଏ ବାତିଲ କରାଯାଇଥିବା ବେଳେ ରେଉରକେଲା- ପୁରୀ ଟ୍ରେନକୁ ଅନୁଗୁଳଠାରେ ରୋକା ଯାଇଛି। ଆଜି ୬ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି।  ପୁରୀ-ରାଉରକେଲାସକାଳ ୫ଟା ବଦଳରେ ଦୁଇଘଣ୍ଟା ବିଳମ୍ବରେ ଯାତ୍ରା ଆରମ୍ଭ କରିଛି। ପୁରୀ-ହାଓଡ଼ାକୁ ମଧ୍ୟ ଦୁଇଘଣ୍ଟା ବିଳମ୍ବରେ ଚାଲୁ କରାଯାଇଛି। ସକାଳ ୫ଟା ୪୫ ବଦଳେ ଏହି ଟ୍ରେନ ୭ଟା ୪୫ରେ ନିର୍ଦ୍ଧାରଣ କରାଯାଇଛି। 

  • Today Horoscope: ସାବଧାନ ହୋଇ ଚଳନ୍ତୁ ଏହି ୫ ରାଶି! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ସୋମବାର..
    ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢନ୍ତୁ ଆଜିର ରାଶିଫଳ...

  • Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

     

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link