Odisha news live updates: ମାଉସୀ ଘରେ ପହଞ୍ଚିଲେ ତିନିଠାକୁର, କାଲି ଗୋଟି ପହଣ୍ଡି

ରଶ୍ମିତା ସାହୁ Mon, 08 Jul 2024-6:44 pm,

Odisha news live updates:: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha news live updates:: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।


 

नवीनतम अद्यतन

  • Odisha News Live Updates: ଦବିଗଲା ଜାତୀୟ ରାଜପଥ
    ରାଜଧାନୀ ଭୁବନେଶ୍ୱର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଏକ ଅଂଶ ହଠାତ୍‍ ଦବି ଯିବାରୁ ଏକ ମିନିଟ୍ରକ କ୍ଷତିଗ୍ରସ୍ତ ହୋଇଛି। ଏହି ଟ୍ରକକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉଦ୍ଧାର କରାଯାଇଛି। କିନ୍ତୁ ଏପରି କାହିଁକି ହୋଇଛି ତାହାର କୌଣସି କାରଣ ଜଣାପଡ଼ି ନାହିଁ। ସହରର ଡୁମୁଡୁମାଠାରେ ଏହି ଭଳି ଘଟଣା ଘଟିଥିବାରୁ ଟ୍ରାଫିକ୍‍ ଚଳାଚଳ ପ୍ରଭାବିତ ହୋଇଛି।

  • Odisha News Live updates: ସନ୍ଦେଶଖାଲି ମାମଲାରେ ସିବିଆଇ ତଦନ୍ତ ପାଇଁ ବାଟ ସଫା
    ସୋମବାର ଜୁଲାଇ ୮ରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ସନ୍ଦେଶଖାଲି ହିଂସା ଘଟଣାରେ ସିବିଆଇ ଯାଞ୍ଚ କରିବା ବିରୋଧରେ ନିର୍ଦ୍ଦେଶ ଦେବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି। ଖବର ଅନୁଯାୟୀ ଜଷ୍ଟିସ୍ ବି.ଆର ଗାଭାଇ ଏବଂ କେ.ଭି ବିଶ୍ୱନାଥନଙ୍କ ଏକ ବେଞ୍ଚ୍ ପଶ୍ଚିମବଙ୍ଗର କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଏକ ମାମଲାର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି।

  • Odisha News Live updates: ସାପକାମୁଡ଼ାରେ ହଷ୍ଟେଲ ଛାତ୍ରୀ ମୃତ
    ଗଞ୍ଜାମ ଜିଲ୍ଲା ବ୍ଲକ ଦର୍ପଙ୍ଗିଆ ରେସିଡେନଷ୍ଟିଆଲ ସ୍କୁଲରେ ଜଣେ ଛାତ୍ରୀଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ରବିବାର ରାତିରେ ହଷ୍ଟେଲରେ ଶୋଇଥିବା ସମୟରେ ଏକ ଚିତି ସାପ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ କାମୁଡି ଦେଇଥିଲା। ସେ ଚିତ୍କାର କରିବା ପରେ ସମସ୍ତେ ନିଦରୁ ଉଠିଯାଇଥିଲେ। ପିଲାମାନେ ସାପଟିକୁ ଦେଖି ମାରିଦେଇଥିଲେ। ହଷ୍ଟେଲର କର୍ମଚାରୀମାନେ ଝିଅ ରିଧି ପ୍ରଧାନଙ୍କୁ ଭଞ୍ଜନଗର ମେଡ଼ିକାଲକୁ ଆଣିବା ସହ ତାଙ୍କ ବାପା ଗୋବରସିଂ ପ୍ରଧାନକୁ ସୂଚନା ଦେଇଥିଲେ। ପରିବାର ଲୋକ ପହଂଚିଥିଲେ। ତେବେ ଚିକିତ୍ସା ସମୟରେ ସକାଳ ପ୍ରାୟ ୬ଟାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ମେଡ଼ିକାଲରେ କାନ୍ଦ ବୋବାଳି ସହ ଶୋକର ଛାୟା ଖେଳିଯାଇଛି।

  • Hemant Soren Floor Test: ଆଜି ବିଧାନସଭା ବହୁମତର ପ୍ରମାଣ ଦେବେ ହେମନ୍ତ ସୋରେନ୍ । ଝାଡଖଣ୍ଡରେ ସରକାର ଗଠନ କରିଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଆଜି ବିଧାନସଭାରେ ଶକ୍ତି ପରୀକ୍ଷା ହେବ । ତେବେ ଏଥିପାଇଁ ଝାଡଖଣ୍ଡ ରାଜନୀତି ସରଗରମ ହେଇଛି । ଆଉ ଉଭୟ ଶାସକ ଓ ବିରୋଧୀ ଏଥିପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରିଛନ୍ତି । ଗତକାଲି ଶାସକ ଦଳର ବିଧାୟକମାନେ ବସି ଆଲୋଚନା କରିଥିଲେ । ଏହି ବୈଠକରେ ବହୁମତ ପରୀକ୍ଷା ଏବଂ କ୍ୟାବିନେଟ୍ ସମ୍ପ୍ରସାରଣ ନେଇ ଆଲୋଚନା ହେଇଥିବା ଜଣାପଡିଛି । ଅନ୍ୟପଟେ ଝାଡଖଣ୍ଡରେ ବିରୋଧୀ ଆସନରେ ବସିଥିବା ବିଜେପି ମଧ୍ୟ ସରକାରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ।

     

  • Job Recruitment: ଶପଥ ନେବାର ମାସକ ଭିତରେ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୋହନ ସରକାର । ତେବେ ପରୀକ୍ଷା ପଦ୍ଧତିରେ ସଂସ୍କାର ଆଣିବାକୁ ନିଷ୍ପତ୍ତି ନିଆଯାଇଛି । ଏସଂପର୍କରେ ବିଭାଗୀୟ ମୁଖ୍ୟମାନଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି ମଧ୍ୟ ଲେଖାଯାଇଛି । ପରୀକ୍ଷାରେ ଥିବା ଅନାବଶ୍ୟକ ନିୟମକୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

  • Bhubaneswar Crime: ବଡଗଡ ଥାନା ଅଧୀନ ଅରବିନ୍ଦ କଲୋନୀରେ ଅସାମାଜିକ ଯୁବଙ୍କ ଆତଙ୍କ। ଖଣ୍ଡା ବୁଲାଇ ଭୟଭୀତ କଲେ, 3 କାର ବାଡେଇ ଭାଙ୍ଗିବା ସହ ଫାଙ୍କା ଗୁଳି ଚାଳନା ହୋଇଥିବା ଅଭିଯୋଗ କଲେ ଆତଙ୍କିତ ସ୍ଥାନୀୟ ଲୋକ।

  • Paralympic Games: ପ୍ୟାରିସ ଅଲମ୍ପିକ୍ସ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା କିଶୋର ଜେନା ଏବଂ ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଏହା ସେମାନଙ୍କୁ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି ।

     

  • Gold Rate Today: ଆମ ରାଜ୍ୟ ଓଡି଼ଶାରେ ଅଧିକାଂଶ ଲୋକ ସୁନା କିଣିବାକୁ ବହୁତ ଭଲ ପାଆନ୍ତି। ଓଡି଼ଶାର ସମସ୍ତ ଶ୍ରେଣୀର ଲୋକମାନେ ସୁନା କିଣିବାରେ ଏତେ ସକ୍ରିୟ ଅଟନ୍ତି ଯେ ଏବଂ ସେମାନେ ଅନେକ ପର୍ବ, ପାରିବାରିକ କାର୍ଯ୍ୟ ଏବଂ ବିବାହରେ ପିନ୍ଧିବା ଏବଂ ଉପହାର ଦେବା ପାଇଁ ସୁନାରୁ ବ୍ୟବହାର କରନ୍ତି। ତେଣୁକରି ଆପଣ ସବୁବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସୁନା ଦର ଯାଞ୍ଚ କରିବା ଆବଶ୍ୟକ, ଯାହାର ସର୍ବୋତ୍ତମ ସୁନା ମୂଲ୍ୟ ଆପଣ କୌଣସି ସହରରେ ପାଇବେ ନାହିଁ। ଆଜି ଭୁବନେଶ୍ୱରରେ ସୁନା ମୂଲ୍ୟ ୨୨ କ୍ୟାରେଟ ସୁନା ପାଇଁ ଗ୍ରାମ ପିଛା ୬ହଜାର ୭୬୪ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନା ଗ୍ରାମ ପିଛା ୭ ହଜାର ୩୭୯ ଟଙ୍କା ରହିଛି।

     

  • Odisha CM: ଦୀର୍ଘଦିନ ଧରି ସରକାରୀ ଜମି ଉପରେ ଗଢ଼ିଉଠିଥିବା ବାଣିଜ୍ୟିକ ପ୍ରତିଷ୍ଠାନ, ଦେବ ପ୍ରତିଷ୍ଠାନ, ଘର   ତଥା ସବୁ ପ୍ରକାରର ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଜିଲ୍ଲାପାଳମାନେ ଏନେଇ ରିପୋର୍ଟ ପ୍ରସ୍ତୁତ କରି କାର୍ଯ୍ୟାନୁଷ୍ଠାନ ଲାଗି ଆଦେଶ ଦେବେ। ଦରକାର ପଡ଼ିଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ପରାମା୍ଣ ନେବାକୁ ମଧ୍ୟ କୁହାଯାଇଛି। 

  • NEET UG 2024: ନିଟ ପ୍ରଶ୍ନପତ୍ର ଲିକ୍‌, ଅସାଧୁ ଉପାୟ ଅବଲମ୍ବନ ସମେତ ବିଭିନ୍ନ ଅନିୟମିତତାକୁ ନେଇ ବିବାଦ ମଧ୍ୟରେ ଛନ୍ଦି ହୋଇପଡ଼ିଥିବା ଚଳିତ ବର୍ଷର ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ବାତିଲ ଓ ସାନି ପରୀକ୍ଷା କରାଇବା ଲାଗି ନିର୍ଦ୍ଦେଶ ଦେବାକୁ ନିବେଦନ କରି ସୁପ୍ରିମକୋର୍ଟରେ ଦାଏର ୩୮ଟି ପିଟିଶନ୍‌ର ଶୁଣାଣି ଆଜି (ସୋମବାର) ଅନୁଷ୍ଠିତ ହେବାକୁ ଯାଉଛି।  ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ର ଅନୁରୋଧ ପରେ ସୁପ୍ରିମକୋର୍ଟ ନିଟ୍ ମାମଲାର ସମସ୍ତ ଆବେଦନକୁ ଏକାଠି କରି ଶୁଣାଣି କରିବେ। 

  • President visited puri sea beach: ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ । ରବିବାର ମହାପ୍ରଭୁଙ୍କ ରଥଟାଣିବା ପରେ ଆଜି (ସୋମବାର)ସକାଳୁ ପୁରୀ ସମୁଦ୍ରକୂଳରେ ମର୍ଣ୍ଣି ଓ୍ବାକ୍‌ କରିଛନ୍ତି ମହାମହିମ । ପ୍ରାତଃ ଭ୍ରମଣ କରିବା ସହ ସମୁଦ୍ରର ସୌନ୍ଦର୍ଯ୍ୟକୁ ବଖାଣିଛନ୍ତି ରାଷ୍ଟ୍ରପତି । ଏଥି ସହ ପରିବେଶ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିବା ସହ ସୁରକ୍ଷା ପାଇଁ ଆହ୍ବାନ ଦେଇଛନ୍ତି । ଏନେଇ ରାଷ୍ଟ୍ରପତିଙ୍କ ତାଙ୍କ ସୋସିଆଲ ମିଡ଼ିଆ (ଏକ୍ସ) ରେ ନିଜର ଅନୁଭୂତି ସହିତ ଓଡ଼ିଶା ମାଟିକୁ ଭଲପାଉଥିବା ସମ୍ପର୍କରେ ଲେଖି କିଛି ଫଟୋ ସେୟାର କରିଛନ୍ତି।

  • Rahul Gandhi: କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆଜି ଆସାମ ଏବଂ ମଣିପୁର ଗସ୍ତରେ ଅଛନ୍ତି। ପ୍ରଥମେ ସେ ଆସାମର ସିଲଚରକୁ ଯିବେ, ଏହା ପରେ ସେ ମଣିପୁର ପରିଦର୍ଶନ କରିବେ । ଆସାମରେ ରାହୁଲ ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟିବେ। ଏଠାରେ ବନ୍ୟା ପରିସ୍ଥିତି ପରିସ୍ଥିତି ନିୟନ୍ତ୍ରଣ ବାହାରେ। ରାହୁଲ ଏଠାରେ ଅନେକ ରିଲିଫ୍ କ୍ୟାମ୍ପ ପରିଦର୍ଶନ କରିବେ। ଆସାମରେ ବନ୍ୟା ଓ ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ୭୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ରାହୁଲ ସନ୍ଧ୍ୟାରେ ଆସାମର ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆସାମ ପରେ ରାହୁଲ ମଣିପୁର ଯିବେ। ମଣିପୁରର ରିଲିଫ୍ କ୍ୟାମ୍ପ ପରିଦର୍ଶନ କରିବେ ଏବଂ ପିସିସି ନେତାମାନଙ୍କୁ ମଧ୍ୟ ଭେଟିବେ। ଲୋକସଭା ନିର୍ବାଚନରେ ​​ସମର୍ଥନ କରିଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଦେବେ। ମଣିପୁରର ଉଭୟ ଆସନରେ କଂଗ୍ରେସ ଜିତିଥିଲା। ମଣିପୁରକୁ ଏହା ତାଙ୍କର ତୃତୀୟ ଗସ୍ତ ଏବଂ ଉତ୍ତର-ପୂର୍ବରେ ବିରୋଧୀଦଳର ନେତା ଭାବରେ ପ୍ରଥମ।

  • PG Entrance Exam Extended: ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ଗତ ୩ ତାରିଖରୁ ଆରମ୍ଭ ହୋଇଛି। ତେବେ ଆଜି ଅର୍ଥାତ୍ ୮ ତାରିଖ ସୋମବାର ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ରଥଯାତ୍ରା ପାଇଁ ସରକାର ଛୁଟି ଘୋଷଣା କରିଥିବାରୁ ୮ ତାରିଖରେ ହେବାକୁ ଥିବା ପରୀକ୍ଷା ଆସନ୍ତା ୧୫ ତାରିଖ ଦିନ ଅନୁଷ୍ଠିତ ହେବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

  • Petrol Price Hike: ଆଜିର ଦିନରେ ପେଟ୍ରୋଲ ମୂଲ୍ୟ ଭୁବନେଶ୍ୱରରେ (Bhubaneswar)ରେ ଲିଟର ପିଛା ୧୦୧.୦୬ ପଇସା ରହିଛି, ଯାହା ଗତକାଲିର ୧୦୦.୯୭ ତୂଳନାରେ ସାମାନ୍ୟ ବୃଦ୍ଧିକୁ ପ୍ରତିଫଳିତ କରିଛି । ଗତ ଦଶ ଦିନ ମଧ୍ୟରେ, uct ୧୦୦.୮୬ ରୁ  ୧୦୧.୩୪ ମଧ୍ୟରେ ମୂଲ୍ୟ ସହିତ ଅସ୍ଥିରତା ପରିଲକ୍ଷିତ ହୋଇଛି । ଆପଣ ଭାରତର ସମସ୍ତ ରାଜ୍ୟ ତଥା ଜିଲ୍ଲାରେ ଆଜିର ପେଟ୍ରୋଲ ମୂଲ୍ୟ ମଧ୍ୟ ଦେଖିପାରିବେ ଏବଂ ପୂର୍ବ ଦିନର ହାର ସହିତ ତୁଳନା କରିପାରିବେ, ଯେଉଁଥିରେ ପୂର୍ବରୁ ରାଜ୍ୟ ଟିକସ ଅନ୍ତର୍ଭୁକ୍ତ ହୋଇଥାଏ।

     

  • Jharkhand Cabinet : ଆଜି ହେମନ୍ତ ସୋରେନ ସରକାରଙ୍କ ଶକ୍ତି ପରୀକ୍ଷା : କ୍ୟାବିନେଟ ବିସ୍ତାରରେ ନୂଆ update ଜାଣନ୍ତୁ..

  • Jammu Kashmir News: କଶ୍ମୀରର କୁଲଗାଓଁଠାରେ ଗୁଳି ବିନିମୟ ହେତୁ ୬ ଜଣ ଆତଙ୍କୀଙ୍କ ସମେତ ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଛି।  ଏକ ବଙ୍କରରେ ଲୁଚିଥିବା ଏହି ଆତଙ୍କୀଙ୍କୁ ଠାବ କରି ଭାରତୀୟ ଯବାନ ଆକ୍ରମଣ କରିଥିଲେ।

     

  • Hathras Stampede Death Issue: ହାଥରସ୍‍ ଦୁର୍ଘଟଣା ପ୍ରସଙ୍ଗରେ ବିଷାକ୍ତ ଗ୍ୟାସ୍‍ ସ୍ପ୍ରେ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ବାବା ସୁରଜପାଲଙ୍କ ଓକିଲ ଏପି ସିଂହ। ସେ କହିଛନ୍ତି ସତ୍‍ସଙ୍ଗ ସମୟରେ କେହି ଏପରି ବିଷାକ୍ତ ଗ୍ୟାସ ପ୍ରୟୋଗ କରିଥିଲେ। ଯାହାଫଳରେ ଭକ୍ତଙ୍କ ଶ୍ୱାସରୁଦ୍ଧ ଜନିତ ବୃତ୍ୟୁ ହୋଇଥିଲା। 

     

  • Rahul Gandhi Visit Assam And Manipur: ଆଜି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆସାମ ଓ ମଣିପୁର ଗସ୍ତ କରିବେ। ଆସାମର ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ପରିଚାଳନା ବ୍ୟବସ୍ଥାକୁ ନିରୀକ୍ଷଣ କରିବେ। ଏହା ସହ ସେ ମଣିପୁରଗସ୍ତରେ ଆସି ହିଂସା ପୀଡ଼ିତଙ୍କ ଭେଟିବା କାର୍ଯ୍ୟକ୍ରମ ରହିଛି। ଥଇଥାନ କ୍ୟାମ୍ପ ପରିଦର୍ଶନ ମଧ୍ୟ ତାଙ୍କ ଗସ୍ତରେ ସାମିଲ ରହିଛି। 

  • Santrupta Mishra News: କଟକ ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ଲୋକସଭା ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ସଂତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେ ମଧ୍ୟ ଦଳର ଜାତୀୟ ମୁଖପାତ୍ର ଦାୟିତ୍ୱ ତୁଲାଇବେ। ଏହା ସହ ଦଳର ବିଭିନ୍ନ ସାଂଗଠନିକ କମିଟିକୁ ପୁନର୍ଗଠନ କରାଯାଇଛି। 

  • Assam Flood 2024: ଆସାମରେ ପ୍ରବଳ ବନ୍ୟା ଯୋଗୁଁ ଜନଜୀବନ ବ୍ୟାହାତ ହୋଇଛି। ବଢୁଥିବା ନଦୀର ଜଳସ୍ତର ଯୋଗୁଁ ଲୋକମାନେ ନିଜ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟରେ ପରିସ୍ଥିତି ଏପରି ଯେ ବନ୍ୟା ଯୋଗୁଁ ଏବେ ସୁଦ୍ଧା ୬୦ ଜଣ ପ୍ରାଣ ହରାଇଛନ୍ତି ଏବଂ ୩୦ ଟି ଜିଲ୍ଲାର ପ୍ରାୟ ୨୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ସମୟରେ ଆସାମରେ ବନ୍ୟା ପରିସ୍ଥିତିକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ  ବୟାନ ସାମ୍ନାକୁ ଆସିଛି। ଏଠାରେ କହିରଖୁଛୁ ଯେ,  ବନ୍ୟା ହେତୁ କାଜିରଙ୍ଗାରେ ବହୁ ସଂଖ୍ୟକ ଜୀବଜନ୍ତୁ ବି ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। 

     

  • Ratha Yatra Stampede Death: ଗତକାଲି ରଥଟଣା ସମୟରେ ଜଣ ଭକ୍ତଙ୍କ ଶ୍ୱାସରୁଦ୍ଧ ହେବା କାରଣରୁ ମୃତ୍ୟୁ ଘଟିଛି। ତାଙ୍କ ନାଁ ଲଳିତ ବଗର୍ତ୍ତି ଏବଂ ସେ ସଇଁତଳା ବାସିନ୍ଦା। ବଳଭଦ୍ରଙ୍କ ରଥ ଟାଣୁଥିବା ବେଳେ ସୃଷ୍ଟି ହୋଇଥିବା ଦଳା ଚକଟା ପରିସ୍ଥିତିରେ ସେ ଶିକାର ହୋଇଥିଲେ। ପରେ ତାଙ୍କୁ ତତ୍‍କ୍ଷଣାତ୍‍ ହସ୍‍ପିଟାଲ୍‍ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିରୁ ତାଙ୍କ ନିକଟତମ ପରିବାର ସଦସ୍ୟଙ୍କ ଲାଗି ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରାଯାଇଛି। 

     

  • President Droupadi Murmu: ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ଚଳିତ ବର୍ଷ ରଥଯାତ୍ରା ଦୁଇଦିନ ପାଳନ ହେଉଛି।ରବିବାର ରଥାରୂଢ଼ ଦାରୁବ୍ରହ୍ମଙ୍କୁ ଦର୍ଶନ କରିଥିଲେ ମହାମହିମ।ଗତକାଲି ରଥଟଣା କାର୍ଯ୍ୟକ୍ରମ ସାରି ପୁରୀ ରାଜଭବନରେ ରାତ୍ରିଯାପନ କରିଥିଲେ।ରାଷ୍ଟ୍ରପତିଙ୍କ ଗସ୍ତରେ ବ୍ଲୁ ବୁକ୍ ଆଧାରରେ ଶ୍ରେକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।ଗସ୍ତ ସମୟରେ ରୁଟକୁ ନୋ ଫ୍ଲାଇଙ୍ଗ ଜୋନ୍‌ କରାଯିବା ସହିତ ଗସ୍ତ ରାସ୍ତାକୁ ସିଲ୍ କରାଯାଇଥିଲା। ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସୁରକ୍ଷା ବାହିନୀ ସହ ରାଜ୍ୟ ପୋଲିସର ଟିମ୍ ସୁରକ୍ଷା ଦେଇଥିଲେ। 

  • Neet Paper Leak Update: ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ସୁପ୍ରିମ୍‍ କୋର୍ଟଙ୍କ ବେଞ୍ଚ ଆଜି ନିଟ୍‍ ପ୍ରଶ୍ନପତ୍ର ଲିକ୍‍ ଘଟଣାକୁ ନେଇ ଅଭିଯୋଗ ଶୁଣାଣି କରିବେ। ବିଶେଷକରି ଆଉଥରେ ନିଟ୍‍ ପରୀକ୍ଷା ହେବ କି ନା ସେ ସମ୍ବନ୍ଧରେ ରାୟ ପ୍ରଦାନ କରିବେ। ଏ ଭିତରା ସରକାରଙ୍କ ପକ୍ଷରୁ ଆଉଥରେ ନିଟ୍‍ ପରୀକ୍ଷା ଅନାବଶ୍ୟକ ବୋଲି କୁହାଯାଇଛି। ଦେଶର ବିଭିନ୍ନ ମେଡିକାଲ୍‍ କଲେଜ୍‍ରେ ଏମ୍‍ବିବିଏସ୍‍, ବିଡିଏସ୍‍ ଭଳି ଅଣ୍ଡର ଗ୍ରାଜୁଏଟ୍‍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଏହି ପରୀକ୍ଷା ଉଦ୍ଦିଷ୍ଟ। କିଛିଦିନ ପୂର୍ବେ ଏହି ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ପୂର୍ବରୁ ଲିକ୍‍ ହୋଇଥିବା ନେଇ ବିବାଦ ସୃଷ୍ଟି ହୋଇଛି। 

  • Ratha Yatra: ଗତକାଲି ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ବିଜେ କରିଥିବା ବେଳେ ହରିବୋଲ ହୁଳହୁଳି ଓ ଘଣ୍ଟ ଧ୍ୱନିରେ କମ୍ପୁଥିଲା ବଡ଼ଦାଣ୍ଡ (Bada Danda)। ଏହାପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରା ପହଁରା କରିବା ପରେ ଆରମ୍ଭ ହୋଇଥିଲା ରଥଟଣା। ପୂରା ପରିବେଶ ପାଲଟିଯାଇଥିଲା ଜଗନ୍ନାଥ ମୟ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ତିନି ଠାକୁରଙ୍କ ରଥ ଗଡ଼ିବା ଆରମ୍ଭ ହୋଇଥିଲା। ଯେହେତୁ ଗୋଟିଏ ଦିନରେ ତିନି ତିନୋଟି ନୀତିକାନ୍ତି ଥିଲା ସେହି କାରଣରୁ ବିଳମ୍ବରେ ରଥଟଣା ପାଇଁ ହୋଇଥିଲା ନୀତି ନିର୍ଘଣ୍ଟ । ତିନିଠାକୁରଙ୍କ ରଥ ଗଡ଼ିଛି ହେଲେ ଅଧାବାଟେ ଅଟକିଛି । ବଳକା ବାଟ ପାର୍ କରିବାକୁ ଆଜି ପୁଣି ହେବ ରଥଟଣା। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link