Odisha News Live Updates: ବଙ୍ଗୋପସାଗରରେ ଲଘୁଚାପ,୬ ଜିଲ୍ଲାକୁ ୟେଲୋ ଆଲର୍ଟ, ପଢିନିଅନ୍ତୁ ଆଜିର ଆଉ କିଛି ତାଜା ଖବର

Narmada Behera Sat, 03 Aug 2024-9:07 pm,

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

नवीनतम अद्यतन

  • Bharatanatyam Veteran Yamini Krishnamurthy Dies At 84: ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଯାମିନୀ କୃଷ୍ଣମୂର୍ତ୍ତି ୮୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଶନିବାର ଦିନ ଆପୋଲୋ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କୃଷ୍ଣମୂର୍ତ୍ତିଙ୍କ ମ୍ୟାନେଜର ତଥା ସଚିବ ଗଣେଶ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ପ୍ରଶଂସକମାନେ ସୋସିଆଲ ମିଡିଆରେ ପୋଷ୍ଟ କରି କୃଷ୍ଣମୂର୍ତ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

  • Chandigarh Firing News: ଚଣ୍ଡିଗଡ଼ କୋର୍ଟ ପରିସରରେ ଗୁଳିମାଡ ଘଟଣା ସାମ୍ନାକୁ ଆସିଛି। ବାସ୍ତବରେ ବିବାହ ବିବାଦ ସଂପର୍କରେ ଦୁଇ ପକ୍ଷ ପାରିବାରିକ କୋର୍ଟକୁ ଆସିଥିଲେ। ଏହି ସମୟ ମଧ୍ୟରେ ପଞ୍ଜାବ ପୋଲିସର ପୂର୍ବତନ ଏଆଇଜି ମାଲବିନ୍ଦର ସିଂ ସିଦ୍ଧୁ ତାଙ୍କ ଜ୍ୱାଇଁଙ୍କ ଉପରକୁ ଗୁଳି ଚଳାଇଥିଲେ, ଯେଉଁଥିରେ ସେ ମୃତ୍ୟୁବରଣ କରିଛନ୍ତି। ମୃତ ଜ୍ୱାଇଁ ହରପ୍ରୀତ ସିଂ କୃଷି ବିଭାଗରେ ଆଇଆରଏସ ଥିଲେ।

  • Odisha News Live Updates: ବନ୍ଦ ହେଲା ଲକ୍ଷ୍ମୀ ବସ୍‌! ଆଉ ଗଡିବନି ଲକ୍ଷ୍ମୀ ଏସି ବସ୍‌। ମାଲକାନଗିରିରେ ଆଉ ଗଡିବନି ଲକ୍ଷ୍ମୀ ଏସି ବସ। ବ୍ଲକରୁ ଜିଲ୍ଲା ସଦରମହକୁମାକୁ ଯୋଡୁଥିବା ଲକ୍ଷ୍ମୀ ବସ୍ ସେବା ଏବା ବନ୍ଦ। ହଠାତ୍ ଗତକାଲିଠୁ ଶୀତ ତାପ ନିୟନ୍ତ୍ରିତ ଲକ୍ଷ୍ମୀ ବସ ବସ୍ ସେବା ବନ୍ଦ ରହିଥିବା ଦେଖୁବାକୁ ମିଳିଛି। ଆରଟିଓ ପରମିଟ ସସପେଣ୍ଡ କରିଥିବାରୁ ଲକ୍ଷ୍ମୀ ବସ ଗଡୁନାହିଁ। ସେପଟେ ଲକ୍ଷ୍ମୀ ବସ ସେବା ବନ୍ଦକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଲକ୍ଷ୍ମୀ ବସ ସେବା ଚାଲୁ କରିବାକୁ ଲୋକେ ଦାବି କରିଛନ୍ତି। ଗ୍ରାମାଞ୍ଚଳ ଲୋକେ ଯାତାୟତରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ତାହା ଉପରେ ଅଧିକ ଫୋକସ କରି ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ କରିଥିଲେ ପୂର୍ବତନ ସରକାରା ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ପୂର୍ବ ସରକାର ଆରମ୍ଭ କରିଥିଲେ ଲୋକେସନ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା।

  • Odisha News Live Updates: ବିଶ୍ୱ ତାପମାତ୍ରା ଯୋଗୁଁ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି । ଅଧିକାଂଶ ବିକଶିତ ଦେଶ ଅଧିକରୁ ଅଧିକ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ କରୁଛନ୍ତି । ଏହି ସମୟରେ ଆମେରିକୀୟ ସ୍ପେସ୍ ଏଜେନ୍ସି (ନାସା) ଏକ ଭିଡିଓ ଜାରି କରିଛି ଯେଉଁଥିରେ କାର୍ବନ ଡାଇଅକ୍ସାଇଡ୍ co2 ର ବାଦଲ ସମଗ୍ର ବିଶ୍ୱରେ ଦୃଶ୍ୟମାନ ହେଉଛି ।ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ଭାରତ ସମେତ ସମଗ୍ର ବିଶ୍ୱରେ କାର୍ବନ ଡାଇଅକ୍ସାଇଡର ବାଦଲ ରହିଛି ।ଏହି ମ୍ୟାପ୍ ସ୍ୱତନ୍ତ୍ର କମ୍ପ୍ୟୁଟର ଏବଂ ମଡେଲ ମାଧ୍ୟମରେ ପ୍ରସ୍ତୁତ କରାଯାଇଛି । ଆମ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ କିପରି ତରଳି ଯାଉଛି ତାହା ଭିଡିଓରେ ଦର୍ଶାଯାଇଛି । ନାସାର ବୈଜ୍ଞାନିକ ଲେସଲି ଓଟଙ୍କ ଅନୁଯାୟୀ ଚୀନ୍, ଆମେରିକା ଏବଂ ଦକ୍ଷିଣ ଏସିଆ ସର୍ବାଧିକ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ କରୁଛନ୍ତି ।

     

  • Odisha News Live Updates: ଭିଜିଲାନ୍ସ ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରିଛି। ଶ୍ରୀ ପ୍ରଧାନଙ୍କୁ ଗତକାଲିଠାରୁ ଦୀର୍ଘ ସମୟ ଧରି ମାରାଥନ ଜେରା କରିବା ପରେ ଆଜି ସକାଳେ ତାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ଏସପି ନରହରି ନାୟକ ସୂଚନା ଦେଇଛନ୍ତି। ପ୍ରଭାସ କୁମାର ପ୍ରଧାନଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଜମା, ସ୍କୁଟି, କାର, ପୋଷ୍ଟଲ୍ ଡିପୋଜିଟ, ଇନ୍ସୁରାନ୍ସ, ସୁନା, ନଗଦ ଟଙ୍କା ଓ ଆସବା ପତ୍ର ଆଦି ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧କୋଟି ୧୮ ଲକ୍ଷ ୬୩ ହଜାର ୭୫୩ ଟଙ୍କା ମୂଲ୍ୟର ଆକଳନ କରିଛି ଭିଜିଲାନ୍ସ ବିଭାଗ। 

     

  • Odisha News Live Updates: ଇତିହାସ ରଚିଲେ କମଲା ହାରିସ।ଆନୁଷ୍ଠାନିକ ଭାବେ ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଏଥିସହ ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ହାରିସ୍‌ ପ୍ରତିଦ୍ୱନ୍ଦ୍ୱିତା କରିବା ସ୍ପଷ୍ଟ ହୋଇଛି।ଶାସକ ଡେମୋକ୍ରାଟିକ୍ ପାର୍ଟି ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି। ସେ ଏବେ ଆମେରିକା ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍‌ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ସିଧାସଳଖ ଟକ୍କର ଦେବେ।

     

     

     

  • Odisha News Live Updates:  ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି କାଂସ୍ୟ ପଦକ ଜିତିବା ପରେ ସାରା ଦେଶରେ ଇତିହାସ ପାଲଟିଛନ୍ତି ମନୁ ଭାକର। ଏବଂ କ୍ରୀଡ଼ାପ୍ରେମୀଙ୍କ ସମେତ ସାରା ଦେଶରେ ଏକ ପରିଚିତ ମୁହଁ ପାଲଟି ଯାଇଛନ୍ତି ଶୁଟର ମନୁ ଭାକର। ଅଲମ୍ପିକ୍ସ ବିଜୟ ପରେ ତାଙ୍କର ଲୋକପ୍ରିୟତା ବହୁତ ବଢ଼ି ଯାଇଛି। ଆଉ ଏହାକୁ ଦେଖି ନାମୀ ଦାମୀ କମ୍ପାନୀ ନିଜ ପ୍ରଡକ୍ଟର ପ୍ରଚାର ପ୍ରସାର ପାଇଁ ମନୁ ଭାକରଙ୍କୁ ନେବାକୁ ମନ ବଳାଇଛନ୍ତି ୪୦ରୁ ଅଧିକ ବ୍ରାଣ୍ଡ। ମନୁ ମଧ୍ୟ ନିଜର ଚାହିଦା ବଢ଼ାଇ ଦେଇଛନ୍ତି। ସେ ଏବେ ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ୟସ୍ତ ଥିବା ବେଳେ ତାଙ୍କର ଏଣ୍ଡୋର୍ସମେଣ୍ଟ କଥା ବୁଝାବୁଝି କରୁଥିବା ଏଜେନ୍ସୀ- ଆଇଓଏସ୍ ସ୍ପୋର୍ଟସ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟ କିଛି ବ୍ରାଣ୍ଡ ସହିତ ଚୁକ୍ତି କରିସାରିଥିବା ଜଣାପଡ଼ିଛି।  ମନୁ ପୂର୍ବରୁ ଗୋଟିଏ ବ୍ରାଣ୍ଡର ପ୍ରଚାର ପ୍ରସାର ପାଇଁ ୨୦ରୁ ୨୫ ଲକ୍ଷ ଟଙ୍କା ନେଉଥିଲେ। କିନ୍ତୁ ଏବେ ସେ ଏହି ଟଙ୍କାକୁ ଏବେ ୭ ଗୁଣା ବଢ଼ାଇ ଦେଇଛନ୍ତି। 

  • Odisha News Live Updates:  ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଷ୍ଟାର ସଟଲର ଲକ୍ଷ୍ୟ ସେନ ପୁରୁଷ ଏକକ ବ୍ୟାଡମିଣ୍ଟନ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ‌ପ୍ରଥମ ଭାରତୀୟ ପୁରୁଷ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଭାବେ ଅଲିମ୍ପିକ୍ସ ଏକକ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି।  ପିଭି ସିନ୍ଧୁ ଏବଂ ସାତ୍ରିକସାଇରାଜ ରଙ୍କିରେଡ୍ଡୀ-ଚିରାଗ ସେଟ୍ଟିଙ୍କୁ ମିଳିଥିବା ପରାଜୟରେ ନିରାଶ ଭାରତୀୟ ଫ୍ୟାନ୍ସ ଲକ୍ଷ୍ୟ ସେନ୍‌ଙ୍କ ଜବରଦସ୍ତ ପ୍ରଦର୍ଶନରେ ପଦକ ଆଶା ବାନ୍ଧିଛନ୍ତି ।ଲକ୍ଷ ସେନ୍ ପ୍ୟାରିସ ଅଲମ୍ପିକ୍ସ ୨୦୨୪ରେ ପୁରୁଷ ଏକକ ବ୍ୟାଡମିଣ୍ଟନ ସେମି ଫାଇନାଲରେ ପ୍ରବେଶ କରିବା ସହିତ ଇତିହାସ ରଚିଛନ୍ତି।

  • Odisha News Live Updates:  ୟୁଜିସି ନେଟ୍ ୨୦୨୪ ପାଇଁ ପ୍ରକାସ ପାଇଲା  କାର୍ଯ୍ୟସୂଚୀ। ଅଗଷ୍ଟ ୨୧ରୁ  ସେପ୍ଟେମ୍ବର ୪ ଯାଏଁ ହେବ ପରୀକ୍ଷା ।  ଏନେଇ ଜାତୀୟ ଏଜେନ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୮୩ ବିଷୟରେ ପରୀକ୍ଷା ହେବ। ସମସ୍ତ ପରୀକ୍ଷା କମ୍ପ୍ୟୁଟର ଭିର୍ତ୍ତିକ ହେବ। ୨ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ପ୍ରଥମ ପର୍ଯ୍ୟାୟ ସକାଳ ୯ଟାରୁ ୧୨ଟା ଯାଏଁ ହେବ। ଦ୍ବୀତିୟ ପର୍ଯ୍ୟାୟ ୩ଟାରୁ ସଂନ୍ଧ୍ୟା ୬ଟା ଯାଏଁ ହେବ। ପରୀକ୍ଷାର ୧୦ ଦିନ ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ସମ୍ପର୍କିତ ସମସ୍ତ ସୂଚାନ ପ୍ରଦାନ କରାଯିବ। ଏନେଇ ସମସ୍ତ ବିବରଣୀ ଜାଣିବା ପାଇଁ ଏନଟିଏ ଓ୍ବେବସାଇଟ୍ www.nta.ac.in ରେ ସମସ୍ତ ସୂଚନା ରହିଛି।

  • Odisha News Live Updates: କେରଳ ଓ୍ୱାୟନାଡରେ ଭୂସ୍ଖଳନ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ମାଟି ତଳୁ ଓ ନିକଟବର୍ତ୍ତୀ ନଦୀରୁ ଉଦ୍ଧାର ହେବାରେ ଲାଗିଛି ମୃତଦେହ । ଏବେ ସୁଦ୍ଧା ମୃତ୍ୟସଂଖ୍ୟା ୩୪୪ରେ ପହଞ୍ଚିଲାଣି । ନିଖୋଜଙ୍କ ସଂଖ୍ୟା ସମ୍ପର୍କରେ କୌଣସି ସ୍ପଷ୍ଟ ଚିତ୍ର ନଥିଲେ ସୁଦ୍ଧା ଏହା ପ୍ରାୟ ୨୦୦ ହେବା ନେଇ ଅନୁମାନ କରାଯାଉଛି । ନୌସେନା, ସ୍ଥଳସେନା, ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ, ପୋଲିସ ବାହିନୀ ମିଳିତ ରେସ୍କ୍ୟୁ ଅପରେସନରେ ନିୟୋଜିତ ହୋଇଛନ୍ତି । 

     

  • Odisha News Live Updates: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇଛି। ୨୪ ଘଣ୍ଟାରେ ଏହା ଅବପାତ ରୂପ ନେବ ବୋଲି ପାଣିପାଗ ବିଭାଗ ମଡେଲ୍ ଆକଳନ କରିଛି। ଗୁରୁବାର ଗାଙ୍ଗେୟ  ପଶ୍ଚିମବଙ୍ଗ ଉପତ୍ୟକା ଏବଂ ଦକ୍ଷିଣ ବାଙ୍ଗଲାଦେଶ ନିକଟରେ ଏହା ସକ୍ରିୟ ଥିଲା।  ଝାଡଖଣ୍ତ ଉପରେ ଲଘୁଚାପ କ୍ଷେତ୍ର ରହିଥିବା ବେଳେ ଏହା ସମୁଦ୍ର ପତ୍ତନର ୭.୬ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି। ଏହା ଉତ୍ତର, ଉତ୍ତର ପଶ୍ଚିମ ଆଡକୁ  ଗତି କରିବ । ପରେ ଅଧିକ ଘନୀଭୂତ ହୋଇ ଆଗାମୀ ୨୪ ଘଣ୍ଟାରେ ଅବପାତର ରୂପ ନେବ। ପ୍ରଭାବରେ ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲା ଗୁଡିକ ହେଲା ଝାରସୁଗୁଡା, ସମ୍ବଲପୁର, ଦେବଗଡ, ସୁନ୍ଦରଗଡ, ବରଗଡ ଓ କେନ୍ଦୁଝର। ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଏହା ସହ ଆଜି ଅନୁଗୋଳ, ବୌଦ୍ଧ, ନୟାଗଡ଼, ଢେଙ୍କାନାଳ ଓ କଟକ ଜିଲ୍ଲାର କେତେକ ଅଞ୍ଚଳରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।   ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର  ଜିଲ୍ଲାର କେତେକ ଅଞ୍ଚଳରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି । 

  • Horoscope Today 3 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅଗଷ୍ଟ ୩ ହେଉଛି ଶନିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

    ଲିଙ୍କ୍ ରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Today Horoscope: କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡି଼ବେ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link