Election Commission: ନିର୍ବାଚନ ଆୟୋଗ ଶନିବାର ଦିନ (୧୬ ମାର୍ଚ୍ଚ) ଲୋକସଭା ନିର୍ବାଚନ ୨୦୨୪ ତାରିଖ ଘୋଷଣା କରିଛି। ଏଥର ଏପ୍ରିଲ ୧୯ ରୁ ୧ ଜୁନ୍ ମଧ୍ୟରେ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ ଓ ଭୋଟ୍ ଗଣନା ୪ ଜୁନରେ ହେବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବଜ୍ଞାନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୧୮ ତମ ଲୋକସଭା ଗଠନ ପାଇଁ ନିର୍ବାଚନ ସୂଚୀ ଘୋଷଣା ହେବା ସହିତ ଦେଶରେ ତୁରନ୍ତ ଆଚରଣ ବିଧି ଲାଗୁ ହୋଇଛି।


COMMERCIAL BREAK
SCROLL TO CONTINUE READING

ରାଜନୈତିକ ଦଳଗୁଡିକ ଉପରେ କୋଠର ହୋଇଛି ନିର୍ବାଚନ ଆୟୋଗ
ଏହା ସହିତ ସରକାର କୈଣସି ନୀତିଗତ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ ନାହିଁ, ଯାହା ଭୋଟରଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିପାରେ। ରାଜନୈତିକ ଦଳଗୁଡିକ ସୋସିଆଲ ମିଡିଆର ବ୍ୟବହାର ପ୍ରତି ଏକ ଦାୟିତ୍ୱବୋଧ ମନୋଭାବ ଗ୍ରହଣ କରିବା ଉଚିତ୍, ଯେଉଁମାନେ ମିଥ୍ୟା ଖବର ପ୍ରସାରଣ କରୁଛନ୍ତି ସେମାନଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉଦ୍ବେଗ ପ୍ରକାଶ କରି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ରାଜନୈତିକ କଥାବାର୍ତ୍ତାର ସ୍ତର ହ୍ରାସ ପାଇବା ଚିନ୍ତାର ବିଷୟ, ଯେଉଁମାନେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ନିନ୍ଦା କରି ଆମେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।


ବ୍ୟକ୍ତିଗତ ଆକ୍ରମଣ କରିବାରୁ ଦୂରେଇ ରହିବା ପାଇଁ ନିର୍ଦ୍ଦେଶ
ଏହା ସହିତ ମୁଖ୍ୟ ନିର୍ବାଚନ କମିଶନର ମଧ୍ୟ କହିଛନ୍ତି ଯେ ବିଜ୍ଞାପନକୁ ଖବର ରୂପେ ଦେଖାଇବାକୁ ଅନୁମତି ଦିଆଯିବ ନାହିଁ, ବ୍ୟକ୍ତିଗତ ଆକ୍ରମଣରୁ ଦୂରେଇ ରହିବା ଉଚିତ୍।ନିର୍ବାଚନ ପ୍ରଚାର ସମୟରେ ରାଜନୈତିକ ଦଳ ଭିନ୍ନକ୍ଷମଙ୍କ ପ୍ରତି ସମ୍ମାନଜନକ ମନୋଭାବ ଗ୍ରହଣ କରିବା ଉଚିତ, ପିଲାମାନଙ୍କୁ ବ୍ୟବହାର କରିବା ଅନୁଚିତ୍।


EVM ଉପରେ କ’ଣ କହିଛନ୍ତି ରାଜୀବ କୁମାର?


ରାଜୀବ କୁମାର କହିଛନ୍ତି ଯେ ଇଭିଏମ୍ ବିରୋଧରେ ବିଭିନ୍ନ ଅଭିଯୋଗକୁ କୋର୍ଟ ୪୦ ଥର ବିଚାର କରିଥିଲେ ଓ ପ୍ରତ୍ୟେକ ଘଟଣାରେ ସମସ୍ତ ଅଭିଯୋଗ ପ୍ରତ୍ୟାଖ୍ୟାନ କରାଯାଇଥିଲା। ସମସ୍ତ ଦଳ ଭଲଭାବେ ଜାଣିଛନ୍ତି ଯେ ଇଭିଏମ୍ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସୁନ୍ଦର ଏବଂ ଉନ୍ନତ କରିଛି; ଶାସକ ଦଳଗୁଡିକ ମଧ୍ୟ ଏହି ଇଭିଏମ୍ ମାଧ୍ୟମରେ ହାରିଥିବାର ଦେଖାଯାଇଛି।


ହିଂସା ମୁକ୍ତ ନିର୍ବାଚନ କରିବାକୁ ଆୟୋଗ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ୨୦୧୯ ର ନିର୍ବାଚନ ଫଳାଫଳରେ ଭାରତୀୟ ଜନତା ପାର୍ଟି ୩୦୩ଟି ଆସନ, କଂଗ୍ରେସ ୫୨ଟି, ଟିଏମସି ୨୨, ବହୁଜନ ସମାଜ ପାର୍ଟି ୧୦, ଜାତୀୟତାବାଦୀ କଂଗ୍ରେସ ପାର୍ଟି ୫, ସିପିଆଇ (ଏମ) ୩ ଓ ସିପିଆଇ ୨ଟି ସିଟ୍ ଜିତିଥିଲେ।